Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୋଉ ଗୀତ
ବୋଉ ଗୀତ
★★★★★

© Narmada Sahu

Tragedy

3 Minutes   7.0K    15


Content Ranking

ମମ୍ମି ମମ୍ମି କହି ଚିତ୍କାର କରି ଉଠିଲା ସୋନି। ନିଦରେ ଉଠି ମଣିଷକୁ ତାର ଅନ୍ଧାରରେ ଅଣ୍ଡାଳି କୁଣ୍ଡେଇ ଧରିଥିଲା। କାନ୍ଦୁଥିଲା।

ରାକେଶ ଓ ରାଜପୁର ନିଦ ଭାଙ୍ଗିଗଲା। ରାକେଶ ଲାଇଟ୍ ଅନ୍ କଲେ। ଖୁବ୍ ଜୋରରେ ଥରୁଥିଲା ସୋନି। ମମ୍ମିକୁ ତାର ଦେଖୁଥିଲା।  ହାତ ଗୋଡ ମୁଁହ ପରଖୁଥିଲା ବାରବାର। ଯେମିତି ଦେଖିନି ଗୁଡାଏ ଦିନ ହେଲା।

କ'ଣ ହେଲା?ରାନୁ ପଚାରୁଥିଲା ଆଶ୍ଚର୍ଯ୍ୟ ହେଇ।

ସୋନି କହିଲା ମୁଁ ଗୋଟେ ସ୍ଵପ୍ନ ଦେଖିଲି। ଆମେ ସମସ୍ତେ ବରୁଣେଇ ବୁଲିଯାଇଛେ। ଆଉ ମମ୍ମି ବରୁଣେଇ ପାହାଡରୁ ଖସି ପଡିଛି। ରାନୁ ହସୁଥିଲା ମାତୃତ୍ଵର ଗୌରବର ହସ। ଦେଖ ମା’ .. ମୁଁ ପୁରା ଠିକ ଅଛି। ସୋନି ମା’ ଠୁ ଆଶ୍ବାସନା ପାଇ ଶୋଇଗଲା ଶାନ୍ତିରେ।

ରାକେଶକୁ ନିଦ ନଥିଲା। ତା’ ବୋଉ କୋଳ ,ଧୋରେ ବାଇଆ ଧୋ ଗୀତର ତାଳ ତାର ମନେ ପଡୁଥିଲା। ଗୁଡାଏ ଦିନ ହେଲା ଯାଇଛି ଗାଁକୁ...ଭେଟିନି ବୋଉକୁ।

ସୋନି ପଚାରୁଥିଲା, ମମ୍ମି ତମ ମମ୍ମିଙ୍କ ପାଖକୁ ତ ଆମେ ଯାଏ ହେଲେ ଡାଡିଙ୍କ ମମ୍ମି??? ମୁଁ ତ ତାଙ୍କୁ ଭେଟିନି। ରାନୁ କହୁଥିଲେ ଡାଡିଙ୍କ ମମ୍ମି ନାହାନ୍ତି ଧନ। ଷ୍ଟାର୍ ହେଇ ଯାଇଛନ୍ତି। ରାକେଶ ଚିଲେଇ ଉଠିଲେ,ରାନୁ....

ରାନୁ ବି କେଉଁ ଛାଡିବାର। ସେ କହିଲେ ପିଲାଟା ବୁଝିବାକୁ କହିଦେଲି। ସତରେ ଯେମିତି ସେ ବୁଢୀ ମରୁଛି। ରାନୁ ଏମିତି। ରାକେଶ ବୁଝେଇ ପାରିପାରନ୍ତିନି ତାଙ୍କୁ। ସେ ପୁଣି ହଜିଲେ ଅତୀତରେ।

କାନ୍ଥରେ ଝୁଲୁଥିବା ବଲବ୍.. ଫ୍ୟାନ୍...ଘରର ପ୍ରତିଟି ଚିଜ ତାଙ୍କୁ କମେଟ୍ କରୁଥିଲେ ଯେମିତି। ଡିବିରି ଆଲୁଅରେ ପାଠ ପଢିବା ବେଳେ ଏଇ ବୋଉ ରାତି ରାତି ଅନିଦ୍ରା ହୋଇ ବସୁଥିଲା ତାଙ୍କ ପାଖରେ। ତାଳ ପତ୍ର ବିଞ୍ଚଣାରେ ବିଞ୍ଚିଦେଉଥିଲା ତାକୁ। ତା ପାଖରେ ଥିଲା ରାଜେଶର ଶହେ ସରିକି ନାମ। ରାଜୁ,ରାଜା,ବାଇଆ,ପାଗେଲା। ବାପା ଯିବା ଦିନୁ ଏଇ ଯୋଉ ହିଁ ତାଙ୍କ ବାପ ମା’ ସବୁ। ତା ଝିଅକୁ ଧରି ବୋଉ ଦୁଆରେ ଜହ୍ନ ଦେଖେଇବା ଦୃଶ୍ୟ ଆଉ ତା ସୁରରେ ଗୀତର ଗାଇ କି ତା ଆଗରେ ସିନେମା ପରି ନାଚୁଥିଲା।

କେତେ ଆଶା କରିଥିଲା ସେ ବୋଉ ଆଉ ବୋହୂ ସାଥି ହୋଇ ରହିବେ। ହେଲେ ନିତି ନିତି ଝଗଡା...ରାନୁର ଅଲଗା ରହିବାର ଜିଦ୍ ଆଗରେ ବଳି ପଡିଲା ବୋଊ। ଏବେ ରାକେଶ ମାୟା ନଗରୀରେ ତା ସ୍ତ୍ରୀ ଆଉ ଝିଅ ସହ ଆଉ କୋଉ ଏକା ଗାଁ ଘରେ। ବୋଉ କୋଳ ବାସ୍ନା ବିଭୋର କଲା ସାରା ସାରା ରାତି ରାକେଶକୁ। ସେ ଶୋଇ ପାରିଲାନି। ପିଲା ଦିନେ ହରିଆ ଦାଦା ତା ବୋଉକୁ ଚୋରଣୀ କହି ଗାଳି ଦେଉଥିଲା ବୋଲି ସେ ଟେକା ମାରି ହରିଆ ଦାଦାର ମୁଣ୍ଡ ଫଟେଇଦେଇଥିଲା। ହରିଆ ଦାଦା ସ୍ତୀ ମଲ୍ଲୀ ଖୁଡି ଝଗଡା ଲଗେଇଲା ଦି ଦିନ ବୋଉ ସହ କି ତମ ପୁଅ ଦୁଷ୍ଟ କହି। ସେ ହରିଆ ମା କୁ ଧରି ଆଣିଥିଲା ତାଙ୍କ ଘରକୁ। ହେଲେ ସେଦିନ ରାନୁ ଆଉ ବୋଉ କଳିର ଶେଷ କଥାରେ ତ ବୋଉ ହିଁ ଚୋରଣୀ ଥିଲା। ଯେଉଁଥିପାଇଁ ସେ ଦୀର୍ଘ ତିନି ବର୍ଷ ହେଲା ଗାଁକୁ ଯାଉନାହାନ୍ତି। ବୋ ଉ ଗାଁ ସୁବାସ ହାତରେ ଚାଉଳ ମୁଗ ନଡିଆ ଶାଗ ଆମ୍ବୁଲ ପଠାଏ ତା ପାଖକୁ। ହେଲେ ନିଷ୍ଠୁର ରାକେଶ ଯାଏନି ଗାଁକୁ।

ରାନୁ ହଲେଇ ଦେଲା ରାକେଶକୁ। ଉଠ। ରାତି ପାହିଲାଣି। ମମ୍ମି ଇନଭାଇଟ୍ କରିଥିଲା ପରା ଆମ ଘରକୁ ଯିବା।

ରାକେଶ ଚଟ୍ କରି ଉଠି ପଡି ଗାଧୁଆ ପାଧୁଆ ସାରିଲେ। ବ୍ୟାଗ୍ ଧରି ବାହାରି ଗଲେ ଘରୁ। ରାନୁର ଡାକ ଶୁଣିବା ପରି। ସିଧା ଗାଁ ବସ୍ ରେ। ବୋଉ ତ ରାଗିଥିବ। ତାକୁ ମନେଇବାକୁ ଗୋଟେ ବଡ ଟ୍ରିକ୍ ଅଛି। ବୋଉ ଜୋରରେ ଭୋକ ହେଲାଣି। ବଡିଚୁରିଦେ। ପଖାଳ ଖାଇବି। ବାସ୍ ...ରାଗ ଶୂନ ହେଇଯିବେ ବୋଉର। ଆଉ ଟିକେ କାନ୍ଦିଦେଲେ ମୁଁ...ବୋଉ ଗୋଟା ପଣେ ବରଫ। ଆପେ ହସିଲେ ରାକେଶ।

ଗାଁ ବସ୍ ଗାଁ ଛକ୍। ଏକରକମ୍ ଡେଇଁ ପଡିଲେ ବସ୍ ରୁ। ପବନ ମିଠା। ପାଣି ମିଠା। କଇଁ ପୋଖରୀ ଗାଁ ଠାକୁରାଣୀ....। ବାସ୍। ପାଦରେ ବେଗ ବଢୁଥିଲା।

ବାଟରେ ମନା ଦାଦାଙ୍କୁ ମୁଣ୍ଡିଆ ମାରିଲା ରାକେଶ। ତୁ କେମିତି ଖବର ପାଇଲୁ? ଏତକ କହିକହି ଛଳଛଳ ହେଇ ଚାଲିଗଲେ ଦାଦା। ଏ ଲୋକ ଏତେ କଠୋର ପୁଣି ଛଳଛଳ?ବୋଧେ ଖୁସି ସହ ଝଗଡା ହେଇଥିବ। ହସିଲା ରାକେଶ୍।

ତାଙ୍କ ଘର ଆଗରେ ଏତେ ଲୋକ?ସେ ଘରକୁ ଆସିବା କଥା ତ ଫୋନ୍ କରିନଥିଲା କାହାକୁ। କାହା ସହ ଯୋଗାଯୋଗ ବି ନାହିଁ ତାର।  ଛାଡ ମ। ବୋ ଉ ବୋଧେ ପିଠା ଫିଟା କରୁଛି। ସମସ୍ତଙ୍କର ଏ ଗାଁ ଗୋଟିକରେ ଲୋଭ ତା ପିଠାକୁ ପରା।

ରାକେଶ ଆଗକୁ ଗଲା। ଭିଡର ଆଗକୁ। ତାଙ୍କ ଦୁଆରକୁ। ସବୁ ଭାଙ୍ଗିଭାଙ୍ଗି ଗଲାଣି।

ମଝି ଦୁଆରେ ବୋ ଉ ଶୋଇଥିଲା କେଉଁ କାଳର ଛିଣ୍ଡା ମଶିଣାରେ। ଦୋଳଯାତ୍ରାରେ ଯେଉଁଟା ପକେଇ ଯାକ ରିଜର୍ଭ ରଖେ ସେ ପିଲା ବେଳେ। ମଦନା ଦାଦା କହୁଥିଲେ ...ଡେରି କରିଦେଲୁ ରେ ରାଜୁ। ବୋ ଉ ତୋର ରାଜୁ ରାଜୁ ହୋଇ ଚାଲିଗଲା। ଭୋ ଭୋ କାନ୍ଦିଉଠିଲେ ଦାଦା। ଏତେ କଠିନ ହୃଦୟ ମଦନ ଦାଦା ଆଖିରେ ଲୁହ???

ରାଜୁ ଦୌଡି ଗଲା। ବୋଉ ବୋଉ ମୁଁ ଆସିଛି ବୋଉ। ତୋର ଆଉ ଅସୁବିଧା ହେବନି। ମୋତେ ଡାକ ନା ଥରେ। ବୋ ଉ ଶୁଣିଲାନି। ରାକେଶ ମା’ ପିଟିଦେଲେ କାନ୍ଥରେ। ଅପ୍ ଅପ୍ ରକ୍ତ। ଯେଉଁ ରାଜୁ ଆଖିରେ ଲୁହ ବୋ ଉ ଦେଖିପାରେନି ତା ମଥାର ରକ୍ତରେ ବି ସେ ଚୁପ୍।

କୋକେନ ଧରି ଆସିଲେ ଟୁକୁନା ସୁରିଆ। ବୋଉକୁ ଶୋଇଦେଲେ ତା ଉପରେ। ନିଛାଟିଆ ତଳ ଗୋହରୀକୁ ନେଇଗଲେ ତାକୁ। ଯେଉଁଠି ପିଶାଚ ଅଛି ବୋଲି ବୋ ଉ ଯିବାକୁ ବାରଣ କରେ ତାକୁ। ବୋଉଠୁ ଶୁଆଇଲେ ସେଠି। ରାକେଶ ହାତରେ ନିଆଁ। "ମୁଠେ ଦାନା ତ ଦେଇ ପାରିଲୁନି। ଦେଇ ଦେ ନିଆଁରେ ପୁଅ.....ବିବେକ କହୁଥିଲା। ରାକେଶ ନିଆଁ ଲଗେଇଲା ତା ବୋଉ ର ମୁହଁ ହାତ ଗୋଡ ଗଣ୍ଠି ଠୋ ଠା ଫୁଟୁଥିଲା।

ବୋ ଉ ବୋଧେ କହୁଥିଲା,

"ଜହ୍ନି ଫୁଲ ଠୋ ଠା

କାକୁଡି ଫୁଲ ଠୋ ଠା

ଧନ ବାଇଆ ରାଜା ବାଇଆ

କହିଯାଉଛି

ମୋ ପାଇଁ ମୁଠେ

ବାଡି କଡରେ ଥୋଇଥା। "

ବରଗଛରୁ ଚଢେଇଟେ ଫଡ୍ କି ଉଡିଗଲା। ଚମକି ପଡିଲେ ରାକେଶ।

ବୋଉର ଜୁଇକୁ ଚାହିଲେ।

ବୋଉ କହିଲା -

"ବାଇଚଢେଇ ରେ ବାଇଚଢେଇ

ତୋ ବୋଉକୁ ଯମ ଯାଇଛି ନେଇ

ଯେତେ ତୁ କାନ୍ଦିଲେ

ଯେତେ ତୁ ଝୁରିଲେ

ବୋଉ ଜମା ଆଉ ଫେରିବ ନାହିଁ"

ରାକେଶ ବୋଉକୁ ଚାହିଲେ। ଏ ନିଆଁ ଘଡିକେ ପାଉଁଶ କରିଦେଲା ବୋଉକୁ। ଖୁବ୍ ଜୋରରେ କାନ୍ଦିଲେ ରାକେଶ-

ଆଉ ପାଉଁଶ ଗାଇଲା

"ଧୁଅରେ ବାଇଆ ଧୁଅ

ପାଠୁଆ ପୁଅକୁ ବୋଉ ତ ଶତ୍ରୁ ଲୋ

ଏବେ ତୁ ସୁଖରେ ରହ...। । । ।

ଟୁକୁନା ରାକେଶ ସୋନି

Rate the content


Originality
Flow
Language
Cover design

Comments

Post

Some text some message..