Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶିଳା ସିଦ୍ଧି
ଶିଳା ସିଦ୍ଧି
★★★★★

© ସତ୍ୟବତୀ ସ୍ୱାଇଁ

Tragedy

4 Minutes   6.7K    9


Content Ranking

ଶିଳା ସିଦ୍ଧି....ଶିଳା ସିଦ୍ଧି ...ଶିଳା ସିଦ୍ଧି !! କିଏ ସେହି ଶିଳା ସିଦ୍ଧି??ଚିତ୍କାର କଲେ ମିସେସ ଅଲିଭା ପଟ୍ଟନାୟକ।

ଓହୋ ....ଏତେ ଶିକ୍ଷିତ । ଜଣେ ଆସିଷ୍ଟାଣ୍ଡ ତହସିଲଦାର....ତେବେ ବି ଜଣେ ଅଶିକ୍ଷିତ ନାରୀ ପରି ଚିଲୋଉଛ । ହୁଁ... ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ ଅଲିଭା । ଜାଣିଛ ନା ତୁମ ନାରୀ ଜାତିଙ୍କର ଏଇ ସ୍ୱଭାବ ଆମ ପୁରୁଷଙ୍କୁ ବେଳେବେଳେ ବାଧ୍ୟ କରେ କାହାକୁ ଭଲ ପାଇବାକୁ । ତୁମ ମିଛ ସନ୍ଦେହକୁ ସତ କରିବାକୁ ଆମ ପୁରୁଷତ୍ତ୍ୱ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରେ ;ଭାବିଛ ଏଇ ସନ୍ଦେହର ନିଆଁ ଧାସରେ କେତେ ଘର,ମନ,ହୃଦୟ,ସଂପର୍କ ଜଳନ୍ତି ପ୍ରତିଦିନ; କାହାର ନା କାହାର ଡିଭୋର୍ସ ହୁଏ । ରସିକିଆ ଭଙ୍ଗୀରେ କହିଲେ ମିଷ୍ଟର ଅଗମ୍ୟ ପଟ୍ଟନାୟକ ।

ନିଆଁରେ ଘିଅ ଢାଳିଲା ପରି ହୁତ ହୁତ ଜଳି ଉଠିଲେ ଅଲିଭା । ରଖ ତୁମ ଫିଲୋସଫି । ଯାଉ ନ ବୁଢା ବୟସରେ କାହାକୁ ଲାଇନ ମାରିବ ।ଝିଅ ମାରୁଛି ଆଜିକାଲି ନୂଆ ନୂଆ।ଯାଅ ବାବା ଓ ଝିଅ ସାଙ୍ଗ ହେବ।ଜଣେ ଜଣକୁ ଶିଖାଇବ କେମିତି ଜିତନ୍ତି ଲାଇନ ମାରି ଯାଅ... ।।

ଆରେ ...ଆରେ.. ମୋ ଝାନସି ରାଣୀ ଲକ୍ଷ୍ମୀବାଇ । ଏବେ ବି ଅଗମ୍ୟ ହ୍ୟାଣ୍ଡସମ । କେତେ ଝିଅ ମରନ୍ତି ମୋ ପଛେ।ନାମ ପ୍ରତିଷ୍ଠା ଗାଡି ଦାଢ଼ି,ବଡି ସବୁ ଫିଟ ଓ ଫାଇନ।ଏବେ ଚାହିଁଲେ ହଜାର ହାଜର ହେଇ ଯିବେ।

ପଛରେ ମୋତେ ଦୋଷ ଦେବନି ,ହଁ....।

ଆଉ କଣ ଦେଖିବ ବାବା..... ଝପଟି ଆସିଲେ ଅଲିଭା।ବେଶୀ ହେଇ ଯାଉନି ମିଷ୍ଟର କହି ବିଧା ଦି ଚାରିଟା ମାରି ପକାଇଲେ ଛାତିକୁ।ମୁଣ୍ଡ ରଖି କାନ୍ଦି ପକାଇଲେ ଅଭିମାନରେ ଫୁଲି ଫୁଲି ।

ସତରେ ତ ସବୁ ନାରୀ ମନ ଏକା ପରି ଯେତେ ଶିକ୍ଷିତ, ଗଦି,ଗାଦି ରେ ରହିଲେ ବି ଟିକିଏ ଆଘାତରେ ଦୋହଲି ଯାଆନ୍ତି,ବିଶେଷ କରି ସ୍ୱାମୀଙ୍କ

ଭଲ ପାଇବା ନେଇ ଜୀବନର ସବୁ କିଛି ଦାନୀକର୍ଣ୍ଣ ପରି ଅକତାରେ ଦେଇପାରିବେ କିନ୍ତୁ ପାରିବେ ନାହିଁ ସ୍ୱାମୀଙ୍କ ଭଲ ପାଇବାର କାଣିଚାଏ କାହାକୁ।ବାଣ୍ଟି ପାରିବେ ନାହିଁ ସ୍ୱାମୀଙ୍କୁ । ତାଙ୍କ ଆଗେ ମିଛରରେ ବି ଅନ୍ୟ କେଉଁ ନାରୀର ରୂପ,ଗୁଣ,ରୋଷେଇ ଭଲ ପ୍ରଶଂସା କରିଦେଲେ ଖାଲି ଫଁ ଫଁ ହେବେ।ବାରମ୍ବାର କାହାକୁ ଗାଡି ପଛେ ବସେଇଲେ,କି ସାହାଯ୍ୟ ସହଯୋଗର ହାତ ବଢ଼ାଇଲେ ବି ସନ୍ଦେହ । ଫୋନ କଲ ଆସିଲେ ତ ବେଳେ ବେଳେ ମହା ଭାରତ । ଏକଚାଟିଆ ସେଇ ଭଲ ପାଇବାରେ ସାମ୍ରାଜ୍ଞି ହେବାରେ ପ୍ରତେକ ନାରୀର ପ୍ରଥମ ଓ ଶେଷ ଇଚ୍ଛା । ସତରେ ମ ସବୁ ନାରୀ ଗୁଡା ଏ ଦିଗରେ ଭାରି ସ୍ୱାର୍ଥପର !

ମୁଣ୍ଡକୁ ସାଉଁଳେଇ ଅଗମ୍ୟ କହିଲେ କଣ ଯେ.. ମୋତେ ଲାଗୁଛି ତୁମେ ମିସେସ ପଟ୍ଟନାୟକ ବୟସ୍କ ହେଇ ଗଲେଣି । କିବା ଛୋଟ ଛୁଆ।ଟିକେ ଥଟ୍ଟା ମଜା ବି ଯାଉନି ଦେହରେ । କଥା କଣ??

ଉଁ....ଉଁ....ତୁମେ ଆଜିକାଲି ଭାରି ଇ ..ଏ.. ହେଇଗଲଣି କହି ବିଲେଇ ପରି ଗେଲ୍ହେଇ ହୋଇ ଦେହରେ ଘଷି ହୋଇ କହିଲେ ଅଲିଭା।

ମନେମନେ ହସିଲେ ଅଗମ୍ୟ।ସବୁ ନାରୀ ଏମିତି ଟିକିଏ ସେହ୍ନ ପାଇଲେ ସବୁ ଢାଳି ଦିଅନ୍ତି ବିନା ଦ୍ବିଧାରେ ପୁରୁଷ ପାଖେ । ବେଳେ ବେଳେ ଠକି ଯାଅନ୍ତି ବି ଏଇ ସହଜାତ ନିର୍ବୋଧତା ପାଇଁ....।

ଛାତିରୁ ଅଲଗା କରି ଅଗମ୍ୟ କହିଲେ ଏ ..ଏ ...ଅଲିଭା ! କଣ ଲୁଚି ଲୁଚି ନୂଆ ପ୍ରେମ କରୁଥିବା କୁଆଁରୀ ଝିଅ ପରି ହେଉଛ ? କେତେ ବର୍ଷ ମୋ ସହିତ ଘର ସଂସାର କଲଣି ? ଆମର ପରା ଷୋଳ ବର୍ଷର ଝିଅ ହେଲାଣି । ଏଯାଏ କଣ ତୁମେ ମୋତେ ପରକ୍ଷିନ ?

ଶିଳା ସିଦ୍ଧିର ସ୍ୱର୍ଗ ଗୋଟିଏ ଅନୁଷ୍ଠାନର ନାମ । କାଲି ଜିଲ୍ଲାପାଳ ଭାବେ ସେ ଅନୁଷ୍ଠାନର ପନ୍ଦର ତମ ବାର୍ଷିକୀ ଉତ୍ସବକୁ ନିମନ୍ତ୍ରିତ ଅତିଥି ଭାବେ ଯାଇ ଥିଲି । ସେଠି ଯାହା ଦେଖିଲି ମୋ କଳ୍ପନା ବାହାରେ ଥିଲା । ଜାଣିଥିଲି ସେ ଅନୁଷ୍ଠାନର ମାଲିକ ଜଣେ ଅବିବାହିତ ଝିଅ ପ୍ୟାସନ ଡିଜାଇନର । ଯେକି ମାତ୍ର ପଚାଶ ହଜାର ଲୋନ ନେଇ ପ୍ରତିଷ୍ଠାନ ଟିଏ ସୃଷ୍ଟି କରି ଥିଲେ।ଆଜି ଯେ ପାଞ୍ଚ କୋଟି ଟଙ୍କାରେ ପହଂଚି ପାରିଛନ୍ତି । ତାକୁ ପ୍ରୋତ୍ସାହିତ କରିବା ପାଇଁ ସେଠିକୁ ଯାଇଥିଲି । ବାସ୍ତବିକ ଝିଅଟାର ଚିନ୍ତାଧାରାକୁ ତାରିଫ କରିବାକୁ ପଡିବ।ନାଁ ଟା ଯେମିତି ଭିତର ବି ସେମିତି ସୁ ସଞ୍ଜିତ,ସୁ ପରିକଳ୍ପିତ,ଶୃଙ୍ଖଳିତ କାମ ବି ।

ଗେଟ ଖୋଲୁ ଖୋଲୁ ଦେଖିବ ଆମ ପରିବାର ଷ୍ଟାପ କ୍ବାଟର,ତାପରେ କୋଚ ଡିଜାଇନର ରୁମ,ପରକୁ ପର ଆମ କର୍ମଶାଳା,ଆମ ପ୍ରୟୋଗ ଶାଳା,ଆମ ତନଖି ଶାଳା,ପ୍ୟାକିଙ୍ଗ ଶାଳା,ବିତରଣ ଶାଳା ,ଆମ ଅଫିସ ଓ ଶେଷରେ ସ୍ୱୟଂ ମାଲିକ ରୁମ"ଶିଳା ସିଦ୍ଧିରସ୍ୱର୍ଗ" ଛୋଟ ଅକ୍ଷରରେ ଲେଖା ଯାଇଛି ଜୀବନ ବନାମ ସ୍ବପ୍ନ । ଏପରି ଲେଖା ସହ ରୁମର କାମର ସମନ୍ୱୟ ମୋ ଜୀବନରେ ପ୍ରଥମ ଥର ଦେଖିଲି।ମାନିବାକୁ ପଡିବ ଶିଳା ସିଦ୍ଧି ର ସ୍ୱର୍ଗ ଅନୁଷ୍ଠାନ ତଥା ତା ମାଲିକଙ୍କୁ ।

ମାତ୍ର ଜାଣିଛ ତା ମାଲିକ ଜଣେ ଦିବ୍ୟାଙ୍ଗ ଝିଅ।ଯାହାର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ନାହିଁ। ହ୍ବିଲ ଚେୟାରରକୁ ଆଶ୍ରା କରିଛି!! ସବୁଠାରୁ ବିସ୍ମୟ କଥା ଯେ ସେ ଝିଅଟି ମୋ ମାମୁଁ ଘର ଗାଁର, "ସିଲୁ"ଶିଳା ସିଦ୍ଧି ପରିଜା । ଯାହାକୁ ସପ୍ତମ ଶ୍ରେଣୀରେ ପଢିଲା ବେଳେ ସରସ୍ୱତୀ ପୂଜାଦିନ ସାଇକେଲରେ ବସାଇ ଆଣୁଥିଲି । ନୁଆ ପୋଲ ତଳେ ପୋଲକୁ ଉଠୁ ଉଠୁ ସେ ଖସି ପଡ଼ିଲା ପୋଲ ତଳକୁ । ମୋ ମୁଣ୍ଡ ଫଟି ଯାଇଥିଲା । କିନ୍ତୁ ସିଲୁର ଗୋଟିଏ ଗୋଡ ଓ ହାତ ହାଡ଼ ଚୁନ ଚୁନ ହେଇ ଯାଇଥିଲା । ଯେଉଁଥି ପାଇଁ ଗୋଟିଏହାତ ଓ ଗୋଟିଏଗୋଡ ଆଣ୍ଠୁ ତଳକୁ କାଟି ବାକୁ ପଡିଥିଲା ।ମୋ ଯୋଗୁଁ ଯାହାର ଏ ଅବସ୍ଥା;ମୁଁ ତାକୁ ଚିହ୍ନି ପାରିଲି । ଅଷ୍ଟମ ଠାରୁ ମୁଁ ବାପାଙ୍କ ପାଖେ ମାମୁଁ ଘରୁ ଆସି ପଢ଼ିଲି । ସିଲୁର ନଷ୍ଟ ଜୀବନ ପାଇଁ ନିଜକୁ ଦାୟୀ କରି ଆଜି ଯାଏ ମାମୁଁ ଘର ଯାଏନି ଗୋଟିଏ ଗ୍ଲାନିରେ । ଡର ଲାଗେ ସିଲୁ ସାମ୍ନା ସାମ୍ନି ହେବାପାଇଁ । ସେଇ ଦିନୁ ଅତି ଭଲ ପାଉ ଥିବା ମାମୁଁ ଘର ମାଟି ମାଡେନି ।

ହେଲେ ଆଜି ହଠାତ ତାକୁ ଦେଖି ଭାରି ଅପରାଧୀ ଅପରାଧୀ ଲାଗୁଛି । କି ସୁନ୍ଦର ଝିଅର ଜୀବନଟା ମୁ ନଷ୍ଟ କରି ଦେଇଛି ? ଆହୁରି ଲଜ୍ଜା ଲାଗୁଛି ତାକୁ ଚିହ୍ନିଲେବି ଚିହ୍ନା ଦେଲିଣି । ତେବେ ହଁ ଥାଙ୍କ ଗଡ଼ ସେ ମୋତେ ଚିହ୍ନି ପାରିନି । ନଚେତ..।

ଏଇ ସମୟରେ ଫୋନ ମେସେଜ ଟୁଙ୍ଗ କିନା ହେଲା । ଅଗମ୍ୟ ଦେଖିଲା --ଲେଖା ଅଛି ଥ୍ୟାଙ୍କସ ଅଗମ୍ୟ ଓରଫ ଜିଲ୍ଲାପାଳ ମହାଶୟ ଶ୍ରୀଯୁକ୍ତ ଅଗମ୍ୟ ପଟ୍ଟନାୟକ ମୋ ସ୍ୱପ୍ନର ସ୍ୱର୍ଗକୁ ଆସିଥିବାରୁ । ଭାବୁଛକି ମୋ ହ୍ବିଲ ଚେୟାର ପାଇଁ ତୁମେ ଦାୟୀ !! ନାଇଁ ସେଇଟା ମୋ ଭାଗ୍ୟ । ଆହୁରି ଭାବୁଛକି ତୁମକୁ ଚିହ୍ନି ପାରିଲିନି !! ସେ କେମିତି ହେବ ତୁମେ ମୋ ବାଲ୍ୟ ବନ୍ଧୁ....ବାଲ୍ୟ ବନ୍ଧୁ କୁ କିଏ ଭୁଲି ପାରେ ! ତୁମେ ବୋଧେ ଚିହ୍ନି ପାରିଲନି । ମୁଁ ବି ଚାହିଁଲି ନାହିଁ ମୋ ପରିଚୟ ଦେଇ ତୁମକୁ ପଛକୁ ଫେରାଇ ନେବାକୁ । ମୁଁ ଜାଣିଛି ବନ୍ଧୁ ତୁମେ କେବଳ ମୋରି ପାଇଁ ଆମ ଗାଁକୁ ଆସନି । ହେଲେ ବନ୍ଧୁ !କିଛି ଘଟିବା ଆମ ହାତରେ ନଥାଏ;କିନ୍ତୁ କିଛି କରିବା,ଅତି ଆବଶ୍ୟକ ବେଳେ ପାଖରେ ଠିଆ ହେବା ଆମ ହାତରେ ନା ?? ଏଇ ପଚିଶି ବର୍ଷ ଭିତରେ କେବେ ଥରେ ଭାବିଛ କଣ କରୁ ଥିବ ସିଲୁ ? ବଞ୍ଚିଛି ନା ମଲାଣି ? ନା ଡରୁ ଥିଲ ସିଲୁ କିଛି ମାଗିବ ...। ତୁମେ ମୋତେ ଜାଣିଛ କେତେ ସ୍ୱାଭିମାନି ପିଲାଦିନୁ ମୁଁ । ଅନୁଗ୍ରହ,ଦୟା କାହାର ମୁଁ ଘୃଣା କରେ । ମୁଁଜାଣିନଥିଲି ମୋ ନିହାତି ସ୍ୱାର୍ଥପର ବନ୍ଧୁ ଆମ ଜିଲ୍ଲାର ଜିଲ୍ଲାପାଳ ବୋଲି,ନଚେତ ଡାକି ନଥାନ୍ତି । ହଁ ଆଉ ଗୋଟିଏ ଅନୁରୋଧ ତୁମ ମାଇଁ ଯାହା ଭଲ ପାଇବା ପାଇଁ ନିଜ ମାକୁ ,ସହରକୁ ଛାଡି ମାମୁଁଙ୍କ ଗାଁ ରେ ପଢିଥିଲ ସେଇ ମାଇଁ ତୁମକୁ ଦେଖା କରିବାକୁ ଚାତକ ପରି ମରଣ ଶେଯରେ ଅପେକ୍ଷା ରଖିଛି ।ଆ ସିବ ବୋଲି ବିଶ୍ୱାସ । ଶୁଭ ସକାଳ ବନ୍ଧୁ,ବାଏ।

ମିସେସ ଓ ମିଷ୍ଟର ପଟ୍ଟନାୟକଙ୍କ ପାଟିରୁ ଏକା ଥରେ ବାହାରି ପଡ଼ିଲା---ଶିଳା ସିଦ୍ଧି.....। ଆହୁରି ବେଶୀ ବେଶୀ ଅପରାଧୀ ଲାଗିଲା ଜିଲ୍ଲାପାଳ ଠାରୁ ଅଧିକ ବନ୍ଧୁ ଅଗମ୍ୟକୁ।ସତରେ ତ କେତେ ପଶୁ,ସ୍ୱାର୍ଥପର ଟିଏ ସେ।

ଏବଂ ତାପର ଦିନ ମାଇଁ ଆଉଁସୁଥିଲେ ଅଗମ୍ୟର ଦେହ ମୁହଁ......

*********

ସତ୍ୟବତୀସ୍ୱାଇଁ,ମୀନୁ

ବାଲିକୁଦାଜଗତସିଂହପୁର

ସିଲୁ ସାଇକେଲ ଅଗମ୍ୟ

Rate the content


Originality
Flow
Language
Cover design

Comments

Post

Some text some message..