Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୩
ଅବୋଲକରା କାହାଣୀ - ୩
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.0K    14


Content Ranking

ସୁବର୍ଣ୍ଣ ଫୁଲର ରହସ୍ୟ - ୨

ରାଜା ନିଜ ରାଜ୍ୟର ବହୁ ବିଦ୍ୱାନ ଉପଦେଷ୍ଟା ମାନଙ୍କୁ ଆଣି ରାଜବାଟୀରେ ମାତାଙ୍କର ମୂର୍ତ୍ତି ସ୍ଥାପନା କଲେ । ଷୋଡଶୋପଚାର ପୂଜା କରାଇ ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବାରୁ ଦୁର୍ଗା ତାଙ୍କୁ ସ୍ୱପ୍ନରେ ଜଣାଇଲେ ଯେ – ତୁମର ପଡୋଶୀ ରାଜ୍ୟ ମାନଙ୍କ ମଧ୍ୟରୁ କନକ ପୁର ନାମକ ଏକ ରାଜ୍ୟ ଅଛି, ସେହି ସ୍ଥାନରେ ପଦ୍ମାବତୀ ନାମ୍ନୀ କନ୍ୟାକୁ ଆଣି ବିବାହ କର । ସେ କନ୍ୟା ମଧ୍ୟ ତୁମ୍ଭଙ୍କୁ ବିବାହ କରିବା ନିମନ୍ତେ ଅପେକ୍ଷା କରି ଅଛି । ଆଉ ମଧ୍ୟ ମନେ ରଖିବ ଯେ ଏଥୁ ଅନ୍ତେ ତୁମ୍ଭର ପୁର୍ବ ଛଅରାଣୀଙ୍କର କୌଣସି ସନ୍ତାନ ହେବେ ନାହିଁ ।

ରାଜା ଜାଣି ପାରିଲେ ସେହି ପଦ୍ମାବତୀ ଆଉ କେହି ନୁହଁନ୍ତି । ସେ ଜଗତ ଜନନୀ ଦୁର୍ଗାଙ୍କର ମାନସୀ କନ୍ୟା । ତାଙ୍କୁ ବିବାହ କଲେ ନିଶ୍ଚୟ ମୋ କୋଳକୁ ସନ୍ତାନଟିଏ ଆସିବ । କିନ୍ତୁ ମାଆ ମଧ୍ୟ ସୂଚାଇ ଦେଇଛନ୍ତି ତୁମ୍ଭଙ୍କୁ ସନ୍ତାନଟିଏ ଦେବା ପରେ ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇ ଯିବ ।

ରାଜା କିନ୍ତୁ ସେ ସମୟରେ ସନ୍ତାନ ଗୋଟିଏ ପାଇବା ନିମନ୍ତେ ବ୍ୟାକୁଳ ପ୍ରାୟ । ଶୁଣି ଥିଲେ ଅପୂର୍ବ ସୁନ୍ଦରୀ ପଦ୍ମାବତୀ । ସୈନ୍ୟ ମାନଙ୍କ ଠାରୁ ସନ୍ଧାନ ପାଇବା ପରେ ନିଜ ରାଜ୍ୟର ସୈନ୍ୟ ସାମନ୍ତ ମାନଙ୍କୁ ଧରି ରାଜା କନକ ପୁରକୁ ଯାତ୍ରା କଲେ । ଆଉ ମଧ୍ୟ ଜଣେ ରାଜ ସେବିକାଙ୍କ ଦ୍ୱାରା ମା’ ଜଗତ ଜନନୀ ଦୁର୍ଗାଙ୍କ ସେହି ମାନସୀ କନ୍ୟା ପଦ୍ମାବତୀଙ୍କ ପାଖକୁ ଏକ ଆଦେଶ ପଠାଇଲେ ।

ରାଜାଙ୍କର ସମ୍ବାଦ ପାଇବା ବେଳକୁ ପଦ୍ମାବତୀ ନିଜର ବ୍ରତ ଉପାସନାରେ ଥିଲେ । ସେହି ଦିନ ହିଁ ସେ ନିଜର ବ୍ରତ ଉଦ୍ୟାପନ କଲେ । ଏହା ପରେ ନିଜର ପିତାଙ୍କୁ ଜଣାଇ ଦେଲେ ଯେ ମୋର ଆଜି ବ୍ରତ ଉଦ୍ୟାପନ ହେଲା ।

କନ୍ୟାର ବ୍ରତ ସମାପ୍ତ ହେବା ଜାଣି ପଦ୍ମାବତୀଙ୍କର ପିତା ଖୁବ୍ ଆନନ୍ଦ ହେଲେ । ଏବେ ଯୋଗ ଆସିଛି ଯେତେ ବେଳେ ତାହାକୁ ହାତ ଛଡା ନକରି ବହୁ ସମ୍ମାନର ସହିତ ନିଜର କନ୍ୟା ପଦ୍ମାବତୀଙ୍କୁ ବିପୁଳ ଧନ ରତ୍ନ ଦେଇ ରାଜାଙ୍କ ସହିତ ମହା ଆଡମ୍ବରରେ ବିଭା କରି ଦେଲେ ।

ଖୁବ୍ ଜାକଜମକ ଆଡମ୍ବରରେ ପଦ୍ମାବତୀଙ୍କୁ ବିବାହ କରି ରାଜା ନିଜ ରାଜବାଟୀକୁ ଫେରି ଆସିଲେ । ରାଜବାଟୀକୁ ପଦ୍ମାବତୀ ଆସିବାର କିଛି ଦିନ ପରେ ରାଜବାଟୀରେ ନାନା ପ୍ରକାର ବିଚିତ୍ର ଘଟଣା ସବୁ ଘଟିବାକୁ ଲାଗିଲା । ରାଜ୍ୟ ସାରା ଖୋଜି ଆସିଲେ ରାଜ୍ୟରେ ଗୋଟିଏ କେହି ଦରିଦ୍ର ପ୍ରଜା ମିଳିଲେ ନାହିଁ । ଏଣେ ରାଜାଙ୍କର ଯେତେ ଯୁଆଡେ ପଡୋଶୀ ଶତ୍ରୁ ଥିଲେ ସମସ୍ତେ ପଦ୍ମାବତୀଙ୍କର ତନ୍ତ୍ର ବଳରେ ପରାସ୍ତ ହୋଇ ରାଜାଙ୍କର ଶରଣ ପଶିଲେ । ଏହା ପରେ ରାଣୀ ପଦ୍ମାବତୀ ଆନନ୍ଦର ସହିତ ନିଜର ରାଣୀ ଉଦ୍ୟାନରେ ଭ୍ରମଣ କରିବାକୁ ଲାଗିଲେ ।

ଏହି ପରି କିଛି ଦିନ ଅତିବାହିତ ହୋଇ ଯାଆନ୍ତେ ରାଣୀ ପଦ୍ମାବତୀ ଗର୍ଭବାସରେ ରହିଲେ । ତାହା ଜାଣିବା ପରେ ରାଜାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ । ରାଣୀଙ୍କର ଗର୍ଭବାସ କଥା ଜାଣିବା ଦିନ ଠାରୁ ରାଜ୍ୟରେ ନାନା ପ୍ରକାର ଉତ୍ସବ ମାନ କରାଇଲେ । ଏହା ପରେ ପଦ୍ମାବତୀଙ୍କ କୋଳକୁ ସୁନ୍ଦର ସନ୍ତାନ ଗୋଟିଏ ଆସିଲା ।

ପଦ୍ମାବତୀଙ୍କ କୋଳକୁ ସନ୍ତାନ ଗୋଟିଏ ଆସିବା କାରଣରୁ ପଦ୍ମାବତୀ ରାଜାଙ୍କ ନିମନ୍ତେ ଖୁବ୍ ପ୍ରିୟ ହୋଇ ପଡିଲେ । ତାହା ଦେଖି ଅନ୍ୟ ଛଅ ରାଣୀ ଯାକ ପଦ୍ମାବତୀଙ୍କୁ ସହ୍ୟ କରି ପାରିଲେ ନାହିଁ ବରଂ ଈର୍ଷାରେ ଜଳିବାକୁ ଲାଗିଲେ । କିପରି ରାଣୀ ପଦ୍ମାବତୀଙ୍କର ମୃତ୍ୟୁ ହେବ ସେହି ଚିନ୍ତାରେ ରାଣୀ ମାନେ ମିଶି ଉପାୟ ଚିନ୍ତା କଲେ ।

ଏଣେ ରାଣୀ ପଦ୍ମାବତୀ ତ ତନ୍ତ୍ର ମନ୍ତ୍ର ବିଦ୍ୟାରେ ପୋଖତ, ତାକୁ ସହଜରେ ମାରିବା ବହୁତ କଷ୍ଟକର । ରାଣୀ ମାନଙ୍କର ଏପରି ଚିନ୍ତା କରୁଥିବା ବେଳକୁ ରାଜା ହଠାତ୍ ଅନ୍ୟ ରାଜ୍ୟକୁ ପର୍ଯ୍ୟଟନରେ ବାହାରି ଗଲେ । ରାଣୀ ମାନଙ୍କ ମନରେ କିପରି ପଦ୍ମାବତୀର ମୃତ୍ୟୁ ହେବ ସେଥି ଲାଗି ଗୋପନେ ଗୋପନେ ତାକୁ ମାରି ଦେବା ନିମନ୍ତେ ପଦ୍ମାବତୀର ଆପଣାର ହେବାକୁ ଆପଣାର ଭାବ ଦେଖାଇ ମିଶିବାକୁ ଆରମ୍ଭ କଲେ । ଯିଏ ଯେତେବେଳେ ସମୟ ପାଇଲା ପଦ୍ମାବତୀଙ୍କୁ ଆଦରରେ ପ୍ରଶଂସା କଲେ । ଏହାରି ମଧ୍ୟରେ ପଦ୍ମାବତୀଙ୍କର ସବୁ ଗୋପନର କଥାକୁ ସେମାନେ ଜାଣିବାକୁ ଚେଷ୍ଟା କଲେ ।

ଦିନେ କହିଲେ – କିଲୋ ପଦ୍ମାବତୀ, ତୋରି ପାଇଁ ଆମ୍ଭ ମାନଙ୍କର ଦୁଃଖ ଗଲା । ଆମେତ ସନ୍ତାନ ବତୀ ହୋଇ ପାରିଲୁ ନାହିଁ କିମ୍ବା ସେ କଥା ଆମର ଭାଗ୍ୟରେ ନଥିଲା, ହେଲେ ରାଜାଙ୍କ ମନରେ ଏ ଯେଉଁ ସନ୍ତାନ ପାଇବାର ସନ୍ତାପକୁ ଆମ ଦ୍ୱାରା ଦୂରେଇବା ଅସମ୍ଭବ ହେଲା, ସବୁ ଦିନ ରାଜା ଦାରୁଣ ଦୁଃଖରେ କଷ୍ଟ ପାଆନ୍ତି, ହେଲେ ଆମେମାନେତ ହତଭାଗିନୀ, ନିଜର ସ୍ୱାମୀଙ୍କୁ ପୁତ୍ର ଓ କନ୍ୟା ଦୁଃଖକୁ କନ୍ଦାଇବାକୁ ଜନ୍ମ ପାଇ ଥିଲୁ । ଆମ ମାନଙ୍କର ଏତେ ଚିନ୍ତା ଓ ଏତେ ଦୁଃଖକୁ ତୁ ତ ଦୂର କରି ଦେଲୁ ପଦ୍ମାବତୀ । ତୁ ଆମ ଲାଗି ଧନ୍ୟାଲୋ ପଦ୍ମାବତୀ, ତୁ ଆମ ଲାଗି ଧନ୍ୟା । ହେଲେ ପଦ୍ମାବତୀ ତୁ ତ ଆମ ମାନଙ୍କର ସାନ ଭଉଣୀ ପରି । ତୋତେ କିନ୍ତୁ ବହୁ ବିଦ୍ୟା ଜଣା । ଆମ ମାନଙ୍କ ମଧ୍ୟରେ ତୁ ହିଁ ବିଦ୍ୟାମତୀ । ତନ୍ତ୍ର ମନ୍ତ୍ର ଯନ୍ତ୍ର ଏ ସମସ୍ତ ବିଦ୍ୟାରେ ତୋର ପାରଙ୍ଗମତା ଦେଖି ଆମେ ଗର୍ବରେ ଭାଙ୍ଗି ପଡୁଛୁ । ତୁ ହେଉଛୁ ଆମ ସାତ ରାଣୀଙ୍କ ମଧ୍ୟରେ ହୀରା ଗୋଟିଏ । ତୁ ଆମ ମାନଙ୍କ ଠାରୁ ସାନ ହେଲେ ମଧ୍ୟ ତୁ ତୋ ନିଜ ବିଦ୍ୟା ଦ୍ୱାରା ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବାରୁ ଆମେ ଆନନ୍ଦ ହେଉଛୁ । ଆଚ୍ଛା ପଦ୍ମାବତୀ, ଆମେତ ତୋର କେହି ପର ନୋହୁଁ । ଆମେ ସମସ୍ତେ ଗୋଟିଏ ରାଜାଙ୍କର ରାଣୀ । ଆମ ରାଜା ଯଦି ଗୋଟିଏ ଆତ୍ମା ତାହେଲେ ଆମେ ସମସ୍ତେ ମିଶି ମଧ୍ୟ ସେହି ଗୋଟିଏ ଆତ୍ମା । ତୁମେ ଗୁଣୀ, ଗୁଣବତୀ । ତୁମେ ଇଚ୍ଛା କଲେ ସ୍ଥଳ ପଦ୍ମ ବୃକ୍ଷ ହୋଇ ଝଡି ପାର । ତାହାର ସତ୍ୟତା ଜାଣିବା ଲାଗି ଆମେ ଇଚ୍ଛୁକ । ତୁମେ ଇଚ୍ଛା କଲେ ତାହା ସବୁ ଆମକୁ ଦେଖାଇ ପାରିବ ।

ଛଅ ରାଣୀଙ୍କ ଠାରୁ ଏପରି କଥା ଶୁଣି ସାନ ରାଣୀ ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ଯାଇ ପଚାରିଲେ – ଏତେ ସବୁ କଥା ତୁମେ କିପରି ଜାଣିଲ । ମୁଁ ଜାଣି ପାରୁଛି ଯେ ଏହି କଥା ତୁମେ ନିଶ୍ଚୟ ମୋ ଦାସୀ ଠାରୁ ହିଁ ଶୁଣିଛ । ହଉ ହେଲା, ତୁମେ ମାନେ ଯେତେ ଯାହା ହେଲେ ମୋର ବଡ ଭଉଣୀ ମାନେ । ତୁମର ଇଚ୍ଛା ମୁଁ ନିଶ୍ଚୟ ଆଜି ହିଁ ପୂରଣ କରିବି । ସେଥି ଲାଗି ତୁମ୍ଭେ ମାନେ ମୋର ଏତିକି କଥା ମନେ ରଖି ତୁମ ମାନଙ୍କୁ ପାଳନ କରିବାକୁ ହେବ ।

ଛଅ ରାଣୀ ଯାକ କହିଲେ କି ଅଭିଲା କଥା ଲୋ ୟେ । ଆମେ ଛଅ ରାଣୀ ଯାକ ବାଞ୍ଝ ଥିଲୁ । ସେଥି ଲାଗି ଆମ ରାଜାଙ୍କ ମନରେ ଯେଉଁ ଦାରୁଣ ଦୁଃଖ ଥିଲା ତୁ ଆସିଲାରୁ ତାହା ଦୂର ହେଲା । ଜାଣ ରାଜାଙ୍କର କୁଳ ତୁ ବଂଚେଇ ରଖିଲୁ । ତୋର ଏପରି ଉପକାରକୁ ସାତ ଥର ଜନ୍ମ ହେଲେ ମଧ୍ୟ ଆମେ ମାନେ କେହି ଶୁଝି ଦେଇ ପାରିବୁ ନାହିଁ । ଏଥିରେ ତୋ ପାଇଁ ଆମେ ଅପକାର ଚିନ୍ତା କରିବୁ କିପରି । କହ ଆମକୁ ଯାହା କରିବାକୁ ହେବ ତାହା କହ ।

ସାନ ରାଣୀ ପଦ୍ମାବତୀ କହିଲା – ମୁଁ ତୁମକୁ ଯେଉଁ ମନ୍ତୁରା ପାଣି ଦେବି ତାକୁ ତୁମେ ମୋ ଉପରେ ଛିଂଚି ଦେଲେ ମୁଁ ଫୁଲ ଗଛ ହୋଇ ଯିବି ଆଉ ଫୁଲ ଫୁଟିବି । ପୁଣି ସେହି ମନ୍ତୁରା ପାଣିକୁ ଫୁଲ ଗଛ ମୂଳରେ ଢାଳି ଦେଲେ ମୁଁ ପୁଣି ମଣିଷ ହୋଇ ଯିବି । ତାହା ନକରି ଯେବେ ତୁମେ ଏହି ମନ୍ତୁରା ପାଣିକୁ ନେଇ ଅନ୍ୟ ଆଡେ ଢାଳି ଦେବ ତାହା ହେଲେ ମୋ ଜୀବନ ଶେଷ ହୋଇ ଗଲା ବୋଲି ଜାଣିବ । ତା’ପରେ ତୁମେ ମାନେ ମଧ୍ୟ ଏପରି ଅପକାର କରି ଥିବା କାରଣରୁ ପଥର ପାଲଟି ଯିବ । ଏହି ହେଉଛି ମୋ ଲାଗି ସ୍ଥାନୀୟ ଦେବତାଙ୍କର ଅଭିଶାପ ।

ଦେଖ – ଆଗରୁ ତ ଛଅ ରାଣୀ ଯାକ ହିଂସାରେ ଅନ୍ଧ ହୋଇ ଯାଇ ଥିଲେ, ସେମାନେ ସେଦିନ ସାନ ରାଣୀ ପଦ୍ମାବତୀଙ୍କ ଆଗରେ ମାୟାରେ ଖୁବ୍ ଆପଣାର ପରି କଥା କହିଲେ – ପଦ୍ମାବତୀଙ୍କ ସେମାନଙ୍କ ଉପରେ ବିଶ୍ୱାସ ହେବାରୁ ବଡ ରାଣୀ ମାନଙ୍କୁ ମନ୍ତୁରା ପାଣି ଦେବାରୁ ପାଣି ଛିଂଚି ଛଅ ରାଣୀ ଯାକ ପଦ୍ମାବତୀଙ୍କୁ ଫୁଲ ଗଛ କରି ଦେଲେ । ପଦ୍ମାବତୀ ଗଛ ହୋଇ ଗଛରେ ଅସୁମାରୀ ଫୁଲ ଫୁଟାଇଲେ । ଆଉ ମଧ୍ୟ ସେହି ଫୁଲ ଗୁଡିକ ଗୋଟିକ ପରେ ଗୋଟିଏ ତଳେ ପଡିଲେ ।

ଏହା ପରେ ତଳେ ପଡିଥିବା ଫୁଲ ଗୁଡିକୁ ଦେଖି ବଡ ରାଣୀ ସ୍ୱାର୍ଥରେ ଅନ୍ଧ ହୋଇ ଯାଇ ବଳକା ମନ୍ତୁରା ପାଣିକୁ ନେଇ ବାହାରେ ଫିଙ୍ଗି ଦେବାରୁ ଫୁଲ ଗଛଟି ସଙ୍ଗେ ସଙ୍ଗେ ମରି ଗଲା । ବଡ ରାଣୀ ଯେଉଁ ଠାରେ ଠିଆ ହୋଇଥିଲେ ସେହି ଠାରେ ପଥର ହୋଇ ଗଲା । ସେହି ପରି ଅନ୍ୟ ରାଣୀ ମାନେ ମଧ୍ୟ ଆପେ ଆପେ ପଥର ପାଲଟି ଗଲେ ।

ତାପରେ ମରି ଯାଇ ଥିବା ପଦ୍ମବୃକ୍ଷରୁ ସୁବର୍ଣ୍ଣର ପଦ୍ମ ଫୁଲ ଗୁଡିକ ଗୋଟି ଗୋଟି ହୋଇ ତଳେ ଝଡି ପଡିଲା । ମରି ଯାଇ ଥିବା ବୃକ୍ଷ ଖୁବ୍ କାନ୍ଦିଲା । ଦୁଇ ମାସର ମାତ୍ର କଅଁଳ ପୁଅ କୃଷ୍ଣ କୁମାରକୁ ବିଳପି ହେଲା ।

ଏଣେ ରାଣୀ ଉଦ୍ୟାନରେ ଏତେ ସବୁ ଘଟି ଯିବା ପରେ ପ୍ରଥମେ ସେହି ରାଜ ନଅରର ପ୍ରଧାନ ଦାସୀଙ୍କ କାନରେ ଯାଇ ଏହି ସମ୍ବାଦ ପହଁଚିଲା । ଦାସୀ ଯାଇ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇ ଦେବାରୁ ରାଜା ତହୁଁ ମନ୍ତ୍ରୀ, ସେନାପତି, କଟୁଆଳ, ସେନା, ସେବକ ମାନଙ୍କୁ ଧରି ରାଣୀ ଉଦ୍ୟାନରେ ପ୍ରବେଶ ହୋଇ ଏ ସବୁ ଘଟଣା ଦେଖି ଧୈର୍ଯ୍ୟ ହରା ହୋଇ ପଡିଲେ । ଏହି ସବୁ ଦୁଃଖକୁ ସହ୍ୟ କରି ନପାରି ନିଜର ଶାଣିତ ତରବାରୀ ଦ୍ୱାରା ନିଜେହିଁ ନିଜର ଶିରକୁ ଛେଦନ କଲେ ।

ଏପରି କାରଣରୁ ସେହି ରାଜ ବଂଶର ସମାପ୍ତ ହୋଇ ଗଲା । ସେହି ରାଜ ବଂଶର ଉତ୍ତରାଧିକାରୀ ଭାବରେ ରହିଲେ କୃଷ୍ଣ କୁମାର ।

ସେ ରାଜ୍ୟର ମନ୍ତ୍ରୀ ଥିଲେ ଖୁବ୍ ଉଦାର, ବିଚାର ବନ୍ତ ରାଜ କର୍ମଚାରୀ । ତହୁଁ ସେ ରାଜ କୁମାର କୃଷ୍ଣ କୁମାରଙ୍କୁ ସାଙ୍ଗରେ ନେଇ ରାଜ ନଅରକୁ ଫେରି ଗଲେ । ରାଜ କୁମାରଙ୍କୁ ପାଖରେ ରଖି ତାଙ୍କର ଲାଳନ ପାଳନ କଲେ । କୁମାରଙ୍କୁ ସେ ସେହି ରାଜ୍ୟର ରାଜା ମନେ କରି ମନ୍ତ୍ରୀ ରାଜ୍ୟର ହାନି ଲାଭ ଦାୟିତ୍ୱ ତୁଲାଇଲେ ।

ଏଥୁ ଅନ୍ତେ ରାଜ ପୁତ୍ର କୃଷ୍ଣ କୁମାର ବଡ ହୋଇ ଗଲେ । ନିଜର ଜନ୍ମ ଓ ମାତାଙ୍କର ମୃତ୍ୟୁ ସମ୍ବାଦ ଦାସୀ ମାନଙ୍କ ଠାରୁ ଶୁଣିବା ପରେ ଯାଇ ସେ ନିଜେ ରାଜଗାଦିରେ ବସିଲେ । ଏହା ପରେ ପରେ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ ଯେ ମୃତ୍ୟୁ ହୋଇ ଯାଇ ଥିବା ରାଣୀ ମାନଙ୍କୁ ସଜାଇ ରାଜବାଟୀର ଏକ ବିରାଟ ସିଂହ ଦ୍ୱାର ନିର୍ମାଣ କରା ଯାଉ ଓ ମୋ ମାଆଙ୍କର ସୁବର୍ଣ୍ଣ ପଦ୍ମ ଗୁଡିକ ସେହି ସିଂହ ଦ୍ୱାର ଉପରେ ସୁରକ୍ଷିତ ଭାବରେ ସଜାଇ ରଖା ଯାଉ ଓ ସୁବର୍ଣ୍ଣର ପଦ୍ମ ଉପରେ ଜଗତ ଜନନୀ ମା’ ଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ କରି ପ୍ରତିଦିନ ପୂଜା କରିବା ନିମନ୍ତେ ଜଣେ ବ୍ରାହ୍ମଣଙ୍କୁ ରଖା ଯାଉ ।

ଯୁବରାଜ କୃଷ୍ଣ କୁମାରଙ୍କର ଆଦେଶ ପାଇବା ପରେ ରାଜ୍ୟର ମହାମାନ୍ୟ ମନ୍ତ୍ରୀ ମହାଶୟ ଯଥାବିଧି ରାଜ ନଅରର ପ୍ରବେଶ ଦ୍ୱାରରେ ବିରାଟକାୟ ସିଂହ ଦ୍ୱାର ନିର୍ମାଣ କରି ସୁବର୍ଣ୍ଣ ପଦ୍ମ ଉପରେ ଦୁର୍ଗାଙ୍କର ପୂଜା ବିଧିର ବ୍ୟବସ୍ଥା କରି ଦେଲେ । ଆଉ ମଧ୍ୟ ସେହି ଦିନ ଠାରୁ ଶତାଧିକ ପ୍ରହରୀ ସିଂହ ଦ୍ୱାରକୁ ଜଗୁ ଅଛନ୍ତି ।

ରାଜା ରାଜବାଟୀ ମୂର୍ତ୍ତି

Rate the content


Originality
Flow
Language
Cover design

Comments

Post

Some text some message..