Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଶୁଆ ଶାରୀ କଥା - ୧୬

ଶୁଆ ଶାରୀ କଥା - ୧୬

5 mins
7.3K


ବୁଢୀଟି କାନ୍ଦୁଥିଲା କାହିଁକି?

ପ୍ରୀତିପୁର ନାମରେ ଗୋଟିଏ ଗ୍ରାମ ଥିଲା । ଗ୍ରାମଟି ସହରଠାରୁ ଖୁବ୍ ପାଖରେ ଥିଲା । ସେହି ପ୍ରୀତିପୁରରେ ଗୋଟିଏ ବଣିଆ ଘର ଥିଲା । ସେ ବଣିଆଟି ସାଧାରଣ ମଣିଷ ନଥିଲା । ଅମାପ ଧନର ଧନ ପତି ସେ । ଟଙ୍କା ଲଗାଣ ପୋତାଣରେ ସେ ଆଖ ପାଖ ପଚାଶ ଖଣ୍ଡି ଗ୍ରାମରେ ବଡ ଧନୀ ଲୋକ । ଆଜି କାଲି ଯା ପାଖରେ ଧନ ଅଛି ତାକୁ ମନୁଷ୍ୟମାନେ କହନ୍ତି ସେହି ହିଁ ବେଦଜ୍ଞାନୀ । ମହା ଜ୍ଞାନୀ, ତେଣୁ ବଣିଆର ଆଧିପତ୍ୟ ଥିଲା ସହରଠାରୁ ଗ୍ରାମ ଯାଏଁ ।

ସେହି ବଣିଆର ନାମ ରତ୍ନାକର, ଧନ ରତ୍ନରେ ଅଭାବ ନଥିଲା ତା’ର ଗୋଟିଏ ପୁଅ ଥିଲା, ସେ ପୁଅଟି ବି ଦେଖିବାକୁ ଖୁବ୍ ସୁନ୍ଦର । ବଣିଆର ପୁଅ ହେଲେ କ’ଣ ହେବ । ସାକ୍ଷାତ ରାଜ କୁମାର ପରି ତା’ର ଚେହେରା । ତା’ର ପୁଣି ରାଜା ପୁଅ ଆଉ ଜଗୁଆଳି ପୁଅ ସାଙ୍ଗରେ ବେଶୀ ସାଙ୍ଗ ।

ସବୁ ଦିନ ତିନି ସାଙ୍ଗ ମିଳା ମିଶା ହୋଇ ଚଳନ୍ତି । ତିନି ଜଣଙ୍କର ଗୋଟିଏ କଥା, ଗୋଟିଏ ମନ, କେହି କାହାକୁ ଛାଡି ଗୋଟିଏ ମୁହୂର୍ତ ବି ଏକା କେହି ରହି ପାରନ୍ତି ନାହିଁ ।

ବଣିଆ ପୁଅ,ଜଗୁଆଳି ପୁଅ ଆଉ ରାଜା ପୁଅ । ଜଗୁଆଳି ପୁଅ ଆଉ ରାଜା ପୁଅଙ୍କର ବିଭାଘର ହୋଇନଥାଏ । କେବଳ ବଣିଆ ପୁଅ ବିଭା ହୋଇଥିଲା । ସେ ପୁଣି ଖୁବ୍, ସୁନ୍ଦରୀ ସ୍ତ୍ରୀଟିଏ ପାଇଥିଲା ।

ବଣିଆ ପୁଅ ବିଭା ହୋଇଥିଲା ସିନା ହେଲେ ତା’ର ସ୍ତ୍ରୀ ଯାଇ ତା’ର ବାପ ଘରେ ରହୁଥିଲା ।

ଦିନକର କଥା – ସାଙ୍ଗ ହୋଇ ତିନି ସାଙ୍ଗ ବସି ଥାଆନ୍ତି । ବଣିଆ ପୁଅ କହିଲା – ଆଉ ଦୁଇ ଦିନ ପରେ ମୁଁ ଶ୍ୱଶୁର ଘରକୁ ଯିବା ଲାଗି ସ୍ଥିର କରିଛି । ମୋ ମତରେ ଆମେ ତିନି ସାଙ୍ଗ ଏକାଠି ହୋଇ ମୋ ଶ୍ୱଶୁର ଘରକୁ ଯିବା କ’ଣ ଭଲ ହୁଅନ୍ତା ନାହିଁ ।

ବଣିଆ ପୁଅ ଠାରୁ ଏକଥା ଶୁଣି ଅନ୍ୟ ଦୁଇ ଜଣ ସାଙ୍ଗ କହିଲେ – ଭଲ ହେବ । ତୋ ଶ୍ୱଶୁର ଘରକୁ ଗଲେ ଖୁବ୍ ମଜା ବି ହେବ, ହେଲେ ଆମ ମତରେ ତୋ ଶ୍ୱଶୁର ଘରକୁ ଆମେ କାହିଁକି ତିନି ସାଙ୍ଗ ଏକାଠି ହୋଇଯିବା । ବରଂ ଆମେ ବାହାରେ ରହିବୁ । ତମେ ତୁମ ଶ୍ୱଶୁର ଘରକୁ ଯିବ । ଏ କଥା ହେଲେ ସିନା ତୁମେ ସ୍ତ୍ରୀ ସାଙ୍ଗରେ ମଜା ମଜଲିସ୍ରେ ସମୟ କାଟିବ ।

ବଣିଆ ପୁଅ କହିଲା – ଏହା କଲେ ତ ମୋର ମନ ଦୁଃଖ ହେବ । ଅନ୍ୟ ଦୁଇ ସାଙ୍ଗ କହିଲେ – ତମେ କହିଲ ଦେଖି ଆମ ଦୁଇ ଜଣଙ୍କର ଯେଉଁଥିରେ ଆନନ୍ଦ ହେବ ସେଥିରେ ତମର ଆନନ୍ଦ ନା ନାହିଁ ।

ବଣିଆ ପୁଅ କହିଲା ଠିକ୍ ଅଛି । ଆମେ ଏଠାରୁ ସାଙ୍ଗ ହୋଇଯିବା, ସହରରେ ପହିଲି ମୋତେ ଶ୍ୱଶୁର ଘର ପାଖରେ ପହଁଚାଇ ଦେଇ ତମେ ମାନେ ସହରରେ ଗୋଟିଏ ଘର ଭଡା ନେଇ ରହିବ । ଆଉ ସହରରେ ବୁଲି ଆନନ୍ଦ କରିବ ।

ତିନି ସାଙ୍ଗଙ୍କ ମଧ୍ୟରେ ଏମିତି କଥା ସରିଲା । ସମସ୍ତେ ନିଜ ନିଜର ଜିନିଷ ପତ୍ର ଧରି ସହର ଅଭିମୁଖେ ଯାତ୍ରା କଲେ ।

ସଂଧ୍ୟା ହେବାକୁ ଆଉ ଅଳ୍ପ ସମୟ ଥାଏ । ସେମାନେ ଯାଇ ସେହି ସହରରେ ପହଁଚି ଗଲେ – ଆଗରୁ ତ ସେମାନେ ସହରରେ ପହଁଚି ଯାହା କରିବା କଥା ଚିନ୍ତା କରିଥିଲେ ସେମାନେ ସେୟା ହିଁ କଲେ ।

ବଣିଆ ପୁଅ ସେଇଠୁ ନିଜର ପୋଷାକ ପତ୍ର ଧରି ତା’ର ଶ୍ୱଶୁର ଘରକୁ ଚାଲିଗଲା । ସହରରେ ରହିଗଲେ ରାଜା ପୁଅ ଓ ଜଗୁଆଳିର ପୁଅ ।

କିଛି ସମୟ ସହରରେ ବୁଲା ବୁଲି କରି ସାରିବା ପରେ ରାଜା ପୁଅ କହିଲା ଏବେ ତ ରାତି ହୋଇଯିବ । ଆମକୁ ତ ପୁଣି ରାତିରେ ରହିବା ଲାଗି ଘର ଦରକାର, ଚାଲ ଆଗ ଘର ଖଣ୍ଡିଏ ଯୋଗାଡ କରି ନେବା ।

ଏହା ପରେ ଦୁଇ ସାଙ୍ଗ ସହରର ଏକ ଗଳି ମଧ୍ୟରେ ପଶି ଗଲେ । କିଛି ବାଟ ଯିବା ପରେ ସେ ଦେଖିଲେ ଗୋଟିଏ ଡାକ ଘର, ଡାକ ଘରକୁ ଲାଗି ଆଉ ଗୋଟିଏ ଘର ଚାବି ପଡିଥାଏ ସେହି ଘରର ଅନ୍ୟ ଏକ ବଖରାରେ ଆଉ ଜଣେ ସ୍ତ୍ରୀ ଲୋକ ବସି ଥାଏ ।

ଦୁଇ ସାଙ୍ଗ ଭାବିଲେ ଏହି ଘରଟି ଭଡାରେ ଯଦି ଆମେ ପାଇ ଯାଆନ୍ତେ ଭଲ ହୁଅନ୍ତା – ଏହା ଭାବୁ ଭାବୁ ସେହି ଘରର ମାଲିକ ସେମାନଙ୍କ ସହିତ ଭେଟ ହୋଇ ଗଲା । ଘରବାଲା ଏମାନଙ୍କୁ ଦେଖି ପଚାରିଲା ତମେ ଦୁହେଁ ଏଠାରେ କାହାକୁ ଖୋଜୁଛ କି?

ସାଙ୍ଗ ଦୁହେଁ କହିଲେ – ନାଁ ଆମେ ରହିବା ଲାଗି ଗୋଟିଏ ଭଡା ଘର ଖୋଜୁଛୁ । ଏହି ଘରଟିରେ ତାଲା ପଡିଛି ଦେଖି ଘରଟିକୁ ଭଡା ଆକାରରେ ନେବାକୁ ଇଚ୍ଛା କରୁଛୁ । ତେବେ ଏ ଘର କାହାକୁ ଭଡା ଦେବେ କି ନାହିଁ । ସେହି ଅପେକ୍ଷାରେ ଆମେ ଏଠାରେ ଅଛୁ ।

ଘର ବାଲା କହିଲା ଘରଟି ମୋର, ତମେ ଦୁହେଁ ଯଦି ଭଲ ଲୋକ ହୋଇଥିବ ତାହା ହେଲେ ଏହି ଘର ତୁମକୁ ଭଡାରେ ଦେବି ।

ଦୁଇ ସାଙ୍ଗ ଲୋକଟିର କଥା ଶୁଣି କହିଲେ – ଆମେ ସବୁ ବେଳେ ଭଲ । ଗଣ୍ଡଗୋଳ ବଦମାସୀ ଆମ ଦେହରେ ଯାଏନା, କାଦୁଅକୁ ଯିବାର ନାହିଁ କି ଗୋଡ ଧୋଇବାର ନାହିଁ । ଆପଣଙ୍କର ଯେବେ ଆମ ପ୍ରତି ବିଶ୍ୱାସ ହେଉଛି ତାହା ହେଲେ ଆମକୁ ଘର ଦେବେ ।

ଘର ବାଲା ଦୁଇ ସାଙ୍ଗକୁ ଭଦ୍ର ଲୋକର ପୁଅ ବୋଲି ବିଶ୍ୱାସ କଲାରୁ ତାଙ୍କ ସହିତ ଘର ଭଡା ସ୍ଥିର କରି ଘରୁ ଚାବି ଆଣି ଦେଇଦେଲେ ।

ଦୁଇ ସାଙ୍ଗ ଘରର ଚାବି ନେଇ ଘର ଖୋଲି ଭିତରେ ପ୍ରବେଶ କରିବା ବେଳକୁ ଜଗୁଆଳି ପୁଅର ଅଳ୍ପ ଦୂରରେ ଥିବା ଆଉ ଗୋଟିଏ ଘରର ପିଣ୍ଢା ଉପରେ ନଜର ପଡିଗଲା । ସେହି ପିଣ୍ଢାରେ ଜଣେ ବୁଢୀ ଲୋକ ବସିଥିଲା, ଜଗୁଆଳି ପୁଅ ଦେଖିଲା ଯେ ବୁଢୀଟି ଏମାନଙ୍କୁ ଚାହିଁ ଚାହିଁ କାନ୍ଦୁଛି ।

ବୁଢୀଟି କ’ଣ ପାଇଁ କାନ୍ଦିଲା – ମନରେ ଏପରି ସନ୍ଦେହ ହେବାରୁ ଜଗୁଆଳି ପୁଅ ଭାବିଲା, ଠିକ୍ ଅଛି ରାଜା ପୁଅକୁ ନଜଣାଇ ପରେ ମୁଁ ସେହି ବୁଢୀ ପାଖକୁ ଯିବି । ଆଉ ପଚାରି ବୁଝିବି ସେ ଆମମାନଙ୍କୁ ଦେଖି କାହିଁକି କାନ୍ଦିଲା ।

ଏହା ପରେ ଦୁହେଁ ଘରଟିକୁ ସଫା ସୁତୁରା କରିଦେଲେ ଖଟ ଉପରେ ବିଛଣା ପକାଇ ଦେଲେ । ତା’ପରେ ବସି ବସି ନାନା ପ୍ରକାର କଥାରେ ମଜ୍ଜିଗଲେ ।

ଦୁଇ ସାଙ୍ଗଙ୍କର କଥା ବାର୍ତା ଚାଲିଛି । ଏହାରି ମଧ୍ୟରେ ରାଜା ପୁଅର ତାଙ୍କ ଘରକୁ ଲାଗିଥିବା ଆର ଘରଟି ଉପରେ ନଜର ପଡି ଗଲା । ସେ ଦେଖିଲେ ଯେ ସେହି ଗୃହରେ ଜଣେ ଖୁବ୍, ସୁନ୍ଦରୀ ସ୍ତ୍ରୀ ରହୁଛି । ରୂପ କହିଲେ ସ୍ୱର୍ଗର ରମ୍ଭା ଊର୍ବଶୀ ମଧ୍ୟ ଏହାର ସମସାମକ୍ଷ ହେବେ ନାହିଁ ।

ସେପରି ସୁନ୍ଦରୀ ସ୍ତ୍ରୀକୁ ଦେଖି ରାଜା ପୁଅର ମନ ତା’ରି ଉପରେ ଢଳିଲା । ଜଗୁଆଳି ପୁଅକୁ କହିଲା – ଦେଖେ ସାଙ୍ଗ ପାଖ ଘରେ ଜଣେ ସୁନ୍ଦରୀ ସ୍ତ୍ରୀ ଅଛି । ମୋର ତା’ ପ୍ରତି ମନ ବଳିଛି । ଦେଖିବା ଯଦି ତା’ର ମନ ଢଳିବ ତ ତା’ ସହିତ ଆଜି ରାତିଟା ରହିବା ।

ଜଗୁଆଳି ପୁଅ କହିଲା – ଭଲ ହେଲା ତୁ ତ ରଜା ପୁଅ, ଏମିତି ଅୟସ ତୋର ଦରକାର, ଚେଷ୍ଟା କର ତ ଦେଖି ।

ଏହା ପରେ ରାଜା ପୁଅ ଧ୍ୟାନ ଲଗାଇଲା ସେହି ସୁନ୍ଦରୀ ସ୍ତ୍ରୀଟି ଆଡେ । ରାଜା ପୁଅ ଠାରୁ ଇଙ୍ଗିତ ପାଇ ସେ ସ୍ତ୍ରୀ ମଧ୍ୟ ରାଜି ହେବାର ଇଙ୍ଗିତ ଦେଲା ।

ସେତେ ବେଳକୁ ସଂଧ୍ୟା ପରର ରାତି । ରାଜା ପୁଅ ସୁଯୋଗ ଉଣ୍ଡି ସେହି ସୁନ୍ଦରୀ ସ୍ତ୍ରୀ ପାଖକୁ ଚାଲି ଗଲା । ଏଣେ ଜଗୁଆଳି ପୁଅର ମନ ଲାଗିଥାଏ । ଆମ ଦୁଇ ଜଣଙ୍କୁ ଦେଖିବା ବେଳେ ବୁଢୀଟି କାନ୍ଦିଲା କାହିଁକି, ତାକୁ ଏବେ ଏହାର କାରଣ ତା’ଠାରୁ ଆଗ ବୁଝି ନେବାକୁ ହେବ ।

ଜଗୁଆଳି ପୁଅ ଦେଖିଲା ରାଜା ପୁଅ ସୁନ୍ଦରୀ ସ୍ତ୍ରୀର ଘରେ । ଏବେ ସୁବିଧା ତ ହୋଇଗଲା । ତହୁଁ ସେ ବୁଢୀ ପାଖରେ ଯାଇ ପହଁଚି ଗଲା –

ବୁଢୀ ସେହିପରି ପିଣ୍ଢା ଉପରେ ବସିଥାଏ । ଦୁଇ ସାଙ୍ଗଙ୍କ ମଧ୍ୟରୁ ସେ ଯେତେ ବେଳେ ତା’ପାଖରେ ଜଣଙ୍କୁ ଦେଖିଲା ସେ ଆଉ କ୍ରୋଧ ସମ୍ଭାଳି ପାରିଲା ନାହିଁ । କାରଣ ସେ ଯାହା ଆଗରୁ ସନ୍ଦେହ କରୁଥିଲା ବର୍ତ୍ତମାନ ତାହା ହିଁ ହେଲା । ସତକୁ ସତ ୟାଙ୍କ ମଧ୍ୟରୁ ଜଣିଏ ସେ ସ୍ତ୍ରୀ ପାଖକୁ ଯାଇ ସାରିଲାଣି । ସତରେ କ’ଣ ସେ ଆଉ ଭଲରେ ଫେରିବ ଆଜି ଯାଏଁ ତ ଯାହାକୁ ସେ ସୁନ୍ଦରୀ ସ୍ତ୍ରୀ ପାଖକୁ ଯିବା ଦେଖେ ତା’ର ଫେରିବା ଦେଖିଲା ନାହିଁ । ଜିଅନ୍ତା ମଣିଷ ଯାଏ ପୁଣି ମଲା ମଣିଷ ଫେରେ ।

କ୍ରମଶଃ.....


Rate this content
Log in

Similar oriya story from Children