Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପାଣି
ପାଣି
★★★★★

© Akshayakumar Dash

Abstract

1 Minutes   418    17


Content Ranking

ପାଣି ପିଇବାକୁ ଚାହିଁଲେ ମିଳିଲାନି । ଗାଧୋଇବା ତ ଦୂର କଥା ।କଥାରେ ଅଛି ଜଳ ବିହୁନେ ସର୍ବ ନାଶ ।


ଭୁବନେଶ୍ୱରରେ ରୁହନ୍ତି ଧନେଶ୍ୱର । ଜଣେ ସରକାରୀ କର୍ମଚାରୀ । ପରିବାର ମିଶି ପାଞ୍ଚଜଣ । ପୁଅ ଝିଅ ସ୍ୱାମୀ ସ୍ତ୍ରୀ ଓ ମା । ଫନି ବାତ୍ୟା ଯାହା ତ କ୍ଷତି କରି ଚାଲିଗଲା ଛାଡିଗଲା ଦାରୁଣ ଯନ୍ତ୍ରଣା । ଦିନେ ଦୁଇଦିନ କଷ୍ଟେ ମଷ୍ଟେ ଚଳିଗଲେ । ପାଣି ସମସ୍ୟା । ଆଖ ପାଖରେ ନଳକୂଅ ନଥିଲା । କିଣିକରି ଆଣିବାକୁ ଦୋକାନ ବଜାର ବନ୍ଦ । ବୋତଲେ ପାଣି ରାତିକ ପାଇଁ ଜରୁରୀ । ଘରେ ବୁଢ଼ୀ ମା ।ରାତିରେ ପାଣି ଖୋଜିଲେ ଧନେଶ୍ୱର ।

ବରମୁଣ୍ଡ। ବସଷ୍ଟାଣ୍ଡ ପାଖରେ କାଳୀମନ୍ଦିର । ବାହାରେ ପାଣିଟ୍ୟାପ ଦେଖି ସାଇକେଲରୁ ଓହ୍ଲାଇ ବୋତଲ ନେଇ ଟ୍ୟାପ ଖୋଲିଲେ । ବୁନ୍ଦେ ବି ପାଣି ପଡୁନି । ଚାଲିଲେ ଇସ୍କନ । ଟ୍ୟାପଟିଏ ଗୋଡହାତ ଧୋଇବାନେଇ ଥିଲା । ସେଠି ମଧ୍ୟ ପାଣିବୁନ୍ଦେ ନାହିଁ । ନିରାଶରେ ଫେରିଲେ ।


ଘରେ ଖାଳିବତଲଟା ଥୋଇଦେଲେ । ସ୍ତ୍ରୀ ଉର୍ମିଳା ଗାଳିଦେଲେ ।ବୋତଲେ ପାଣି ଆଣିଲଣି ମା କଣ ପିଇବେ । ପାଖ ପଡିଶାଘର ଜଣେ ଉଛ ପଦସ୍ତ କର୍ମଚାରୀ ଥିଲେ । ମନସ୍ତ କଲେ ତାଙ୍କ ଘରକୁ ଯିବେ । ବୋତଲେ ପାଣି ମାଗିବେ । ବୋତଲ ଧରି ବାହାରକୁ ବାହାରି ଦେଖିଲେ ସେ ପଡିଶା ଘରର କାମବାଲୀ ବାଲ୍ଟି ଧରି ପାଣି ମାଗୁଛି । ବାବୁଆଣି ମତେ ବାଲ୍ଟିଏ ପାଣି ନେବାକୁ ପଠେଇଛନ୍ତି । ଦେବେ କି ?

ପାଣି ଧନେଶ୍ୱର କାମବାଲୀ

Rate the content


Originality
Flow
Language
Cover design

Comments

Post

Some text some message..