ମାଆ
ମାଆ
1 min
14K
:"କଣ ପାଇଁ ଜନ୍ମ ଦେଇଥିଲୁ ମୋତେ? ତଣ୍ଟି ଚିପି ମାରିଦେଲୁନି ସେତେବେଳେ? ଦେଖାଯାଉନି କେତେ କଷ୍ଟ ପାଉଛି ମୁଁ ? ପୁଅଟେ ଭଲା ହେଇଥାନ୍ତି l ଝିଅଟେ ପାଇଁ ଏତେ ମାୟା କାହିଁକି ଲଗେଇଲୁ ଯେ ?" ରାଗିଗଲେ ସବୁ ରାଗ ଏମିତି ମୋ ଉପରେ ଝାଡି ଦିଏ ମୋ' ରଣଚଣ୍ଡୀ l ହସି ଦିଏ ମୁଁ l କହେ, “ମୁଁ ତ ପାରିଲିନି, ତୋ ଝିଅ ହେଲେ ତୁ ସେୟା କରିବୁ l”
ଆଜି ମୋ ରଣଚଣ୍ଡୀର ଝିଅ ହୋଇଛି l ତାର ପ୍ରଥମ ସନ୍ତାନ l ମୁଁ ତା କାନ ପାଖରେ ଯାଇ ଚୁପି ଚୁପି ସେହି କଥା ଦୋହରାଇଲି l ହସିଦେଲା ସିଏ l ମାଆ ହେବାର ଗୌରବରେ ଝଲମଲ ହେଉଥିଲା ମୁହଁ ତାର l ଆଉ ସେ ଭଲ ଭାବରେ ଜାଣିଥିଲା କୌଣସି ମାଆ କେବେ ବି ସେ କାମ କରିପାରିବେ ନାହିଁ l ଝିଅକୁ କୋଳକୁ ନେଇ ତା ମଥାରେ ଚୁମା ଦେଲା ରଣଚଣ୍ଡୀ ମୋର l