Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେ ! ସେ ଏକ ବିରାଟ ପ୍ରଶ୍ନବାଚୀ ।
ସେ ! ସେ ଏକ ବିରାଟ ପ୍ରଶ୍ନବାଚୀ ।
★★★★★

© Ashish Kumarmishra

Inspirational

3 Minutes   399    4


Content Ranking

ସେ

ସେ ! ସେ ଏକ ବିରାଟ ପ୍ରଶ୍ନବାଚୀ । କିନ୍ତୁ ସେ ମୋ ଜୀବନରେ ଆସିବା ପରଠୁ ସବୁ ପ୍ରଶ୍ନର ଶେଷ ଉତ୍ତର, `ସେ`। ଭୋର ସକାଳୁ ମନକୁ ଟିକିଏ ହାଲ୍କା,ନିଜକୁ ଟିକିଏ ସତେଜ କରିବାକୁ ସମ୍ବାଦ ନେଇ ବସିପଡେ ମୋ ଘର ପ୍ରକୋଷ୍ଠରେ । ସବୁଦିନିଆଁ ଏ ଅଭ୍ୟାସ ଭିତରେ ଦିନେ ମୋ ନଜର ପଡିଲା ରାସ୍ତାରେ ଯାଉଥିବା ତରୁଣୀ ଉପରେ । ମୋ ଆଖିର snapshotରେ ମୁଁ ଆଙ୍କିଦେଲି ତା' ଅପରୂପ ଛବିଟିଏ ମୋ ମସ୍ତିଷ୍କ ଭିତରେ । ଗୋରା ତକ୍ ତକ୍ ଦେହ,ହରିଣୀ ପରି ଦୁଇ ଆଖି, ତା'ସହ କଳା ଝିମ୍ ଝିମ୍ ଦିଶୁଥିବା କେଶ । ନିଜକୁ ଅତି ସନ୍ତର୍ପଣରେ ସମ୍ଭାଳିନେଇ ପୁନଶ୍ଚ ଦୃଷ୍ଟିପକେଇଲି ଖବରକାଗଜରେ । କିନ୍ତୁ, ମନଟା ଅବିଚଳିତ ହେଲାପରି ମନେହେଲା । ଖବରକାଗଜ ଥୋଇଦେଇ ଅଫିସ୍ ପାଇଁ ବାହାରିପଡିଲି । ସନ୍ଧ୍ୟାରେ ଘରକୁ ଫେରିବା ପରେ ନିଜକୁ ସ୍ଥିର କରିପାରିଲିନି ଅନ୍ୟ ଦିବସ ପରି । ଏମିତି ତ କେବେ ହୋଇନଥିଲା । କାହାପାଇଁ ଏ ଅସ୍ଥିରତା, ଏ ଅନ୍ୟମନସ୍କତା । ଏପରି ପ୍ରଶ୍ନଗୁଡିକର ଉତ୍ତର ଖୋଜି ଖୋଜି ଉତ୍ତର ପାଇଲି, `ସେ`। ତା'କଥା ଭାବୁ ଭାବୁ କେତେବେଳେ ଶୋଇପଡିଲି ଜାଣିପାରିଲିନି । ସକାଳ ହେଲା, ପୁଣି ସେଇ ପ୍ରକୋଷ୍ଠ । କିନ୍ତୁ, ଆଖି ଆଜି ସମ୍ବାଦ ଉପରେ ନୁହଁ ସେଇ ପିଚୁରାସ୍ତାଟି ଉପରେ । ମୁଁ ସିନା ମୋ ଦୈନିକତାରେ ନିଜକୁ ଆବଦ୍ଧ କରିପାରୁନଥାଏ , କିନ୍ତୁ ସେ ଲିପ୍ତ । ସେ ଆଜି ପୁଣି ଆସିଲା, ତା'କୁ ଦେଖିଲି । ପୁଣି ସ୍ବପ୍ନ ବୁଣିଲି ତା'ପାଇଁ । ଶୀତଳ ସ୍ନିଗ୍ଧ ଆକାଶର ସଜମଲ୍ଲୀ ଫୁଲପରି, ଚନ୍ଦ୍ରମାକୁ ନେଇ ଟିକି ଟିକି ତାରକା ପରି ସେ ମୋ ମନ ମଧ୍ୟରେ ଗଢିସାରିଥିଲା ଆଶା ଓ ଆକାଂକ୍ଷାର ଏକ ବିରାଟ ତାଜମହଲ । ଏମିତି ଅନେକ ଦିନ ବିତିଗଲା ।

ଆଜି ଫେବୃୟାରୀ ୧୪ ତାରିଖ । ସମସ୍ତେ ଆଜିର ଦିନଟିକୁ ନିଜର ପ୍ରେମୀ ପାଇଁ ଉତ୍ସର୍ଗ କରିଥା'ନ୍ତି , ଖାସ୍ କରି ଯୁବପିଢୀ । ଗତ ରାତ୍ରିରେ ମୁଁ ନିଜକୁ ପ୍ରସ୍ତୁତ କରିଥାଏ ଆଜି ଯେକୌଣସି ମତେ ତା'କୁ ଯାଇ ମୋ ମନକଥା କହିବି । କିନ୍ତୁ, ଭାଗ୍ୟର ବିଡମ୍ବନା ଦେଖ `ସେ` ଆସିଲାନାହିଁ । ମୋ ହୃଦୟ ତା' ଠିକଣା ଭୁଲିଗଲା ପରି ମନେହେଲା, ଇଚ୍ଛାହେଲା ରାସ୍ତାକୁ ଯାଇ ପଚାରିବିକି କେହି ତା'କୁ ଦେଖିଅଛ ବୋଲି । କିନ୍ତୁ ଭାବିଲି ଲୋକେ ପାଗଳ କହିବେ । ଆଜି ଆଉ ଅଫିସ ଯିବାକୁ ମନ ହେଲାନାହିଁ, ସମୟଟା ଅଟକିଯାଇଛି ପରି ଲାଗୁଥାଏ ।

ସମୟ ପୂର୍ବାହ୍ନ ଚାରିଟା । ଆକାଶରୁ ବର୍ଷୁଥିଲା ବର୍ଷା । କେତେବେଳେ ରହିରହି ତ କେତେବେଳେ ମୂଷଳ ଧାରାରେ । ପାଣି ସହ ପାଣିର ବାଡିଆପିଟା ଶବ୍ଦ ମୋ କର୍ଣପଟହରେ ପ୍ରତିଧ୍ବନିତ ହେଉଥିଲା । ବେଳେବେଳେ ଦଲକାଏ ବର୍ଷାଛିଟା ଆସି ଅଜାଡି ହୋଇପଡୁଥିଲା ମୋ ଦେହସାରା । ଝର୍କାଫାଙ୍କର ଶୀତଳ ପବନ ଦେହକୁ ରୋମାଞ୍ଚିତ କରୁଥିଲା । ମନେହେଲା ସେ ପବନ ଯେମିତି ତା'କୁ ଛୁଇଁ ଆସୁଛି ।

ଠିକ୍ ଏତିକିବେଳେ କର୍ଲିଂବେଲ୍ ର ଶବ୍ଦ ମତେ ଭାବନା ରାଜ୍ୟରୁ ବାସ୍ତବତାକୁ ନେଇ ଆସି ଦେଖେଁ `ସେ`। ସେ ହିଁ ଠିଆହୋଇଛି ଓ ଏ ନିଷ୍ଠୁର ବର୍ଷା ତା'କୁ ସମ୍ପୁର୍ଣ ଭିଜେଇ ଦେଇଥାଏ । ମୁଁ କଛି କହିବା ପୂର୍ବରୁ ସେ ପସି ସାରିଥିଲା ମୋ ପ୍ରକୋଷ୍ଠକୁ । ପୀପାସୁ ହୃଦୟର ଭାଷାତ୍ମକ ବର୍ଣନା ଗୁଡିକ ଅଭିଜ୍ଞ ବକ୍ତାଟିଏ ପରି କହିଚାଲିଲା ଭାଷଣର ସ୍ରୋତାରାଜି । ଆପଣ ମତେ ଜାଣନ୍ତି କି ନା ମୁଁ ଜାଣେନା । କିନ୍ତୁ, ମୁଁ ଜାଣିଛି ଆପଣଙ୍କୁ । ବୁଝିଛି ଆପଣଙ୍କ ଅନ୍ତଃହୃଦୟକୁ ଅନେକ ଗଲ୍ପ ଓ କବିତାରୁ । ଯେତେବେଳେ ଜାଣିଲି ଆପଣ ଏଠି ରହୁଛନ୍ତି, ତମକୁ ଭେଟିବାର ଅଦମ୍ୟ ଲାଳସାକୁ ରୋକିପାରିଲିନି । କଥା ଛଳରେ ଆପଣରୁ `ତମେ` କରିଦେଇଥାଏ ମତେ ।କିନ୍ତୁ, କେଜାଣେ କାହିଁକି ଅନ୍ୟର ତମେ ଡାକ ଅପେକ୍ଷା ତା'ର ଏ ତମେ ଡାକ ମନରେ ଆତ୍ମିୟତା ଭରିଦେଉଥିଲା । ମୁଁ ନିଜକୁ ବିଶ୍ବାସ କରିପାରୁନଥାଏ । ମୋ ନିରବତାରେ ବାଧାଦେଇ ପୁଣି ସେ ଆରମ୍ଭ କଲା - ଆପଣ କାହିଁକି ସବୁବେଳେ ଦୁଃଖ ଓ ପ୍ରତ୍ୟାଶାର କଥା ଲେଖନ୍ତି । ଆପଣ କ'ଣ ସୁଖର ସୃଷ୍ଟି କରିପାରିବେନି । ମୁଁ କହିଲି- ମୁଁ ଦୁଃଖକୁ ଭଲପାଏ । ସେଥିପାଇଁ ତ ଦୁଃଖ ଲେଖେ, ସୁଖ ପାଇଁ ପ୍ରେରଣା ଦେବ କିଏ ? ସେ କହିଲା- ମୁଁ ଦେବି ପ୍ରେରଣା, ମୁଁ ଆପଣଙ୍କୁ ବହୁତ ଭଲପାଏ । ମୁଁ ଆବାକ୍ ହୋଇଗଲି । ମୋ ନିରବତାରେ ସେ ପୁଣି କହିଲା - କ'ଣ ଭାବୁଛ? ତମେ କ'ଣ ତମକୁ ଭଲପାଉଥିବା ମଣିଷକୁ ଭଲପାଇ ପାରିବନି ? ମୁଁ କହିଲି- ମୁଁ, ମୁଁ ବି ତ ଭଲପାଏ ତମକୁ । କାହୁଁ କେତେକାଳୁ ତମକୁ ମୋ ଗଲ୍ପର ନାୟିକା କରିସାରିଛି । ମୋ କବିତାର ପ୍ରତିଟି ପଂକ୍ତିରେ ତମକୁ ମୋ ବନିତା କରିଛି । ମୁଁ ଆଉକିଛି କହିବା ପୂର୍ବରୁ ତା ହାତରେ ମୋ ଓଠକୁ ଚାପେଇ ଧରିଲା । ମୁରୁକି ହସିଟେ ହସିଦେଇ କବାଟ ଖୋଲି ଚାଲିଗଲା ଆଉକେବେ ଆସିବାକୁ କଥାଦେଇ । ସେତେବେଳେ ବର୍ଷାଟା ଥମି ଯାଇଥାଏ । ମନେହେଲା ମୁଁ ଆଉ "ସେ" କୁ ଖୋଜିବିନି । 'ସେ' ର ଚିନ୍ତା ବି କରିବିନି । ତମେ ହେବ ମୋର ପରିଚୟ ।

 

Ashish Kumar Mishra..

ସେ ! ସେ ଏକ ବିରାଟ ପ୍ରଶ୍ନବାଚୀ ।

Rate the content


Originality
Flow
Language
Cover design

Comments

Post

Some text some message..