Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବୁଝା ପ୍ରେମ
ଅବୁଝା ପ୍ରେମ
★★★★★

© Deepak Sarangi

Others

14 Minutes   14.8K    21


Content Ranking

ଅବୁଝା ପ୍ରେମ

ଦୀପକ ଷଡଙ୍ଗୀ

ପ୍ରେମ ଏପରି ଏକ ବସ୍ତୁର ନାମ ଯାହାକୁ ନା କେବେ ସ୍ପର୍ଶ କରି ହୁଏ ନା କେବେ ଦେଖି ହୁଏ ,କେବଳ ପ୍ରେମର ଉନ୍ମାଦତାକୁ ମନ ମଧ୍ୟରେ ଅନୁଭବ କରି ହୁଏ । ଏହି ପ୍ରେମ ଯେ କେତେବେଳେ ବସନ୍ତର ମଳୟ ପବନ ପରି ବହି ଆସି ମନ ଚୋରି କରି ନେଇ ଜୀବନରେ ହସର ଫଗୁଣ ବୁଣି ଦେଇ ଥାଏ ତ ଅନ୍ୟ କେତେ ବେଳେ ଗୋଲାପର କଣ୍ଟା ପରି କ୍ଷତବିକ୍ଷତ କରି ଚିର ଦିନ ପାଇଁ ଜୀବନରେ ଅମାବାସ୍ୟା ଭରି ଦେଇଥାଏ ।

ଠିକ୍ ସେହିପରି ଏକ ଅମବାସ୍ୟା ମିନାକ୍ଷୀର ଜୀବନରେ କଳା ଛାୟା ପରି ଢାଙ୍କି ହୋଇ ତା ଜୀବନର ସମସ୍ତ ହସ ଖୁସି ସ୍ଵପ୍ନ କୁ ଛଡାଇ ନେଇ ତାକୁ ନିର୍ଜନ ଅନ୍ଧାର ରାତିର ଅସହାୟ ପଥିକ ଟିଏ କରି ଛିଡା କରେଇ ଦେଇଥିଲା ।

ମିନାକ୍ଷୀ ଜଗତସିଂହପୁର ଜିଲ୍ଲାରେ ଥିବା ପଞ୍ଚୁପଲ୍ଲୀ ଗ୍ରାମର ବିମଳ ଦାସଙ୍କର ଏକମାତ୍ର ଝିଅ । ବିମଳ ଦାସ ପଞ୍ଚୁପଲ୍ଲୀ ଗ୍ରାମରେ ଥିବା ଏକ ସରକାରୀ ହାଇସ୍କୁଲର ଇଂରାଜୀ ଶିକ୍ଷକ । ପରିବାର କହିଲେ ତାଙ୍କ ଧର୍ମପତ୍ନୀ ସରୋଜିନୀ ଦାସ ଓ ଏକମାତ୍ର ଝିଅ ମିନାକ୍ଷୀ ଦାସ । ବିମଳ ବାବୁ ସ୍କୁଲରେ ଭଲ ଇଂରାଜୀ ପଢାଉ ଥିବାରୁ ତାଙ୍କ ନାମ ବହୁତ ଖ୍ୟାତ । ତାଙ୍କ ଝିଅ ମିନାକ୍ଷୀ ଯାହାକୁ ସେ ଶ୍ରଦ୍ଧାରେ ମିନୁ ବୋଲି ଡାକୁ ଥିଲେ , ଝିଅକୁ ନେଇ ବିମଳ ବାବୁଙ୍କର ଅନେକ ସ୍ଵପ୍ନ । ସେ ସର୍ବଦା ମିନୁକୁ କହୁଥିଲେ “ମିନୁ ମୁଁ ସିନା ଛୋଟ ଚାକିରିଟିଏ କରି ଏଇ ଗାଁରେ ପଡିରହିଛି କିନ୍ତୁ ତୁ ଭଲ ପାଠ ପଢି ବଡ ମଣିଷ ହୋଇ ବିଦେଶ ଯାଇ ମୋର ଆଉ ଆମ ଗାଁର ନାଁ ରଖିବୁ” ।

ମିନୁ ମଧ୍ୟ ବାପା ମା’ଙ୍କର କଥା ମାନି ପାଠ ପଢାରେ ମନ ଦେଇ ଥାଏ । ପାଠ ସାଙ୍ଗକୁ ଖେଳ କୁଦ , କବିତା ଲେଖିବାରେ ମଧ୍ୟ ମିନୁ ବେଶ ପାରଦର୍ଶିତା ଅର୍ଜନ କରିଥାଏ । ସେ ଖୁବ ଶାନ୍ତ ସ୍ଵଭାବର ହେବା ସହ ସ୍କୁଲରେ ଭଲ ପାଠ ପଢୁ ଥିବାରୁ ସମସ୍ତେ ତାକୁ ଆଦର କରନ୍ତି । ତା ସହ ସେ ବାପା ମା’ଙ୍କର ଏକ ମାତ୍ର ସନ୍ତାନ ହୋଇଥିବାରୁ ବିମଳ ବାବୁ ଓ ତାଙ୍କ ସ୍ତ୍ରୀ ଝିଅର ପ୍ରତ୍ୟେକ ଇଚ୍ଛା ପୂରଣ କରିବା ସହ ତାକୁ ନେଇ ଅନେକ ସ୍ଵପ୍ନ ଦେଖନ୍ତି । ମିନୁ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇ ଥିବାରୁ ବିମଳ ବାବୁ ଖୁସି ହୋଇ ଝିଅର ଉଚଶିକ୍ଷା ପାଇଁ ତାର ନାମ ଭୁବନେଶ୍ଵରର ଏକ ଭଲ କଲେଜରେ ଲେଖି ଦେଇଥିଲେ । ମିନୁ ଗାଁ ମାଟି ଛାଡି ସହରକୁ ଆସିଥିଲା ପାଠ ପଢି ବାପା ମା’ଙ୍କର ସ୍ଵପ୍ନ ପୂରଣ କରିବା ପାଇଁ । ଗାଁ ଛାଡିବା ବେଳେ ମା ସରୋଜିନୀ ଦେବୀ ଝିଅକୁ ସହରର ଚାଲି ଚଳଣ ବିଷୟରେ ବୁଝାଇ ବାରମ୍ବାର ତାଗିଦ କରି କହି ଥିଲେ ଯେ ଭୁବନେଶ୍ଵର ଯାଇ ବେଶି ବୁଲାବୁଲି ନ କରି ମନ ଦେଇ ପାଠ ପଢିବୁ ଏବଂ ଆମର ନା ଯେମିତି ରଖିବୁ । ମା ଙ୍କ କଥାରେ ସମ୍ମତି ଜଣାଇ ମିନୁ ବାହାରି ଆସିଥିଲା ବାପାଙ୍କ ସହ ଭୁବନେଶ୍ଵର ।

ଭୁବନେଶ୍ଵରରେ ପହଞ୍ଚିବା ପରେ ଚାକଚକ୍ୟ ଦୋକାନ ବଜାର ଦେଖି ତାର ମନ ଲାଖି ଯାଇଥିଲା । ସେ ନିଜକୁ ବହୁତ ଧନ୍ୟ ମନେ କଲା ଯେ ଯାହା ହେଉ ତା ବାପା ତାକୁ ଏକ ବଡ ସହରରେ ପାଠ ପଢାଇ ବାକୁ ଆଣିଛନ୍ତି । ବିମଳ ବାବୁ ଝିଅର ନାଁ କଲେଜରେ ଲେଖାଇ ଦେଇ ହସ୍ଟେଲରେ ରହିବା ବ୍ୟବସ୍ଥା କରି ଗାଁ କୁ ଫେରି ଆସିଲେ । ଝିଅକୁ ଛାଡି ଆସିଲା ବେଳେ ତାଙ୍କ ମନକୁ ଯେତେ କଷ୍ଟ ହେଉ ଥିଲେ ମଧ୍ୟ ସେ ନିଜ କଷ୍ଟ କୁ ଛାତିରେ ଚାପି ରଖି ଝିଅର ସୁନ୍ଦର ଭବିଷ୍ୟତ ପାଇଁ ତାକୁ ବାହାରେ ରହି ପଢିବାକୁ ହେବ ବୋଲି ଭାବି ମନକୁ ବୁଝାଇ ଦେଇଥିଲେ । ମିନୁ ମଧ୍ୟ ପ୍ରଥମ ଥର ପାଇଁ ଘର ଛାଡି ଆସିଥିବାରୁ କିଛି ଦିନ ଉଦାସ ରହିଥିଲା କିନ୍ତୁ ସାଙ୍ଗ ମାନଙ୍କ ସହ ମିଶି ଯିବାରୁ ତା ମନ ସେଠାରେ ଲାଗି ଯାଇଥିଲା । ବେଳେବେଳେ ଛୁଟି ହେଲେ ଘରକୁ ଆସେ ଓ କଲେଜ ଖୋଲିଲେ ପୁଣି ଚାଲି ଯାଏ ।

ମିନୁର ସେହି କଲେଜରେ ସୁନିତା ବୋଲି ଏକ ଝିଅ ସହ ଭଲ ବନ୍ଧୁତା ହୋଇଯାଇଥାଏ । ମିନୁ କେତେ ଥର ତାଙ୍କ ଘରକୁ ଯାଇଛି ଓ ସୁନିତା ବି ମିନୁ ସହ ତାଙ୍କ ଗାଁ କୁ ଯାଇ ବୁଲ ବୁଲି କରି ଆସିଛି । ସୁନିତାର ମାମୁଁ ପୁଅ ଭାଇ ଶୁଭେନ୍ଦୁ ମଧ୍ୟ ସେହି କଲେଜର ଛାତ୍ର । ସୁନିତାର ଭାଇ ହୋଇ ଥିବାରୁ ମିନୁ ମଧ୍ୟ ତା ସହ କେତେବେଳେ ଦରକାର ପଡିଲେ କଥାବାର୍ତ୍ତା ହୁଏ । ବାରମ୍ବାର କଥାବାର୍ତ୍ତା ମିଳାମିଶା ରୁ ଶୁଭେନ୍ଦୁ ମିନୁକୁ ପସନ୍ଦ କରିବାକୁ ଲାଗିଲା । ସେ ତାର ମନ କଥା ମିନୁ ପାଖରେ ପହଞ୍ଚେଇବା ପାଇଁ ସୁନିତାକୁ କହିଥିଲା ମାତ୍ର ସୁନିତା ସିଧା ସିଧା ମନା କରି ଦେଇ କହିଥିଲା “ମିନାକ୍ଷୀ ମୋର ଗୋଟେ ଭଲ ବନ୍ଧୁ ଆଉ ମୁଁ ତାକୁ ଯଦି ଏ ପରି କହିବି ସେ ମୋତେ ଖରାପ ଭାବିବ ଓ ବନ୍ଧୁତା ମଧ୍ୟରେ ବି ଫାଟ ସୃଷ୍ଟି ହେବ । ମିନାକ୍ଷୀ ଆମ କଲେଜ ର ଗୋଟେ ଭଲ ପିଲା ଓ ମୋର ତାକୁ ଏ ପରି କହିବ ଜମାରୁ ଠିକ୍ ହବନି” ।

ସୁନିତା ଶୁଭେନ୍ଦୁକୁ ମନା କରିବା ପରେ ଶୁଭେନ୍ଦୁ କିପରି ନିଜର ମନର କଥା ମିନାକ୍ଷୀ ପାଖରେ କହିବ ସେ ଉପାୟ ଚିନ୍ତା କରିବା ସହ କାଳେ ମିନାକ୍ଷୀ ତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବ ସେ କଥା ଭାବି ଭୟଭୀତ ହୋଇ ପଡୁଥାଏ । ହେଲେ ପ୍ରେମ ତ ହେଉଛି ଏକ ଉଛୁଳା ନଈ କେତେବେଳେ ଯେ ସେ ବନ୍ଧ ଡେଇଁ ସମୁଦ୍ର ରେ ମିଶି ଯିବ ତାହା କେହି କହି ପାରିବେ ନାହିଁ । ଶୁଭେନ୍ଦୁ ସହ ମଧ୍ୟ ସେହିପରି ଘଟିଲା । ଶୁଭେନ୍ଦୁ ମଧ୍ୟ ଭଲ ପଢୁ ଥିବାରୁ ମିନାକ୍ଷୀ ବେଳେବେଳେ ତା ଠାରୁ ନୋଟ୍ ଆଣି ପଢାପଢି କରେ । ଥରେ ଶୁଭେନ୍ଦୁ ସେଇ ନୋଟ୍ ଭିତରେ ଚିଠିଟେ ରଖି ତା ମନ କଥା ଲେଖି ମିନାକ୍ଷୀକୁ ଦେଲା । ମିନାକ୍ଷୀ ନୋଟ୍ ଖାତା ଭିତରୁ ଶୁଭେନ୍ଦୁର ହାତଲେଖା ଚିଠି ପାଇ ସେ ମଧ୍ୟ ଶୁଭେନ୍ଦୁକୁ ଭଲପାଏ ବୋଲି ଜଣାଇ ଦେଲା । ମାତ୍ର ପରୀକ୍ଷା ପାଖ ହୋଇ ଯାଇ ଥିବାରୁ ସେ ପାଠ ପଢାରେ ବ୍ୟସ୍ତ ବୋଲି କହି ଶୁଭେନ୍ଦୁକୁ ବୁଝାଇ ଦେଲା । ଶୁଭେନ୍ଦୁ ମଧ୍ୟ ତା କଥାରେ ରାଜି ହୋଇ ପାଠରେ ମନ ଦେଲା । ପରୀକ୍ଷା ସରିଲା ଶୁଭେନ୍ଦୁ ଓ ମିନାକ୍ଷୀ ଦୁହେଁ +୨ ବିଜ୍ଞାନ ରେ ପ୍ରଥମ ଶ୍ରେଣୀ ରେ ପାସ କରି ଥିଲେ ।

ମିନାକ୍ଷୀର ବାପା ମା ଏ କଥା ଶୁଣି ଖୁସିରେ ତାଙ୍କ ପାଦ ତଳେ ଲାଗିଲାନି । ବିମଳ ବାବୁ ଝିଅର ସଫଳତାରେ ଗାଁ ସାରା ମିଠା ବାଣ୍ଟି ଥିଲେ । ବିମଳ ବାବୁ ଝିଅ ର ଉଚଶିକ୍ଷା ପାଇଁ ଟଙ୍କା ମଧ୍ୟ ଯୋଗାଡ କରି ସାରିଥିଲେ । ମିନାକ୍ଷୀ ଜେଇଇ ପରୀକ୍ଷା ରେ ଭଲ କରି ଭୁବନେଶ୍ଵରର ଏକ ନାମୀ କଲେଜ ରେ ପଢିଲା । ବିମଳ ବାବୁ ଓ ତାଙ୍କ ସ୍ତ୍ରୀ ସରୋଜିନୀ ଦେବୀ ଏବେ ବହୁତ ଖୁସି , ତାଙ୍କ ଝିଅ ଏବେ ଗୋଟେ ବଡ ଅଫିସର ହେବାକୁ ଯାଉଛି ସେ ତାଙ୍କ ସବୁ ସ୍ଵପ୍ନକୁ ପୂରଣ କରିବ ; ମାତ୍ର ବିଧିର ନିର୍ଦେଶ କୁ ତ କେହି ବଦଳେଇ ପାରିବେନି ।

ମିନାକ୍ଷୀ ଯେଉଁ କଲେଜ ରେ ପଢିଲା ଶୁଭେନ୍ଦୁ ମଧ୍ୟ ସେହି କଲେଜରେ ପଢିଲା । ଧୀରେ ଧୀରେ ତାଙ୍କର ପ୍ରେମର ଗଭୀରତା ବଢିବାକୁ ଲାଗିଲା । ଶୁଭେନ୍ଦୁକୁ ପାଇ ମିନାକ୍ଷୀକୁ ଲାଗୁଥିଲା ସତେ ଯେପରି ତାର ଦୁଇଟି ଡେଣା ଲାଗି ଯାଇଛି ଓ ସେ ନୀଳ ଆକାଶ ରେ ମୁକ୍ତ ବିହଙ୍ଗ ପରି ଉଡି ବୁଲୁଛି । ଧୀରେ ଧୀରେ ମିନାକ୍ଷୀର ଧ୍ୟାନ ପାଠ ପଢାରୁ ଦୂରେଇ ଯାଇ ଶୁଭେନ୍ଦୁ ପାଖରେ ରହିଲା ।

ଅନେକ ଦିନ ହେବ ଗାଁକୁ ନ ଯିବାରୁ ବିମଳ ବାବୁ ବ୍ୟସ୍ତ ହୋଇ ଝିଅର ଭଲମନ୍ଦ ବୁଝିବା ପାଇଁ ଭୁବନେଶ୍ବର ଆସିଲେ । ସେ ଝିଅ ରହୁଥିବା ହସ୍ଟେଲ କୁ ଯାଇ ଦରୱାନ କୁ ଝିଅ କୁ ଡାକି ଦବାକୁ କହିଲେ । ଦରୱାନ ଭିତରକୁ ଯାଇ ଆସି ଉତ୍ତର ଦେଲା ଝିଅ ରୁମ ରେ ନହିଁ ବୋଲି। ମିନୁ ବୋଧେ କ୍ଲାସ କୁ ଯାଇଛି ବୋଲି ଭାବି ବିମଳ ବାବୁ ଗେସ୍ଟ ରୁମରେ ଅପେକ୍ଷା କରି ରହିଲେ । ହେଲେ ଦିନ ଗାଡି ସନ୍ଧ୍ୟା ହେବାକୁ ବସିଲା ମିନୁ ର ସହପାଠୀ ମାନେ ହସ୍ଟେଲ କୁ ଫେରି ଆସିଲେଣି , କିନ୍ତୁ ମିନୁର ଦେଖା ନହିଁ । ବିମଳ ବାବୁ ବ୍ୟସ୍ତ ହୋଇ ସାଙ୍ଗ ମାନଙ୍କୁ ପଚାରିବାରୁ ଜଣେ କହିଲା “ମିନାକ୍ଷୀ ଆଜିକାଲି ଆଉ କ୍ଲାସକୁ ବେସୀ ଆସୁନି ସେ ସବୁବେଳେ ଆମ କ୍ଳାସ ର ଶୁଭେନ୍ଦୁ ସହ ବୁଲୁଛି” । ଏହା ଶୁଣି ବିମଳ ବାବୁ ପ୍ରଥମେ ବିଶ୍ବାସ କରି ପାରିଲେ ନାହିଁ ଓ ଭାବିଲେ ତାଙ୍କ ଝିଅ ଭଲ ପାଠ ପଢୁଛି ବୋଲି ବୋଧେ ତା ସାଙ୍ଗ ମାନେ ତାକୁ ଈର୍ଷା କରି ଏପରି ବଦନାମ କରୁଛନ୍ତି। ତେଣୁ ସେ ରାଗି ଯାଇ କହିଲେ “ନା ଏ ସବୁ ମିଛ କଥା ମୋ ଝିଅ ଏ ପରି କେବେ କରି ପାରିବନି , ତମେ ମାନେ ମିଛରେ ମୋ ଝିଅ କୁ ବଦନାମ କରୁଛ” । ଏତିକି କହିବାର କିଛି ସମୟ ପରେ ସେ ଦେଖିଲେ ଯେ ସତକୁ ସତ ତାଙ୍କ ଝିଅ ଗୋଟେ ପୁଅ ଗାଡିରେ ବସି ଆସି ହସ୍ଟେଲ ଗେଟ ସାମନା ରେ ଓଲେହିଲା । ଏହା ଦେଖି ବିମଳ ବାବୁଙ୍କ ରାଗ ମୁଣ୍ଡକୁ ଚଢି ଗଲା ଓ ସେ ସଙ୍ଗେ ସଙ୍ଗେ ଝିଅ କୁ ଟାଣି ଆଣି ଏ ସବୁ କଣ ବୋଲି ପ୍ରଶ୍ନ କଲେ ? ମିନୁ ତା ବାପାଙ୍କୁ ହସ୍ଟେଲ ରେ ଦେଖି ଭୟଭୀତ ହେବ ସହ ତା ପାଟିରୁ କିଛି କଥା ବାହାରୁ ନ ଥାଏ । ତଥାପି ସେ କିଛି ସମୟ ଚୁପ ରହି ଲୁହ ଛଳଛଳ ଆଖିରେ ଉତ୍ତର ଦେଲା “ବାପା ସେ ହେଉଛନ୍ତି ଶୁଭେନ୍ଦୁ ମୁଁ ତାଙ୍କୁ ଭଲ ପାଏ” । ଏଇ ପଦେ କଥା ଶୁଣିବା ପରେ ବିମଳ ବାବୁଙ୍କ ସମସ୍ତ ଆଶା ଭରସା ସ୍ଵପ୍ନ ସବୁ ବାଲିଘର ପରି ଭାଙ୍ଗି ଗଲା । ବିମଳ ବାବୁ ସଙ୍ଗେ ସଙ୍ଗେ ମିନୁର ହାତ ଧରି ଟାଣି ନେଇ ତା ବ୍ୟାଗ ବାନ୍ଧି ଗାଁ କୁ ଯିବା ପାଇଁ କହିଲେ । ମିନୁ କାନ୍ଦି ଯେତେ ନେହୁରା ହେଲେ ବି ବିମଳ ବାବୁ ତାଙ୍କ ଜିଦରେ ଥିଲେ ଅଟଳ ।

ବିମଳ ବାବୁ ଝିଅ କୁ ଧରି ହଠାତ ଆସି ଘରେ ପହଞ୍ଚିବାରୁ ସରୋଜିନୀ ଦେବୀ ବିବ୍ରତ ହୋଇ କଣ ହେଇଛି ବୋଲି ପଚାରିଲେ । ବିମଳ ବାବୁ ରାଗ ତମତମ ହେଇ କହିଲେ ତମ ଝିଅ ଆମର ସବୁ ସ୍ଵପ୍ନ କୁ ଧୂଳିସାତ କରି ଦେଲା ତେଣୁ ତାର ଆଉ ସହରରେ ପାଠ ପଢିବା ଦରକାର ନହିଁ ଯେତେ ଶୀଘ୍ର ହେବ ତାର ବାହାଘର ପାଇଁ ତାକୁ ପ୍ରସ୍ତୁତ କରାଅ । ବିମଳ ବାବୁ ଙ୍କ ମୁହଁରୁ ଏପରି କଥା ଶୁଣି ପ୍ରଥମେ ସେ କିଛି ବୁଝି ପାରିଲେ ନହିଁ ,ମିନୁ ମଧ୍ୟ କାନ୍ଦିକନ୍ଦି ତା ରୁମ ଭିତରକୁ ପଳେଇଲା । ପରେ ବିମଳ ବାବୁ ସବୁ କଥା ସରୋଜିନୀ ଦେବୀଙ୍କୁ ବୁଝେଇ କହିଲେ ,ବାପା ମା ଦୁହେଁ ଏଥର ମନସ୍ଥ କଲେ ଯେ ମିନୁର ବାହାଘର ଶୀଘ୍ର କରାଇ ଦେବା ପାଇଁ ।

ମିନୁକୁ ବିମଳ ବାବୁ ଓ ତାଙ୍କ ସ୍ତ୍ରୀ ରାଣ ଦେଇ କହଲେ “ଯଦି ତୁ ଶୁଭେନ୍ଦୁକୁ ପାଇବାକୁ ଚାହୁଁଛୁ, ତେବେ ଆମ ଦୁଇଜଣଙ୍କୁ ବିଷ ଦେଇ ମାରି ଦେଇ ଚାଲି ଯା” । ମିନୁର ସବୁ ସ୍ଵପ୍ନ ଆଖି ପିଛୁଳାକେ ଭାଙ୍ଗି ଚୁରମାର୍ ହୋଇଗଲା । ବାପା ମା ଙ୍କ କଥାରେ ରାଜି ହୋଇ ସେ ଅନ୍ୟ ଆଡେ ବାହା ହବ ପାଇଁ ନିଜକୁ ପ୍ରସ୍ତୁତ କଲା । ଏହି କଥା ସେ ନିଜ ମୁହଁରେ ଶୁଭେନ୍ଦୁକୁ ଜଣାଇବା ପାଇଁ ସାହସ ଜୁଟାଇ ପାରିଲା ନାହିଁ ।

ବିମଳ ବାବୁ ମିନୁର ବାହାଘର ଏକ ବହୁ ରାଷ୍ଟ୍ରୀୟ କମ୍ପାନିରେ ଚାକିରି କରୁଥିବା ସୁଜିତଙ୍କ ସହ ସ୍ଥିର କରାଇ ଦେଲେ । ମିନୁ ଯେତେ ଅନୁରୋଧ କାଲେ ବି ତା ବାପା କି ମା କେହି ତାର କଥାକୁ ଶୁଣିଲେ ନାହିଁ। ଶେଷରେ ମିନୁ ତା’ର ଭଲ ପାଇବାକୁ ବଳି ପକେଇ ଦେଇ ଅତୀତର ସବୁ ସ୍ମୃତିକୁ ହୃଦୟ ରେ ଚାପି ରାଖି ସୁଜିତଙ୍କ ସହ ବିବାହ କରିବାକୁ ମନେମନେ ପ୍ରସ୍ତୁତ ହୋଇ ରହିଲା ।

ସେପଟେ ମିନୁର କିଛି ଖବର ନ ପାଇ ଶୁଭେନ୍ଦୁ ବ୍ୟସ୍ତ ହୋଇ ତା ସାଙ୍ଗ ଠାରୁ କୌଣସି ମତେ ମିନୁର ଠିକଣାକୁ ଜାଣି ବାହା ଘର ଦିନ ଆସି ମିନୁର ଗାଁ ରେ ପହଞ୍ଚି ଗଲେ । ସେ ମିନୁର ବାପା ବିମଳ ବାବଙ୍କୁ ମଧ୍ୟ ତାଙ୍କ ଭଲ ପାଇବା ବିଷୟରେ ସବୁ ଜଣାଇ ମିନୁକୁ ତାଙ୍କ ସହ ବିବାହ କରାଇଦେବା ପାଇଁ ବହୁତ ଅନୁରୋଧ କଲେ, କିନ୍ତୁ ବିମଳ ବାବୁ ରାଗରେ ପଞ୍ଚମ ହୋଇ ତାଙ୍କୁ ଅପମାନିତ କରି ସେଠାରୁ ଲୋକ ଲଗାଇ ତଡି ଦେଲେ । ତଥାପି ଶୁଭେନ୍ଦୁ ହାର ନ ମାନି ମିନୁର ଏକ ସାଙ୍ଗ ସହାୟତା ରେ ତାକୁ ନିକଟସ୍ଥ ଏକ ମନ୍ଦିରକୁ ଡାକି ନେଇ କହିଲେ “ମିନୁ ତୁମେ ମୋ ସହ ଘର ଛାଡି ଚାଲ , ଆମ ଘର ଲୋକେ ତୁମକୁ ବୋହୁ ଭାବେ ଗ୍ରହଣ କରି ବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ଆମ ବାହାଘରକୁ ବହୁତ ଧୂମଧାମରେ କରିବେ । ଆମ ଭଲ ପାଇବା ବିଷୟରେ ଟିକେ ଭାବ । ତୁମ ବାପାଙ୍କ ଜିଦ ଆଗରେ ତୁମେ ଆମ ଭଲ ପାଇବାକୁ ମାରି ଦିଅନି” । ସେଦିନ ଶୁଭେନ୍ଦୁର ଏଇ କେଇ ପଦ କଥା ମିନାକ୍ଷୀର ଛାତି ଭିତରେ ରକ୍ତର ଗାର ପରି ଟାଣି ହୋଇ ଯାଉଥିଲେ ବି ସେ କିନ୍ତୁ ଉପାୟ ଶୂନ୍ୟ ଥିଲା । ସେ ଆଖି ଛଳଛଳ କରି ଶୁଭେନ୍ଦୁକୁ କହିଲା “ଏଇଟା ଆମର ଶେଷ ଦେଖା ବୋଲି ତୁମେ ମାନି ନିଅ ,ଦୟାକରି ତୁମେ ଏଠାରୁ ଚାଲି ଯାଅ ଆଉ କେବେବି ମୋ ସାମ୍ନାକୁ ଆଉ ଆସିବନି , ମୁଁ ମୋ ବାପାଙ୍କ ସନ୍ନମାନକୁ କେବେ ବି ତଳେ ପକେଇ ପାରିବି ନାହିଁ, ତୁମକୁ ଭଲ ପାଇବା ମୋ ଭାଗ୍ୟରେ ଥିଲା କିନ୍ତୁ ତୁମ ସହ ବାହାଘର ନୁହେଁ, ଇଶ୍ଵର ମୋ ଭାଗ୍ୟକୁ ଆଉ କାହା ସହ ଯୋଡି ଛନ୍ତି ଯାହାକୁ ଆମକୁ ସ୍ଵୀକାର କରି ବାକୁ ପଡିବ”। ଶୁଭେନ୍ଦୁ ମିନୁ ଠାରୁ ଏପରି ଉତ୍ତର ପାଇ ତାଙ୍କୁ ଲାଗୁଥିଲା ଯେ ସତେ ଯେପରି ପୁରା ଆକାଶ ଟା ଆଜି ତାଙ୍କ ଉପରେ ଛିଡି ପଡିବ । ମିନୁ ବିନା ତାଙ୍କୁ ଲାଗୁଥିଲା ଜୀବନ ଟା ପୁରା ମୂଲ୍ୟହୀନ ଓ ନିଃସଙ୍ଗ । ମିନୁ ତା ବାପାର ଆତ୍ମସ୍ଵାଭିମାନ ପାଇଁ ଆଜି ତା ପ୍ରେମକୁ ଗୋଡରେ ଆଡେଇ ଦେଇ ତାକୁ ଧୋକା ଦେଇଛି , ଭଲ ପାଇବାର ରଙ୍ଗୀନ ସ୍ଵପ୍ନ ଦେଖେଇ ସେ ଆଜି ତାକୁ ଏକୁଟିଆ କରି ଦେଇଛି ଏହିପରି ଭାବି ଶୁଭେନ୍ଦୁ ସେଠାରେ ବସି କାନ୍ଦି କାନ୍ଦି ଅଥୟ ହୋଇ ପଡିଛନ୍ତି , ତା ପରେ ଶୁଭେନ୍ଦୁର ସାଙ୍ଗ ମାନେ ତାକୁ ସେଠାରୁ ନେଇ ଘରେ ଛାଡି ଦେଇ ଆସନ୍ତି। ଶୁଭେନ୍ଦୁ ଅତୀତର ଯନ୍ତ୍ରଣାକୁ ଭୁଲିବା ପାଇଁ ଆରମ୍ଭ କରନ୍ତି ମଦ ପିଇବା ।

ସେପଟେ ମିନାକ୍ଷୀର ବାହାଘର ସରି ଯିବାପରେ ସେ ପୁରୁଣା ଦିନ ର ସ୍ମୃତି କୁ ମନେ ପକେଇ କାନ୍ଦୁଚି ସିନା ,କିନ୍ତୁ କିଛି କରି ପାରୁନି । କାରଣ ସେ ଜାଣିଛି ତା ସ୍ଵାମୀ ସୁଜିତ ଯଦି ଏ କଥା ଜାଣିବା ପୁଣି ତା ଜୀବନରେ ଆଉ ଏକ ଝାଡା ଆସିବ। ତା ବାପା ମା ଯେଉଁ ସୁଖର ସଂସାର ପାଇଁ ତାକୁ ଏଠି ବାହା ଘର କରେଇଛନ୍ତି ତାହା ତାଙ୍କର ସ୍ଵପ୍ନରେ ହିଁ ରହିଯିବ , ଏମିତିରେ ବି ତ ବାପା ମା ଦେଖି ଥିବା କୌଣସି ସ୍ଵପ୍ନକୁ ସେ ବାସ୍ତବତାରେ ପରିଣତ କରାଇ ପାରି ନାହିଁ ,ସେମାନଙ୍କୁ ଜୀବନରେ କିଛି ବି ଖୁସି ଦେଇନି , ତେଣୁ ସେ ସବୁ ଦୁଖକୁ ମନ ଭିତରେ ଚାପି ରାଖି ଖୁସି ହେବାର ଅଭିନୟ କରି ଚାଲିଥିଲା ସ୍ଵାମୀ ସୁଜିତଙ୍କ ଆଗରେ । ଦିନ ପରେ ଦିନ ଗଡିବା ପରେ ମିନୁ ତା ଅତୀତକୁ ଭୁଲି ସୁଜିତଙ୍କ ସହ ସଂସାର ଗଢିବା ପାଇଁ ଆରମ୍ଭ କଲା ବେଳେ ହଠାତ ଯେ ଦିନେ ତା ଅତୀତ ପୁଣି ତା ସାମ୍ନା କୁ ଆସିଯିବ ସେ ଏ କଥା କେବେ ବି ଭାବି ନଥିଲା।

ମିନୁ ଦିନେ ତା ସ୍ଵାମୀ ସହ ଭୁବନେଶ୍ଵରର ବଜାରକୁ ବୁଲିବାକୁ ଗଲା ବେଳେ ସେ ଦେଖେ ତା ପୁରୁଣା ପ୍ରେମିକ ଶୁଭେନ୍ଦୁ ମଦ ପିଇ ରାସ୍ତା ଉପରେ କାହା ସହ ଝଗଡା କରୁଛି । ଶୁଭେନ୍ଦୁ କୁ ଏପରି ଅବସ୍ଥାରେ ଦେଖି ସେ ଆଶ୍ଚଜ୍ୟ ହୋଇଛି। ସେ ମନେ ମନେ ଭାବିଛି ଶୁଭେନ୍ଦୁକୁ ଯାଇ ଟିକେ ଦେଖା କରିବ ଓ ତାର ଭଲ ମନ୍ଦ କଥା ଟିକେ ପଚାରିକି ଆସିବ , ହେଲେ ତା’ର ବିବେକ ତାକୁ ବାଧା ଦେଇଛି । ସୁଜିତଙ୍କ ଆଗରେ ସେ କଣ ଏ ସବୁ କରି ପାରିବ? “ମିନୁ ଆସ ମଲ୍ ଭିତରକୁ ଯିବା”। ଗାଡି ପାର୍କିଂ କରି ସାରିବା ପରେ ସୁଜିତଙ୍କ ଡାକରେ ସେ ପ୍ରକୃତିସ୍ଥ ହେଲା । ସୁଜିତର ହାତଧରି ମଲ୍ କୁ ଯାଉ ଥିବା ବେଳେ ସେ ବୁଲି ବୁଲି ବାରମ୍ବାର ପଛକୁ ଚାହୁଁଥାଏ । ମିନୁର ମନ ଆଉ ମଲ୍ ରେ ଲାଗିଲାନି, ତା ମନ କେବଳ ଶୁଭେନ୍ଦୁ ପାଖକୁ ଯିବାକୁ ହିଁ ଡାକୁଥିଲା ,ହୁଏତ ଆଜି ସେ କାହାର ସ୍ତ୍ରୀ ହୋଇଛି କିନ୍ତୁ ଦିନେ ଏଇ ଶୁଭେନ୍ଦୁ ପାଇଁ ସେ ପାଗଳି ହୋଇଥିଲା । ସେ ତା’ର ପାଦ ଦୁଇଟିକି ଆଉ ଅଟକାଇ ପାରିଲା ନାହିଁ। ୱାଶରୁମ୍ ଯିବା ବାହାନାରେ ମିନୁ ଛୁଟି ଚାଲି ଆସିଲା ମଲ୍ ର ବାହାରକୁ କିନ୍ତୁ ସେ ଆସିଲା ବେଳକୁ ପୁଲିସ ଶୁଭେନ୍ଦୁଙ୍କୁ ଗାଡିରେ ବସାଇ ନେଇ ସାରିଥିଲା ଥାନାକୁ । ମିନୁ ସେଠାରେ ଶୁଭେନ୍ଦୁକୁ ନ ପାଇ ପାଖରେ ଥିବା ଲୋକଙ୍କ କଥାରୁ ଜାଣି ପାରିଥିଲା ଯେ ଶୁଭେନ୍ଦୁ ଭଲ ପାଉ ଥିବା ଝିଅଟି ତାକୁ ଧୋକାଦବାରୁ ସେ ମାନସିକ ଭାରସାମ୍ୟ ହରାଇ ବସି ଏହିପରି ପାଗଳ ହୋଇ ୟାଡେ ସ୍ୟାଡେ ଘୁରି ବୁଲୁଛି । ଏ କଥା ଶୁଣି ମିନୁର ଛାତି ଭିତରଟା ଥରି ଉଠିଛି । ସେ ନିଜକୁ ଧିକାର କରିଛି , ଶୁଭେନ୍ଦୁର ଏ ଅବସ୍ଥା ପାଇଁ ସେ ନିଜେ ହିଁ ଦାୟୀ ବୋଲି ତା ମନ ତାକୁ ବାରମ୍ବାର ଧିକାର କରିଛି । ଆଖିରୁ ଲୁହ ପୋଛି ପୁଣି ମଲ୍ ଭିତରକୁ ଫେରି ଆସି ଦେହ ଭଲ ନ ଲାଗିବାର ବାହାନା କରି ଘରକୁ ଫେରି ଯିବା ପାଇଁ ସୁଜିତକୁ ଅନୁରୋଧ କରିଛି ।

ମଲ୍ ରୁ ଫେରିବା ପରେ ମିନୁ ଅନ୍ୟମମସ୍କ ହୋଇଥିବାର ଦେଖି ସୁଜିତ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ କାରଣଟା କଣ ବୋଲି । କିନ୍ତୁ ମିନୁ ସେ ସବୁ କଥାକୁ ଦେହ ଖରାପର ଆଳ ଦେଖାଇ ଏଡାଇ ଯାଇଛି । ମିନୁ ଶୁଭେନ୍ଦୁର ଏପରି ଅବସ୍ଥା ପାଇଁ ନିଜକୁ ଦୋଷୀ ବୋଲି ଭାବି ନେଇଛି , ତେଣୁ ତା’ର ପ୍ରାୟଶ୍ଚିତ ପାଇଁ ସେ ଶୁଭେନ୍ଦୁର ଘରକୁ ଯାଇ କ୍ଷମା ମାଗିବାର ନିସ୍ପତି ନେଇଛି ଏବଂ ତାକୁ ବୁଝାଇ ସୁଝାଇ ତା କଥା ଭୁଲି ପୁଣି ଆଉ ଥରେ ନୂଆ କରି ଜୀବନକୁ ଗଢିବା ପାଇଁ ତାଙ୍କୁ ବୁଝାଇ କି ଆସିବାକୁ ସଂକଲ୍ପ ନେଇଛି ।

ସୁଜିତ କିନ୍ତୁ ମିନୁର ଉଦାସ ରହିବାର କାରଣକୁ ଠିକ୍ ଅନୁମାନ କରି ପାରିଥିଲେ । ସେ ବାହାଘର ବେଳେ ମଧ୍ୟ ମିନୁର କିଛି ସାଙ୍ଗ ମାନଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ମିନୁର ଆଉ ଜଣେ ପୁଅ ସହ ପ୍ରେମ ସମ୍ପର୍କ ଥିଲା ବୋଲି । କିନ୍ତୁ ସେତେବେଳେ ସେ ଏ ସବୁକୁ ଖାତିର କରି ନ ଥିଲେ , କିନ୍ତୁ ଏ କଥା ସେ ମିନୁ କୁ ପଚାରି ପାରୁ ନ ଥାନ୍ତି , କାରଣ କାଳେ ମିନୁ ଭାବି ଯେ ବାହାଘରର ଏତେ ଦିନ ପରେ ବି ସେ ତାକୁ ଅବିଶ୍ଵାସ କରୁଛି ବୋଲି , ସେଥି ପାଇଁ ମିନୁର ସତ୍ୟତା ଜାଣିବା ପାଇଁ ସେ ନିଜ ତରଫରୁ ଚେଷ୍ଟା କରିବାକୁ ଲାଗିଲେ ।

ହେଲେ କଥାରେ ଅଛି ଝଡ ଯେତେବେଳେ ଆସେ ତାର ବିରାଟ ରୂପକୁ ନେଇ କି ଆସିଥାଏ , ଏହି ଝଡ ଥରେ ବହିବା ପରେ ସବୁକିଛି ନିସୁନ ହୋଇ ଯାଏ କେତେ ଲୋକଙ୍କର ସଂସାର ଉଜୁଡି ଯାଏ ତାହା କହି ହୁଅନା, ସେହି ପରି ଏକ ଝଡ ମିନୁର ଜୀବନରେ ଆସିବା ପାଇଁ ଅପେକ୍ଷା କରି ରହିଥିଲା ।

ଦିନେ ମିନାକ୍ଷୀ ତାର ଭୁଲର ପ୍ରାୟଶ୍ଚିତ କରିବା ପାଇଁ ମାର୍କେଟ ଯାଉଛି କହି ଶୁଭେନ୍ଦୁର ଘରକୁ ଯାଏ । କେମିତି ଶୁଭେନ୍ଦୁକୁ ସାମ୍ନା କରିବା ସେ ସେଇ କଥା ବାଟ ସାରା ଭାବିଭାବି ଯାଉ ଥାଏ, ଶୁଭେନ୍ଦୁର ଘର ଆଗରେ ପହଞ୍ଚି ସେ କବାଟର ବେଲ୍ ମାରେ , କେହି ଜଣେ ଝିଅଟିଏ ଆସି ପଚାରେ “ଆପଣ କିଏ? କାହାକୁ ଖୋଜୁଛନ୍ତି”? ମିନୁ କହିଲା “ଶୁଭେନ୍ଦୁ ଘରେ ଅଛନ୍ତି ? ମୁଁ ତାଙ୍କ ସାଙ୍ଗ ତାଙ୍କୁ ଟିକେ ଦେଖାକରି ହେବ କି”? ଝିଅଟି କହେ “ହଁ ସାନବାବୁ ଘରେ ଅଛନ୍ତି ଆପଣ ବସନ୍ତୁ, ମୁଁ ତାଙ୍କୁ ଡାକି ଦେଉଛି”। ମିନୁକୁ ବସେଇ ଦେଇ ସେ ଚାଲି ଯାଏ ଭିତରକୁ କିଛି ସମୟ ପରେ ପଛରୁ ଶୁଭାଯାଏ ଗୋଟେ ସ୍ଵର “ତୁମେ କିଏ ମା”? ବୁଲି କି ଦେଖେ ତ ଶୁଭେନ୍ଦୁଙ୍କ ବାପା । ପ୍ରଣାମ କରେ ମିନାକ୍ଷୀ। ମିନାକ୍ଷୀ କହିଲା “ମୁଁ ମିନୁ ,ବାସ୍ ଏଇ ନାଁ ଟି ଶୁଣିବା ମାତ୍ରେ ବୃଦ୍ଧ ଜଣକ ରାଗରେ ଗରଜି ଉଠିଲେ “ଓଃ! ତୁ ହଉଛୁ ସେଇ ମିନୁ ଆଉ କଣ ବାକି ରଖିଛୁ ଯେ ଏଠିକି ଦେଖିବାକୁ ଆସିଛୁ । ମୋ ପୁଅ ଜୀବନରୁ ସବୁ ଖୁସି ଛଡାଇ ନେଇ ଆଜି ତୁ ତାକୁ ମଦୁଆ ଆଉ ପାଗଳ କରି ଦେଇଛୁ , ଯୋଉ ପୁଅକୁ ନେଇ ଆମେ ବୁଢାବୁଢୀ ଏତେ ସ୍ଵପ୍ନ ଦେଖି ଥିଲୁ ସେ ଆଜି ଆମ ମୁହଁକୁ ଚାହୁଁନି । ତାର ଏକମାତ୍ର ସାଥି ସାଜିଛି ମଦ । ମୋ ପୁଅର ଏ ଅବସ୍ଥା ପାଇଁ କେବେଳ ତୁ ହିଁ ଦାୟୀ ଯେଉଁ ପୁଅର ଘର ସଂସାର ଦେଖି ଖୁସି ରେ ରହିବା କଥା ସେହି ପୁଅର ଏଇ ଅବସ୍ଥା ଦେଖି ଆମେ ନ ମରି କିପରି ବଞ୍ଚିଛୁ ସେଇଆ ତୁ ଦେଖିବାକୁ ଆସିଛୁ”। ପାଟି ଶୁଣି ଶୁଭେନ୍ଦୁଙ୍କ ମା ବି ବାହାରକୁ ଆସି ମିନାକ୍ଷୀକୁ ବହୁତ ତିରସ୍କାର କଲେ । ମିନାକ୍ଷୀ କିଛି ନ କହି ଚୁପ ହୋଇ ତାଙ୍କର ଗାଳିକୁ ଚୁପଚାପ ସହି ଯାଉଥାଏ ଏବଂ ମନ ଭିତରେ ଭାବୁଥାଏ ଯଦି ଏମାନେ ମୋତେ ଏମିତି ଗାଳିଦେବେ ହୁଏତ ତାଙ୍କର କିଛି ରାଗ ମୋ ଉପରୁ ସେ ସୁଝେଇ ଦେବେ । କିଛି ସମୟ ପରେ ସେ କହିଲା “ମୋତେ ଥରୁଟିଏ ମାତ୍ର ଶୁଭେନ୍ଦୁ ସହ ଦେଖା କରିବାକୁ ଦିଅ”।

ଶୁଭେନ୍ଦୁର ମା ତା ଆଗରେ ହାତ ଯୋଡି ମିନାକ୍ଷୀକୁ କହିଲେ “ଦୟାକରି ମା ତୁ ଏ ଘରୁ ଚାଲି ଯା । ମୋ ପୁଅ କି ଆମ ବୁଢା ବୁଢୀ ଦୁଇଜଣଙ୍କୁ ଆଉ ଏ ବୟସରେ ଏତେ କଷ୍ଟ ଦେ ନ। ; ତୁ ଏବେ ଆଉ କାହାର ସ୍ତ୍ରୀ ହୋଇ ସାରିଲୁଣି , ତେଣୁ ତୋର ଶୁଭେନ୍ଦୁ ସହ ଦେଖା କରିବା ଜମା ଭଲ ନୁହେଁ” । ଏତିକି ବେଳେ ଶୁଭେନ୍ଦୁ ମଧ୍ୟ ପଶି ଆସିଲେ ସେ ଘରକୁ ଆଉ ମିନାକ୍ଷୀକୁ ଦେଖି ରାଗ ତମତମ ହୋଇ ପାଟି କରି କହି ଉଠିଲେ “ତୁମେ କାହିଁକି ଆସିଛ ଏଠାକୁ , ମୁଁ ବଞ୍ଚି ନା ମରିଚି ଦେଖିବାକୁ । ଆଜି ତ ତୁମେ ଚାଲି ଆସିଲ ଏ କଥା ଶୁଣି ତୁମ ବାପା ମାଙ୍କ ସମ୍ମାନରେ ଆଞ୍ଚ୍ ଆସିବନି । ଯାଅ ଚାଲି ଯାଅ ମୋ ସାମ୍ନା ରୁ ମୁଁ ତୁମ ମୁହଁ ବି ଦେଖିବାକୁ ଚାହୁଁନି । ହଁ !ଚିନ୍ତା କରିବନି ମୁଁ ତୁମ ସଂସାରରେ କେବେ ବି କଣ୍ଟା ସାଜିବିନି । ତୁମେ ତୁମ ସ୍ଵାମୀଙ୍କ ସହ ଖୁସିରେ ରୁହ । ମୋ କଥା ଭାବିବା ଦରକାର ନାହିଁ, ମୁଁ ମୋ ମଦ ସହ ବହୁତ ଖୁସିରେ ବଞ୍ଚିଛି” । ମିନାକ୍ଷୀ ଶୁଭେନ୍ଦୁ ଠାରୁ ଏତେ ତିରସ୍କାର ଶୁଣିବା ପରେ କାନ୍ଦିକାନ୍ଦି ଶୁଭେନ୍ଦୁର ପାଦ ତଳେ ପଡି କ୍ଷମା ପ୍ରାର୍ଥନା କରି ନୂଆ କରି ତାକୁ ସଂସାର ଗଢିବା ପାଇଁ ବହୁତ ବୁଝେଇଲା । ମିନାକ୍ଷୀ କହିଲା “ମୁଁ ତୁମ ପ୍ରେମିକା ସାଜିଥିଲି ନିଶ୍ଚୟ କିନ୍ତୁ ତୁମ ନିଜର ହୋଇ ପାରିଲି ନାହିଁ,ସେ ସମୟରେ ମୁଁ ବାପା ମା ଙ୍କ ସର୍ତ୍ତରେ ବାନ୍ଧି ହୋଇ ଯାଇଥିଲି, ସେ ସମୟ ଏବେ ଆଉ ନାହିଁ, ମୁଁ ଯେମିତି ସବୁ କିଛି ଭୁଲି ପୁଣି ଗୋଟେ ନୂଆ ଦୁନିଆରେ ବାନ୍ଧି ହୋଇଛି ସେମିତି ତୁମେ ମଧ୍ୟ ଏ ସବୁ ଛାଡି ଗୋଟିଏ ଭଲ ଝିଅ ଦେଖି ବାହା ହୋଇ ପୁଣି ଥରେ ଜୀବନକୁ ଜୀଇଁବା ଆରମ୍ଭ କର , ସେଥିରେ ହିଁ ଆମ ଦୁଇ ଜଣଙ୍କ ମଙ୍ଗଳ ହେବ”। ଶୁଭେନ୍ଦୁ କାନ୍ଦିକାନ୍ଦି ମିନାକ୍ଷୀକୁ ଉଠାଇ କହିଲେ “ମିନୁ ତୁମେ କଣ ମୋତେ ଏବେ ବି ସେତିକି ଭଲ ପାଅ । ମିନୁ କହିଲା “ହଁ” । ଶୁଭେନ୍ଦୁ କହିଲା “ତେବେ ଆସ ସବୁ କିଛି ଛାଡି ଦେଇ ତୁମେ ମୋ ପାଖକୁ ଚାଲି ଆସ , ଆଜି ବି ମୁଁ ତୁମକୁ ଅପେକ୍ଷା କରି ରହିଛି, ତୁମେ ମୋ ଜୀବନରେ ଆସିଲେ ମୁଁ ଏ ସବୁ ମଦ ,ନିଶା ସବୁ ଛାଡି ଦେବି” । ଏ କଥା ଶୁଣି ମିନୁ ଚମକି ପଡିଲା ଆଉ କହିଲା “ତୁମେ ଏ କଣ କହୁଛ ଶୁଭେନ୍ଦୁ ଏହା ଏବେ ସମ୍ଭବ ନୁହେ ମୁଁ ଯେ ଆଉ କାହାର ସ୍ତ୍ରୀ , ମୋ ପାଇଁ ଏ ପରି ଭାବିବା ହିଁ ପାପ” । ଶୁଭେନ୍ଦୁ କହିଲା “ତେବେ ଚାଲି ଯାଅ ମୋତେ ମୋ ରାସ୍ତାରେ ଛାଡି ଦେଇ” । ଆଉ ଯେତେ ବୁଝେଇଲେ ବି ଶୁଭେନ୍ଦୁ ଆଉ ବୁଝିଲା ନାହିଁ ତାକୁ ଘରୁ ବାହାର କରି ଦେଇ ସେ କବାଟ ଦେଇ ଭିତରକୁ ଚାଲିଗଲା ।

ମିନୁ ପ୍ରାୟଶ୍ଚିତ ନ କରି ପାରି ଥିବାରୁ ତା ନିଜ ଉପରେ ତାକୁ ବହୁତ ଘୃଣା ଆସୁଥିଲା । ନିରାଶ ହୋଇ ସେ ସେଠାରୁ ଫେରିଲା । ଏପଟେ ମିନୁର ଅନୁପସ୍ଥିତିର ସୁଯୋଗ ନେଇ ସୁଜିତ ମିନୁର ଡାଇରି ପଢି ସାରିଥିଲା ଓ ତା ଭିତରୁ ଶୁଭେନ୍ଦୁର ଫୋଟୋ ମଧ୍ୟ ପାଇଥିଲା । ଏତିକିରେ ସୁଜିତ ର ବିଶ୍ବାସ ମିନୁ ଉପରୁ ତୁଟି ଯାଇଛି । ସେ ଫେରିବା ମାତ୍ରେ ହିଁ ଶୁଭେନ୍ଦୁ ଓ ତା’ର ସମ୍ପର୍କକୁ ନେଇ ସେ ବହୁତ ପ୍ରଶ୍ନ କରିଛି । ମିନୁ ଆଉ କିଛି ନ ଲୁଚାଇ ସବୁ କଥା ସୁଜିତଙ୍କୁ କହିଛି ।

ସେହିଦିନ ଠାରୁ ସୁଜିତ ସହ ସେ ଗୋଟେ ଛାତ ତଳେ ରହିଲା ସତ କିନ୍ତୁ ଦୁହେଁ ଅଜଣା ମଣିଷ ପରି । ମିନୁ ଦେଖି ପାରୁଥିଲା ଆଖି ଆଗରେ ତା’ର ସବୁ ଆଶା ଓ ଆକାଂକ୍ଷା ଭାଙ୍ଗି ଚୁରମାର୍ ହୋଇ ଯିବାର । ସେ ସୁଜିତକୁ ବହୁତ ବୁଝେଇବାକୁ ଚେଷ୍ଟା କରୁଥିଲା କିନ୍ତୁ ସବୁଥିଲା ନିଷ୍ଫଳ । ରାତି ରାତି କାଟି ଯାଉଥିଲା ଉଜାଗର ରହି । ନିଜର ଦୁଃଖକୁ ସେ କାହା ଆଗରେ ବି ପ୍ରକାଶ କରି ପାରୁ ନଥିଲା । ବାପା,ମା ,ସ୍ଵାମୀ ,ପ୍ରେମିକ ସାଙ୍ଗସାଥି କେହି ବି ବୁଝୁ ନଥିଲେ ତା’ର ଅନ୍ତରର ବେଦନାକୁ , ତା’କୁ ସବୁଆଡ ଅନ୍ଧାର ଦେଖା ଯାଉଥିଲା , କାହାର ଭରସାର ଯୋଗ୍ୟା ନୁହେଁ ବୋଲି ନିଜେନିଜେ ସେ ଭାବି ନେଇଥିଲା । ଶେଷରେ ସେ ନିଜ ଜୀବନର ନିସ୍ପତି ନିଜେ ହିଁ ନେଇଥିଲା । ସେ ସବୁ ଦିନ ପାଇଁ ସମସ୍ତଙ୍କ ଠାରୁ ବିଦାୟ ନେଇ ହଠାତ୍ ଦିନେ ରାତିର ଅନ୍ଧକାରରେ କେଉଁ ଆଡେ ଚାଲି ଯାଇଥିଲା, ସକାଳ ହେଲା ପରେ ତାକୁ ଯିଏ ଯେତେ ଯେଉଁଠି ଖୋଜିଲେ ବି ତାର ଠିକଣା ଆଉ କାହା ପାଖରେ ନ ଥିଲା ।





ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


ପ୍ରେମ ଅମାବାସ୍ୟା ପାଠ ପଢା

Rate the content


Originality
Flow
Language
Cover design

Comments

Post

Some text some message..