Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Others Abstract

2.5  

Rasmi Rekha Tripathy

Inspirational Others Abstract

ଫେସନ୍

ଫେସନ୍

1 min
7.4K



: ତୋ ଶ୍ୱଶୁର କହୁଥିଲେ ପୁଅର ବୋଧେ ପଇସା ପତ୍ର କିଛି ଅସୁବିଧା ହେଉଛି l ସେଥିପାଇଁ ପିଲାଙ୍କ ପାଇଁ ଡ୍ରେସ୍ କିଣି ପାରୁନି l ତୁ ଏ ଟଙ୍କା ରଖ l ବାବୁ ଓ ରୁନା ପାଇଁ ଭଲ ପୋଷାକ ନେଇ ଆସିବୁ l ବାବୁ ସବୁଦିନେ ଚିରା ଫଟା ପିନ୍ଧି ଯାଉଛି l ରୁନା ପାଇଁ କେବେଠୁ ଡ୍ରେସ୍ କିଣା ହେଇନି କେଜାଣି, ସବୁ ଛୋଟ ହେଇଗଲାଣି ତାକୁ l ମୋ ହାତରେ ପାଞ୍ଚ ହଜାର ଟଙ୍କା ଧରେଇ ଦେଇ ଶାଶୁ କହିଲେ l

ବାବୁର ଫଟା ଜିନ୍ସ୍ ଓ ରୁନାର ୱାନ୍ ଥାର୍ଡ୍ ଲେଗିଙ୍ଗସ୍ ଦେଖି ଶାଶୁ ଓ ଶ୍ୱଶୁର ମୋର ଭାବୁଥିଲେ ତାଙ୍କ ପୁଅ ଅଭାବ ଭିତରେ ଥାଇ ପିଲାଙ୍କ ଡ୍ରେସ୍ କିଣି ପାରୁ ନାହାନ୍ତି l

ମୁଁ ନିରବରେ ଧରିଲି ଟଙ୍କା ସବୁ l କିନ୍ତୁ ତାଙ୍କୁ ବୁଝେଇ ପାରିଲିନି ଯେ ସେ ଯାହାକୁ ଚିରା ଫଟା ଛୋଟ ଡ୍ରେସ୍ ବୋଲି କହୁଛନ୍ତି ସେ ସବୁ ଆଜି କାଲିକା ଛୁଆଙ୍କ ଫେସନ୍ l


Rate this content
Log in

Similar oriya story from Inspirational