Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହଂସ କନ୍ୟା
ହଂସ କନ୍ୟା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

5 Minutes   7.0K    9


Content Ranking

ଧନେଶ୍ଵର ସାମଲ

ଗୋଟେ ଦେଶରେ ଜଣେ ରାଣୀ ଥିଲେ l କିଛି ବର୍ଷ ପରେ ତାଙ୍କର ସ୍ଵାମୀ ମରିଗଲେ l ତାଙ୍କର ଗୋଟିଏ କନ୍ୟା ଥିଲା l କନ୍ୟାଟି ଅତ୍ୟନ୍ତ ରୂପବତୀ ଓ ଗୁଣବତୀ l ଯୌବନ ପ୍ରାପ୍ତି ପରେ ସେ ରାଜକୁମାରୀଙ୍କ ବିବାହ ଅନ୍ୟ ଏକ ଦେଶର ରାଜକୁମାରଙ୍କ ସଙ୍ଗରେ ହେବାକୁ ସ୍ତିରୀକୃତ ହେଲା l ତଦନୁଯାୟୀ ରାଜକୁମାରୀଙ୍କ ସେଠାକୁ ବିଦାୟ ଦେବାକୁ ସମସ୍ତ ଆୟୋଜନ ହେଲା l ସୁନା,ରୂପା ଓ ମୂଲ୍ଯବାନ ବସ୍ତ୍ରାଦି ସହ ତାଙ୍କର ସେବା କରିବା ପାଇଁ ଜଣେ ଚାକରାଣୀକୁ ମଧ୍ୟ ତାଙ୍କ ସହ ପଠାଗଲା l “ଫଳଦା” ନାମକ ଏକ ଘୋଡା ମଧ୍ୟ ଯୌତୁକ ଦିଆଗଲା l ସେ ଘୋଡା ଏକ ଅଭୁତ ଗୁଣ ଥିଲା ଯେ, ସେ ମଣିଷପରି କଥାବାର୍ତ୍ତା କରିପାରୁଥିଲା l

ରାଜକୁମାରୀ ବିଦାୟ ନେବା ପୂର୍ବରୁ ରାଣୀ ତାଙ୍କୁ ନିଜର ଖାସ୍ କୋଠରୀକୁ ଡାକିଲେ l ସେଠାରେ ସେ ନିଜ ଆଙ୍ଗୁଠି କାଟି ସେଥିରୁ ତିନିଟୋପା ରକ୍ତ ଏକ ରୁମାଲରେ ପକାଇ ସେହି ରୁମାଲକୁ କନ୍ୟାକୁ ଦେଇ କହିଲେ, “ତୁ ୟାକୁ ଯତ୍ନ ସହକାରେ ରଖିଥିବୁ l ଦରକାରବେଳେ କାମରେ ଆସିବା l “ ସ୍ନେହ ସହକାରେ ବିଦାୟ ନେଇ ରାଜକନ୍ୟା ସେ ରୁମାଲକୁ ନିଜର ଜୁଡା ମଧ୍ୟରେ ଯତ୍ନ ସହକାରେ ରଖିଲେ l ରାସ୍ତାରେ ଗଲାବେଳେ ରାଜକନ୍ୟାଙ୍କୁ ଖୁବ୍ ଶୋଷ ହେଲା l ସେ ସାଙ୍ଗରେ ଯାଉଥିବା ଦାସୀକୁ କହିଲେ, “ମତେ ମୁନ୍ଦାଏ ପାଣି ଆଣି ଦିଅ l ଭାରି ଶୋଷ କରୁଛି l” ମାତ୍ର ଦାସୀ ରୁକ୍ଷ ଗଳାରେ କହିଲା, “ନିଜେ ଚାଲିଯାଅ, ପାଖରେ ହେଇ ନଇ ଦେଖାଯାଉଛି, ପାଣି ପିଇ ଆସିବା l ଆମେ ତମ କଥା କିଛି ଶୁଣିବୁନି l”

ରାଜକୁମାରୀଙ୍କୁ ତ ଖୁବ୍ ଶୋଷ କରୁଥିଲା, ସେ ନିଜେ ନଈକୁ ଯାଇ ଯେମିତି ପାଣି ପିଇବାକୁ ନାଇଁ ପଡିଛନ୍ତି ସେମିତି ତାଙ୍କ ମୁଣ୍ଡର ଗଭାରୁ ରୁମାଲଟି ନଈରେ ଗଳି ପଡିଲା l ରାଜକୁଆରୀ ତାକୁ ଧରିବାକୁ ହାତ ବଢାଇଲେ l ମାତ୍ର ବେଶି ପାଣିରେ ତାହା ପଡିଥିବାରୁ ସେ ତାକୁ ଧରିପାରିଲେ ନାହିଁ l ତାହା ନଈରେ ଭାସିଗଲା l

ସେ ମନ ଦୁଃଖରେ ଫେରି ଆସିଲେ l ଏଣେ ଦାସୀ ନିଜକୁ ରାଜକୁମାରୀ ବୋଲି ପରିଚୟ ଦେଇ ସମସ୍ତ ଲୋକଙ୍କୁ ଟଙ୍କା ସୁନା ଲାଞ୍ଚ ଦେଇ ହାତ କରିସାରିଲାଣି l ସେ ରାଜକନ୍ୟାଙ୍କଠାରୁ ତାଙ୍କ ମୁଲ୍ଯବନ ପରିଛଦ ଖୋଲି ନେଇ ନିଜେ ପିନ୍ଧିଲା ଓ ତାଙ୍କୁ ତାର ମଇଳା ଅସନା ପୋଷାକ ପିନ୍ଧାଇ ଦେଲା l ସମସ୍ତେ ପୁଣି ଥାଟ ବାଟରେ ରାଜଉଆସ ଆଡେ ଚାଲିଲେ l ଫଳଦା ଘୋଡା ଉପରେ ରାଜକନ୍ୟା ପରିବର୍ତ୍ତେ ଦାସୀ (ନକଲି ରାଜକୁମାରୀ) ବସିଥିଲା l ଫଳଦା କିନ୍ତୁ ତାର କିଛି ପ୍ରତିବାଦ ଜଣାଇ ନଥିଲା l ସେମାନେ ଯାଇ ରାଜବାଟିରେ ପହଞ୍ଚିଲେ l ସେଠି ବୁଢା ରାଜା ନକଲି ରାଜକୁମାରୀକୁ ତାଙ୍କର ବୋହୁ ବୋଲି ପାଛୋଟି ନେଲେ l ମାତ୍ର ଦାସୀ ବେଶରେ ପ୍ରକୃତ ରାଜକନ୍ୟା ସେଠି ଦଣ୍ଡାୟମାନ ରହିଲା lରାଜା ଓ ରାଜପୁତ୍ର ନକଲି ରାଜକୁମାରୀକୁ ପଚାରିଲେ, ‘’ ସେ କିଏ ?’’ ସେ କହିଲା, ‘’ ସେ ହେଉଛି ମୋର ଦାସୀ l’’

ଏଣୁ ରାଜା ତାର ରହିବା ପାଇଁ ଗୋଟିଏ ଅଲଗା ଘର ବରାଦ କରିଦେଲେ, ତାକୁ ହଂସ ଜଗିବାକୁ କହିଲେ l ପ୍ରଶାନ୍ତ ବୋଲି ଆଉ ଏକ ଚାକର ମଧ୍ୟ ରାଜାଙ୍କ ହଂସ ଜଗୁଥିଲା lନୂଆଁ ନକଲି ରାଣୀକୁ ନେଇ ରାଜକୁମାର ଏଣେ ମଉଜ କଲେ l ମାତ୍ର ନକଲି ରାଣୀର ମନରେ ପାପ ଛୁଇଁଲା l ସେ ଭବିଲା, ‘ଯଦି ‘’ଫଳଦା ‘’ କେବେ କାହାକୁ କିଛି କହିଦିଏ ?’ ତେଣୁ ସେ ରାଜକୁମାରଙ୍କୁ କହିଲା, ‘’ ଏ ଘୋଡାଟା ବଡ ବଦମାସ l ୟାକୁ ରଖିଲେ ଆମର ସୁଖ ନାହିଁ l ବାଟରେ ବସିଲା ବସିଲାବେଳେ ଏ ମତେ ପକାଇ ଦେଇଥିଲା l ୟାକୁ ଶୀଘ୍ର ମାରି ଦିଆଯାଉ l’’ ରାଜକୁମାର ମଧ୍ୟ ତାହାହିଁ ବରାଦ କଲେ l ଏ ଖବର ସବୁଆଡେ ବ୍ୟାପିଗଲା l

କିନ୍ତୁ ରାଜକନ୍ୟା ଏହା ଶୁଣି ଭାରି ଦୁଃଖିତା ହେଲା l ସେ ଘୋଡା ସଇସଙ୍କୁ କହିଲା,’’ଦେଖ, ମୁଁ ତୁମକୁ ଶହେ ଟଙ୍କା ଦେବୀ, ତମେ ୟାକୁ ନ ମାରି ଏକ ଗୁପ୍ତ ସ୍ଥାନରେ ବଞ୍ଚାଇ ରଖ l ଏହା ପାରିବର୍ତ୍ତେ ତୁମେ ତଟୁର ମୁଣ୍ଡ କାଟି ରାଜକୁମାରଙ୍କୁ ଜଣାଇ ଦିଅ ଯେ,ଆମେ ଫଳଦାକୁ ମାରିଦେଲୁ l’’

ସଇସ ଫଳଦାକୁ ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖି ତାର ଯତ୍ନ ନେଲେ l ରାଜକନ୍ୟା ହଂସ ଜଗୁଥିବାରୁ ତାଙ୍କୁ ସମସ୍ତେ ହଂସକନ୍ୟା ଡାକିଲେ l ହଂସକନ୍ୟା ଯେ କି ହଂସ ଜଗିବାକୁ ଯାଏ ପ୍ରତିଦିନ ହଂସମାନଙ୍କୁ ଚରିବାକୁ ଛାଡି ଦେଇ ଫଳଦାକୁ ଯାଇ ଦେଖି ଆସେ l ତା ନିକଟରେ ସମସ୍ତ କଥା କହେ l ଫଳଦା ସବୁ ଶୁଣେ ମାତ୍ର କିଛି କହେନା l

ଏଣେ ପ୍ରଶାନ୍ତ ହଂସକନ୍ୟା କୁଆଡେ ଯାଉଛି ବୋଲି ସନ୍ଦେହ କଲା l ହଂସକନ୍ୟା ପଡିଆରେ ହଂସ ଛାଡି ଦେଇ ମୁଣ୍ଡ କବରୀ ଫିଟାଇ ପବନରେ ସୁଖଏ l କଳା ମିଚ୍ ମିଚ୍ ଚିକ୍କଣ ଲମ୍ବା ବାଳ l ଯିଏ ଦେଖିବ ସେ ଲୋଭେଇ ଯିବ l ହଂସକନ୍ୟାର ମଧ୍ୟ ରୂପ ତଦ୍ରୁପ l ପ୍ରଶାନ୍ତ ତାକୁ ବିବାହ କରିବାକୁ ମନ କଲା l ହଂସକନ୍ୟା ବାଳବିଡାକ ସୁଖାଉଥିବା ବେଳେ ଦୌଡିଯାଇ ସେ ବାଳକୁ ଧରି ଟାଣି ନେଇ ତା’ସାଙ୍ଗରେ ଗେଲ ହେବାକୁ ଚାହେଁ l ମାତ୍ର ହଂସକନ୍ୟା ଏହା ଜାଣିପାରି କହେ,’’ହେ ପବନ ଦେବତା ! ପ୍ରଶାନ୍ତର ପଗଡି ଉଡେଇ ନିଅ l ଯେ ପର୍ଯ୍ଯନ୍ତ ମୁଁ ବାଳ ବିଳାକ ବାନ୍ଧି ନ ସାରିଛି ସେ ପର୍ଯ୍ୟନ୍ତ ତାକୁ ପଗଡି ପଛରେ ଦଉଡାଊଥାଅ l’’

ସତକୁ ସତ ତାହାହିଁ ହୁଏ l ପ୍ରଶାନ୍ତ ମନରେ ଆହୁରି ସନ୍ଦେହ ବଢେ l ସେ ଦିନେ ହଂସ ଛାଡିଦେଇ ହଂସକନ୍ୟା ପଛେ ପଛେ ଛପି ଯାଇ ଦେଖିଲା ଯେ ହଂସକନ୍ୟା ଫଳଦାକୁ ଘାସ ଖୁଆଉଛି ଓ ତା ପିଠି ଆଉଁଷି ସବୁକଥା କହୁଛି l ଫଳଦା କହିଲା ‘’ ତତେ ତ ଭାରି କଷ୍ଟ ହେଉଥିବ,ଭଗବଙ୍କୁ ଡାକ l ପ୍ରକୃତ ରାଜକନ୍ୟା କିଏ ରାଜା ଓ ରାଜକୁମାର ଯାଣିପାରନ୍ତୁ l ତୁ ଆଉ ଟିକେ ଦୁଃଖ ସହ୍ୟ କର l ନକଲି ରାଜକନ୍ୟା ତୋର ଦାସୀ l ମାତ୍ର ସେ ନିଜକୁ ପ୍ରକୃତ ରାଜକନ୍ୟା ବୋଲି ପରିଚୟ ଦେଇ ରାଜକୁମାରଙ୍କୁ ମତାଉଛି ତତେ ଓ ମତେ ମାରିଦେବାକୁ l’’

ଏକଥା ଶୁଣି ପ୍ରଶାନ୍ତ ତ ଏକବାର ଅବାକ୍ l ସେ ଦିନେ ସାହସ ବାନ୍ଧି ବୁଢା ରାଜାଙ୍କୁ ସବୁକଥା କହିଲା l ବୁଢାରାଜା ଏହାଶୁଣି ନିଜେ ଦିନେ ଛପି ଛପି ଯାଇ ଦେଖିଲେ ହଂସକନ୍ୟା ପ୍ରତ୍ୟହ ଫଳଦାକୁ ଘାସ ଦେଉଛି ତାହା କହୁଛି l ଫଳଦା କହୁଛି, ‘’ ଯଦି ତୁମ ମା (ଆମ ରାଣୀ ) ଏକଥା ଜାଣନ୍ତେ ତା,ହେଲେ ସବୁ ଠିକ୍ ହୋଇଯାଆନ୍ତା l’’ ଏହାଶୁଣି ହଂସକନ୍ୟା କାନ୍ଦିପକାଏ l ରାଜା ରାଜବାଟୀକୁ ଲେଉଟି ହଂସକନ୍ୟାକୁ ଏକାନ୍ତରେ ନିଜ ପାଖକୁ ଡାକି ସମସ୍ତ ଘଟଣା ପଚାରିଲେ l ସେ ସବୁ ସତକଥା କହିଗଲା l ରାଜା କହିଲେ,’’ତମେ ଆଉ ଭୟ କରନା l’’ୟାପରେ ଦିନେ ରାଜବାଟୀରେ ଏକ ଭୋଜିର ଆୟୋଜନ ହେଲା l ସେଦିନ ରାଜା କହିଲେ ଯେ, ହଂସକନ୍ୟାକୁ ରାଜକୁମାରୀଙ୍କ ଭଳି ମୂଲ୍ୟବାନ ପୋଷାକ ପରିଚ୍ଛଦ ପିନ୍ଧାଅ l ସେ ଯେତେବେଳେ ରାଜକନ୍ୟାର ସାଜ ପିନ୍ଧିଲା ସାକ୍ଷାତ ଗୋଟିଏ ଅପ୍ ସରୀ ଭଳି ଦେଖାଗଲା l ନକଲି ରାଜକୁମାରୀ ରାଜପୁତ୍ରଙ୍କ ସାଙ୍ଗରେ ଭୋଜିକୁ ଆସିଲେ l ସେ ହଂସକନ୍ୟାକୁ ଏଭଳି ବେଶରେ ଦେଖି ମନେ ମନେ ପ୍ରମାଦ ଗଣିଲା l କ’ଣ କେହି ପ୍ରକୃତ ଘଟଣା ଜନିଗଲେନା କ’ଣ ? ସେ କହିଲା,’’ ଏ ଗୋଟାଏ ଡାହାଣୀ ଓ ଚୋରଣୀ l ତାକୁ ଆଦୌ ଆଉ ଏ ରାଜବାଟୀରେ ରଖନ୍ତୁ ନାହିଁ l ନଚେତ୍ ଆମମାନଙ୍କର ଅମଙ୍ଗଳ ହେବ l’’

ବୁଢା ରାଜା ରାଜକୁମାରଙ୍କୁ କହିଲେ,’’ ପୁତ୍ର ! ତୁ ଏଥର ତୋର ପ୍ରକୃତ ସ୍ତ୍ରୀକୁ ବାଛି ନେ l’’ ରାଜପୁତ୍ରଙ୍କ ଆଦେଶ ମତେ ହଂସକନ୍ୟା ରାଜକୁମାରଙ୍କ ଡାହାଣ ଜଙ୍ଘରେ ବସିଲେ ଆଉ ନକଲି ରାଜକନ୍ୟା ବାମ ଜଙ୍ଘରେ ବସିଲେ l ଏଥର ସଭାସଦ୍ ଓ ଦର୍ଶକବୃନ୍ଦକୁ ପ୍ରକୃତ ରାଜକନ୍ୟାକୁ ଚିହ୍ନିବାକୁ ବିଳମ୍ବ ହେଲାନି l କାରଣ ବୁଢାରାଜା ‘’ଫଳଦା’’ ଘୋଡାକୁ ସେହି ସ୍ତାନକୁ ଅଣାଇ ତା ମୁଖରେ ସମସ୍ତ ସତ୍ୟ ଘଟଣା ସମସ୍ତଙ୍କୁ ଶୁଣାଇ ଦେଇଥିଲେ l ଏଣେ ନକଲି ରାଜକନ୍ୟା କହି ଉଠିଲା,’’ ଏ ଗୋଟାଏ ଡାହାଣୀ, ଏ କିମିଆ କରି ଘୋଡା ମୁହଁରେ ମିଛ କଥା ଗୁଡାଏ କହୁଛି l’’ ମାତ୍ର ରାଜକୁମାର କହିଲେ, ‘’ ତମେ ତ ମତେ ଫଳଦାକୁ ମାରିବାକୁ ମତାଉଥିଲ ଏବଂ ହଂସକନ୍ୟା ବିରୁଦ୍ଧରେ ବରାବର ଗପୁଥିଲ l ଏଣୁ ତୁମେ ହିଁ ସନ୍ଦେହର ପାତ୍ରୀ l ଯେ ନିଜର ସ୍ଵାମୀ ଓ ମାଲିକାଣୀଙ୍କ ସହ ବିଶ୍ଵାସ ଘତକତା କରେ ତାର ନିସ୍ତାର ନାହିଁ l ଏଣୁ ତୁମକୁ ଏଇ ସିନ୍ଦୁକରେ ପୂରାଇ, ମୁହଁ ବନ୍ଦ କରି ନଈରେ ଭସାଇ ଦେବାକୁ ହବ l’’ ତାହାହିଁ କରାଗଲା l ରାଜକୁମାର ପ୍ରକୃତ ରାଜକନ୍ୟାକୁ ବିଭାହ କରି, ଫଳଦା ଘୋଡାକୁ ପାଇ ସୁଖରେ ରହିଲେ l

ରାଣୀ ସ୍ଵାମୀ କନ୍ୟା

Rate the content


Originality
Flow
Language
Cover design

Comments

Post

Some text some message..