Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭଙ୍ଗା ନୀଡ
ଭଙ୍ଗା ନୀଡ
★★★★★

© Deepak Sarangi

Inspirational Others Romance

7 Minutes   2.6K    18


Content Ranking

ଦୀପକ ଷଡଙ୍ଗୀ

ରାଜଶ୍ରୀ ପୁଣି ଜୀଇଁ ଉଠିଥିଲା ମିହିର ପ୍ରେମର ସ୍ପର୍ଶ ପାଇ । କିନ୍ତୁ ଏଇ କୋଡିଏ ବର୍ଷ ଭିତରେ ସେ କଣ ସବୁ ହରେଇଛି ଆଉ ପାଇଛି ତାର ହିସାବ ନିକାସ କରୁଥିଲା ରାଜଶ୍ରୀ । ମେଘୁଆ ପାଗରେ ଝରକା ଆଡକୁ ଚାହିଁ ରହି ଥିଲା ସେ । ଆଖିର ବୋଲ ମାନୁ ନଥିବା ଅମାନିଆ ଲୁହ ଗୁଡାକ ବି ଯେତେ ଚେଷ୍ଟା କଲେ ବି ବନ୍ଧ ବାଡ ନ ମାନି ବୋହି ଚାଲିଥାଏ । କଲେଜର ପଢିବା ବେଳେ ଦେଖା ହେଇଥିଲା ସୁମିତ ସହ ତା’ର । କଲେଜର ସବୁଠାରୁ ଭଲ ପିଲା ସୁମିତ । ପାଠରେ ଯେମିତି ଖେଳ, ନାଚ,ଗୀତ ସବୁଥିରେ ପାରଙ୍ଗମ ସେ । ଆଉ ସେମିତିଆ ପୁଅକୁ ପାଇବା ପାଇଁ ସବୁ ଝିଅଙ୍କ ଭିତରେ ଗୋଟେ ରୀତିମତ ପ୍ରତିଯୋଗୀତା ଚାଲେ କଲେଜରେ । କଲେଜ ତରଫରୁ ଖେଳା ଯାଇଥିବା ଆନ୍ତଃ କଲେଜ କ୍ରିକେଟରେ ସେ ଏକା ୪୫ ବଲରେ ୧୦୨ ରନ୍ କରି କି ଜିତେଇ ଥିଲା କଲେଜ ଟିମ୍ କୁ । ଆଉ ମ୍ୟାନ୍ ଅଫ ଦି ମ୍ୟାଚ୍ ର ପୁରସ୍କାର ସ୍ୱରୂପ ଦଶ ହଜାର ଟଙ୍କା ବି ପାଇଥିଲା । ସେମିତି କଲେଜର ବାର୍ଷିକ ଉତ୍ସବ ରେ ଆଶିକି ସିନେମାର ତୁ ମେରି ଜିନ୍ଦଗୀ ହେ ଗୀତ ଗାଇ ସବୁ ଝିଅ ମାନଙ୍କୁ ତା ପାଖ କୁ ଚୁମ୍ବକ ଭଳି ଆକର୍ଷିତ କରୁଥିଲା । କିନ୍ତୁ ତା ଭଳି ଗୋଟେ ପୁଅ ରାଜଶ୍ରୀ ଭଳି ଗୋଟେ ସାଧାସିଦା ଝିଅ ପାଇଁ ପାଗଳ ହେବା କଲେଜ ରେ ପ୍ରାୟ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ବହୁତ ଥର ରାଜଶ୍ରୀ ମଧ୍ୟ ସୁମିତ ର ପ୍ରେମ ପ୍ରସ୍ତାବ କୁ ରୋକଠୋକ୍ ପ୍ରତ୍ୟାଖ୍ୟାନ କରିଥିଲା । କିନ୍ତୁ ସୁମିତ ଥିଲା ନାଛେଡ ବନ୍ଧା । ସୁମିତ ଠିକ ଜାଣିଥିଲା ଯେ ରାଜଶ୍ରୀ ଭଳି ଗୋଟେ ଝିଅ ଆଜିକା ସମୟରେ ମିଳିବା କାଠିକର ପାଠ । କଲେଜ ପଢା ସରିଲା ପାରେ ସୁମିତ ଭଲ ବିଶ୍ବବିଦ୍ୟାଳୟ ରେ ନାଁ ଲେଖାଇଲା । କିନ୍ତୁ ରାଜଶ୍ରୀ କୁ ଆଉ ବେଶୀ ତାର ବାପା ମା ପଢାଇବା ପାଇଁ ସକ୍ଷମ ନଥିଲେ । ସ୍ନାତକ ପରେ ତା’ର ପାଠ ପଢାରେ ବନ୍ଧା ହେଲା ଡୋରୀ । ଘରେ ତା ତଳେ ଗୋଟେ ସାନ ଭାଇ ଆଉ ଗୋଟେ ଭଉଣୀ । ବାପା ତା’ର କର୍ମକର୍ମାଣି କରି ଘର ଚଳାଉଥିଲେ । ଏବେ କିନ୍ତୁ ବୟସ ଆଧିକ୍ୟ ହେତୁ ଆଉ ବେଶୀ ପୂଜାପାଠ ପାଇଁ କାହା ଘରକୁ ଯାଇ ପାରୁ ନାହାଁନ୍ତି । ତେଣୁ ସେହି ଅନୁସାରେ ରାଜଶ୍ରୀ ଉପରେ ପରୋକ୍ଷ ଭାବରେ ଚାଲି ଆସିଥିଲା ଘର ଚଳାଇବାର ଦାଇତ୍ଵ । ତାଙ୍କ ଘର ପାଖରେ ଥିବା ଗୋଟେ ମାଇନର ସ୍କୁଲ ରେ ସେ ଚାକିରି ପାଇ ସାରିଥିଲା । ୟା ଭିତରେ ପ୍ରାୟ ପାଞ୍ଚ ବର୍ଷ ବିତି ଯାଇଥିଲା । ଘରେ ରାଜଶ୍ରୀ ର ବାହାଘର ପାଇଁ ଖୋଜା ଚାଲି ଥାଏ । ଏମିତି ଦିନେ ଥରେ ସେ ସ୍କୁଲରୁ ଫେରି ଆସି ଦେଖେ ତ ସୁମିତ ଆସି ତାଙ୍କ ଘରେ ବସିଛି । ରାଜଶ୍ରୀ କୁ ସବୁ ଘଟଣା ଜାଣିବା ପାଇଁ ବେଶି ସମୟ ଲାଗିଲାନି । ସୁମିତ ସିଧା ଆସି ତା ବାପାଙ୍କ ଆଗେ ସବୁ କଥା କହି ସାରିଥିଲା ଏବଂ ରାଜଶ୍ରୀ ର ହାତ ମାଗି ସାରିଥିଲା । ରାଜଶ୍ରୀର ବାପା ମା ମଧ୍ୟ ସୁମିତ ଭଳି ଗୋଟେ ଯୋଗ୍ୟ ପିଲାକୁ ପାଇ ରାଜଶ୍ରୀର ଭାଗ୍ୟ ବହୁତ ଟାଣ ବୋଲି ଭାବି ନେଇଥିଲେ । କିନ୍ତୁ ସୁମିତର ବାପା ମା ଏ ବାହାଘରେ ରାଜି ହେବେ କି ନା ସେ ନେଇ ଟିକେ ଦ୍ଵିଧାରେ ଥିଲେ । କିନ୍ତୁ ସୁମିତ ସେମାନଙ୍କୁ ଯେନତେନ ପ୍ରକାରେ ବୁଝେଇବାକୁ ସକ୍ଷମ ହେଇଥିଲା । ସୁମିତ ଆସି ଯେତେବେଳେ ଏଇକଥା ତା ବାପା ମା’ଙ୍କୁ ଜଣେଇଲା ତା ବାପା ମା ଜମା ରାଜି ହେଲେନା ହିଁ । ତା ମା ସୁମିତକୁ କହିଲେ ତୁ ଆମର ଗୋଟିଏ ବୋଲି ପୁଅ ଆଉ ତୋ ବାପା ହେଉଛନ୍ତି ଜିଲାର ବରିଷ୍ଠ କୃଷି ନିର୍ଦେଶକ ତୁ ଯଦି ଏମିତି ଗୋଟେ ପର ଘରେ ବୁଲିବୁଲି କର୍ମ କର୍ମାଣି କରୁଥିବା ଗରିବ ବ୍ରାହ୍ମଣ ଘର ଝିଅକୁ ବାହାହବୁ ଆମେ ସମାଜରେ ମୁଣ୍ଡ ଟେକି ବାଟ ଚାଲି ପାରିବୁ ତ । କିନ୍ତୁ ସୁମିତର ଅକାଟ୍ୟ ଯୁକ୍ତି ଓ ଜିଦ ଆଗରେ ତାର ବାପା ମା ଶେଷରେ ଏଥିରେ ରାଜି ହେଇ ସୁମିତ ଆଉ ରାଜଶ୍ରୀର ବାହାଘର ପାଇଁ ରାଜି ହେଲେ । ଯେହେତୁ ସୁମିତର ଘର ତାଙ୍କ ଗାଁ ଠାରୁ ଦୂରରେ ଥିଲା ସେ ବାଧ୍ୟ ହେଇ ସେ ସ୍କୁଲର ଚାକିରି ଟିକୁ ଛାଡିବାକୁ ପଡିଲା । ବାହାଘରର ମାସେ ପରେ ସୁମିତ ତା’ର କମ୍ପାନିରୁ ଆଣି ଥିବା ଛୁଟି ଶେଷ ହୋଇ ଆସିଲା । ସେ ରାଜଶ୍ରୀକୁ କହି କି ଗଲା ଯେ ମୁଁ ଖୁବ ଶୀଘ୍ର ଆସି ତୁମକୁ ମୋ ପାଖ କୁ ନେଇ ଯିବି । ସୁମିତ ଯିବା ପରେ ଶାଶୂଙ୍କର ଅସଲ ମୁଖ ଟି ରାଜଶ୍ରୀ ଜାଣିବାକୁ ପାଇଲା । ପ୍ରତି କଥା ରେ ସେ ରାଜଶ୍ରୀକୁ ଅପମାନିତ କରୁଥିଲେ । ଏମିତିକି ସେ ଗରିବ ଘରୁ ଆସିଛି ବୋଲି କହି ଅନ୍ୟ ଲୋକ ମାନଙ୍କ ଆଗରେ ତାର ଥଟା କରି ହସୁଥିଲେ । ରାଜଶ୍ରୀ ତା ଶାଶୂ ଘରେ ବୋହୂ କମ ଏବଂ ଚାକରାଣୀ ବେଶି ର ମର୍ଯ୍ୟାଦା ପାଇ ସାରିଥିଲା । କିନ୍ତୁ ଏ ବିଷୟରେ ସେ ଜମା ସୁମିତଙ୍କୁ କିଛି ଜଣାଉ ନ ଥିଲା । ଦୁହିତାର ଧର୍ମକୁ ସେ ଅକ୍ଷରେ ଅକ୍ଷରେ ପାଳନ କରି ଚାଲି ଥିଲା । ଶାଶୁ ଶଶୁର ଏବଂ ସ୍ଵାମୀଙ୍କୁ ନେଇ ସେ ଏକ ସମତୁଲ୍ୟତା ଅବଲମ୍ବନ କରୁଥିଲ। । ଏମିତି ହଠାତ ଦିନେ ସୁମିତଙ୍କ କମ୍ପାନୀ ରୁ ଫୋନ୍ କରି ଜଣେ ତାଙ୍କର ସହକର୍ମୀ ଜଣେଇଲେ ଯେ ସୁମିତଙ୍କର ଗୋଟେ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି ବୋଲି । ଫୋନେକୁ ହାତରେ ଧରି ସେଇଠି ଗଛ କଟିଲା ପରି ମୂର୍ଛା ହେଇ ଟଳି ପଡିଲା ରାଜଶ୍ରୀ । ଦୁଇ ଦିନ ପରେ ସ୍ଵାମୀ ସୁମିତଙ୍କ ଶବ କମ୍ପାନୀ ବାଲା ଫ୍ଲାଇଟରେ ପଠେଇଦେଲେ । ସେତେବେଳକୁ ରାଜଶ୍ରୀର ୩ ମାସର ଗର୍ଭ । ସୁମିତ ଙ୍କର ଶେଷ ସମ୍ପତିକୁ ସେ ତା ଗର୍ଭରେ ଧାରଣ କରି ସାରିଥିଲା । ସୁମିତଙ୍କ ଜୀବା ପରେ ରାଜଶ୍ରୀର ଜୀବନ ଆହୁରି ଦୁର୍ବିସହ ହେଇ ପଡିଥିଲା । ଶାଶୁଙ୍କର ସବୁ ରାଗ ସେ ରାଜଶ୍ରୀ ଉପରେ ଅଜାଡି ଦେଉଥିଲେ । ସେ ହିଁ ତାଙ୍କ ପୁଅ ର ମୃତ୍ୟୁ ପାଇଁ ଦାୟୀ ବୋଲି କହି ଚାରି ଆଡେ ପ୍ରଚାର କରୁଥିଲେ । ସେ ଆସିବା ଦିନ ଦିନ ଠାରୁ ସୁମିତ ର ଖରାପ ଦିନ ଆଉ ତାଙ୍କ ଘର ପାଇଁ ଖରାପ ଦିନ ଆସି ଯାଇଛି ବୋଲି କହି ମାଡ ମଧ୍ୟ ମାରୁଥିଲେ । ଶଶୁର ସବୁ ଦେଖି ନ ଦେଖିଲା ପରି ଅଭିନୟ କରି ଚାଲି ଯାଉଥିଲେ । ଦିନେ ରାତିରେ ରାଜଶ୍ରୀ ଏ ସବୁ କୁ ସହ୍ୟ କରି ନପାରି ତା ବାପା ଘର କୁ ଚାଲି ଆସିଲା । ବାପ ଘରେ ମଧ୍ୟ ଅବସ୍ଥା ଭଲ ନଥିଲା । ରୋଗିଣା ବାପା କୁ ମା ଶଯ୍ୟାଶାୟୀ । ସେପଟେ ତା ସାନ ଭାଇ ପାଠ ପଢା ଛାଡି ଦେଇ ତା ବାପାଙ୍କ ପଦାଙ୍କ ଅନୁସରଣ ପୂର୍ବକ କର୍ମକର୍ମାଣି କାମ ରେ ଯୋଗ ଦେଇ ସାରିଥିଲା । ତେଣୁ ରାଜଶ୍ରୀ ଭବିଲା ଆଉ ସେମାନଙ୍କ ଉପରେ ବୋଝ ହେବା ଭଲ ନୁହେଁ । ୬ ମାସର ଗର୍ଭକୁ ଧରି ସେ ଚାଲିଲା କୌଣସି ଏକ ଚାକିରିର ଅନୁସନ୍ଧାନରେ । ଏମିତି ଦିନେ ଚାଲୁ ଚାଲୁ ହଠାତ ସେ ବାଟରେ ମୂର୍ଛା ହୋଇ ତଳେ ଲୋଟିପଡିଲା । ଆଖି ଖୋଲି ଦେଖିଲା ବେଳକୁ ଜଣେ ୪୦/୪୨ବର୍ଷର ବ୍ୟକ୍ତି ତା ମୁଣ୍ଡ ପାଖରେ ବସିଛନ୍ତି । କିଛି ସମୟ ପରେ ଡାକ୍ତର ରାଜଶ୍ରୀ ପାଖ କୁ ଆସି କହିଲେ ଏ ବାବୁ ଯଦି ଆପଣଙ୍କୁ ଠିକ୍ ସମୟରେ ଆଣି ଡାକ୍ତରଖାନା ରେ ପହଞ୍ଚି ନ ଥାନ୍ତେ ତେବେ ଆପଣ ଓ ଆପଣଙ୍କ ଗର୍ଭସ୍ଥ ଶିଶୁକୁ ଆମେ ବଞ୍ଚାଇ ପାରି ନ ଥାନ୍ତୁ । ଆପଣ ଏବେ ପିଲା ହେବା ପର୍ଯ୍ଯନ୍ତ ବିଶ୍ରାମ ନିଅନ୍ତୁ ନହେଲେ ଗର୍ଭସ୍ଥ ଶିଶୁ ଉପରେ ଚାପ ପଡି ପାରେ । ଏତିକି କହି ଡାକ୍ତର ଚାଲି ଗଲେ। ରାଜଶ୍ରୀ ଆଉ କୋହ ସମ୍ଭାଳି ନ ପରି କଇଁ କଇଁ ହେଇ କାନ୍ଦିବାକୁ ଲାଗିଲା । କିନ୍ତୁ କାହାର ଏକ ହାତ ର ନରମ ସ୍ପର୍ଶରେ ସେ ଟିକେ ଚମକି ପଡିଲା । ଦେଖିଲା ସେହି ବ୍ୟକ୍ତି ଜଣକ ତା ଆଡ କୁ ଚାହିଁ ଅଳ୍ପ ସ୍ମିତା ହାସ୍ୟ ଦେଉଛନ୍ତି । ଆଖିରୁ ଲୁହ ପୋଛି ରାଜଶ୍ରୀ ତାଙ୍କୁ ପଚାରିଲା ଆପଣ କିଏ । ଭଦ୍ରବ୍ୟକ୍ତି ଜଣ ଉତର ଦେଲେ ମୁଁ ମିହିର ଶତପଥୀ , ମୁଁ ଏକ ବ୍ୟାଙ୍କ ରେ କାମ କରେ ସେଦିନ ମୁଁ ଘରକୁ ଫେରି ଆସୁଥିବା ବେଳେ ଆପଣ ଠିକ ମୋର କାର ସାମ୍ନାରେ ପଡି ଗଲେ ମୁଁ ଯଦି ଠିକ ସମୟ ରେ ବ୍ରେକ୍ ମାରି ନଥାନ୍ତି ହୁଏତ କିଛି ବି ଅନିଷ୍ଟ ଘଟି ଯାଇ ପାରି ଥାନ୍ତା । ରାଜଶ୍ରୀ ପୁଣି କାନ୍ଦିଉଠି କହିଲା ଆପଣ ମୋତେ କାହିଁକି ବଞ୍ଚାଉ ଥିଲେ ମୋର ଆଉ ଜୀବନରେ କଣ ଅଛି ସ୍ଵାମୀ ତ ଛାଡି ଆରପାରିକୁ ଚାଲି ଗଲେ ଶାଶୂ ଘରର ନିର୍ଯ୍ୟାତନା ସହି ନପାରି ଚାଲି ଆସିଲି ନିଜ ଘରକୁ କିନ୍ତୁ ଘର ଅବସ୍ଥା ତ ଆହୁରି ଖରାପ । ସେମାନେ ମୋତେ ରଖିବେ କଣ ? କାନ୍ଦି କାନ୍ଦି ସେ ସବୁ କଥା ମିହିରଙ୍କୁ କହିଲା । ମିହିର ସବୁ ଶୁଣିସାରି କିଛି ସମୟ ଚୁପ ରହି କହି ଉଠିଲେ ରାଜଶ୍ରୀ ତୁମେ ମୋ ପାଖରେ ରହିବ? ମୋର ମଧ୍ୟ ତୁମରି ପରି ଅବସ୍ଥା ସବୁ ଥାଇ ମଧ୍ୟ ମୋର କିଛି ନାହିଁ । ଦୁଇ ବର୍ଷ ତଳେ ମୋ ଧର୍ମ ପତ୍ନୀ ଅନିତା ଏଇ ଡାକ୍ତରଖାନାରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଆଉ ସେ ମରିବା ବେଳକୁ ତାଙ୍କର ମଧ୍ୟ ୪ ମାସର ଗର୍ଭ ଥିଲା । ରାଜଶ୍ରୀ ପଚାରିଲା ତାଙ୍କର କଣ ହୋଇଥିଲା ? ମିହିର କହିଲେ ତାଙ୍କୁ ଯକୃତ କ୍ୟାନ୍ସର ହୋଇ ଥିଲା ବହୁ ପଇସା ଖର୍ଚ କରିଥିଲି ମୁଁ ତାଙ୍କୁ ବଞ୍ଚାଇବା ପାଇଁ କିନ୍ତୁ । ଆଉ କିଛି ନ କହି ମିହିର ନିଜର ଲୁହକୁ ଯେତେ ଚେଷ୍ଟା କରୁ ଥିଲେ ମଧ୍ୟ ତାହା ଆଖି କଣରୁ କେତେବେଳେ ଖସିପଡି ରାଜଶ୍ରୀ ର ହାତରେ ପଡି ସାରିଥିଲା । ଦୁହେଁ ଦୁହିଁଙ୍କର ଦୁଃଖର ସାଥି ହୋଇ ସାରିଥିଲେ।

ମା ଜାଣିଛୁ ଆଜି ସ୍କୁଲର କ୍ରିକେଟ ଟୀମ୍ ରେ ମୋତେ କ୍ୟାପଟେନ୍ ବଛା ହେଇଛି । ଦଉଡି ଦଉଡି ଆସି ବଣ୍ଟି ରାଜଶ୍ରୀକୁ କୁଣ୍ଢେଇ ପକେଇଲା । ଚମକି ପଡି ରାଜଶ୍ରୀ ନିଜର ଭାବନା ରାଇଜ ରୁ ଫେରି ଆସିଲା । ବଣ୍ଟି ମୁଣ୍ଡ ରେ ହାତ ବୁଲେଇ ଦେଇ କହିଲା ହଉ ଭଗବାନ ଚାହିଁଲେ ଦେଖିବୁ ତୁ ଦିନେ ଇଣ୍ଡିଆନ୍ ଟୀମ୍ ର ବି କ୍ୟାପଟେନ୍ ହବୁ । ହଉ ହଉ ମା ପୁଅ ସେ ଇଣ୍ଡିଆନ କ୍ରିକେଟ ଟୀମ୍ ପଛ ରେ ଗଢିବ ଆଜି ଯେମିତିଆ ପାଗ ହେଇଛି ନା ପକୁଡି ଆଉ ଚା ଟିକେ ନହେଲେ ନଚାଲେ । ବାଣ୍ଟି ଯାଇଁ ତା ବାପା ମିହିର ଙ୍କୁ କୁଣ୍ଢାଇ ପକେଇଲା । ବାପା ପୁଅ ଦୁଇଜଣ ଚାଲିଗଲେ ଟିଭି ରେ ଇଣ୍ଡିଆ ଆଉ ଇଂଲଣ୍ଡ ଭିତରେ ଚାଲି ଥିବା କ୍ରିକେଟ୍ ମ୍ୟାଚ୍ ଦେଖିବାକୁ । ବର୍ଷା ଛାଡି ଯାଇଥିଲା । ବର୍ଷାରେ ଭାଙ୍ଗି ଯାଇ ଥିବା ନୀଡକୁ ପୁଣିଥରେ ସଜାଡି ଚାଲିଥିଲା ରାଜଶ୍ରୀଙ୍କ ବାଲକୋନୀରେ ଥିବା ଧଳା ପାରାଟି । ସେଇ ନୀଡ ଭିତରେ ଥିଲା ତା’ର କୁନିକୁନି ଦୁଇଟି ଧଳା ପାରଛୁଆ । ଆଉ ସବୁ କାଠିକୁଟାକୁ ଏକାଠି କରି ପାରାର ଥଣ୍ଟ ପାଖକୁ ଯୋଗାଇ ଦେଉଥିଲା ରାଜଶ୍ରୀ ।

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦

ରାଜଶ୍ରୀ ପ୍ରେମ କଲେଜ

Rate the content


Originality
Flow
Language
Cover design

Comments

Post

Some text some message..