Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆନନ୍ଦ ମଠ- ୩
ଆନନ୍ଦ ମଠ- ୩
★★★★★

© Deepak Sarangi

Classics

7 Minutes   7.2K    12


Content Ranking

ମୂଳ ବଙ୍ଗଳା : ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଓଡିଆ ଭାଷାନ୍ତରଣ : ଦୀପକ ଷଡଙ୍ଗୀ

ଭାଗ - ୩

ଭୈରବୀପୁର ଗୋଟିଏ ଚାରିପଟରୁ ଜଙ୍ଗଲ ଘେରା ଗୋଟିଏ ଛୋଟ ଗାଁ । ଗାଁ’ଟି ଭଲ ସଫା ସୁତୁରା ଥାଏ , କିନ୍ତୁ ଦୁର୍ଭିକ୍ଷ କାରଣରୁ ଗାଁର ପ୍ରାୟ ସମସ୍ତ ଲୋକ ଜରାଜୀର୍ଣ ଅବସ୍ଥାରେ ଥାଆନ୍ତି । ଗାଁ ର ମଝିରେ ଗୋଟେ ବଡ ଆମ୍ବ ବଗିଚା ଥାଏ ସେହି ବଗିଚାରେ ଗୋଟେ ଛୋଟ କୁଡିଆ ଭିତରକୁ ଜୀବାନନ୍ଦ ଝିଅକୁ ଧରି ପ୍ରବେଶ କଲେ । ଘର ବାହାରେ ଥିବା ଗୋଟେ ଚରଖାକୁ ଜୀବାନନ୍ଦ ଜୋରରେ ଘୁରେଇବାକୁ ଲାଗିଲେ । ଚରଖାର ଶବ୍ଦ ଶୁଣି ଛୋଟ ଝିଅଟି କାନ୍ଦିବାକୁ ଲାଗିଲା ଏବଂ ତତକ୍ଷଣାତ୍ ଜଣେ ୧୯/୨୦ ବର୍ଷର ଯୁବତୀ କୁଡିଆ ଭିତରୁ ବାହାରକୁ ଆସିଲା ଏବଂ କହିଲା "ଆରେ ଭାଇ ତୁମେ ଏ ଅସମୟରେ କେମିତି ଆସିଲ? ଏ ଝିଅ କିଏ? ୟାକୁ ତୁମେ କେଉଁଠୁ ପାଇଲ?ତୁମେ କଣ ଦିତୀୟ ବିବାହ କରିନେଲ ନ କଣ?॓ ଜୀବାନନ୍ଦ କହିଲେ “ଆରେ ମୋ ବୋକି ଭଉଣୀ ନିମି ମତେ କଣ ଏତେ ହୀନ ବୋଲି ଭାବିଛୁ ନ କଣ? ହଉ ଛାଡ୍ ଦେଖ୍ ଘରେ କିଛି କ୍ଷୀର ଅଛି କି ? ଯଦି ଅଛି ଟିକେ ଗରମ କରି ନେଇ କି ଆସେ । ନିମି ଘର ଭିତରକୁ ଗଲା ଏବଂ କିଛି ସମୟ ପରେ ଏକ ଗିଲାସରେ କ୍ଷୀର ଧରି ଆସିଲା । ଜୀବାନନ୍ଦ କହିଲେ “କ୍ଷୀର ଟିକେ ଥଣ୍ଡା ହେଲା ପରେ ଏଇ ଛୋଟ ଝିଅ ଟିକୁ ପିଇବାକୁ ଦେବୁ" । ନିମି ମଧ୍ୟ ବଡ ଆନନ୍ଦରେ ଝିଅଟିକୁ କୋଳକୁ ନେଇ ତାକୁ ଅତି ଆଦର ସହକାରେ କ୍ଷୀର ପେଇବାକୁ ଲାଗିଲା । ସେ ଜୀବାନନ୍ଦଙ୍କୁ ପଚାରିଲା “ଏ କାହା ଝିଅ ବୋଲି”? ଜୀବାନନ୍ଦ ନିମି କୁ ସେ ଝିଅକୁ ସେ କେମିତି ପାଇଲେ ତାର ସବୁ ବୃତାନ୍ତ କହିଲେ । ସବୁ ଶୁଣି ସାରିବା ପରେ ନିମି ଝିଅଟିକୁ ନିଜ ପାଖରେ ରଖିବାକୁ ଆଗ୍ରହ ପ୍ରକାଶ କଲା । ଜୀବାନନ୍ଦ ମଧ୍ୟ ତାର ମମତାକୁ ଟାଳି ନ ପାରି ଝିଅଟିକୁ ପାଳିବାକୁ ଅନୁମତି ଦେଲେ । ନିମି ଜୀବାନନ୍ଦଙ୍କୁ କିଛି ଖାଇ କରି ଯିବା ପାଇଁ ଅନୁରୋଧ କଲା ଏବଂ ତାଙ୍କ ପାଇଁ ଭୋଜନ ପରଶୁ ପରଶୁ ଜୀବାନନ୍ଦ ନିମି କି ପଚାରିଲେ ତାର ସ୍ଵାମୀ କୁଆଡେ ଗଲେ ବୋଲି, ଉତ୍ତରରେ ନିମି କହିଲା ଯେ ସେ କିଛି ଚାଉଳ ନେଇ ପାଖ ଗାଁ ରେ ବାଣ୍ଟିବାକୁ ଯାଇ ଛନ୍ତି ବୋଲି । ଜୀବାନନ୍ଦ ଖାଇ ସାରିବା ପରେ ନିମି ପାଣି ଢାଳ ନେଇ ତାଙ୍କ ହାତକୁ ଦେଉ ଦେଉ ପଚାରିଲା “ଭାଇ ମୁଁ ଆପଣଙ୍କୁ ଗୋଟିଏ ଅନୁରୋଧ କରିବି ରଖିବେ ତ”? ଜୀବାନନ୍ଦ କହିଲେ “କି ଅନୁରୋଧ”? । ନିମି କହିଲା “ଭାଇ ଆପଣ ଏଠାରୁ ଯିବା ପୂର୍ବରୁ ଭାଉଜଙ୍କ ସହ ଗୋଟେ ଥର ଦେଖା କରି କି ହିଁ ଯାଆନ୍ତୁ” । ଏ କଥା ଶୁଣି ଜୀବାନନ୍ଦ କ୍ରୋଧରେ ଜର୍ଜରିତ ହୋଇ ଢାଳ ଫିଙ୍ଗି ଦେଇ ଘର ବାହାରକୁ ଯିବାକୁ ଉଦ୍ୟତ ହୁଆନ୍ତେ ନିମି ଆସି କବାଟ ଆଗରେ ଛିଡା ହୋଇଗଲା ଏବଂ କହିଲା “ଭାଉଜଙ୍କୁ ଦେଖା ନ କରି ଯଦି ଆପଣ ଚାଲିଯିବେ ତେବେ ଆପଣଙ୍କୁ ମୋର ଶବ ଉପର ଦେଇ ଯିବାକୁ ପଡିବ”। ଭଉଣୀ ମୁହଁରୁ ଏପରି କଥା ଶୁଣି ଜୀବାନନ୍ଦ ଟିକେ ଶାନ୍ତ ପଡିଲେ ଓ କହିଲେ “ହଉ ଠିକ୍ ଅଛି ଯା ତୋ ଭାଉଜକୁ ଡାକି ଆଣେ ମୁଁ ଆଜି ତାକୁ ଦେଖା କରି କି ହିଁ ଏଠାରୁ ଯିବି” । ନିମି ଚଟ୍ କରି ଘର ଭିତରକୁ ଚାଲି ଗଲା ଏବଂ ଆରପଟ ଘରେ ଚରଖାରେ ସୂତା କଟିବାରେ ବ୍ୟସ୍ତ ଥିବା ତା ଭାଉଜ ଶାନ୍ତି କୁ ଜୀବାନନ୍ଦଙ୍କ ଆସିବା କଥା ଜଣାଇ ଦେଲା ।

ଶାନ୍ତି ଥିଲେ ଜଣେ ବ୍ରାହ୍ମଣ ପଣ୍ଡିତଙ୍କ ଝିଅ । ତାଙ୍କ ବାପା ପିଲାମାନଙ୍କୁ ପାଠ ପଢାଇବା ବେଳେ ସେ ମଧ୍ୟ ଆସି ସେଠାରେ ପିଲା ମାନଙ୍କ ସହ ବସୁଥିଲେ ଯାହା ଫଳରେ ସେ ମଧ୍ୟ କିଛି ଶାସ୍ତ୍ରଜ୍ଞାନର ଅଧିକାରୀ ହୋଇ ପାରିଥିଲେ । ଶାନ୍ତିଙ୍କ ପିତାଙ୍କ ମୃତ୍ୟୁ ପରେ ପାଠଶାଳାଟିକୁ ମୋଗଲ ମାନେ ଆସି ମାଡି ବସିଲେ ଓ ଶାନ୍ତିଙ୍କ ଉପରେ ମଧ୍ୟ ଅତ୍ୟାଚାର କଲେ । ଦିନେ ସନ୍ନ୍ୟାସୀ ମାନଙ୍କର ଏକ ମେଳି ହାବୁଡରେ ଶାନ୍ତି ପଡିଗଲେ ସେ ସେମାନଙ୍କୁ ସବୁ କଥା କହିଲେ ସନ୍ନ୍ୟାସୀ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ତାଙ୍କୁ ମଧ୍ୟ ସେମାନଙ୍କ ଦଳରେ ଶାମିଲ କରାଇ ଦେଲେ ,ଫଳସ୍ୱରୂପ ଶାନ୍ତି କିଛି ଦିନ ମଧ୍ୟରେ ସବୁ ଅସ୍ତ୍ରଶସ୍ତ୍ରରେ ନିପୁଣା ହୋଇ ଉଠିଲେ । ସେହି ସମୟରେ ସନ୍ନ୍ୟାସୀ ଜୀବାନନ୍ଦଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଲା , କିନ୍ତୁ ସନ୍ନ୍ୟାସୀ ମାନେ ଯେ ସଂସାର ବନ୍ଧନରେ ଆବଦ୍ଧ ହୋଇ ପାରିବେ ନାହିଁ ତାହା ଜୀବାନନ୍ଦଙ୍କୁ ଠିକ୍ ଜଣାଥିଲା ସେଥିପାଇଁ ଜୀବାନନ୍ଦ ଶାନ୍ତିଙ୍କ ସହ ବିବାହ କରି ସାରିବା ପରେ ତାଙ୍କୁ ଆଣି ନିଜ ଭଉଣୀ ନିମିର ଘରେ ଆଶ୍ରୟ ଦେଇ ଥିଲେ ।

ଶାନ୍ତି ଆସି ଜୀବାନନ୍ଦଙ୍କ ପାଖରେ ନତମସ୍ତକ ହୋଇ ଛିଡା ହୋଇ ରହିଲା । ଶାନ୍ତି ଜୀବାନନ୍ଦଙ୍କୁ ପ୍ରଶ୍ନ କଲେ “ତୁମେ ମତେ କାହିଁକି ଦେଖା କଲ? ଏହା କରିବା ଦ୍ୱାରା ତୁମର ବ୍ରତ ଭଙ୍ଗ ହୋଇନାହିଁ ତ”? ଜୀବାନନ୍ଦ ଜୋରରେ କାନ୍ଦି ଉଠି ଶାନ୍ତିଙ୍କୁ ଆସି ଆଲିଙ୍ଗନ କଲେ ଏବଂ କହିଲେ “ମୋର ଆଉ ସେ ବ୍ରତ ପାଳିବା ଦରକାର ନାହିଁ । ଯୋଉ ସ୍ଵାମୀ ବିବାହ ଦିନ ଠାରୁ ତାର ପତ୍ନୀକୁ କିଛି ବି ସୁଖ ଦେଇ ପାରିଲା ନାହିଁ ତାର ଏଇ ଦେଶ ପାଇଁ ବ୍ରତ ପାଳିବାର କି ଆବଶ୍ୟକତା ଅଛି ? ଦେଶରେ ସନ୍ନ୍ୟାସୀ ରାଜତ୍ଵ ହେବ କି ନାହିଁ କିଛି ଜଣା ନାହିଁ , କିନ୍ତୁ ମୁଁ ଆଉ ତୁମ କୁ ଛାଡି ରହି ପାରିବି ନାହିଁ” । ଶାନ୍ତି ସ୍ଵାମୀ ଙ୍କର ଏଭଳି ଭୀରୁ ମାନଙ୍କ ଭଳି ବ୍ୟବହାର ଦେଖି ତାଙ୍କୁ ଆଶ୍ଵାସନା ଦେବାକୁ ଯାଇ କହିଲେ “ଛିଃ! ତୁମେ ଏଇ ଛାର ସ୍ତ୍ରୀ ପାଇଁ ସନ୍ନ୍ୟାସୀ ବ୍ରତକୁ ଛାଡି ଦେବା କୁ ବସିଛ । ମୁଁ ଯେ ଗୋଟେ ସଚ୍ଚା ଦେଶ ଭକ୍ତ ବୀରର ପତ୍ନୀ ହୋଇ ଯୋଉ ଗର୍ବ ଅନୁଭବ କରୁଛି ସେ କଥା ତୁମେ କାହୁଁ ବୁଝିବ? କିନ୍ତୁ ତୁମେ ମୋତେ ଦେଖା କରି ବ୍ରତ ଭଙ୍ଗ କରିଛ ତାହାର ପ୍ରାୟଶ୍ଚିତ ତୁମକୁ କରିବାକୁ ପଡିବ ଏବଂ ତାହା ହେଲା ଯଦି ତୁମେ ଦେଶ ମାତୃକାର ସେବା କରୁ କରୁ ବୀରଗତି ପ୍ରାପ୍ତ ହୁଅ ଅନ୍ତତଃ ଥରେ ମତେ ଦେଖା କରିବ ଓ ସନ୍ନ୍ୟାସୀ ବ୍ରତ ପୂରଣ ନ ହେବ ପର୍ଯ୍ୟନ୍ତ ତୁମେ ମୋ ସଙ୍ଗେ ଆଉ କେବେ ବି ଦେଖା କରିବ ନାହିଁ” । ଏହା କହି ଶାନ୍ତି ଜୀବାନନ୍ଦଙ୍କ ଠାରୁ ବିଦାୟ ନେଲେ । ଆଉ ଜୀବାନନ୍ଦ ବାହାରିଗଲେ ସତ୍ୟାନନ୍ଦଙ୍କୁ ଠାବ କରିବା ପାଇଁ ।

ଜୀବାନନ୍ଦଙ୍କ ଯିବା ପରେ ଶାନ୍ତି ଓ ନିମି ମଧ୍ୟରେ ବାର୍ତ୍ତାଳାପ ଚାଲିଲା । ଶାନ୍ତି ପଚାରିଲା “ଏ ଝିଅଟି କାହାର”? ନିମି ଉତ୍ତର ଦେଲା “ଭାଇ କେଉଁଠୁ ପାଇ ୟାକୁ ଆଣିଛନ୍ତି , ଝିଅଟି ଭଲ ସୁନ୍ଦର ହୋଇ ଥିବାରୁ ମୁଁ ଏହାକୁ ରଖି ପାଳିବି ବୋଲି କହିବାରୁ ଭାଇ ଝିଅଟିକୁ ମୋତେ ଦେଇଗଲେ” । ଏହି ସମୟରେ ନିମିର ସ୍ଵାମୀ ଘର ମଧ୍ୟକୁ ପ୍ରବେଶ କଲେ । ତାଙ୍କୁ ଦେଖି ଶାନ୍ତି ସେପଟ ଘରକୁ ଚାଲିଗଲା । ସେ ଘର ଭିତରକୁ ଯାଇ ନିଜକୁ ପୁରୁଷ ସନ୍ନ୍ୟାସୀ ବେଶରେ ସଜାଇ ସ୍ଵାମୀଙ୍କ ସହ ଦେଖା କରି ଥିବାରୁ ପ୍ରାୟଶ୍ଚିତ କରିବା ଲକ୍ଷ୍ୟ ନେଇ ନିମି ଓ ତା ସ୍ଵାମୀର ଅଜାଣତରେ ଘରୁ ବାହାରି ଗଲା ।

ସେପଟେ ଆନନ୍ଦ ମଠରେ ସନ୍ନ୍ୟାସୀ ଭବାନନ୍ଦ ଧ୍ୟାନ ମୁଦ୍ରାରେ ତଲ୍ଲିନ ଥାଆନ୍ତି । ଏହି ସମୟରେ ଆଉ ଜଣେ ସନ୍ତାନ ସନ୍ନ୍ୟାସୀ ଜ୍ଞାନାନନ୍ଦ ଆସି ତାଙ୍କୁ ଖବର ଦେଲେ ଯେ ମୋଗଲ ଓ ଇଂରେଜ ମାନେ ମିଶି ବହୁତ ଗୁଡିଏ ସନ୍ନ୍ୟାସୀ ମାନଙ୍କୁ ଗିରଫ କରି ନଗରକୁ ନେଇ ଯାଇଛନ୍ତି ଓ ସେଥିରେ ମହର୍ଷି ସତ୍ୟାନନ୍ଦ ମଧ୍ୟ ଅଛନ୍ତି । ଏହା ଶୁଣି ଭବାନନ୍ଦ ତାଙ୍କ ଆସନରୁ ଉଠି ଛିଡା ହେଲେ ଓ ମଠ ଭିତରକୁ ଗଲେ ଏବଂ କିଛି ସମୟ ପରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ମୋଗଲ ମାନଙ୍କ ପରି ଛଦ୍ମବେଶ ଧାରଣ କରି , ଅଶ୍ଵଶାଳରୁ ଏକ ଅଶ୍ଵ ଉପରେ ବସି ଛୁଟି ଚାଲିଲେ ନଗର ଆଡକୁ । ଭବାନନ୍ଦ ବାହାରି ଯିବା ପରେ ମଠର ସମସ୍ତ ସନ୍ତାନ ମାନଙ୍କୁ ଜ୍ଞାନାନନ୍ଦ ଜଣାଇ ଦେଲେ ଯେ ମହର୍ଷି ସତ୍ୟାନନ୍ଦ ମୋଗଲ ମାନଙ୍କ ଦ୍ୱାରା ଗିରଫ ହୋଇ ନଗର କାରାଗାରରେ ବନ୍ଦୀ ହୋଇ ଅଛନ୍ତି । ଏହି ଖବର ଶୁଣିବା ପରେ ଶହଶହ ସଂଖ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସନ୍ତାନ ଗଣ ଆସି ମଠର ପ୍ରାଙ୍ଗଣରେ ଏକତ୍ରିତ ହୋଇଗଲେ । ଜ୍ଞାନାନନ୍ଦ ସେମାନଙ୍କୁ ଆହ୍ଵାନ ଦେଲେ “ସନାତନ ଧର୍ମର ପ୍ରତିଷ୍ଠାତା ମହର୍ଷି ସତ୍ୟାନନ୍ଦଙ୍କୁ ମୋଗଲ ମାନେ ଧରି ନେଇ ବନ୍ଦୀ କରି ରଖିଛନ୍ତି, ଚାଲ ଆମେ ସମସ୍ତ ସନ୍ତାନ ମାନେ ମିଶି ତାଙ୍କୁ ମୁକ୍ତ କରିବା” । ଜ୍ଞାନାନନ୍ଦଙ୍କ ଆଦେଶ ପାଇ ସନ୍ତାନ ମାନେ “ହରେ ମୁରାରୀ ମଧୁ କୈଟଭ ହାରି” ଧ୍ୱନି ସୃଷ୍ଟି କରି ମାଡି ଚାଲିଲେ ନଗର ଆଡକୁ । ସେମାନଙ୍କ ଧ୍ୱନିରେ ଆନନ୍ଦ ମଠ ପ୍ରକମ୍ପିତ ହୋଇ ଉଠିଲା । ସେମାନେ ନଗରରେ ପହଞ୍ଚି କରାଗାରକୁ ଧ୍ଵସ୍ତବିଧ୍ଵସ୍ତ କରି ମହର୍ଷି ସତ୍ୟାନନ୍ଦ ଓ ମହେନ୍ଦ୍ରଙ୍କୁ ସେଠାରୁ ଉଦ୍ଧାର କଲେ । ଏସବୁ ଦେଖି ମୋଗଲ ଓ ଇଂରେଜ ମାନେ ମିଳିତ ଭାବେ ସନ୍ନ୍ୟାସୀ ସନ୍ତାନ ମାନଙ୍କୁ ବନ୍ଧୁକ ଓ ତୋପ ସାହାଯ୍ୟରେ ଆକ୍ରମଣ କଲେ , ଯାହା ଆଗରେ କି ସନ୍ତାନ ମାନଙ୍କର ଖଣ୍ଡା, ଢାଲ କି ବର୍ଚ୍ଛା କାମରେ ଆସିଲା ନାହିଁ , ଆଉ ବେଶୀ ସମୟ ମୋଗଲ ଓ ଇଂରେଜ ମାନଙ୍କର ଆକ୍ରମଣକୁ ପ୍ରତିହତ କରି ନପାରି ସନ୍ତାନମାନେ ସମସ୍ତେ ପୁଣି ଜଙ୍ଗଲ ମଧ୍ୟକୁ ପଳାୟନ କଲେ ଓ କିଛି ସନ୍ତାନ ଆହତ ଓ ବୀରଗତି ପ୍ରାପ୍ତ ମଧ୍ୟ ହେଲେ ।

ତା ପରଦିନ ମୋଗଲ ମାନଙ୍କ ଠାରୁ ହାରି ସନ୍ତାନ ମାନେ ପଳାୟନ କରି ଥିବାରୁ ସତ୍ୟାନନ୍ଦ,ଜୀବାନନ୍ଦ ଓ ଭବାନନ୍ଦଙ୍କ ମଧ୍ୟରେ ଆଲୋଚନା ଚାଲିଥାଏ । ସତ୍ୟାନନ୍ଦ କହିଲେ “ଆମକୁ ଯଦି ତାଙ୍କ ସହ ଲଢି ବାକୁ ହେବ ତେବେ ଆମକୁ ମଧ୍ୟ ତାଙ୍କରି ଭଳି ଅସ୍ତ୍ରଶସ୍ତ୍ରରେ ସଜ୍ୱିତ ହୋଇ ଲଢିବାକୁ ପଡିବ ,ଖଣ୍ଡା ଢାଲରେ ଆଉ କମ ଚାଳିବ ନାହିଁ ,ସେଥିପାଇଁ ମୁଁ ମନସ୍ଥ କରିଛି ଗୋଳାବାରୁଦ ଯୋଗାଡ କରିବା ପାଇଁ ମୋତେ ବାହାରକୁ ଯିବାକୁ ପଡିବ” । ଭବାନନ୍ଦ କହିଲେ “ଆପଣ ଏକୁଟିଆ ଏତେ ସବୁ ଗୋଳାବାରୁଦ କିପରି ସଂଗ୍ରହ କରି ଆଣିବେ” ? ସତ୍ୟାନନ୍ଦ ଅଳ୍ପ ହସି କହିଲେ “ମୁଁ ସେଗୁଡିକ ଏଠାକୁ ଆଣିବି ନାହିଁ । ଜୀବାନନ୍ଦ ପଚାରିଲେ “ତେବେ ଆପଣ କଣ କରିବେ” ? ସତ୍ୟାନନ୍ଦ ପୁଣି କହିଲେ “ମୁଁ ନଗରକୁ ଯାଇ ସେଠାକାର କିଛି ଗୋଳାବାରୁଦ କାରିଗରଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ସେମାନଙ୍କୁ ମୁଁ ଏଠାକୁ ଆଣିବି ଓ ଆମେ ଏଇଠି ସେସବୁ ତିଆରି କରିବା” । ଭବାନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କଣ ଏଇ ଆନନ୍ଦ ମଠରେ” ? ସତ୍ୟାନନ୍ଦ କହିଲେ “ନା ! ପଦଚିହ୍ନ ଗ୍ରାମରେ , ସେଥିପାଇଁ ତ ମୁଁ ମହେନ୍ଦ୍ରକୁ ସନ୍ତାନ ହେବା ପାଇଁ ରାଜି କରେଇଛି , ମୁଁ ଆଜି ହିଁ ତାକୁ ଓ ଆଉ ଜଣେ ସନ୍ନ୍ୟାସୀଙ୍କୁ ସନ୍ତାନ ଧର୍ମରେ ଦୀକ୍ଷିତ କରାଇବି” । “ଆଉ ଜଣେ ସନ୍ନ୍ୟାସୀ ସେ ପୁଣି କିଏ”? ଜୀବାନନ୍ଦ ପଚାରିଲେ । “ହଁ ଜଣେ ସନ୍ନ୍ୟାସୀ ଆସିଛନ୍ତି ସନ୍ତାନ ବ୍ରତ ଧାରଣ କରିବା ପାଇଁ ମୁଁ ଯଦି ଓ ତାଙ୍କୁ ଆଗରୁ କେବେ ଦେଖି ନାହିଁ ତେବେ ତାଙ୍କ ପାଖରେ ସନ୍ୟାସୀ ହେବାର ସବୁ ଲକ୍ଷଣ ମୁ ଦେଖି ପାରିଛି” ବୋଲି ସତ୍ୟାନନ୍ଦ କହିଲେ। ଆଉ ମଧ୍ୟ କହିଲେ “ଯେ ପର୍ଯ୍ୟନ୍ତ ମୁଁ କାମ ସାରି ମଠକୁ ନ ଫେରିଛି ସେ ପର୍ଯ୍ୟନ୍ତ ତୁମେ ମାନେ କେହି ବି ପ୍ରାୟଶ୍ଚିତ କରିବା ନାହିଁ” । ଏହି କଥା କହି ସତ୍ୟାନନ୍ଦ ସେଠାରୁ ଚାଲି ଗଲେ । ତା’ପରେ ଭବାନନ୍ଦ ଜୀବାନନ୍ଦଙ୍କୁ ପଚାରିଲେ ‘ତୁମେ କିଛି କରିଛ କି”? ଜୀବାନନ୍ଦ କହିଲେ “ମୁଁ କେବଳ ଗୋଟିଏ ଛୋଟ ଝିଅକୁ ନେଇ ମୋ ଭଉଣୀ ଘରେ ଛାଡି ଦେଇ ଆସିଛି” । ଭବାନନ୍ଦ କହିଲେ “ସେଠାରେ ତୁମେ ତୁମ ପତ୍ନୀ ସହ ଦେଖା କରି ନାହଁ ତ”? ଜୀବାନନ୍ଦ ଟିକେ ଚୁପ ରହି କହିଲେ “ମହର୍ଷି ସତ୍ୟାନନ୍ଦଙ୍କୁ ବୋଧେ ସେଇଆ ଲାଗୁଛି ନହେଲେ ସେ ଏପରି କାହିଁକି କହି କି ଗଲେ ଯେ ସେ ନ ଫେରିବା ପର୍ଯ୍ୟନ୍ତ ଆମେ କେହି ପ୍ରାୟଶ୍ଚିତ କରି ପାରିବା ନାହିଁ ବୋଲି” ।

ଆଉ ତା’ପରେ .....

ମହେନ୍ଦ୍ରଙ୍କୁ ମହର୍ଷି ସତ୍ୟାନନ୍ଦ କଣ ସନ୍ନ୍ୟାସୀ ବ୍ରତ ଧାରଣ କରାଇପାରିବେ?

ମହେନ୍ଦ୍ର କଣ ନିଜ ଗାଁ ରେ ଗୋଲବାରୁଦ ତିଆରି କରିବାକୁ ଅନୁମତି ଦେବେ?

ଆଉ ଜଣେ ସନ୍ନ୍ୟାସୀ କିଏ ଯିଏ କି ସନ୍ତାନ ହେବାକୁ ଇଚ୍ଛା ପ୍ରକଟ କରୁଛନ୍ତି?

କ’ଣ ଏଇ ସନ୍ନ୍ୟାସୀ ମାନେ ମିଶି ଭାରତ ମାତାଙ୍କୁ ବନ୍ଧନ ମୁକ୍ତ କରି ପାରିବେ?

ଜୀବାନନ୍ଦ ଶାନ୍ତି ସତ୍ୟାନନ୍ଦ

Rate the content


Originality
Flow
Language
Cover design

Comments

Post

Some text some message..