Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସହରୀ ଜୀବନ
ସହରୀ ଜୀବନ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

3 Minutes   7.4K    22


Content Ranking

ଅନିତା ପଣ୍ଡା

ଆଶାର ଗାଁ ଏକ ନିପଟ ମଫସଲରେ ହୋଇଥିଲେ ମଧ୍ୟ ତାର ଜନ୍ମ ସହରରେ । ତେଣୁ ପଲ୍ଲୀ କହିଲେ ତା’ର କୌତୁହଳ ବଢ଼ିଯାଏ । ଆମ ଛାତଟା ଲଣ୍ଡା । ତେଣୁ ବ୍ରଜନନା(ରୋଷେୟା) ଚବିଶ ଘଣ୍ଟା ଛାତରେ ତାଲା ଲଗାଇ ରଖିଥାଏ । ଯେତେ ଅନୁରୋଧ କଲେ ମଧ୍ୟ କାଟୁ କରେନା ।

ଆଶାର ବାପା ବହୁତ ଭଲ । ମାତ୍ର କାହିଁକି କେଜାଣି ତାଙ୍କୁ ଦେଖିଲେ ମୋର ପିଳେହୀ ପାଣି ହୁଏ । ବଡ଼ନନା ତାଙ୍କ ଅଧୀନରେ କିମ୍ୱା ଅନ୍ୟ କିଛି କାରଣରୁ, ତାହା ମୁଁ ନିଜେ ମଧ୍ୟ ଜାଣିପାରେନା ।

ଆଶାର ମା’ ଟିକିଏ ଅନ୍ୟଧରଣର । କାହା ସଙ୍ଗେ ବେଶୀ ମିଶନ୍ତିନି । ମାପି ଚୁପି କଥା କୁହନ୍ତି । ଗାଁ କହିଲେ ତାଙ୍କର ନାହିଁ ଡେଇଁବା ଆରମ୍ଭ ହୋଇଯାଏ । ତେଣୁ ତାଙ୍କ ଘର ବହୁ ପାଖରେ ଥିଲେ ମଧ୍ୟ ତାଙ୍କ ଘରକୁ ମୋର ନିୟମିତ ଯିବା ଆସିବା ହୋଇ ପାରେନା । କେବଳ ସେତିକି ନୁହେଁ । ସୁଶୀନାନୀ ତାଙ୍କ ଘରକୁ ଯିବାକୁ ଆଦୌ ପସନ୍ଦ କରେନା । କହେ ଆମେ ଖୁସି ବାସି କରିବାକୁ ଯିବା । ଏତେ କାୟଦା କଟକଣା । ସେ ମିସେସ୍ ଆଇ.ଏ.ଏସ୍.ଙ୍କୁ ମୋର ଦୂରୁ ଜୁହାର ।

ଆଶା ମତେ ବହୁତ ବୁଝାଏ । ବାପା ଭାରି ସ୍ନେହୀ । ଥରେ ଯାହାକୁ ଦେଖନ୍ତି ତାକୁ କଥାରେ କିଣି ପକାନ୍ତି । ତୁ ମିଛରେ ତାଙ୍କୁ ଭୟ କରୁଛୁ ।

ତଥାପି ମଧ୍ୟ ମୁଁ ତାଙ୍କ ଘରକୁ ଖୋଲା ଖୋଲି ଯିବାକୁ ସାହସ କରେନା । କେବେ କେବେ ଲୁଚି ଲୁଚି ଯାଇ ତାଙ୍କ ଛାତ ଉପରେ ବସୁ । ତାଙ୍କ ଛାତଟା ବହୁ ପରିଷ୍କାର । ଦୋତାଲା ଘର । ସମୁଦ୍ର ସେଠାରୁ ଖୁବ୍ ସୁନ୍ଦର ଭାବେ ଦେଖାଯାଏ । ଆଶାର ପଢ଼ା ସମୟ ପୂର୍ବରୁ ପଛପଟ ସିଢ଼ି ଦେଇ ଫେରି ଆସିଥାଏ ।

ରଜ ଆଉ ଖୁବ୍ କମ୍ ଦିନ ରହିଲା । ମାଉସୀ (ଆଶାର ମା’) ଏ ପର୍ବଟିକୁ ଗାଉଁଲୀ ପର୍ବ ମନେ କରନ୍ତି । ବଙ୍ଗାଳୀମାନଙ୍କ ଘରେ ତ ଏ ପର୍ବ ନାହିଁ । ମୋ ଠାରୁ ଏ ପର୍ବ ବିଷୟରେ ଶୁଣି ଶୁଣି ଆଶା ଖୁବ୍ ଆନନ୍ଦିତ ମନେ ହେଉଥିଲା । ମା’ ଏଇ ପର୍ବଟିକୁ ଗାଉଁଲୀ ପର୍ବ ରୂପେ ଆଖ୍ୟା ଦେଉଥିବା ହେତୁ ବିଚାରୀ ଆଶାକୁ ୧୪ ବର୍ଷ ବୟସ ହୋଇଥିଲେ ମଧ୍ୟ ୟା’ ବିଷୟରେ କିଛି ଜ୍ଞାନ ନ ଥିଲା । ହୁଏ ତ ତାକୁ ଖୁସି କରିବାକୁ କିମ୍ୱା ନିଜର ବଡ଼ାଇ ପ୍ରକାଶ କରିବାକୁ ମୁଁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କଲି । ପାଞ୍ଚଦିନ ଧରି ଆମେ କେମିତି ମଜା କରୁ ସେ କଥା ମଧ୍ୟ କହିଲି । ମୋ ଠାରୁ ଶୁଣିବା ପରେ ବହୁ ଉତ୍‌ଫୁଲ୍ଲିତ ହେଲେ ମଧ୍ୟ ଉଦାସ ହୋଇ କହିଲା, “ଏଇ ପର୍ବଟା ଅଭିଆଡ଼ି ଝିଅମାନଙ୍କ ପାଇଁ । ଆଉ ବର୍ଷ କେଇଟାରେ ତ ମୁଁ ବାହା ହୋଇ ଯିବି । ରଜପର୍ବର ମଜା ଆଉ ଏ ଜନ୍ମରେ ପାଇ ପାରିବିନି ।” ତେଣୁ ଦୁହେଁ ମିଶି ସ୍ଥିର କଲୁ ଆମ ଘରେ ରଜପର୍ବ ପାଳନ କରିବୁ । ରଜଘରର ବ୍ୟବସ୍ଥା ହୋଇଗଲା । କେବଳ ରଜଦୋଳି ଛାଡ଼ି ଆଉ ସବୁର ଯୋଜନା ହୋଇଗଲା । ମଉସା (ଆଶାର ବାପା) ଆଉ କେତେଜଣ ଓଡ଼ିଆ ଝିଅଙ୍କୁ ମଧ୍ୟ ଆମନ୍ତ୍ରଣ କରି ଆଣିଥିଲେ । ସେଇ ଅବସରରେ ଆମେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କଲୁ । ଖର୍ଚ୍ଚର ବ୍ୟବସ୍ଥା ସବୁ ଆଶାର ବାପା ବହନ କରିଥିଲେ ।

ଆମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଥିଲା ଏକ ନାଟକ । ଫକୀର ମୋହନ ସେନାପତିଙ୍କର କ୍ଷୁଦ୍ର ନାଟକ ପେଟେଣ୍ଡ ମେଡ଼ିସିନ୍ । ନାଟକର ଅଭିଜ୍ଞତା ମୋର ଖୁବ୍ ଅଳ୍ପ ଥିଲା । ମୁଁ ଚନ୍ଦ୍ରକାନ୍ତବାବୁଙ୍କ ଭୂମିକା ପରିବେଷଣ କରିଥିଲି । ଆଉ ଆଶା ସୁଲୋଚନା । ଆଶାର ସାନ ଭାଇ ଚାକର ଟୋକା । ଆଶାର ପୂର୍ବ ଅନୁଭୂତି ନ ଥିଲା । ତେଣୁ ନାଟକରେ ସେ ମତେ ଏତେ ଜୋର୍‌ରେ ଝାଡୁରେ ପିଟିଥିଲା ଯେ ମାସକ ଯାଏ ମୋ ଦେହର ବଥା ଯାଇ ନ ଥିଲା ।

ପୁରୀ ରଥଯାତ୍ରା :-

ପୁରୀରେ ଏଥର ମୋ ପାଇଁ ପ୍ରଥମ ରଥଯାତ୍ରା । ସମସ୍ତଙ୍କ ମୁହଁରୁ ରଥଯାତ୍ରାର ପ୍ରଖ୍ୟାତି ବିଷୟରେ ଶୁଣିଥିଲି । ରଥଯାତ୍ରାର ଅନୁଭୂତି ଅତୁଳନୀୟ । ଏ ବର୍ଷ ମୁଁ ନିଜେ ଅନୁଭବ କଲି ।

ବଡ଼ଦେଉଳରେ ତେତିଶ କୋଟି ଦେବତା । ମାତ୍ର ଯେତିକି ଦିନ ଜଗନ୍ନାଥ ଅଣସର ଘରେ ରହନ୍ତି ସମ୍ପୂର୍ଣ୍ଣ ବେଢ଼ା ପ୍ରଦକ୍ଷିଣ କଲେ ମଧ୍ୟ ଅଧୁରା ମନେହୁଏ । ରଥଯାତ୍ରା ପାଇଁ ବଡ଼ନନାଙ୍କର ସ୍ୱତନ୍ତ୍ର ଡ୍ୟୁଟି ଲାଗିଥିଲା । ସୁବିଧାରେ ଦେଖିବା ପାଇଁ ସେ ଆମର ରାଜପ୍ରାସାଦ ଉପରେ ବସିବାର ସ୍ୱତନ୍ତ୍ର ସୁବିଧା କରାଇ ଦେଇଥିଲେ । ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ତିନିଟି ଯାକ ରଥ ସଜା ହୋଇ ରହିଛି । ଗୋଟିକ ପରେ ଗୋଟିଏ ଭଗବାନଙ୍କ ମୂର୍ତ୍ତିକୁ ଅଣାଲଗା । ବ୍ରାହ୍ମଣମାନେ ବହୁ ଜୋର୍ ଜୋର୍‌ରେ ଶ୍ଳୋକ ପାଠ କରୁଥାଆନ୍ତି । ଘଣ୍ଟା, ମୁର୍ଦ୍ଦଙ୍ଗ, ଝାଞ୍ଜର ତାଳରେ ଚଉଦିଗ ମୁଖରିତ ହୋଇ ଉଠୁଥାଏ । ଭକ୍ତମାନଙ୍କର ଜୟ ଜୟ ଧ୍ୱନି । ବଡ଼ଦାଣ୍ଡରେ ସୋରିଷ ପକାଇବାକୁ ମଧ୍ୟ ସ୍ଥାନ ଅଭାବ ।

ଆଶାର ଗାଁ ସହର

Rate the content


Originality
Flow
Language
Cover design

Comments

Post

Some text some message..