Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଆଈ ମା'ର ଗପ ଚାଙ୍ଗୁଡ଼ି

Children Classics

2  

ଆଈ ମା'ର ଗପ ଚାଙ୍ଗୁଡ଼ି

Children Classics

କେଳା ଝିଅ ଓ ଶହେ ଡକାୟତ

କେଳା ଝିଅ ଓ ଶହେ ଡକାୟତ

3 mins
630


ବୀରମହାରାଜପୁର ବୋଲି ଗୋଟିଏ ଛୋଟିଆ ଗାଁ ଥିଲା । ସେହି ଗାଁରେ ଗୋଟିଏ ସାପୁଆ କେଳାର ପରିବାର ରହୁଥିଲା । ସାପୁଆ କେଳା ରାସ୍ତା ଘାଟରେ ସାପ ଖେଳ ଦେଖାଇ ଯାହା ପଇସା ଆଣେ ସେତିକି ପଇସାରେ ତା ଘର ଚଳେ । ସେ ସାପୁଆ କେଳାର ଗୋଟିଏ ସୁନ୍ଦର ଝିଅ ଥିଲା । ତେଣୁ ସେ ସାପୁଆ କଳା ସର୍ବଦା ତା ଝିଅର ବାହାଘର କଥା ଭାବି ଚିନ୍ତା କରୁଥିଲା ।

ଦିନକର କଥା । ଗାଁ ଜମିଦାରଙ୍କ ଘରେ ଡକାୟତି ହେଲା । ଶହେ ଡକାୟତ ଜମିଦାରଙ୍କ ଘରୁ ସବୁ ଟଙ୍କା ସୁନା ଗହଣା ଲୁଟି ନେଇଗଲେ । ତାପରେ ସେ ଜମିଦାର ସମ୍ପୂର୍ଣ୍ଣ ରୂପେ ଦରିଦ୍ର ହୋଇଗଲେ । ସେ ଜମିଦାରଙ୍କର ଗୋଟିଏ ବୋଲି ପୁଅ ଥିଲା । ସେ ପୁଅ ନାଁ ଥିଲା ଶଶାଙ୍କ । ଶଶାଙ୍କ ଜଣେ ଚତୁର ଓ ବୁଦ୍ଧିମାନ ଯୁବକ ଥିଲେ । ଦିନେ ଶଶାଙ୍କ ସାପୁଆ କେଳା ଝିଅକୁ ଦେଖିଲେ । ସେ କେଳା ଝିଅର ଏପରି ରୂପ ଦେଖି ଶଶାଙ୍କ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ ।

ମାତ୍ର ଏଥିରେ ଜମିଦାର ଗୋଟିଏ ସର୍ତ୍ତ ରଖିଲେ । ଯଦି ସାପୁଆ କେଳା ମୋର ଲୁଟ୍ ହୋଇଯାଇଥିବା ସମସ୍ତ ଟଙ୍କା ସୁନା ଗହଣା ଡକାୟତଙ୍କ ଠାରୁ ଆଣିପାରିବ ତା ହେଲେ ଯାଇ ମୁଁ ମୋ ପୁଅ ଶଶାଙ୍କର ବାହାଘର ସେ କେଳାର ଝିଅ ସହିତ କରିଦେବି । ଏକଥା ଶଶାଙ୍କ ସାପୁଆ କେଳାକୁ କହିଲା । ତାପରେ ସେ ସାପୁଆ କେଳା ଅତ୍ୟନ୍ତ ଚିନ୍ତାରେ ପଡିଗଲା । ବାପାଙ୍କର ଚିନ୍ତାର କାରଣ ଝିଅ ବି ଜାଣିପାରିଲା । ତେଣୁ ସେ ଝିଅ କହିଲା କିଛି ବ୍ୟସ୍ତ ହେବା ଦରକାର ନାହିଁ । ସମୟ ଆସିଲେ ସବୁ ଠିକ୍ ହୋଇଯିବ ।

ତା’ ପର ଦିନ ସାପୁଆ କେଳା ଓ ତା’ ଝିଅ ସାପ ଖୋଜିବାକୁ ଜଙ୍ଗଲ ମଧ୍ୟକୁ ଗଲେ । ସେହି ଜଙ୍ଗଲରେ ଜଣେ ଡକାୟତ ଏ ସାପୁଆ କେଳାର ଝିଅକୁ ଦେଖିଲା । ଝିଅଟିର ବେକରେ ସୁନା ହାର ଦେଖି ସେ ଡକାୟତ ଖୁବ୍ ଆଶ୍ଚର୍ଯ୍ୟ ହେଲା । ଭାବିଲା – ଏ ଝିଅ ଘରେ ନିଶ୍ଚୟ ଅନେକ ସୁନା ଗହଣା ଥିବ । ତେଣୁ ଆଜି ରାତିରେ ହିଁ ମୁଁ ଏ କେଳା ଘରେ ଲୁଟ୍ କରିବି । ତାପରେ ରାତିରେ ସେ ଡକାୟତ ଜଣକ କେଳା ଘରେ ପହଁଚିଲା । କେଳାଝିଅ ତ ସାପୁଆ କେଳାକୁ ସବୁ ଉପାୟ ଆଗରୁ କହିଥାଏ ।

ଡକାୟତ ଆସିବା ଜାଣି ସେ କେଳାଝିଅ କହିଲା – ଏ ଜମିଦାର ବହୁତ ଚାଲାକ୍ । ସେ ଡକାୟତଙ୍କୁ ଅଳ୍ପକେ ସନ୍ତୁଷ୍ଟ କରିଦେଲା । ଜମିଦାରର ତ ପ୍ରକୃତ ଧନ ହେଉଛି ତାହାର ଜମି । ସେ ତା’ ଜମିରେ ଗାତ କରି ଅନେକ ହୀରାର ହାର ପୋତି ରଖିଛି । ହେଲେ ଏ ଡକାୟତ ମାନେ ତ ଆଉ ଏହା ଜାଣି ନାହଁନ୍ତି । ନ ହେଲେ ସେ ଜମିଦାର ପୁରାପୁରି କାଙ୍ଗାଳ ହୋଇଯାଇଥାନ୍ତା ।

ଡକାୟତ ସବୁକଥା ଶୁଣି ଜଙ୍ଗଲକୁ ଚାଲିଲା । ଡକାୟତ ଯାଇ ସର୍ଦ୍ଦାରଙ୍କୁ କହିଲା – “ସର୍ଦ୍ଦାର, ସେ ଜମିଦାର ଆମକୁ ଠକିଛି । ସେ ତାହାର ସବୁ ହୀରା ହାର ଜମିରେ ଗାତ କରି ପୋତିଛି । ସର୍ଦ୍ଦାର ସବୁ କଥା ଶୁଣି କହିଲା – ତାହେଲେ କାଲି ରାତିରେ ଆମେ ପୁଣି ଶହେ ଜଣ ଯାଇ ସବୁ ଗାତ ଖୋଳି ହୀରା ହାର ତକ ନେଇ ଆସିବା ।”

ସକାଳ ହେବା କ୍ଷଣି ସାପୁଆ କେଳା ଜମିଦାରଙ୍କ ଘରେ ଯାଇ ପହଁଚିଗଲା । ତାପରେ ସେ କହିଲା – “ଆପଣଙ୍କ ଜମିରେ ଶହେଟି ଗାତ ଆଜି ଖୋଳାହେବ । ଆଉ ପ୍ରତ୍ୟେକ ଗାତରେ ମୁଁ ଗୋଟିଏ ଗୋଟିଏ ବିଷାକ୍ତ ସାପ ଛାଡିବି । ଫଳରେ ଆପଣଙ୍କ ସବୁ ସମ୍ପତ୍ତି ଆପଣ ପୁଣି ଫେରିପାଇବେ ।”

ଜମିଦାର ସାପୁଆ କେଳାର ଏପରି କଥା ଶୁଣି ତାଙ୍କର ଜମିରେ ଶହେଟି ଗାତ ଖୋଳିଲେ । ତାପରେ ସେ ସାପୁଆ କେଳା ପ୍ରତ୍ୟେକ ଗାତରେ ଗୋଟିଏ ଗୋଟିଏ ବିଷାକ୍ତ ସାପ ରଖିଲା । ରାତି ହେଲା ଡକାୟତ ମାନେ ଗାତ ଖୋଳାଯାଇଥିବା ଜମି ପାଖରେ ଯାଇ ପହଁଚିଗଲେ । ଏତେ ଅନ୍ଧାରରେ ତ ମୁହଁକୁ ମୁହଁ ଆଦୌ ଦିଶୁ ନଥାଏ । ତେଣୁ ସେ ଡକାୟତମାନେ ବହୁ କଷ୍ଟରେ ଶହେଟି ଗାତ ଚିହ୍ନଟ କଲେ ।

ତାପରେ ଗାତ ଖୋଳି ସମସ୍ତେ ଗୋଟିଏ ଗୋଟିଏ ଡବା ପାଇଲେ । ଯେମିତି ସମସ୍ତେ ନିଜ ନିଜ ଡବା ଖୋଲିଛନ୍ତି ଅନ୍ଧାରରେ ସେ ବିଷାକ୍ତ ସାପ ଡବାରୁ ବାହାରି ସମସ୍ତଙ୍କୁ ଚୋଟ ମାରି ଚାଲିଲେ । ସମସ୍ତ ଡକାୟତ ସାପ ଚୋଟ ଖାଇ ସିଧା ଜଙ୍ଗଲକୁ ଧାଇଁଲେ । ହେଲେ ବିଷ ପ୍ରଭାବରୁ ସବୁ ଡକାୟତ ମଲେ ।

ତାପରେ ଜମିଦାର ଓ ସାପୁଆକେଳା ଜଙ୍ଗଲକୁ ଯାଇ ସବୁ ଟଙ୍କା ପଇସା ସୁନା ଗହଣା ଆଣିଲେ । ପରିଶେଷରେ ଜମିଦାର ସେ ସାପୁଆ କେଳାର ବୁଦ୍ଧିକୁ ଖୁବ୍ ତାରିଫ୍ କଲେ । ଆଉ ସର୍ତ୍ତ ଅନୁସାରେ ତାଙ୍କ ପୁଅ ଶଶାଙ୍କ ସହିତ ଏ ସାପୁଆ କେଳାର ଝିଅ ସହ ବାହା କରାଇଦେଲେ । ଏଥୁଅନ୍ତେ ସାପୁଆ କେଳାର ଝିଅ ଶାନ୍ତିରେ ତା’ ବାକି ଜୀବନ ତକ କଟାଇଲା ।


Rate this content
Log in

Similar oriya story from Children