Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମଝି ପାହଚ
ମଝି ପାହଚ
★★★★★

© Pratima Das

Tragedy

8 Minutes   3.5K    10


Content Ranking

ପ୍ରତିମା ଦାସ।

ମହାନଦୀ ବିହାର।

କଟକ।

ଚନ୍ଦ୍ରବାବୁଙ୍କର ଗୋଡ଼ ଆଜି ତଳେ ଲାଗୁନି। ପୁଅ ତାଙ୍କର,ଚାକିରୀ ପାଇଛି, ଗୋଟିଏ ଉଚ୍ଚ ମଲ୍ଟି ନାସନାଲ ଇନଷ୍ଟିଚ୍ୟୁଟ ରେ,ତାପୁଣି ଆମେରିକାରେ।

ହେ ମାଧବ! ଏତେ ଦିନେ ମୋ ଡାକ ଶୁଣିଲ ପ୍ରଭୂ। ମୁଁ କାହା ଭଲ ମନ୍ଦରେ ନ ଥାଏ, ମୋ ନିଜ କାମରେ ଲାଗିଥାଏ। ନିଷ୍ଠାରେ ତୁମକୁ ପୂଜାର୍ଚ୍ଚନା କରିଥାଏ,ଇତ୍ୟାଦି ଇତ୍ଯାଦି.....। ନିଜକୁ ଉଚ୍ଚାଦରଜା ଦେଇ ଗରବ ଅନୁଭବ କରି ଚାଲିଥିଲେ। ଆଜି କାଲି ଯୁଗରେ ସ୍ଵ ଘୋଷିତ ବାବା ଏବଂ ଆତ୍ମବଡ଼ିମା ଦେଖାଉ ଥିବା ଲୋକମାନଙ୍କର ଅଭାବ ନାହିଁ। ବିକୃତ ମାନସିକତା ଆଜି ସମାଜର। ଧର୍ମର ପରିଭାଷା ବଦଳି ହୋଇ ଯାଉଛି ନିଜକୁ ସୁହାଇଲା ଭଳି। ଯେଉଁ ଦେଶରେ ବାପାମାଙ୍କୁ ହିଁ ଭଗବାନ ଭାବି ସେବା କରାଯାଉଥିଲା ସେଠି ବାପାମାଙ୍କ ସେବା ସାତସପନ ହେଲାଣି। ସ୍ବକଥିତ ବାବା ଗୋଟିଏ ଗୁରୁ କରି, ୟା ବାଡ଼ି, ତାବାଡ଼ି କିମ୍ବା ନିଜ ଵାଡିରୁ ଚାଂଗୁଡାଏ ଲାଖେ ଫୁଲ ତୋଳି, ପୂଜା ଘରେ ବସି କେବଳ ନିଜ ପାଇଁ ମାଗି ମାଗି, ପୂଜା କରାଯାଏ, ଦିଅଁଙ୍କ ନାମକୁ ସାର୍ଥକ କରାଯାଏ ଦିଅ ହେ ଗୋସାଇଁ...କହି। ଚନ୍ଦ୍ରବାବୁଙ୍କ ବାପା କୁହନ୍ତି, ତୋ ମନର ଶାନ୍ତି ଓ ସ୍ଥିରତା ପାଇଁ କିଛି ଧ୍ୟାନ ଧାରଣା କରେ କିନ୍ତୁ ଏ ବାବାଫାଵା ଚକ୍ରରେ ପଡ଼ନା।

ସାରା ଇତିହାସ ଦେଖିଲେ, ଫକିରମୋହନ ସେନାପତିଙ୍କ ଧୁଳିଆ ବାବାଜୀଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେତେ ବାବା ସବୁ ଧର୍ମ ଆଳରେ କେବଳ ବେପାର କରନ୍ତି।ନିରୀହ ହତାଶ ମଣିଷ ତାଙ୍କ କବ୍ଜାରେ ରହି, ଅର୍ଥ ଶ୍ରାଦ୍ଧ କରି, ଉଠବସ ହୋଇଥାନ୍ତି। ,ଲୋକ ଗଦାକରି, ନିଜ ପ୍ରଚାରକରିବାରେ,ପୁଞ୍ଜୀ ବଢାଇବାରେ ଲାଗିଥାନ୍ତି।

ମଣିଷର ଜନ୍ମ ଗତ ପ୍ରବୃତ୍ତି ଭୋକ, ଶୋଷ ,ଦୈହିକ କ୍ଷୁଧା ଏବଂ ଅନେକ ପ୍ରକାରର ଲାଳସା। ତାକୁ ଚାପିଚୁପି ରଖିବାର କିଛି ଯଥାର୍ଥତା ନାହିଁ, କିନ୍ତୁ ମାର୍ଜିତ ନିୟମ ଭିତରେ ଏବଂ ଅନ୍ୟଜଣେ ଆଘାତ ପ୍ରାପ୍ତ ନହେବା ଭଳି କରିବା ଉଚିତ୍। କାହିଁକି ଯେ ବାବାମାନେ ନିଜକୁ ବହ୍ମଚାରୀ କହି ଅମୁକ ସମକ କହି ଢୋଲ ପାରିଥାନ୍ତି।କହିବାର ତାତପର୍ଯୟ, ଏହା ଥିଲା ଯେ ଆଜି ବାବାଙ୍କ ଖିରି ଭୋଗ, କାଲି ଲଡୁ, ତାପରଦିନ ଅମୁକ ସମୁକ.... ଭୋଗ ଲଗାଇ ଲଗାଇ ହାଲିଆ। ।ଘରସଂସାର, କରୁଥିବା ଲୋକଙ୍କପାଖରେକେତେବା ସମୟ?

ସକାଳର ବଂଟା କୁଟା ସମୟ ଭିତରୁ ମୁଖ୍ୟ ଭାଗଟି ପୂଜାରେ ସରିଯାଏ। ତାହାପରେ ଘରଣୀଙ୍କ ତାଗିଦ୍ ସବୁ ଫୁଲ ଠିକ୍ ଠାକ୍ ଦେଲନା ନାହିଁ, କେଉଁ ଦିଅଁ କାଳେ ରୋଷକରିବେ, ସବୁ ଗଡ଼ବଡ଼ କରି ଦେବେ। ଦିଅଁମାନଙ୍କୁ ବିଭାଗୀୟ ଅଧିକାରୀଭାବେ ଗଣାଯାଏ।

ଏତଗଲା ଚଂଦ୍ରଵାବୁଙ୍କଭଳି ଆମ ସମାଜର ଅନେକ ଲୋକଙ୍କର ଚଳଣି। କ୍ରମଶଃ......ସବୁ ପ୍ରକାରର ଦରକାରୀ କାଗଜପତ୍ର ଯାଞ୍ଚ କରି, ଯୋଗାଡ କରି, ପୁଅ ସହିତ ବୋହୂକୁ ବିଦେଶ ପଠାଇଲେ ଚଂଦ୍ର ବାବୁ। ୟା ଭିତରେ ଦଶ ବର୍ଷ କିପରି ବିତିଯାଇଥିଲା ଜଣା ପଡିଲାନି।

ପ୍ରଥମେ ବର୍ଷେ/ଦୁଇବର୍ଷ ଯାଏ ପୁଅ ଠିକ୍ ଠାକ୍ ଫୋନ୍ ଫାନ୍ କଲା। ଥରେ ଦୁଇଥର ଆସିଲା ମଧ୍ୟ। ଏବେ କିନ୍ତୁ ଆସିବାତ ଦୂର କଥା,ଏପଟୁ ବହୁତଥର ଫୋନ୍ କଲା ପରେ ଫୋପାଡ଼ିଲା ଭଳି ପଦେ ଅଧେ କଥା ହୁଏ। ମୋ ଉପରେ କାମର ଚାପ ଅଧିକ, ଅଯଥା କଥାବାର୍ତ୍ତା କରିବା ପାଇଁ ସମୟ ନାହିଁ..... ଇତ୍ୟାଦି ଇତ୍ୟାଦି।

ଦିନକୁ ଦିନ ସ୍ତ୍ରୀ ରୋଗୀଣା ହୋଇ ପଡ଼ିଲେଣି, ଖର୍ଚ୍ଚ ବଢ଼ିଯାଉଛି, କଣ କରିବେ? ଏଭଳି ପରିସ୍ଥିତି ଜୀବନରେ ନ ଆସିଛି ବୋଲି ନୁହେଁ। ପୁଅ ଛୋଟ ଥିଲା ବେଳେ କେତେଥର ମେଡିକାଲ ତାକୁ ନେବାକୁ ପଡ଼େ, ପାଣି ଭଳି ପଇସା ବୋହିଯାଏ, ପୁଅର ଦେହ ଠିକ୍ କରି ଘରକୁ ଆଣିବା ପର୍ଯ୍ୟନ୍ତ। ଜିପିଫ୍ ଉଠାଇଛନ୍ତି,ଧାରର୍ଉଧାର କରିଛନ୍ତି, ନିଜ ବାପା କିନ୍ତୁ ସବୁବେଳେ ଅଣ୍ଟା ଭିଡ଼ି ପାଖେ ପାଖେ ଥାନ୍ତି। ହତାଶ ହୋଇ ପଡ଼ିଲେ ସ୍ତ୍ରୀ କୁହନ୍ତି, ଆମର ପରା ଏକୋଇର ବଳା ବିଶିକେଶନ, ତା ପାଇଁତ ମୋ ଜୀବନ ଦେଇଦେବି, ଏ ଟଙ୍କାପଇସା ବା କେତେ??

ସେହି ଦିନ ପ୍ରଥମକରି ତାଙ୍କୁ ତାଙ୍କ ଜୀବନ ଛାଡ଼ିଗଲା ପରି ମନେ ହେଲା। ପାଦତଳୁ ଯେପରି ମାଟି ଖସିଗଲା। କଣ କଲା ପୁଅ? ସୁଦୂର ଆମେରିକାରୁ ଆସି ଶଶୁର ଘରେ ରହି ଫେରିଗଲା। ମନେ ପଡ଼ିଲାନି ରୋଗୀଣା ମା, ଦଶ ମାସ ଗର୍ଭ ରେ ଧରି ଜନ୍ମ ଦେଇଥିବା ଜନନୀକଥା। ସାରା ଜୀବନର ସ୍ନେହ, ସାରା ଜୀବନର ପୁଞି ଖର୍ଚ୍ଚ କରି ଦେଇଥିବା ବାପା। ଅଶ୍ରୁଧାରା ବନ୍ଦ ହେଉନଥିଲା ।,ବୋହିଚାଲିଥାଏ ଲୁହ।

ଦୁଃଖ ଗୁଡିକୁ ଭାବି ବସି ଅଧିକ ଲୁହ ଢାଳିବା ପାଇଁ ବି ଅବସର ନାହିଁ ଚନ୍ଦ୍ର ବାବୁଙ୍କ ପାଖରେ। ନିଜ ରୋଗୀଣି ସ୍ତ୍ରୀ ର କାମ, ଦୁନିଆଁ ଏପଟ ସେପଟ ହୋଇଗଲେ ବି ପାପୀ ପେଟତ ମାନିବ ନାହିଁ ଅଶାନ୍ତ ପେଟକୁ କିଛି ଖାଦ୍ୟ ଯୋଗାଇବା ନିମନ୍ତେ ଉଠିଲେ। ଏତେ ସବୁ କାମ ସତ୍ତ୍ବେ ଭାବନାର ଢେଉ ମନରେ ଥରକୁ ଥର ପିଟି ହେଉଥିଲା।

ଦୀର୍ଘ ସମୟ ଦହି ମନ୍ଥନ ପରେ ଯେପରି ଲହୁଣୀ ଉପରକୁ ଉଠି ଆସେ, ଠିକ୍ ସେହିପରି ଚନ୍ଦ୍ର ବାବୁଙ୍କ ମନରେ ଠିକଣା କଥାଟି, ଅଙ୍କୁରିତ ହେଲା।

ଏତେ ସବୁ ମିଶାଇ ଫେଡ଼ାଣ ପରେ, ଜାଗି ଉଠିଲେ ଚନ୍ଦ୍ରବାବୁ।ମୋ ବାପାତ ଏହିପରି ଅନୁଭବ କରି ଥିବେ। ବାପା ବାପା...କହି କାନ୍ଦି ଉଠିଲେ ।ଛୋଟ ପିଲାଟିଏ ପରି ନିଜକୁ ଅନୁଭବ କରୁଥିଲେ। କିପରି ଅଳି ଅର୍ଦଳି କରି ବାପାଙ୍କ ପାଖରୁ ସବୁ ହାସଲ କରୁଥିଲେ।କେବେବି ବାପା ବିମୁଖ ହୋଇନାହାନ୍ତି, ଚନ୍ଦ୍ର ବାବୁଙ୍କ ଉପରେ। ନିଜ ବାପାଙ୍କ ପ୍ରତି କରିଥିବା ବ୍ୟବହାର ଭାବି କାନ୍ଦି ପକାଇଲେ। ଫରକ୍ ଏତିକି, ମା, ଚାଲିଗଲା ପରେ, ନାମକୁମାତ୍ର, ବାପାଙ୍କୁ ସାଙ୍ଗ ରେ ରଖିଥିଲେ। ଅନେକଥର, ବାପା ଡାକନ୍ତି, ଆଟିକେ, ମୋପାଖେ ବସ, କଣ ମନକଥା କହିଥାନ୍ତେ, ଦୁଃଖ ସୁଖ କଥା ହୋଇଥାନ୍ତେ, କିନ୍ତୁ ସେ କେବେ ଶୁଣି ନାହାନ୍ତି। ବାପାଙ୍କ ଗୋଡ଼ରେ କି ହାତରେଟିକିଏ ଘଷାମୋଡ଼ା କରି ନାହାନ୍ତି। ସାମାନ୍ୟ ଚଷମା ଟିଏପାଇଁ କେତେ କହି ନାହାଁନ୍ତି ବାପା, ଚନ୍ଦ୍ରରେ ପେପର ଟିକେ ପଢିବି ରେ। ଚଷମାଟିଏ ଆଣିଦେ। ଖୁସିରେ ଚଷମାଟିଏ ଆଣିଦେବା ବଦଳରେ, ମୁରବୀପଣିଆ ଦେଖାଇ କହିଛନ୍ତି, ଏ ବୟସରେ ପେପର ପଢି କଣ କରିବ??କ'ଣ ରାଜନୀତି କରିବ ନା ଅଫିସ ଯିବ? କାହିଁକି ବାପା ଥାଉ ଥାଉ ମୁରବୀପଣିଆ ଦେଖାଉଥିଲେ।??

ତାଙ୍କ ଆଗରେ ସାନ ହୋଇ ରହିବାରେ ଯେଉଁ ସ୍ବର୍ଗୀୟ ଆନନ୍ଦ ପାଇଥାନ୍ତେ ,ତା ଆଉ କଣ କେଉଁଠି ଅଛି। କେଉଁଠି ହଜି ଯାଇଥିଲା ଏ ଭାବ ଏ ପ୍ରବଣତା।

ଯେଉଁ ବାପା ଥଣ୍ଡା ଟିକେ ହୋଇ ଗଲେ ରସୁଣ ଫୁଟା ସୋରିଷତେଲ, ରାତି ରାତି ବସି ଘଷୁଥିଲେ, ତା,ଙ୍କୁ ।,ସାଙ୍ଗ ହୋଇ ଖାଇଲା ବେଳେ, ପାଟିକୁଗୁଣ୍ଡାଏ ନ ଖୁଆଇବା ଯାଏ, ଖାଉନଥିଲେ। ସେହି ଜନ୍ମଦାତା ବାପାମା, ବହୁ ଅବହେଳାର ଶିକାର ହୋଇଛନ୍ତି। ପୁଅକୁ ପ୍ରତିଷ୍ଠି ତ କରିବାର ଖିଆଲି ସ୍ଵଭାବ ଏବଂ ବ୍ୟସ୍ତତା ଭିତରେ, ପୁଅକୁ ଭଲ ମଣିଷଟିଏ କରିବା ଭୁଲି ଯାଇଛନ୍ତି। ଖାଲି (ମଝି ପାହଚ )......ରେ ଥିଲେ ସିନା, ଉପର ଏବଂ ତଳପାହଚ ଭିତରେ ସମନୟ ରଖି ପାରିନାହାନ୍ତି।

ଯାହା ହେଉ ଏପରିଣିତ ବୟସରେ, ହାତରେ ସମୟ ଥାଉ ଥାଉ, ଅନୁତାପ କରିବାର ସୁଯୋଗ ଭଗବାନ ଦେଲେ ଆଜି ଠିକ୍ କଲେ, ଆଉ ପୁଅ !ପୁଅ !....ନୁହେଁ,।

ଯାହା ବାପାମାଙ୍କ ପ୍ରତି କଲେ, ସେ ପାପକୁ ଧୋଇଵାର ଶକ୍ତି ତ କାହାର ନାହିଁ। ନିଜ ଚଳିବା ପାଇଁ କିଛି ଟଙ୍କା ପଇସାର ବୈବସ୍ଥା କରି, ବାକି ସବୁ ସମ୍ପତ୍ତିବାଡି ଏବଂ ସେ ଚାଲିଗଲା ପରେ ବାକି ସମ୍ପତିର ଏକ ଉଇଲ୍ ପ୍ରସ୍ତୁତ କରି ବାପାଙ୍କ ନାମରେ ଏକ ବୃଦ୍ଧାଶମକୁ ଦାନକଲେ, ଯେଉଁଆଶ୍ରମରେ ତାଙ୍କ ଭଳି ପୁଅଝିଅ ଅତ୍ୟାଚାରୀତ ଓ ପରିତ୍ୟକ୍ତ ବୁଢୀବୁଢ଼ା ରହୁଥିଲେ। ମଝି ମଝିରେ ସମୟ ବାହାରକରି, ବୃଦ୍ଧାଶମକୁ ଯାଇ ପରିଶ୍ରମ ଦାନ କରି ଆସୁଥିଲେ।

ଭଗବାନଙ୍କ ମୂର୍ତ୍ତି ସବୁ ପୁଟୁଳୀ କରି ରଖିଦେଲେ। କେବଳ ପରମାତ୍ମା ଏବଂ ପିତା ମାତା ଙ୍କ ଉଦେଶ୍ୟରେ ହାତଟେକି, ରୋଗୀଣି ସ୍ତ୍ରୀ ର କାମ କରି, ଆଖପାଖ ପରିବେଶ ସଫାରଖି, ରାସ୍ତାଘାଟ ସଫାସୁତୁରା କରି, ଅନେକ ଗଛଲଗାଇ, ସମୟ କାଟିଲେ।

କିଛି ପାଖ ଆଖ ଲୋକ ତାଙ୍କ ଦ୍ବାରା ଅନୁପ୍ରାଣିତ ହେଲେ, କିଛି ବହୁତ ପାଖଲୋକ, ହାଅଟ୍ସ ଆପ୍,ଫେସବୁକରେ ପୁଅରଷ୍ଟାଟସର କଥା ବାର୍ତ୍ତା କାନରେ ପକାଇବା ପାଇଁ ଚେଷ୍ଟା କରନ୍ତି। ଆଉ କିଛି ଲୋକ ଆଲୋଚନା କରି କୁହନ୍ତି, ପିତା ପାଇଛି ପିତୃତ୍ୱର ସଂଧାନ।

ଚାକିରୀ ବେପାର ଚାପ

Rate the content


Originality
Flow
Language
Cover design

Comments

Post

Some text some message..