Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫଳନ୍ତି ବୃକ୍ଷ
ଫଳନ୍ତି ବୃକ୍ଷ
★★★★★

© MANOJ KUMAR PANDA

Inspirational

3 Minutes   275    8


Content Ranking

ବହୁ ପୁରାତନ କାଳର କଥା । ପାହାଡର ପାଦ ଦେଶରେ ଗୋଟିଏ ବଡ ଗାଁ ଥିଲା । ଏହି ଗ୍ରାମର ବାହାରେ ଏକ ସୁନ୍ଦର ବୃକ୍ଷଟିଏ ଥାଏ । ସେହି ବୃକ୍ଷରେ ଫଳ ଭର୍ତି ହୋଇଥାଏ । ବାଟରେ ଯିଏ ଯାଆନ୍ତି ଗଛଟିକୁ ଚାହାଁନ୍ତି । କେତେଜଣ ମଧ୍ୟ ଏତେ ସୁନ୍ଦର ପାଚିଲା ଫଳ ଦେଖି ଲୋଭ ସମ୍ଭାଳି ପାରନ୍ତି ନାହିଁ । ଫଳଟି ଦେଖିବାକୁ ଏତେ ସୁନ୍ଦର ହେଲେ କ’ଣ ହେଲା, ଫଳଟି ଯିଏ ଖାଆନ୍ତି କିଛି ସମୟ ପରେ ସେମାନେ ବେହୋସ୍ ହୋଇ ପଡନ୍ତି । ଏପରିକି କେତେକ ମଧ୍ୟ ମୃତ୍ୟୁ ବରଣ କରନ୍ତି । ସେହି ଗ୍ରାମରେ ଚାରିଜଣ ଠକ ପ୍ରକୃତିର ଲୋକ ରହୁଥାଆନ୍ତି । କାମ ନକରି ସବୁ ସମୟରେ ପରଧନକୁ କିପରି ଅକ୍ତିଆର କରିବେ ସେମାନଙ୍କର ଇଚ୍ଛା । ସେମାନଙ୍କର ନାମ ହେଉଛି ରାମ, କାଲା, ଶିବୁ , ଶାମୁ । ଏମାନଙ୍କ ମଧ୍ୟରେ ରାମ ହେଉଛି ସର୍ଦ୍ଧାର୍ । ତାରି କଥାରେ ଏମାନେ ସମସ୍ତେ ପରିଚାଳିତ ହୁଅନ୍ତି । ସେମାନେ ଯେମିତି ଜାଣିଲେ ଯେ, ବୃକ୍ଷର ଫଳ ଖାଇଲେ ଜଣେ ବେହୋସ୍ ହୋଇଯିବ, ସେମାନଙ୍କ ମନକୁ ଏକ ବୁଦ୍ଧି ଆସିଲା ।

ରାମ କହିଲା, “ବଂଧୁମାନେ! ଏଥର ଆମେ ଏହି ନିକଟରେ ଯିବା ଆସିବା ସମୟରେ ଜଗିରହିବା । ଯାତ୍ରୀମାନେ ତ’ ଏଇ ବାଟ ଦେଇ ସବୁବେଳେ ଯିବା ଆସିବା କରୁଛନ୍ତି । ସେମାନେ ଲୋଭ କରି ଏହି ଫଳକୁ ଖାଇବା ପରେ କିଛି ସମୟ ଗଲେ ରାସ୍ତାରେ ବେହୋସ୍ ହୋଇ ପଡିଯିବେ । ଏହାପରେ ଆମେ ସେମାନଙ୍କ ଧନରତ୍ନ ଆରାମ୍ରେ ଲୁଣ୍ଠନ କରିପାରିବା । ପ୍ରକୃତରେ ଭଗବାନ ଆମକୁ ଏତେଦିନ ପରେ ସହାୟ ହୋଇଛନ୍ତି । ଆମକୁ ତା’ହେଲେ ଆଉ ଯାତ୍ରୀମାନଙ୍କୁ ଅତ୍ୟାଚାର କରି ଲୁଣ୍ଠନ କରିବାକୁ ପଡିବ ନାହିଁ ।” ରାମର କଥା ସମସ୍ତଙ୍କ ମନକୁ ପାଇଲା । ତାରି କଥା ଅନୁସାରେ ସମସ୍ତେ ସବୁଦିନ ଆସି ସେହି ସ୍ଥାନରେ ଛପି ଯାଆନ୍ତି । ଯାତ୍ରୀମାନେ ଲୋଭର ବଶବର୍ତ୍ତୀ ହୋଇ ଫଳ ଖାଇଲେ, କିଛି ସମୟପରେ ସେମାନେ ବେହୋସ୍ ହୋଇ ପଡିଯାଆନ୍ତି । ଏହାପରେ ରାମ ଓ ତା’ର ଦଳ ସେମାନଙ୍କୁ ଲୁଣ୍ଠନ କରି ଧନରତ୍ନ ନେଇଯାଆନ୍ତି । ଏହିପରି କୁକାର୍ଯ୍ୟ ସେମାନେ ପ୍ରତିଦିନ କରିଚାଲି ଥାଆନ୍ତି । ଏହାଦ୍ୱାରା ସେମାନେ ଯେଉଁ ଧନ ପାଆନ୍ତି ଚାରିଜଣ ଯାକ ବାଂଟି ନେଇଯାଆନ୍ତି ।

କଛି ଦିନପରେ ସେମାନେ ଅପର୍ଯ୍ୟାପ୍ତ ଧନ ସମ୍ପତ୍ତି ର ମାଲିକ ହୋଇଗଲେ । ଗାଁରେ ଏକ ମହଲ ନିର୍ମାଣ କଲେ । ସେମାନଙ୍କ ପାଖରେ ଏତେ ଧନ ଥିଲା ଯେ ଗ୍ରାମ ମୁଖିଆଙ୍କ ପାଖରେ ମଧ୍ୟ ସେତିକି ଧନ ସମ୍ପତ୍ତି ନଥିଲା । ଗ୍ରାମ ମୁଖିଆଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ହଠାତ୍ ସେମାନଙ୍କର ଏ ପ୍ରକାର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥାଆନ୍ତି । ସେମାନଙ୍କର ଏହି ସଫଳତାର ରହସ୍ୟ ସଂପର୍କରେ ମେସାନଙ୍କୁ ଯେତେ ଯାହା ପଚାରିଲେ ମଧ୍ୟ ସେମାନେ ସବୁ ଭାଗ୍ୟର କରାମତି ବୋଲି କହୁଥାଆନ୍ତି । ସବୁବେଳେ ଭାଙ୍ଗ ପିଇ ଖୁସି ମନରେ ନାଚୁଥାଆନ୍ତି । ଦିନକର କଥା । ରାମ କେଉଁଠୁ ଖବର ପାଇଲେ ଯେ ଆସନ୍ତା କାଲି ଦଳେ ବେପାରୀ ବହୁତ ଧନରତ୍ନ ନେଇ ସେହି ବୃକ୍ଷ ଥିବା ବାଟଦେଇ ଯିବେ । ଯେମିତି ରାମସିଂହ ଏହି ଖବର ପାଇଛନ୍ତି ଚାରିଜଣ ଯାକ ମିଶି ସେମାନଙ୍କର ଯୋଜନା ପ୍ରସ୍ତୁତ କଲେ ।

ପରଦିନ ବୃକ୍ଷ ନିକଟରେ ଜଗି ରହିଲେ । ଠିକ୍ ଦ୍ୱିପହର ବେଳକୁ ବେପାରୀ ଦଳ ଆସି ସେଠାରେ ପହଁଚିଗଲେ । ରାସ୍ତା କଡରେ ଝଙ୍କାଳିଆ ବୃକ୍ଷ ଦେଖି ତା’ର ଛାଇରେ ଟିକେ ଥକ୍କା ମେଂଟାଇବା ପାଇଁ ମନେ ମନେ ସ୍ଥିର କଲେ । ସେମାନେ ଯେମିତି ବୃକ୍ଷରେ ଏତେ ସୁନ୍ଦର ସୁନ୍ଦର ଫଳ ଫଳି ଥିବାର ଦେଖିଲେ, ଲୋଭ ସମ୍ଭାଳି ନପାରି ବୃକ୍ଷ ମଧ୍ୟରୁ ଫଳ ଝଡାଇବାରେ ଲାଗିପଡିଲେ । ବେପାରୀମାନଙ୍କର ଏ ପ୍ରକାର କାର୍ଯ୍ୟ ଦେଖି ଲୁଚି ରହିଥିବା ଚୋରମାନଙ୍କର ଆନନ୍ଦ କଥା କହିଲେ ନସରେ । ସେମାନେ ମନେ ମନେ ସ୍ୱପ୍ନ ଦେଖୁଥାନ୍ତି । ହଠାତ୍ ଏହି ସମୟରେ କେଉଁଆଡୁ ଜଣେ ଲୋକ ଆସି ସେଠାରେ ପହଁଚିଗଲା । ସେହି ଲୋକ ଜଣକ ସେ ଗଛର ଫଳ ସଂପର୍କରେ ଜାଣିଥିଲା । ବେପାରୀମାନଙ୍କର ଏପରି କାର୍ଯ୍ୟକଳାପ ଦେଖି ଲୋକଟି କହିଲା, “ଭାଇମାନେ ! ଏହି ଫଳକୁ ତୁମେମାନେ କ’ଣ ଖାଇବା ପାଇଁ ଝଡାଉଛ? ଯଦି ଖାଇବା ଉଦ୍ଧେଶ୍ୟରେ ଝଡାଉଥାଅ, ତା’ ହେଲେ ଖାଅ ନାହିଁ । କାରଣ ଫଳ ଗୁଡିକ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ତାକୁ ଯିଏ ଖାଇବ ସେ ସଂଗେ ସଂଗେ ବେହୋସ୍ ହୋଇଯିବ । ଏପରିକି ଜୀବନ ମଧ୍ୟ ଚାଲିଯାଇପାରେ । ଆପଣମାନେ ମୋ କଥାରେ ବିଶ୍ୱାସ କରନ୍ତୁ । ନହେଲେ ଆମ ଗ୍ରାମବାସୀ ଏତେ ସୁନ୍ଦର ଫଳ ନଖାଇ ଏଇ ଗଛରେ ସେମିତି ରହିବାକୁ ଦେଇଥାଆନ୍ତେ ।” ଲୋକଟିର କଥା ଶୁଣି ବେପାରୀମାନେ ସଂଗେ ସଂଗେ ହାତରେ ଧରିଥିବା ଫଳ ଫିଙ୍ଗିଦେଲେ । କିଛି ସମୟ ସେଠାରେ ବିଶ୍ରାମ ନେବା ପରେ ନିଜ ରାସ୍ତାରେ ଚାଲିଗଲେ । ବିଚରା ଚୋରଦଳ ଭାଗ୍ୟକୁ ନିନ୍ଦି ମନ ଦୁଃଖରେ ନିଜ ନିଜ ଘରକୁ ଫେରିଗଲେ ।

ପାହାଡ ଧନ ବେପାରୀ

Rate the content


Originality
Flow
Language
Cover design

Comments

Post

Some text some message..