Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରହରୀ

ପ୍ରହରୀ

3 mins
684


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ପ୍ରହରୀ

ଝରଣା ଆଗରେ ପଡିଆଟିଏ । ତାହା ଡେଙ୍ଗା ବହଳିଆ ଗଛରେ ପୂର୍ଣ୍ଣ ।ଫଳରେ ଦିନରେ ଜାଗାଟି ଥଣ୍ଡାରହେ । ରାତିରେ ଚଢେଇମାନେ ଏଠାରେ ବିଶ୍ରାମ ନିଅନ୍ତି । ଏହା ସେମାନଙ୍କୁ ସୁରକ୍ଷା ଦିଏ ।

ଦିନେ ସନ୍ଧ୍ୟାବେଳେ ଦଳେ ବଣୁଆ ହଂସ ଦୈବାତ୍ ସେହି ପଡିଆକୁ ଦେଖିଲେ । ସେମାନଙ୍କର ଶୀକାରୀକୁ ଭୟ । ସେଥିପାଇଁ ସେଠାରେ ସେମାନେ ରାତି କାଟିବାକୁ ସ୍ଥିର କଲେ । ସେମାନେ ଦେଖିଲେ ଯେ ପଡିଆଟି ଖୁବ୍ ଶାନ୍ତ ଓ ନିରାପଦ । ସେଇ ପଡିଆଟିକୁ ସବୁଦିନ ପାଇଁ ସେମାନଙ୍କର ରାତ୍ରିର ଆଶ୍ରୟସ୍ଥଳ କରିବେ । ଏହା ହେଲା ସେମାନଙ୍କର ନିଷ୍ପତ୍ତି । ସେଇ ଦିନୁ ସେମାନେ ବିଭିନ୍ନ ଦିଗକୁ ନିଜର ଖାଦ୍ୟର ଅନୁସନ୍ଧାନରେ ବାହାରି ଯାଆନ୍ତି । ଗୋଧୁଳି ପୂର୍ବରୁ ରାତିଟି ଶାନ୍ତିରେ ବିଶ୍ରାମ ନେବା ପାଇଁ ସେମାନେ ସେଠାରେ ରୁଣ୍ଡ ହୁଅନ୍ତି ।

ଜାଗାଟି ପ୍ରକୃତରେ ଖୁବ୍ ସୁରକ୍ଷିତ । ଏଥିରେ ସେମାନେ ନିଃସନ୍ଦେହ । ତଥାପି ସେମାନଙ୍କ ଶୀକାରୀର ଭୟ ଛାଡୁ ନଥାଏ । ତେଣୁ ସେମାନେ ତାଙ୍କ ହାତରେ ଥିବା ସବୁଠାରୁ ସାନ, ଚତୁର ଓ ସୁଜାଗ୍ରତ ପକ୍ଷୀଟିକୁ ତାଙ୍କର ପ୍ରହରୀ ଭାବରେ ନିଯୁକ୍ତି ଦେଲେ ।

ରାତିରେ ସବୁ ପକ୍ଷୀମାନେ ଶୋଇ ପଡନ୍ତି । କିନ୍ତୁ ପ୍ରହରୀଟି ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ସେମାନଙ୍କୁ ଜଗେ । ସେମାନଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖେ । ସେ ନିଜର କର୍ତ୍ତବ୍ୟ ସୁଚାରୁ ରୂପରେ ସମ୍ପାଦନ କରେ । ସେଥୁଯୋଗୁ ସମସ୍ତ ପକ୍ଷୀ ତା’ ଉପରେ ସନ୍ତୁଷ୍ଟ । ସେ ଖୁବ୍ ହୁସିଆର । ଏପରିକି ଗଛରୁ ସାମାନ୍ୟ ଶୁଖିଲା ପତ୍ରଟିଏ ଝଡି ତଳେ ପଡିଲେ, ସେ ମୁଣ୍ଡ ଉଠାଏ । ଏଥିରେ କିଛି ବିପଦ ଅଛି କି ନାହିଁ ତାହା ସେ ଦେଖେ । ଯଦି କିଛି ବିପଦର ସୂଚନା ପାଏ, ସେ ସଙ୍ଗେ ସଙ୍ଗେ ଖୁବ୍ ଜୋରରେ ଚିତ୍କାର କରେ -“ବକ୍ ବକ୍ ।”

ପ୍ରହରୀର ସତର୍କ ଶବ୍ଦ ଶୁଣିବା ମାତ୍ରେ ସେମାନେ ପଳାଇ ଯାଆନ୍ତି । କୌଣସି କୈଫିୟତ୍ ପାଇଁ ସେମାନେ ଅପେକ୍ଷା କରନ୍ତି ନାହିଁ ।

ବଣୁଆ ହଂସର ଶିକାରୀମାନେ ଖୁବ୍ ଚତୁର । ସେ ଏଇ ବଣୁଆ ହଂସକୁ ଜାଲରେ ପକାଇବାକୁ ସେମାନେ ଉଦ୍ୟମରତ । କିନ୍ତୁ ସେ ସବୁ ନିଷ୍ଫଳ । ତା’ର କାରଣ କେବଳ ସେମାନଙ୍କର ଜାଗ୍ରତ ପ୍ରହରୀ । ତେଣୁ ସେମାନେ ପ୍ରହରୀକୁ ବୁଦ୍ଧିରେ ଟପିବେ । ଏହା ସେମାନଙ୍କର ଲକ୍ଷ୍ୟ । ଏଥିପାଇଁ ଗୋଟିଏ ଯୋଜନା ସେମାନେ ଚିନ୍ତା କଲେ ।

ସେଠାରେ ଥିବା ବଡ ବଡ ଗଛ ପାଖରେ ସେମାନେ ଗାତ ସବୁ କଲେ । ପକ୍ଷୀମାନେ ଆସିବା ପୂର୍ବରୁ ସେମାନେ ସେଠାରେ ଲୁଚିଗଲେ ।

ସନ୍ଧ୍ୟା ହେବାରୁ ପକ୍ଷୀମାନେ ସେଇ ପଡିଆକୁ ଚାଲିଆସିଲେ । ଅନ୍ଧାର ହେବା ମାତ୍ରେ ସବୁ ପକ୍ଷୀମାନେ ଶୋଇବାକୁ ଚାଲିଗଲେ । ପ୍ରହରୀଟି ତା’ର ଜଗିବା ଆରମ୍ଭ କରିଦେଲା । ଘଣ୍ଟାକ ପରେ ଗାତରେ ଲୁଚିଥିବା ଶିକାରୀମାନେ ଟର୍ଚ୍ଚ୍ ଜାଳିଲେ ।

ଜାଗ୍ରତ ପ୍ରହରୀଟି ଟର୍ଚ୍ଚ୍ ଆଲୁଅ ଦେଖିଲା । “ବିପଦ ।” ତାହା ଥିଲା ତା’ର ଚିତ୍କାର । ସାଙ୍ଗେ ସାଙ୍ଗେ ଶିକାରୀମାନେ ଟର୍ଚ୍ଚ୍ ଲିଭାଇଦେଲେ । ପ୍ରହରୀର ସତର୍କ ଚିତ୍କାରରେ ପକ୍ଷୀମାନେ ଉଠି ପଡିଲେ । ସେମାନେ ଦେଖିଲେ ଚାରିଆଡେ ଶାନ୍ତ । ନିଃଶବ୍ଦ । ପ୍ରହରୀର ଚିତ୍କାର ପାଇଁ ସେମାନେ ବିସ୍ମିତ । ସେମାନେ ପ୍ରହରୀ ଉପରେ ରାଗିଗଲେ । ସେମାନଙ୍କୁକ ଆଉ ବୋକା ନ କରିବା ପାଇଁ ତାକୁ ସାବଧାନ କରିଦେଲେ । ତା’ପରେ ସେମାନେ ପୁଣି ଶୋଇବାକୁ ଗଲେ ।

ପ୍ରଥମ ପଦକ୍ଷେପରେ ଶିକାରୀମାନେ କୃତକାର୍ଯ୍ୟ । ଏହା ସେମାନେ ଅନୁଭବ କଲେ । ତା’ପରେ ଶିକାରୀମାନେ ପ୍ରତି ଅଧ ଘଣ୍ଟାରେ ଥରେ ଆଲୁଅ ଜଳାଇ ଲିଭାଇ ଦେଲେ । କିନ୍ତୁ ପ୍ରତିଥର ପ୍ରହରୀ ନିଜର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ପାଇଁ ଚିତ୍କାର କରି ସେମାନଙ୍କ ସତର୍କ କରିଦେଉଥିଲା ।

ସବୁ ପକ୍ଷୀମାନେ ଦେଖିଲେ ଯେ, ସବୁ ଶାନ୍ତ । ବିପଦର କୌଣସି ଆଶଙ୍କା ବି ନାହିଁ । ସେମାନଙ୍କର ହୃଦବୋଧ ହେଲା ଯେ, ପ୍ରହରୀଟି ଅଯୋଗ୍ୟ । ଏହା ସେମାନଙ୍କର ସର୍ବସମ୍ମତି ନିଷ୍ପତ୍ତି । ସେ ନିଦରୁ ଉଠାଇ ସେମାନଙ୍କୁ ବୋକା ବନାଇଛି । ଏଥିପାଇଁ ସମସ୍ତେ ରାଗିଗଲେ । ତା’ପରେ ସେମାନେ ଶୋଇବାକୁ ଚାଲିଗଲେ ।

ପ୍ରହରୀକୁ ଖୁମ୍ପିବା ଫଳରେ ତା’ର ମୁଣ୍ଡରୁ ଓ ଦେହରୁ ରକ୍ତ ବୋହିଲା । ଏହା ହେଲା ତା’ର ଏତେ ବର୍ଷର ନିଷ୍ଠାର ଫଳ ।

ଶିକାରୀମାନେ ଏସବୁ ଦେଖୁଥାନ୍ତି । ଗାତ ଭିତରେ ଥାଇ ହସୁଥାନ୍ତି । ଅଳ୍ପ କିଛି ସମୟ ପରେ ସେମାନେ ପୁଣି ଟର୍ଚ୍ଚ ଜାଳିଲେ । ପ୍ରହରୀ ଆଲୋକ ଦେଖିଲା । କିନ୍ତୁ ସେ ଅନ୍ୟମାନଙ୍କୁ ସତର୍କ କରି ଦେବାକୁ ସାହସ କଲା ନାହିଁ । ସେ ତା’ର କ୍ଷତବିକ୍ଷତ କଥା ଚିନ୍ତା କରି ନୀରବ

ରହିଲା ।

ଶିକାରୀମାନେ ଏଇ ସୁଯୋଗର ସୁବିଧା ନେଲେ । ସେମାନେ ଲୁଚି ଲୁଚି ଗାତ ଭିତରୁ ବାହାରିଲେ । ତାଙ୍କର ଜାଲ ଚାରିଆଡେ ବିଛାଇ ଦେଲେ । ପକ୍ଷୀମାନେ ସମସ୍ତେ ଜାଲରେ ବନ୍ଦୀ ।

ଅସହ୍ୟ ଯନ୍ତ୍ରଣା ଯୋଗୁଁ ପ୍ରହରୀଟି ମଧ୍ୟ ପଳାଇ ଯାଇପାରିଲା ନାହିଁ । ସେ ମଧ୍ୟ ଜାଲ ଭିତରେ ଅସହାୟ ଭାବରେ ପଡିଗଲା । ସେ ନିଜକୁ ନିଜେ କହୁଥାଏ - “ଏହା ହିଁ ପୃଥିବୀରେ ଚଳଣିର ବାଟ ।”


Rate this content
Log in

Similar oriya story from Classics