Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରେମରୁ ବନ୍ଧୁତା
ପ୍ରେମରୁ ବନ୍ଧୁତା
★★★★★

© Narendra Sahu

Others Tragedy

4 Minutes   7.9K    20


Content Ranking

("ପ୍ରେମ" ଏମିତି ଏକ ଶବ୍ଦ ଯାହାର ବିସ୍ତାରକୁ ଆମେ କେବଳ ଯେ ବାହ୍ଯ ଚାକଚକ୍ଯ ଓ କିଛି ପାଇବା ଓ କିଛି ଦେବା ମଧ୍ଯରେ ସୀମିତ-ଏହା ଭୂଲ।ଏଥିରେ ରହିଛି ଅନେକ ନୈସର୍ଗିକ ତ୍ଯାଗର ଆନନ୍ଦ ଓ ଅନ୍ତରର ଉଦ୍ଧୀପନା। ଚାଲନ୍ତୁ ପଢିବା ସେମିତି ଏକ କାହାଣୀ,ଯାହା ପ୍ରେମର ତ୍ଯାଗ ଯୋଗୁଁ ବନ୍ଧୁତାରେ ପରିଣତ ହୋଇଛି।

ତେବେ ଚାଲନ୍ତୁ ଗଳ୍ପକୁ ଯିବା।)

ସୁନନ୍ଦା ବାରମ୍ବାର ନିଜର ମୋବାଇଲ ଫୋନ୍ କୁ ଦେଖୁଥାନ୍ତି।ମନରେ ଥାଏ ଅସୁମାରି ଆଶା ଓ ବିଶ୍ୱାସ ତା ବୋଉ ତା ପାଇଁ ଠାକୁର ପାଖରେ ଭୋଗ ଲଗେଇଛି ଯେମିତି ବି ହେଉ ଆଜି ଯେମିତି ହେଲେ କୋଉଠି ନା କୋଉଠୁ କେହି ଜଣେ ଫୋନ୍ କରି କହିପାରେ ଯେ କିଡନୀ ଉପଲବ୍ଧ ଅଛି,ଆପଣଙ୍କ ବିଜ୍ଞାପନ ଅନୁସାରେ।ଏହି ସବୁ ଭିତରେ ସମସ୍ତ ଖବର କାଗଜରେ ଦୀର୍ଘ ୮ ଦିନ ତଳୁ ବିଜ୍ଞାପନ ପ୍ରକାଶ କରାଯାଇଥିଲେ ମଧ୍ଯ ଆଜି ଯାଏଁ ଗୋଟିଏ ହେଲେ ଫୋନ୍ କଲ୍ ଆସି ନାହିଁ।ଏମିତି କି କିଡନୀ ବାବଦରେ ଅର୍ଥ ରାଶି ଘୋଷଣା କରାଯିବା ପରେ ମଧ୍ଯ କିଡନୀ ଦାନ କରିବା ବ୍ଯକ୍ତି ନ ମିଳିବା ସୁନନ୍ଦାକୁ ଆହୁରି ପରିସ୍ଥିତି ଭୟାବହ ଦିଶୁଅଛି।କାରଣ,ଡାକ୍ତରଙ୍କ କହିବା ମୁତାବକ ଆଉ ମାତ୍ର ଦୁଇଦିନ ଭିତରେ ଯଦି କିଡନୀ ନ ମିଳେ ତା ହେଲେ ନିଜର ଜୀବନର ଭବିଷ୍ଯତ କଣ ହେବ?ଯୋଉ ପ୍ରତାପଙ୍କୁ ପାଇବା ପାଇଁ ସିଏ ପ୍ରତ୍ଯାଖାନ କରିଛି ପ୍ରୀତିଶ୍ ଭଳି ଜଣେ ଶାନ୍ତ, ଶିଷ୍ଟ, ସରଳ ,ନିଷ୍କପଟ ପିଲାର ଭଲ ପାଇବାକୁ।ସେ ଯାହା ହେଉ ଜୀବନ ଯେତେବେଳେ ମଣିଷକୁ ଆଣି ଦୋଛକିରେ ରଖି ଦେଇପାରେ ସେତେବେଳେ ମଣିଷ ଭାବିପାରେନା କୋଉ ରାସ୍ତାକୁ ବାଛି ନେବ,ନିଜେ ବି ଜାଣିପାରେନା।ତେଣୁ ଏଭଳି ପରିସ୍ଥିତିରେ ନିଜର ସିନ୍ଦୂରକୁ ବଞ୍ଚାଇବାକୁ ଚାହେଁ ସୁନନ୍ଦା।ଆଖିର ଲୁହକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରେ ସୁନନ୍ଦା କିନ୍ତୁ ,ଏ କଣ ଲୁହ ଗୁଡାକ ଆଜି ଆପେ ଆପେ ଦୁଃଖର ଶ୍ରାବଣ ଟୋପା ହୋଇ ବୋହିଯାଉଛି।ଏ କଥା ଭାବୁ ଭାବୁ ହଠାତ୍ ମୋବାଇଲ୍ ଫୋନ୍ ପୁଣି ଥରେ ବାଜି ଉଠିଲା।

ହ୍ଯାଲୋ ...

ସୁନନ୍ଦା:-ହଁ ହ୍ଯାଲୋ,କିଏ କହୁଥିଲେ?

ସେପଟରୁ:-ଆଜ୍ଞା,ମୁଁ ଆପଣଙ୍କ ବିଜ୍ଞାପନ ଦେଖି ଜାଣିବାକୁ ପାଇଲି ଯେ ଆପଣଙ୍କର କୁଆଡେ ଗୋଟେ କିଡନୀ ଦରକାର ଥିଲା ।ସେଥି ଲାଗି ବିଜ୍ଞାପନରୁ ଏହି ନମ୍ବର ଦେଖି ଫୋନ୍ କଲି।

ସୁନନ୍ଦା:-ହଁ ଆଜ୍ଞା କୁହନ୍ତୁ କିଏ କିଡନୀ ଦେବେ?

ସେ ପଟରୁ ଶୁଭିଲା,ଆଜ୍ଞା ମୁଁ ନିଜେ।

ସୁନନ୍ଦା:-ପରଦିନ ଆସନ୍ତୁ ଏମସ୍ ହସପିଟାଲ,ଭୂବନେଶ୍ୱର।ସେଠାରେ ମୋ ସ୍ୱାମୀଙ୍କର କିଡନୀ ପ୍ରତ୍ଯାରୋପଣ ହେବ ।

ହେଉ ଆଜ୍ଞା କହି ସେ ପଟରୁ ଫୋନ୍ କଟିଗଲା।ଫୋନ୍ କୁ ରଖୁ ରଖୁ ପୁଣି ସୁନନ୍ଦାଙ୍କ ଆଖିରୁ ଅଦିନିଆ ବର୍ଷା ଧାର ଭଳି ଲୁହ ଗୁଡାକ ବୋହି ଆସିଲା।କାରଣ ସିଏ ଭାବିଲା ତା ଜୀବନରେ ଆଶାର କିରଣ ସତରେ କଣ ଝଲସି ଉଠିବ।

ନିର୍ଦ୍ଧାରିତ ସମୟ ପୂର୍ବରୁ ସେହି ଅଜଣା ବ୍ଯକ୍ତି ଜଣକ ପହଞ୍ଚିଗଲେ ସୁନନ୍ଦାର ଶାଶୁ ଘର ପରିବାର ଲୋକଙ୍କ ପାଖେ ଆଉ କିଡନୀ ପ୍ରତ୍ଯାରୋପଣ ପାଇଁ ଆବଶ୍ଯକୀୟ କାଗଜ ପତ୍ରରେ ଦସ୍ତଖତ ସହ ଅପରେସନ ଥିଏଟରରେ ଆଡମିଟ୍ ହେଲା।

ଏପଟେ ସୁନନ୍ଦା ନିଜର ସ୍ୱାମୀର ଆରୋଗ୍ଯ କାମନା କରିବା ପାଇଁ ମନ୍ଦିରରେ ପୂଜା କରି ହସପିଟାଲରେ ପହଞ୍ଚିବା ପୂର୍ବରୁ କିଡନୀ ଦେଇଥିବା ଲୋକଟି ଚାଲିଯାଇଥିଲା।ଡାକ୍ତର ଓ ଅନ୍ଯ କର୍ମଚାରୀଙ୍କ କହିବା ଅନୁସାରେ ଅପେରସନ ସଫଳତାର ସହ ସମାପ୍ତ ହୋଇଛି।ନିଜକୁ ସମ୍ଭାଳି ଟିକେ ନିଃଶ୍ୱାସ ମାରିଲା ସୁନନ୍ଦା।

କିନ୍ତୁ ଅସମୟରେ ନିଜର ଲିଭିଯାଉଥିବା ଦୀପକୁ ପୁନର୍ବାର ଜଳାଇ ଦେଇଥିବା ବ୍ଯକ୍ତିତ୍ୱକୁ ଖୋଜିବାରେ ଲାଗିଲା ସୁନନ୍ଦା।କିନ୍ତୁ ପରିଶେଷରେ ସେ ପଚାରି ବୁଝିଲା ନିଜ ଶାଶୁ ଘର ଲୋକଙ୍କୁ ସେ ମହାନ୍ ପୁରୁଷ କିଏ?ଯିଏ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ଆଉ ଜଣେ ଅଚିହ୍ନା ଅଜଣା ଲୋକ ପାଇଁ ଆଗେଇ ଆସିଲା।ଭାବିଲା ବେଳକୁ ସୁନନ୍ଦା ମନରେ କୃତଜ୍ଞତାର ଲୁହ ଗୁଡାକୁ ଆପେ ଆପେ ବୋହି ଯାଉଛି ଏହି ଅଭାଗିନୀ ସୁନନ୍ଦାର।ପରିବାର ଲୋକେ କହିଲେ ସେହି ବ୍ଯକ୍ତି ବିଶେଷ ତାଙ୍କର ଜରୁରୀ କାମ ଅଛି କହି,ପାଉଣା ନ ନେଇ ଚାଲିଗଲେ ଓ ସେହି ଦିନ ଆସିବେ,ଯୋଉ ଦିନ ପ୍ରତାପର ମେଡିକାଲ ଡିସଚାର୍ଜ ହେବ।

ଏ ସବୁ ଭିତରେ ସୁନନ୍ଦା ପ୍ରତାପର ଦେଖାଶୁଣା କରେ।ଧୀରେ ଧୀରେ ଭଲ ହୋଇ ଆସନ୍ତି ପ୍ରତାପ।ଅପେରସନର ଠିକ୍ ୭ ଦିନ ପରେ ଡିସଚାର୍ଜ ହେବାକୁ ପରିବାର ଲୋକେ ପ୍ରସ୍ତୁତ ହେଉଥାନ୍ତି।ସୁନନ୍ଦା ଖୋଜୁଥାଏ ସେହି ମହାନ୍ ଲୋକକୁ କେତେବେଳେ ଆସିବେ ତାଙ୍କୁ ଦେଖିବ ଆଉ କଣ କହି କୃତଜ୍ଞତା ଜଣାଇବ ଏ ସବୁ ଭାବି ବାରମ୍ବାର ଏପଟ ସେପଟ ଚାହୁଁଥାଏ।

ଠିକ୍ ଏତିକି ବେଳେ ଜଣେ ବ୍ଯକ୍ତି ହାତର ଫଳର ପ୍ଯାକେଟ ଓ ଫୁଲ ତୋଡାଟି ଧରି ପ୍ରତାପର ମେଡିକାଲ ବେଡ୍ ଆଡକୁ ଆସୁଥିବାର ଦେଖିଲା ସୁନନ୍ଦା,ସେ ଲୋକଟି ବେଡ୍ ର ଯେତେ ନିକଟତର ହେଲା ଦେଖିଲା ସୁନନ୍ଦା ସେ ପ୍ରତାପ ପାଖାପାଖି ଆସି ଗଲାଣି ଆଉ ପାଖରେ ବସି ପଡି ପ୍ରତାପକୁ ଶୁଭେଚ୍ଛା ଜଣାଇବା ସହ ଆହୁରି ଆରୋଗ୍ଯ କାମନା କରି ,ସୁନନ୍ଦା ଆଡେ ଚାହିଁଲା ବେଳକୁ ସୁନନ୍ଦା ଆଖି ଲୁହରେ ଟଳମଳ ହୋଇ ଖୁସିର ମୁକ୍ତା ଗୁଡିକ ଖସି ଖସିବାକୁ ଲାଗିଲା।ଏ ସମୟରେ ସୁନନ୍ଦାର ଶଶୁର କହିଲେ ଏହି ହେଉଛନ୍ତି ସେହି ବ୍ଯକ୍ତି ଯିଏ କି ଆମ ପ୍ରତାପକୁ ପୁନଃ ଜନ୍ମ ଦେଇଛନ୍ତି।ଏହି କଥା ଶୁଣି ସୁନନ୍ଦା ନିଜକୁ ଲଜ୍ଜ୍ଯା ଅନୁଭବ କଲା ଓ ଦେବତା ଭଳି ଅକୁଣ୍ଠିତ ହୋଇ ସାହାଯ୍ଯର ହାତ ବଢେଇଥିବା ବ୍ଯକ୍ତି ଯେ ପ୍ରୀତିଶ୍ ହୋଇଥିବେ ସେ ସହଜରେ ବିଶ୍ୱାସ କରି ପାରିଲା ନାହିଁ।

ତେଣୁ ସେ ପ୍ରୀତିଶ୍ ପାଖକୁ ଯାଇ ହାତ ଯୋଡି କହିଲା-ମୋର ଭୂଲ ହୋଇଛି ପ୍ରତୀଶ୍ ମୁଁ ସିନା ମିଛ ଅହଙ୍କାରରେ ପଡି ତୁମକୁ ନୀଚ୍ଚ ଜାତିର କହି ତୁମକୁ ବିବାହ କରିବାକୁ ମନା କରି ତୁମ ପ୍ରେମକୁ ପ୍ରତ୍ଯାଖାନ କଲି।କିନ୍ତୁ ତୁମେ ତା ବଦଳରେ ଯୋଉ ପାଉଣା ଦେଲ ତାହା କୌଣସି ବନ୍ଧୁ ମଧ୍ଯ କରିବ ନାହିଁ।ତୁମେ ତ ଏ ଭଳି କାମ କରି ମୋତେ ପୁରା ଲଜ୍ଜିତ କରିଦେଲ।ମୁଁ ଏ ଜନ୍ମରେ କଣ ସାତ ଜନ୍ମରେ ମଧ୍ଯ ତୁମ ଋଣ ଶୁଝିପାରିବି ନାହିଁ, କହି ପାଦ ତଳେ ପଡିଗଲା ସୁନନ୍ଦା।

ପ୍ରୀତିଶ୍:- ଆରେ ଆରେ ସୁନନ୍ଦା ଏ କଣ କରୁଛ,ଉଠ ଉଠ କହୁଛି।ତୁମେ କହୁଥିଲ ନା କେବଳ ବନ୍ଧୁ ହିଁ ଏ ଭଳି କାମ କରିପାରିବ।ତେଣୁ,ଧରି ନିଅ ମୁଁ ଆଜି ଠାରୁ ଜଣେ ବନ୍ଧୁ।

ଏଥର ଖୁସି ତ?

ସୁନନ୍ଦା ମୁଣ୍ଡ ଟୁଙ୍ଗାରି ହଁ ଭରିଲା ଓ ସମସ୍ତଙ୍କୁ କହିଲା ନିଜର ଅତୀତ ଓ ଅତୀତର ଘଟଣା ସବୁ,ତା ପରେ ଅନୁଭବ କଲା ଯେ ପ୍ରେମ ମାନେ ଯେ ମନ ଦିଆନିଆର ଭଲପାଇବା କି କିଛି ପାଇବାର ଆଶା ରଖଥିବା ଗୋଟିଏ ସଂପର୍କ ନୁହେଁ।ଏହା ତ୍ଯାଗ ମହାନୀୟତାର ସଂପର୍କ।ଆଜି ଯେମିତି ତା ଜୀବନରେ, ପ୍ରେମ ତା ପାଇଁ ବନ୍ଧୁତା ସାଜିଲା।

ସମାପ୍ତ

ନରେନ୍ଦ୍ର ସାହୁ,ଉ:ପ୍ରା ବିଦ୍ଯାଳୟ ,ଡଭାର,ଗଂଜାମ।

ସୁନନ୍ଦା କିଡନୀ ପ୍ରୀତିଶ୍

Rate the content


Originality
Flow
Language
Cover design

Comments

Post

Some text some message..