Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଦିନିଆ ଝଡ଼
ଅଦିନିଆ ଝଡ଼
★★★★★

© Sasmita Rout

Drama Tragedy

4 Minutes   377    9


Content Ranking

ସମୟର ଚକ୍ରରେ ସମସ୍ତେ ଚାଳିତ।କାହାସହ ନିଅତି କେତେବେଳେ କଣ ଯେ ଖେଳ ଖେଳିଥାଏ ତାହା ଆମ ସମସ୍ତଙ୍କର ସମଝ ବାହାରେ।

ଅନ୍ଧାର ଘନେଇ ଲାଣି,ତଥାପି ତା'ର ନିଘା ନାହିଁ।ସେମିତି ହିଁ ଛାତ ଉପରେ ବସି ଗୋଟିଏ ଦୃଷ୍ଟିରେ ଚାହିଁ ରହିଥିଲା ଆକାଶକୁ ମିଞ୍ଜି ମିଞ୍ଜି ନକ୍ଷେତ୍ର ଭିତରେ ସେ ତା' ମାଆକୁ ଖୋଜୁଥିଲା।ତାକୁ ଯେତେବେଳେ ସାତବର୍ଷ, ତା ମାଆ ତାକୁ ଛାଡି ଚାଲିଗଲା।ମାର ମୁହଁଟିକୁ ବି ସେ ମନେ ପକାଇବାକୁ ସମର୍ଥ ହୁଏନି।ବାପା ନୂଆ ମାଆଟିକୁ ଆଣି ତାକୁ ଦେଲାପରେ ସେ ତା ମାଆକୁ ଭୁଲି ଯାଇଛି।ବା ,ଏମିତି ବି ହୋଇପାରେ ସେ ଜାଣି ଜାଣି ଭୁଲିବାକୁ ପ୍ରୟାସ କରୁଛି।

ମିତା ...ମିତା....

ବାପାଙ୍କ ଡାକରେ ପ୍ରକୃତିସ୍ଥ ହେଲା ସେ।"ଏତେ ରାତି ଯାଏଁ ଏଇଠି ଏକା କଣ କରୁଛୁ"?।ବାପାଙ୍କୁ ଉତ୍ତର ଦେବା ଆଗରୁ ସେ ତାର ଗଡ଼ି ଯାଉଥିବା ଲୁହ ଗୁଡିକୁ ପୋଛି ପକାଇଲା।ବୁଲିପଡ଼ି ବାପାଙ୍କୁ କହିଲା କିଛି ନାହିଁ ଏମିତି ବସିଥିଲି।ବାପା ପାଖରେ ବସି ମୁଣ୍ଡରେ ହାତ ବୁଲାଇ ଆଣି କହିଲେ।ମୁଁ ଜାଣେ ହଠାତ ବାହାଘର ପ୍ରସ୍ତାବ ଶୁଣି ତର ମନ ଦୁଃଖ।ତର ଆଗକୁ ପଢିବାର ଇଚ୍ଛା ଥିଲା ,ମୁଁ ମଧ୍ୟ ଚାହୁଁ ଥିଲି ତୁ ଆଗକୁ ପଢ଼।ହେଲେ ମୁଁ କଣ ଦେଖୁନାହିଁ ତର ନୂଆ ମାର ତ ସହ ବ୍ୟବହାର।ସକାଳୁ ଠାରୁ ଘରର ସବୁକାମ କରୁଛୁ ,ତର ସାନଭାଇ ଭଉଣୀଙ୍କୁ ନିଜର ଭୋଳି ସ୍ନେହ ଦେଉଛୁ।ହେଲେ ସେମାନେ କଣ ତ ଭଲପାଇବାର ମୂଲ ବୁଝୁଛନ୍ତି,ତତେ ନିର୍ଦ୍ଧୟ ଭାବରେ ଖଟଉଛନ୍ତି।ତେଣୁ ଏତେବଡ଼ ଘରୁ ଯେତେବେଳେ ପ୍ରସ୍ତାବ ଆସିଲା ମୁଁ ରାଜି ହୋଇଗଲି।ସେଠି ତୁ ରାଣୀ ଭୋଳି ରହିବୁ।ତାଛଡ଼ା ବିଶ୍ବଜିତ ମୋର ପିଲାଦିନର ବନ୍ଧୁ।ଏଇ ଗାଁ ସ୍କୁଲରେ ସାଙ୍ଗରେ ପଢୁଥିଲୁ,ସେ ଅଧିକ ପଢ଼ି ସହରରେ ଚାକିରୀ କଲା।ସେଠି କୋଠାବାଡି କିଣି ରହିଲା, ଆଉ ମୁଁ ଏଇ ଗାଁରେ ପୋଷ୍ଟ ମାଷ୍ଟର ଚାକିରିଟେ ପାଇ ରହିଗଲି।ଆଜିକାଲି ତାଙ୍କ ସ୍ତ୍ରୀଙ୍କ

ଦେହ ଭଲ ରହୁନଥିବାରୁ ତାଙ୍କ ଗୋଟେବୋଲି ପୁଅ ପାଇଁ ଝିଅଟିଏ ଖୋଜୁଥିଲେ ।ଆଉ ସେଦିନ ଗାଁକୁ ଆସିଥିବା ବେଳେ ତତେ ଦେଖି ପସନ୍ଦ କଲେ।ଭାରି ଭଲଲୋକ ସେମାନେ ତତେ ଭାରି ଭଲରେ ରଖିବେ।ମିତା ବାପାଙ୍କ ଆଖିରୁ ଗଡି ଆସୁଥିବା ଦୁଇଧାର ଲୁହକୁ ପୋଛୁ ପୋଛୁ କହିଲା।ବାପା ମୁଁ ଜାଣେ ତୁମେ ନିଶ୍ଚୟ ମୋର ଭଲ ପାଇଁ ଏ ପ୍ରସ୍ତାବରେ ରାଜି ହୋଇଥିବ।ହେଲେ ମୁଁ ଯିବାପରେ ତୁମର ଯତ୍ନ କିଏ ନେବ।ଆରେ ତୁ କଣ ସବୁଦିନ ମୋ ପାଖରେ ରହିପାରିବୁ।ଏଥର ଚାଲ ତଳକୁ ବହୁତ ଡେରି ହୋଇଗଲାଣି।ରାତି ପାହିଲେ ବାହାଘର ,ବନ୍ଧୁ ବାନ୍ଧବ ଙ୍କୁ ଦେଖିବାକୁ ପଡ଼ିବ।କେତେ କାମ ପଡିରହିଛି ସେସବୁକୁ ସଜାଡ଼ିବାକୁ ପଡ଼ିବ।

ନୂଆ ସଂସାର ପୁଣି ଏତେବଡ଼ ଘରକୁ ଚାକର ବାକର ଭର୍ତି, ମିତା କିଛି ସ୍ଥଳକୂଳ ପାଉନଥାଏ।ଶାଶୁ ଭାରି ସ୍ନେହି ଝିଅ ଭୋଳି ଦେଖୁଥାନ୍ତି,ତଥାପି ଯେହେତୁ ସେ ଘରର ବୋହୂ ସମସ୍ତଙ୍କ ଦେଖାଶୁଣା କରିବା ତାର କର୍ତ୍ତବ୍ୟ।ଅଳ୍ପଦିନରେ ସେ ଶାଶୁ ଶ୍ବଶୁରଙ୍କର ଆପଣାର ହୋଇଗଲା ହେଲେ ଶଶାଙ୍କ ପାଖରେ ସେତେଟା ନିଜର ହୋଇ ପାରିନଥିଲା।ଶଶାଙ୍କ ମଧ୍ୟ ତାଙ୍କ ଆଡୁ କେବେ ଚେଷ୍ଟା କରିନାହାନ୍ତି ଆନ୍ତରିକତା ବଢ଼ାଇବା ପାଇଁ।ଏହା ଭିତରେ ଛୁଟି ସରି ଆସିଲା ସେ ଭୂବନେଶ୍ୱର ବାହାରିଲେ।

ପ୍ରଥମେ ପ୍ରଥମେ ପ୍ରତ୍ୟେକ ସପ୍ତାହ ଶଶାଙ୍କ ଘରକୁ ଆସୁଥିଲେ।ପରେ ପରେ ଆସିବା କମିଗଲା ,ମାସରେ ଥରେ ପୁଣି ବର୍ଷରେ ଥରେ ଦୁଇଥର ଆସିଲେ।ଏହା ଭିତରେ ତାଙ୍କ ମାଙ୍କ ଦେହ ଅଧିକ ଖରାପ ହେବାର ଲାଗିଲା, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା।ସେ ଶଶାଙ୍କଙ୍କୁ ଖୋଜିବାରୁ ତାଙ୍କ ପାଖକୁ ଖବର ପଠାଗଲା।ସେ କିଛି ଦିନ ଛୁଟି ନେଇ ଆସିଲେ,ହେଲେ ଏହା ଭିତରେ ତାଙ୍କ ମା ସମସ୍ତଙ୍କୁ ଛାଡି ଚାଲିଗଲେ।

ମିତା ପୁରା ଭାଙ୍ଗି ପଡିଲା,ସହଯେ ସେ ପିଲାଦିନରୁ ମା ସ୍ନେହ ପାଇନଥିଲା।ସେ ଶାଶୁ ରୂପରେ ମାକୁ ପାଇ ଯାଇଥିଲା,ସେତକ ବି ଆଜି ହରାଇଦେଲା।ତଥାପି ତାକୁ ଧର୍ଯ୍ୟ ଧରିବାକୁ ପଡ଼ିବ, ଶଶୁରଙ୍କ ପରାମର୍ଶରେ ସମସ୍ତ କର୍ମ ଉଠାଇବାକୁ ପଡ଼ିବ।ଶାଶୁ ତା'ର ଭାରି ସ୍ନେହି ଭଲମଣିଷଟେ ଥିଲେ,ତାଙ୍କ କର୍ମ ବା କିଛି ଅଘଟଣ ଘଟିପାରେ।ସମସ୍ତଙ୍କ ସହଯୋଗରେ କର୍ମ ସୁରୁଖୁରୁରେ ଉଠିଗଲା।ଶଶାଙ୍କ ଏଥର ଭୂବନେଶ୍ୱର ବାହାରିଲେ,ମିତାର ଇଚ୍ଛା ହେଉଥିଲା ଆଉ କିଛି ଦିନ ତାଙ୍କୁ ଅଟକିବା ପାଇଁ କହନ୍ତା।ହେଲେ ସେ କିଛି ବି କହି ପାରିନଥିଲା।ସେତ ଜନ୍ମଠାରୁ କାହାରି ପଖରେ କିଛି ଅଲି କରିପାରି ନାହିଁ ଆଜି ବା କେମିତି କିଛି କହିପାରି ଥାନ୍ତା।କିନ୍ତୁ ଶଶୁର ତା'ର କଣ ବୁଝିଲେ କେଜାଣି ଶଶାଙ୍କ ଙ୍କୁ ଡାକି କହିଲେ ।ଆରେ ବାହାଘର ଠାରୁ ମିତା ଆମର କୁଆଡେ ଯାଇନାହିଁ।ତର ମାର ଦେହ ଖରାପ ଥିବା କଥା କହି ଭୁବନେଶ୍ୱର ଯିବାକୁ ମନା କରିଦେଇ ଥିଲା, ଏବେ ତ ସେ ଆମକୁ ଛାଡ଼ି ଚାଲିଗଲା ।ଏବେ ମିତାକୁ ସାଙ୍ଗରେ ଭୁବନେଶ୍ୱର ନେଇଯା ,ପରିବେଶ ପରିବର୍ତ୍ତନ ହେଲେ ତାକୁ ବି ଟିକେ ଭଲ ଲାଗିବ।ମିତା ଶଶୁରଙ୍କ ପାଇଁ ଖାଇବା ନେଇ ଆସୁଥିଲା, କବାଟ ପାଖରେ ଅଟକିଗଲା ତା ଆଖିରୁ ଦୁଇ ଧାର ଲୁହ ବହିଗଲା।ଶଶାଙ୍କ କିଛି ନ କହି ବାହାରକୁ ଚାଲି ଗଲେ।ମିତା ଶଶୁରଙ୍କ ପାଖକୁ ଆସି କହିଲା, ବାପା ଏକଣ କହିଛନ୍ତି ମୁଁ ଚାଲିଗଲେ ଆପଣଙ୍କ ଦେଖାଶୁଣା କିଏ କରିବ।ଆରେ ସେଥିପାଇଁ ବ୍ୟସ୍ତ ହନା ଘରେ ଚାକର ବାକର ଅଛନ୍ତି ,ତାଛଡ଼ା ମୋ ହାତଗୋଡ଼ ଚାଲିଛି।ଭୁବନେଶ୍ୱର କିଛି ଦିନ ବୁଲି ଆସ ,ଭଲନଲାଗିଲେ ପଳେଇ ଆସିବୁ।

ଛୋଟ ସରକାରୀ କ୍ବାର୍ଟର ,ସାମନାରେ ବାରଣ୍ଡାକୁ ଲାଗି ଛୋଟ ବଗିଚାଟିଏ ମଧ୍ୟ ଅଛି।ଅବଶ୍ୟ ଯତ୍ନ ଅଭାବରୁ ଶ୍ରୀହୀନ ହୋଇ ଯାଇଛି।ସକାଳ ୯ଟାରେ ଶଶାଙ୍କ ଅଫିସ ବାହାରନ୍ତି।ମିତା ତା ପୂର୍ବରୁ ଟିଫିନ୍ ,ଚା ରେଡି କରିଦିଏ।ପ୍ରାୟତଃ ଶଶାଙ୍କ ଲଞ୍ଚ୍ ବାହାରେ କରନ୍ତି।ଅଫିସ ପିଅନ ଆସି ଆବଶ୍ୟକ ଜିନିଷପତ୍ର ଆଣି ଦେଇ ଯାଏ।ଏଠି କିଛି କାମ ନାହିଁ ମିତା ଅଧିକାଂଶ ସମୟ ବଗିଚାରେ ଗଛ ମାନଙ୍କର ଯତ୍ନ ନେବାରେ କଟେ।ଅଳ୍ପ କିଛି ଦିନରେ ଛୋଟ ବଗିଚାଟି ତାର ହସିବାକୁ ଲାଗିଲା।ମିତା ଛୋଟ ଫୁଲ ଗୁଡ଼ିକୁ ଦେଖି ଭାବୁଥାଏ ତା ଜୀବନରେ ଏମିତି ପୁଲକ କେବେ ଆସିବ କେଜାଣି।

ପୂର୍ଣ୍ଣିମା ସେଥିପାଇଁ ବଗିଚା ସାରା ଜୋସ୍ନାର ଆଲୁଅ ବିଛିଡି ପଡିଛି।ମିତାକୁ ତ ଏମିତିରେ ମିଞ୍ଜି ମିଞ୍ଜି ତାରା ନିରୋଳା ଆକାଶ ଭାରି ପସନ୍ଦ।ସେ ବାରଣ୍ଡାରେ ପଡ଼ି ଥିବା ଚେୟାର ରେ ବସି ଆକାଶକୁ ଚାହିଁ ନିଜକୁ ହଜାଇ ଦେଇଥାଏ।ହଠାତ୍ ଗାଡ଼ି ଶବ୍ଦରେ ପ୍ରକୃତିସ୍ଥ ହେଲା, ଶଶାଙ୍କ ପ୍ରଥମେ ଗାଡିରୁ ଓହ୍ଲାଇଲେ ତାଙ୍କ ପରେପରେ ଝିଅଟିଏ ଗାଡ଼ିରୁ ଅହ୍ଲାଇ ତାଙ୍କ ପାଖକୁ ଲାଗି ଆସିଲା।ସେମାନେ ନିଜ ଭିତରେ ହଜି ଯାଇଥାନ୍ତି,ମିତା ଜହ୍ନ ଆଲୁଅରେ ସେମାନଙ୍କୁ ସ୍ପଷ୍ଟ ଭାବରେ ଦେଖି ପାରୁଥାଏ।ତା ପାଦତଳୁ ଯେମିତି ମାଟି ଖସିଗଲା, ସେ ନିଜକୁ ସମ୍ଭାଳି ଚେୟାରରେ ବସି ପଡ଼ିଲା।ବେଶ କିଛି ସମୟ ପରେ ଶଶାଙ୍କ ଫେରିଲେ ।ମିତାକୁ ବାରଣ୍ଡାରେ ଦେଖି ହଠାତ୍ ଆତର୍କିତ ହୋଇ ପଡ଼ିଲେ,ଘରକୁ ପଶିଗଲେ।ମିତା ବେଶ କିଛି ସମୟ ସ୍ଥାଣୁ ହୋଇ ବସି ରହିଲା।ପୁଣି ନିଜକୁ ଦୃଢ କଲା,ତାକୁ ଏବେ ନିରବତାକୁ ଭାଙ୍ଗିବାକୁ ପଡ଼ିବ।ସେ ଶଶାଙ୍କ ପାଖକୁ ଯାଇ ସାହସ କରି ପଚାରିଲା ସେ ଝିଅଟି କିଏ ?।ଶଶାଙ୍କ କିଛି ସମୟ ଚୁପ ରହି କହିଲେ,ସେ ଆଦ୍ୟାଶା ଆମେ ଅଫିସରେ ସାଙ୍ଗରେ କାମକରୁ।ତୁମକୁ ବିବାହ କରିବା ପୂର୍ବରୁ ଆମ୍ଭେ ଉଭୟ ଉଭୟଙ୍କୁ ଭଲପାଉଥିଲୁ।ମୁଁ ଏ ବିଷୟରେ ଘରେ କହିବା ପୂର୍ବରୁ ବାପା ତୁମ ସହ ମୋର ବିବାହ ହଠାତ୍ ଠିକ୍ କରିଦେଲେ।ମିତାର ଆଉକିଛି ବୁଝିବାର କିମ୍ବା ଶୁଣିବାର ବାକି ନଥିଲା, ସେ ବେଡରୁମର ଅନ୍ଧାରରେ ଆଖି ଲୁହ ଓ ହୃଦୟର କୋହ ଭିତରେ ରାତିତମାମ ନିଜକୁ ଖୋଜିଲା।ନୂଆ ସକାଳର ସୂର୍ଯ୍ୟଦେୟ ସହ ନୂଆ ମିତାର ଜନ୍ମ ହେଲା।ଠାକୁରଙ୍କ ଆଶିର୍ବାଦ ନେଇ ସେ ନୂତନତାର ଅନୁସରଣରେ ବାହାରିଗଲା।ଶଶାଙ୍କ ଅଫିସ ଯିବା ଆଗରୁ ଡିଭର୍ସ ପେପର ତାଙ୍କ ହାତକୁ ବଢାଇ ଦେଲା।ସେ ଗଟେ ନଜର ଫେରାଇ ଆଣି ଦସ୍ତଖତ କରିଦେଲେ,କାରଣ ତାଙ୍କର ଆଉ କିଛି ବୁଝିବା ବାକି ନଥଲା।ମିତା ଓଠରେ ଧାରେ ହସ ଖେଳିଗଲା।ବଗିଚାରେ ହସୁଥିବା ଫୁଲ ପରି ସୁନ୍ଦର ସରଳ ଥିଲା ସେ ହସ।

ସେ ଶଶୁରଙ୍କ ପାଖକୁ ଆସି କାଗଜଟି ବଢାଇଦେଇ କହିଲା ବାପା ,ମୁଁ ଆଉ ତୁମର ବୋହୂ ହୋଇ ନାହିଁ।ସେ ମିତା ମୁଣ୍ଡରେ ହାତ ରଖି କହିଲେ ତୁ ଏଘରକୁ ବୋହୂ ହୋଇ ଆସିଥିଲୁ ସତ ହେଲେ ଆମପାଇଁ ପରା ଝିଅ।ତୁ ଆମର ଝିଅ ଥିଲୁ ଓ ସବୁଦିନ ପାଇଁ ଝିଅ ହୋଇ ରହିବୁ।ସେ ଆଲମାରୀରୁ ଫାଇଲ ଗୋଟେ ଆଣି ମିତା ହାତକୁ ବଢାଇଦେଲେ।ଘରଟି ତା ନାମରେ କରିଦେଇ ଛନ୍ତି ତା ସହ କଲେଜର ଏଡ଼ମିସନ୍ ଫୋର୍ମ।ମିତା ଆଖିରେ ଲୁହର ଧାର ସେ ବାପା... ବାପା...କହି ପଦତଳେ ଲୋଟିଗଲା ।ତାକୁ ତଳୁ ଉଠାଇ ନେଇ କହିଲେ ଆରେ ଝିଅର ଜାଗା ପାଦତଳେ ନୁହେଁ ବାପର ହୃଦୟରେ।

ସୋର,ବାଲେଶ୍ବର

୭୮୯୪୭୨୨୬୪୩

ମିତା ଶଶାଙ୍କ ବାପା

Rate the content


Originality
Flow
Language
Cover design

Comments

Post

Some text some message..