Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରକୀୟା
ପରକୀୟା
★★★★★

© Amiya Bej

Romance

3 Minutes   7.1K    13


Content Ranking

(୧)

'ମାନବ' ପାଇଁ , 'ଶ୍ୱେତା' ଆଉ 'ସିପ୍ରା' ଭିତରେ ସବୁଠାରୁ ବଡ଼ ଫରକ୍ ଏୟାଯେ, ସିପ୍ରା ଢେଉ ଛୁଇଁ ଦେଲେ , ନୀଳ ପଡିଯାଏ ସାରା ସମୁଦ୍ର !!

- ମିଛ ! ସମୁଦ୍ର ଆଜନ୍ମ ନୀଳ ।

- କାଇଁ? ତୁମ ବ୍ୟତିରକେ ମୁଁ ଏ ତଥ୍ୟକୁ ବିଶ୍ୱାସ କରିପାରେନି ।

- ପ୍ରେମାନ୍ଧ ତୁମେ।

- ତୁମପାଇଁ ଏ ଅନ୍ଧତ୍ଵକୁ ଗ୍ରହଣ କରିନେଉଛି ସିପ୍ରା।

- ଦୁର୍ବଳ କରନି ମୋତେ। ଭାରି କଷ୍ଟ ଦେବ ଏସବୁ ଦିନେ।

(୨)

ବର୍ଷ ବର୍ଷ ଧରି ଗୋଟାଏ ନିୟମରେ ବାନ୍ଧିଛନ୍ଦି ହୋଇ ଅଣନିଶ୍ୱାସୀ ହୋଇପଡେନି କି ଦେହମନ ?

ସୁତରାଂ ମୁକୁଳିଯିବାର ଇଛାଟିଏ ହେଲେ , ଅସ୍ୱାଭାବିକ ପୁଣି କ'ଣ ??

ନା ଥାଏ କିଛି ସ୍ୱର୍ଗୀୟପ୍ରେମ , ନା' ଭୋଗିବାରେ କିଛି ନୂଆପଣ।

ଖାଲିଯାହା , ଫିଟିଯାଇ , ଆଉଏକ ବ୍ୟୁହ ଭିତରକୁ ଲମ୍ଫ ଦେବାଟା ହିଁ ପରକୀୟା !!!!!

ସମାଜ ଯା'କୁ ନାପସନ୍ଦ କରେ , ସାମାଜିକ ସେଇସବୁରେ ବେଶି ମନଢାଳେ !!

(୩)

ଥରେ ଖାଲି , ଘରୁ ଗୋଡ଼ କାଢିଲେ, ସାରା ପୃଥିବୀଟା ସିପ୍ରାମୟ। ସମୟ ପୂର୍ବରୁ ଅଫିସ୍ ବାହାରି, ସିପ୍ରା ଘର ଆଗରେ, ଅପେକ୍ଷା କରିବାରେ ବି ଥାଏ ଆନନ୍ଦ। ପ୍ରତୀକ୍ଷା ତ ବଢାଏ ଆବେଗ !

ସିପ୍ରା ଆସେ।ସେଇ ନିତିଦିନିଆ କୈଫିୟତ ଟେ ଦେଇ ଗାଡ଼ି ପଛରେ ଆଉଜି ହୋଇପଡେ। ଏବେ ଗାଡି ମନପବନ ଘୋଡା ତୁଲ୍ୟ ପହଁରି ବୁଲେ ଶୂନ୍ୟରେ। ନସରି , ଲମ୍ବିଯାନ୍ତାକି ରାସ୍ତା! ଅଟକିଯାନ୍ତାକି ସମୟ !

କିନ୍ତୁ ପହଞ୍ଚିଯାଏ ଅଫିସ। ଦୁହେଁଯାକ ମାର୍ଜିତ ହେବାକୁ ଯା' ଚେଷ୍ଟା କଲେବି , ତାଙ୍କୁ ନେଇ ଗୁଞ୍ଜରଣ ଥମେନି ସାରା ଅଫିସରେ।

ନାରୀ , ନାରୀକୁ ସହିପାରେନି। ପୁରୁଷ ଅନ୍ୟର ସୌଭାଗ୍ୟ ଦେଖି ନିଜ ଭାଗ୍ୟକୁ ଅଯୋଗ୍ୟ କରିଦିଏ।

ବେଖାପ୍ , ବେପରୁଆ ଜୀବନ ଅଧିକ ସ୍ୱାଦିଷ୍ଟ। ପରବାଏ କରନ୍ତିନି ଦୁହେଁ ।ଦେହସୁଆ ବି ହୋଇଗଲାଣି ଏସବୁ। ଅନ୍ୟର କଥାକୁ ଗୁରୁତ୍ୱ ଦେବାର ଅର୍ଥ, ନିଜ ଜୀବନ, ପର ନିୟନ୍ତ୍ରଣାଧୀନ।

ସଂଜ ହୁଏ। ସିପ୍ରା ଘର ପାଖରେ ଓହ୍ଲାଇବା ପରେ ହିଁ, ବୁଝାପଡେ ଯନ୍ତ୍ରଣା।

ଆଶ୍ୱାସନା ଭରା ମୁହଁରେ , ସିପ୍ରା ଅବ୍ୟକ୍ତ ଭାବ ଫେରାଏ -

- ଯାଅ ! ପୁଣି କାଲିକୁ।

ଘରମୁହାଁ ହୁଏ ମାନବ।

(୪)

ବିବାହିତ ପୁରୁଷ କୁ ବହୁକିଛିରେ 'ନା' ! ଠିକ୍ ପଘାଗ୍ରସ୍ଥ ଗୋରୁଟିଏ ପରି। ପଘାର ଅପର ମୁଣ୍ଡ ଟି ବାନ୍ଧି ହୋଇରୁହେ , ସଂସାରର ମଝିଖୁଣ୍ଟରେ!!

ମାନବର ଫେରିବା ସମୟରେ, ସବୁ କାମ ବାତିଲ କରିଦିଏ ଶ୍ୱେତା। ତା'ପାଇଁ ଅପେକ୍ଷାର ଅର୍ଥ ଦାୟିତ୍ୱ।

ଶ୍ୱେତାର ଏଇ ଦାୟିତ୍ୱପଣ ସବୁ ଦେଖି , ଝୁଣ୍ଟିପଡେ ମାନବ ! ନିଜ ଦାୟିତ୍ୱବୋଧତା କୁ ଚୁପ୍କି ପ୍ରଶ୍ନ କରେ।

ସବୁ ଠିକ୍ଠାକ୍ ଚାଲିଛି ତ ?

ମାନବ ନିଜଘରେ ଅସହଜ ହୁଏ। ସହଜ ହେବାକୁ ଢେର୍ ଚେଷ୍ଟାକରେ। ଲାଗିରହେ ଶ୍ୱେତା ସହ। କିନ୍ତୁ କାଇଁ???

ସ୍ତ୍ରୀ ଟିଏ ପାଖରେ, କାହିଁକି ଅଭାବ ରୁହେ ଯେ' ପ୍ରେମଭାଗ ??

ଶ୍ୱେତା କଡ ଲେଉଟାଏ। ନିମନ୍ତ୍ରଣରେ ନିଜପଣ ନରହିଲେ, ରାଜଭୋଗ ବି ଅସ୍ୱାଦ । ପୁଣି ମନେପଡେ ସିପ୍ରା ! ଶ୍ୱେତା ଭିତରେ ସିପ୍ରା ଖୋଜିବାକୁ , ଛାତି ଉପରକୁ ଭିଡିଆଣେ ମାନବ। ନିରୁତ୍ସାହ ଶ୍ୱେତା , ମନେହୁଏ ସିପ୍ରା ପରି। ପରିତୃପ୍ତିର ଶେଷତମ ଖୁସିଟିଏ ମୁହଁରେ ଆଙ୍କି ନିଦ୍ରାଯାଏ ସେ ।

ପଡିରୁହେ ଶ୍ୱେତା।

ପୁରୁଷ କେବେ ନାରୀକୁ ଶାନ୍ତିନିଦ ଦେଇଛି ନା ଦେବ ??

ବାସ୍ ! ସକାଳ ହେଲେ ମାଡିପଡେ ଦାୟିତ୍ୱବୋଧ । ମାନବ ବି ବ୍ୟସ୍ତ ହୁଏ କେମିତି ଅଫିସ ଯିବ।

ମୋଟାମୋଟି ସଂସାର ଚାଲେ ଏଇମିତି !!

(୫)

- ମାନବ !

- ହଁ! କୁହ ସିପ୍ରା।

- ଜାଣ ? ଦୁନିଆ ଆଖିରେ ଆଖିପତା ନଥାଏ।

- ମାନେ?

- ମାନେ, କିଛି କଥା ଲୁଚିରହେନି। ସମୟକ୍ରମେ ସବୁସତ ଦୁନିଆ ଜାଣିନିଏ।

- କ'ଣ ଯେ' ?

- ଅଫିସ୍ ବାହାରେ ବି ଆମଦୁହିଁଙ୍କୁ ନେଇ ଏବେ ଖୁବ୍ଚର୍ଚ୍ଚା। ବାରୁଦ ଭରା ସରିଛି। ଖାଲି ବିସ୍ଫୋରଣ ବାକି ।

- ତେବେ ?

- ପୂର୍ଣ୍ଣଛେଦ।

- ହ୍ୱଆର୍ଟ?

- ହଁଅଁ! ବିଳମ୍ବରେ ଜାଣିଲି, ପ୍ରେମ କରିବା ପାପ ନୁହଁ। କିନ୍ତୁ ବିବାହିତ ପୁରୁଷ ସହ ଅଯଥା ଅଡୁଆ।

- ସିପ୍ରା! ବିଳମ୍ବ ତ ଏତେ ଯେ' ପଛମୁହାଁ ହେବାବି ଅସମ୍ଭବ!

- ଆଗକୁ ବଢିବାବି ବିପଦ। ବାଧ୍ୟ କରନି। ମୁଁ ପ୍ରେମିକା , ସ୍ତ୍ରୀ ନୁହେଁ।

- ସିପ୍ରା ?

- ବୁଝିବାକୁ ଚେଷ୍ଟାକର ମାନବ । ନିଜ ଭବିଷ୍ୟତ କୁ ବି ତ ଭଲପାଇବାକୁ ହେବ।

(୬)

ପ୍ରତ୍ୟାଖ୍ୟାନ, ପୁରୁଷର ସର୍ବାଧିକ ଅପମାନ। ମଣିଷ ଚୁରମାର୍ ହୋଇଗଲାପରେ, ସାମାନ୍ୟ କଅଁଳ ଆଉଁସା ବି ଅମୄତସମ ବୋଧ ହୁଏ।

ଶ୍ୱେତାକୁ , ସିପ୍ରା ମନେକରି , ସୁଖ ଭୋଗିବାର ଇଛା ବି ମରିସାରିଥିଲା ସେଇଦିନୁ। ଏବେ କଡମାଡି ଶୋଇରହିବାର ବେଳ ମାନବ ର।

.... .... .... କିନ୍ତୁ ! ଏବେଏବେ ଶ୍ୱେତା କାହିଁକି ଯେ' ଭାରି ଚଳଚଞ୍ଚଳ !! ଶୋଇପଡିଥିବା ମନଟିକୁ ଅନିଦ୍ରା ରୋଗ ଆକ୍ରାନ୍ତ କରିଦେଇଛି ଯେମିତି। ଭାରି ଅସ୍ତବ୍ୟସ୍ତ କରିପକାଉଛି ସେ ଏବେ ମାନବକୁ।

ଭାବପ୍ରବଣତା ବିଛଣାରେ ହିଁ ଅଧିକା ପ୍ରମାଣିତ ହୁଏ। ଶ୍ୱେତା ଏବେ କେଉଁ ପ୍ରବଣତାରେ ଅଛି କେଯାଣି ????????

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ପ୍ରେମ ପ୍ରତ୍ୟାକ୍ଷାନ ଆବେଗ ପ୍ରତିକ୍ଷା

Rate the content


Originality
Flow
Language
Cover design

Comments

Post

Some text some message..