Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pallabi Das

Tragedy

5.0  

Pallabi Das

Tragedy

ଆତ୍ମହୁତି

ଆତ୍ମହୁତି

4 mins
586



ଆଜିପୁଣି ଓଡ଼ିଶା ବନ୍ଦ , ସାଙ୍ଗ ସାଥିଙ୍କ ଠାରୁ ବୁଝି ଜାଣିଲି ଯ ଗ୍ୟାଙ୍ଗରେପ୍ ର ଶିକାର ହୋଇଥିବା କୋରାପୁଟ ର ଝିଅ ଆତ୍ମହତ୍ୟା କରି ଦେଇଥିବାରୁ କିଛି ରାଜନୈତିକ ଦଳ ଏଭଳି ଓଡ଼ିଶା ରୋକ ପଦକ୍ଷେପ ଉଠାଇଛନ୍ତି | ଘରକୁ ଫୋନ କରିବାରୁ, ଆଜି ଭଲ ମନ୍ଦ ପଚାରିବା ଛଡ଼ା ଆହୁରି କେତେ କ'ଣ ଉପଦେଶ ଗୁଡ଼ାଏ ଦେଇ ପକାଇଲେ | ଓଡ଼ିଶା ରୁ 1100 ରୁ ଅଧିକ କିଲୋମିଟର ଦୂରରେ ନିରାପଦ ସ୍ଥାନରେ ରହି ମଧ୍ୟ ଘର ଲୋକଙ୍କ ପାଇଁ ମୁଁ ନିରାପଦ ନୁହଁ ବୋଲି ସେମାନଙ୍କ ପ୍ରତିଟି ଉପଦେଶ ରୁ ଅନୁଭୂତ ହଉଥିଲା | ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ଆଜି ମାଆ ବାପାଙ୍କ ଝିଅ ପାଇଁ ଥିବା ଚିନ୍ତା ଆଗରେ ମୁଁ ହାର୍ ମାନି ଯାଇଥିଲି | କେତେ ଟା ଅମାନୁଷିକ ପ୍ରକୃତିର ଲୋକମାନଙ୍କ ପାଇଁ ପୁରା ସାମାଜ ବଦନାମ ଆଉ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ ହଉଛି | ପ୍ରଥମ ଥର ପାଇଁ ବାପାଙ୍କ ଭିତରେ ଥିବା ଡର ଆଉ ତାଗିଦ୍ ଭରା ସ୍ଵର ମତେ ବାଧ୍ୟ କରିଥିଲା ଖବରଟାକୁ ଭଲ ଭାବରେ ପଢ଼ିବାକୁ | ସକାଳ କ୍ଲାସ ସରିବା ପରେ ଗୋଟେ ହାତରେ ଜଳଖିଆ ଏବଂ ଆଉ ଗୋଟେ ହାତରେ ମୋବାଇଲ ରେ ଇ- ନିଉଜ ପେପର ର ପେଜ ଖୋଲି ବସି ଯାଇଥିଲି ପଢ଼ିବାକୁ | କେବେ କୋରାପୁଟ ଖୋଲା ଆଖିରେ ଦେଖି ନଥିଲେ ବି ସୁଦ୍ଧା, ବିଭିନ୍ନ ପତ୍ରପତ୍ରିକା ଆଉ ଉପନ୍ୟାସରେ ବର୍ଣ୍ଣିତ କୋରାପୁଟ କାହିଁକି କେଜାଣି ମତେ ଭାରି ସୁନ୍ଦର ଲାଗେ | ସବୁଜିମାରେ ଭରା ଜଙ୍ଗଲ, ସବୁଜ କ୍ଷେତ, ଆଖି ନ ପାଉଥିବା ଉଚ୍ଚ ପାହାଡକୁ ଲାଗି ନୁଆଁଣିଆ ଚାଳ ଛପର ମାଟି ଘରମାନ ଆଉ ସେଇ ଘର କାନ୍ଥରେ ଭିନ୍ନ ଭିନ୍ନ ପ୍ରକାରରେ ଅଙ୍କା ଯାଇଥିବା ଚିତା, ଭାରି ମନ ଛୁଆଁ ଲାଗେ | ଏତେ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ବଢ଼ି ଥିବା ଲୋକ ମାନେ ପାଠୋଈ ହୁଅନ୍ତୁ ଅବା ଅପାଠୋଇ, ନିଜର ଗୁଜୁରାଣ ଯେନ ତେନ ଉପାୟରେ ମେଣ୍ଟାଇ ଦଉଥିଲେ, କେବେ ଜଙ୍ଗଲରୁ କାଠ, ଝୁଣା, ଲାଖ ତ କେବେ ମହୁଲ ଆଉ ବାଉଁଶ ବେତ କାରିଗରି କରି ଜୀବନ ବିତୁଥାଏ | କୋରାପୁଟ ସହର ଠାରୁ ବେଶ୍ କିଛି କିଲୋମିଟର ଦୂରରେ ଥିବା ସୁମନ ର ଛୋଟ ଗାଁ ଟି , ତା ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଆଉ ପରମ୍ପରା ପାଇଁ ବେଶ୍ ଜଣାଶୁଣା ଥିଲା | ଆଜି ପୁରା ଗାଁ ରେ ଅଗ୍ନି ର ବିଭୀଷିକା ଛାଇ ଯାଇଥିଲା | କାରଣ ଆଜି ସୁମନ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା | 

ତୁଳସୀ ଦୁଇ ପତ୍ରରୁ ବାସିବା ପରି ଚହଟିଥିଲା ସୁମନ ର ଯୌବନ ଆଉ ତା ସାଥିରେ ତା ପାଠ ପଢ଼ା | ପଞ୍ଚମ ଶ୍ରେଣୀ ପରେ , ପାଠ ପଢ଼ା ପ୍ରତି ଝିଅ ର ଆଗ୍ରହ ଦେଖି , ଟିପ ଚିହ୍ନ ଦଉ ଥିବା ବାପା ମାଆ ଦିଟା ଝିଅ କୁ ପଠେଇଥିଲେ କିଛି କିଲୋମିଟର ଦୂରରେ ଥିବା ଉଚ୍ଚ ବିଦ୍ୟାଳୟ କୁ | ସୁମନ ପ୍ରତିଦିନ ଯିବା ଆସିବା କରୁଥାଏ ଜଙ୍ଗଲ ଭିତରେ ଥିବା ଛୋଟ ଅଙ୍କା ବଙ୍କା ରାସ୍ତା ଦେଇ | କେବେ କେବେ କେହି ସାଙ୍ଗ ସାଥି ମିଳିଯାନ୍ତି ତ କେବେ କୋଉ ଗାଁ ଲୋକ | ୟା ଭିତରେ ସୁମନ ଚଉଦଟା ବୟସ ଅତିକ୍ରମ କରି ସାରିଥିଲା , ବେଶ୍ ସୁରୁଖୁରୁ ରେ ନିଜର ଅଗାଧ ପରିଶ୍ରମ ବଳରେ ନବନ ଶ୍ରେଣୀ ରେ ପହଁଚି ଯାଇଥିଲା | ଆଉ ଗୋଟାଏ ବର୍ଷ ପରେ ସୁମନ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହବାରଥିଲା , ସେଥିପାଇଁ ବାପା ମାଆ ସାହି ପଡ଼ିଶା ଭାଇ ବନ୍ଧୁ ସବୁ ଖୁସି ରେ ଗଦ ଗଦ ହୋଇ ପଡ଼ୁଥାନ୍ତି , ଝିଅ ପାଠୋଇ ବୋଲି କାହିଁ କେତେ ଦୂର ଦୂର ସମ୍ପର୍କୀୟଙ୍କ ବିବାହ ପ୍ରସ୍ତାବ ଆସୁଥାଏ | ସୁମନ ସାଥିରେ ଦୁର୍ଘଟଣା ଘଟିବା ଦିନ ସେ ସ୍କୁଲ ରୁ ଏକା ଚାଲି ଆସିଥିଲା ଘରେ କିଛି କାମ ଥିବାରୁ | ନିରୀହ ନିଷ୍ପାପ ହୃଦୟରେ କେବେ ତାର ଆସିନଥିବ କି ତା ସାଥିରେ ଏତେ ବଡ଼ ଘଟଣା ଘଟିବ ବୋଲି | ଯୋଉ ଅଣ ଓସାରିଆ ପ୍ରାକୃତିକ ପରିବେଶ ଭିତରେ ସେ ଯିବା ଆସିବା କରୁଥିଲା ସେ ରାସ୍ତା ରେ ଏବେ ହୁଏତ ବାପା ମାଆ ମାନେ ନିଜ ଝିଅ କୁ ଛାଡୁନଥିବେ କାଳେ ସୁମନ ପରି ତାଙ୍କ ଝିଅ ସାଥିରେ ଅଘଟଣା ଘଟିବା ଡରରେ | ଗଣ ବଳାତ୍କାର ର ଶିକାର ହୋଇ ସୁମନ ସେଦିନ ଜୀବନ ଆଉ ମରଣ ସାଥିରେ ଲଢ଼ି ଲଢ଼ି କଟକ ବଡ ମେଡିକାଲ ରେ ପଡ଼ିଥିଲା, ତା ଅବସ୍ତା ରେ ସେତେଟା ସ୍ଵଚ୍ଛଳତା ଦେଖା ଯାଇ ନଥିଲା | ବଞ୍ଚିବା ଭୁଲି ଯାଇଥିଲା ସେ, ବାସ୍ ଅନେଇ ରହିଥିଲା, ତା ସାଥିରେ ଦୁଷ୍କର୍ମ କରିଥିବା ମାଂସ ଲୋଭୀ କାମୁକମାନଙ୍କୁ ଉଚିତ୍ ଶାସ୍ତି ମିଳିବା ଯାଏ | କିନ୍ତୁ ସେମିତି କିଛ଼ି ହୋଇନଥିଲା , ବଞ୍ଚି ଯାଇଥିଲା ସେ କିନ୍ତୁ ଦିନ ରାତି ଗୋଟିଏ କରି ସେ ଲଢୁଥିଲା ତା ସାଥିରେ ହୋଇଥିବା ଅଘଟଣା ଯେମିତି ଆଉ କାହା ସାଥିରେ ନଘଟୁ, ଦୁଷ୍ଟ ଚରିତ୍ର ର ଲୋକ ମାନଙ୍କୁ ତାଙ୍କ କର୍ମ ପାଇଁ ଉଚିତ୍ ଶାସ୍ତି ମିଳୁ ବୋଲି | କିନ୍ତୁ ସେମିତି କିଛି ହେଲାନି, ତା ସାଥିରେ ଦୁଷ୍କର୍ମ କରିଥିବା ଲୋକ ମାନଙ୍କ ବିରୁଦ୍ଧରେ ପ୍ରମାଣ ର ଅଭାବ ହୋଇଥିଲା |

ଏଇ ଦିନ କେଇଟାରେ ସୁମନ ନିଜ ଭିତରେ ଆଉ ଗୋଟେ ପରିପକ୍ଵ ସୁମନ କୁ ପାଉଥିଲା | ତା ବିବେକ ବାରମ୍ବାର ତାକୁ ସଂଘର୍ଷ କରିବାକୁ ପ୍ରବର୍ତ୍ତଉଥିଲେ ମଧ୍ୟ ରୁଢ଼ିବାଦି ସାମାଜ ର ନିୟମ ଆଉ ବାରମ୍ବାର ତା ଚରିତ୍ର ଉପରେ ଉଠୁଥିବା ଅପବାଦ ତାକୁ ନିତି କଷ୍ଟ ଦଉଥିଲା |

ତଥାବି ସେ ବଞ୍ଚିଥିଲା , ନ୍ୟାୟ ର ଆଶାରେ |

ସେ ଭୁଲି ଯାଇଥିଲା କି ଏଠି ପଇସା ବଳରେ କିଛ଼ି ବି କରି ହୁଏ ବୋଲି, ତା ସତ୍ୟପ୍ରମାଣ ତକକୁ ନଷ୍ଟ କରି ଦିଆଯାଇଥିଲା ଆଉ ମୁହଁ ବନ୍ଦ ରଖିବାକୁ ବିପୁଳ ପରିମାଣ ରେ ତା ଘର ଲୋକଙ୍କୁ ଟଙ୍କା ଯଚା ଯାଇଥିଲା |

 ଖୋଲା ଆକାଶ ତଳେ ତା ଆଖି ଆଗରେ ତା ଅଭିଯୁକ୍ତମାନେ ନିର୍ଦ୍ଦୋଷ ରେ ଖଲାସ ହୋଇ ବୁଲିବାକୁ ଲାଗିଲେ |

ସୁମନ ନୀତି ଲଢ଼ି ଲଢ଼ି ଥକି ପଡ଼ିଥିଲା , ବାପା ମାଆଙ୍କ ସବୁ ସମ୍ବଳ ସରିଯାଇଥିଲା | ତା ଫାଇଲ୍ ବନ୍ଦ ହୋଇ ଯାଇଥାଏ |

ଅନ୍ଧକାର ରାତ୍ରିରେ ମାଆ ବାପାଙ୍କ କରୁଣ ମୁହଁ ଦୁଇଟିକୁ ଚାହିଁ ଦେଇ ସେ ଚାଲି ଯାଇଥିଲା ଆତ୍ମହତ୍ୟା କରି, ପୁଣି ଥରେ ତା ବନ୍ଦ ହୋଇଥିବା ଫାଇଲ୍ କୁ ଖୋଲିବାକୁ | ତା ଆତ୍ମହତ୍ୟା ପରେ ଠିକ୍ ସେମିତି ହେଲା | ତା ସହ ଘଟିଥିବା ଦାରୁଣ ଘଟଣା ର ଖାତା ପୁଣି ଖୋଲିଲା ସତ କିନ୍ତୁ ସେ ନଥିଲା ଲଢ଼ିବାକୁ, କିନ୍ତୁ ତା ପାଇଁ ଦୌଡ଼ି ଆସିଥିଲେ ତା ଗାଁ ଲୋକ ଆଉ କିଛିଟା ରାଜନୈତିକ ଦଳ | କେନ୍ଦ୍ର ଆଉ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ଛୁଟି ଆସିଥିଲା ତା ପାଇଁ ସହାନୁଭୂତି କିନ୍ତୁ ସେ ନଥିଲା | କେନ୍ଦ୍ର ରୁ କ୍ରାଇମ୍ ବ୍ରାଞ୍ଚ ର ଟିମ୍ ଆସି ତା ବନ୍ଦ ପଡ଼ି ଥିବା ଫାଇଲ୍ କୁ ପୁଣି ଖୋଲିଥିଲେ କିନ୍ତୁ ନ୍ୟାୟ ର ଖୁସି ଅନୁଭବ କରିବାକୁ ସେ ନଥିଲା | ଘରେ ଘରେ ତା ପାଇଁ ଦୁଃଖ ର ବାତାବରଣ ଥିଲା ଲୋକମାନେ ତା ଶାନ୍ତି ପ୍ରାର୍ଥନା କରୁଥିଲେ କ୍ୟାଣ୍ଡେଲ ଜଳେଇ | ସେ ସ୍ଵର୍ଗ ରେ ରହି ସବୁ ଦେଖୁଥିବ ନିଶ୍ଚୟ, ଆଉ ଭାବୁଥିବ କେତେ ଦିନ ଏମିତି ଚାଲିବ ଆଉ କେତେ କ୍ୟାଣ୍ଡେଲ ଲୋକମାନେ ଜାଳିବେ | 

କ୍ୟାଣ୍ଡେଲ ପରିବର୍ତ୍ତେ ଯଦି ଅଭିଯୁକ୍ତ ଙ୍କୁ ଜାଳି ଉଚିତ୍ ନ୍ୟାୟ ମିଳିପାରନ୍ତା ତେବେ କେହି କେବେ ସାହସ ବି କରନ୍ତେ ନାହିଁ ଏଭଳି କୁକର୍ମ କରିବାକୁ | ପ୍ରତିଦିନ ସୁମନ ପରି ଆଉ ତା ଠାରୁ ସାନ, କେତେ ଝିଅ ବଳାତ୍କାର ର ଶିକାର ହଉଛନ୍ତି ଆଉ ବର୍ଷ ବର୍ଷ ଧରି ତାଙ୍କ ଫାଇଲ୍ ଖୋଲା ହୋଇ ପଡ଼ି ରହୁଛି ଆଉ ଅଭିଯୁକ୍ତ ମାନଙ୍କୁ ଶାସ୍ତି ମିଳିବାରେ ବିଳମ୍ବ ହଉଛି, ନ୍ୟାୟର ଆଶାରେ ଏମିତି କେତେ ଝିଅ ନିଜର ବଳିଦାନ ଦେବେ ଯ ! 


Rate this content
Log in

Similar oriya story from Tragedy