Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children Classics Comedy

2  

ଓଡିଆ ଶିଶୁ ଗପ

Children Classics Comedy

ଆକବର ବିରବଲ - ୧୦୨

ଆକବର ବିରବଲ - ୧୦୨

4 mins
7.2K


ସଂସାରରେ ଶ୍ରେଷ୍ଠ ଚିଜ କ’ଣ? - ୧

ଦିନକର କଥା । ସମ୍ରାଟ୍ ଆକବରଙ୍କ ରାଜସଭା ଚାଲିଥାଏ । କିନ୍ତୁ ସବୁଦିନ ପରି ସେଦିନ ରାଜସଭାରେ ବିରବଲ ଉପସ୍ଥିତ ନ ଥିଲେ । କୌଣସିଠାରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପଡିବାରୁ ସେ ଚାଲିଯାଇଥିଲେ ।

ବିରବଲ ଯେଉଁ ଦିନ ସଭାରେ ଅନୁପସ୍ଥିତ ରୁହନ୍ତି, ସେଦିନ ଉପସ୍ଥିତ ଅନ୍ୟ ପଣ୍ଡିତମାନଙ୍କ ବାରପାଳକ ପଡିଯାଏ । ସମସ୍ତେ ହିଁ ଲଗେଇ ଜୁଟେଇ ସମ୍ରାଟଙ୍କ ଆଗରେ ଲୋକମାନଙ୍କ ବିରୁଦ୍ଧରେ ନାନାପ୍ରକାର କଥା କହିଥାଆନ୍ତି ।

ସେଦିନ ତ ବିରବଲ ସଭାରେ ଅନୁପସ୍ଥିତ ଥିଲେ । ସେଦିନର ସୁଯୋଗ ଦେଖି ସମ୍ରାଟଙ୍କ ଆଗରେ ନାନା ପ୍ରକାର ଖରାପ୍ କଥାମାନ କହିବାକୁ ଲାଗିଲେ । କିନ୍ତୁ ବିରବଲଙ୍କ ବିରୁଦ୍ଧରେ କହୁଥିବାରୁ ସମ୍ରାଟଙ୍କର ମନରେ ଦୁଃଖ ଜାତ ହେଉଥିଲା ।

ଏହା ବି ହେବା ସ୍ୱାଭାବିକ । କାରଣ ସମ୍ରାଟ୍ ବିରବଲଙ୍କୁ ଖୁବ୍ ଭଲ ପାଉଥିଲେ ।

ଏଭଳି ଭାବରେ ସେମାନେ ଯେତେବେଳେ ସମ୍ରାଟଙ୍କ ଆଗରେ କହିଲେ, ତାହା ଶୁଣି ସମ୍ରାଟ୍ ତାଙ୍କୁ କହିଲେ – ଆରେ, ତୁମ୍ଭେମାନେ ବିରବଲଙ୍କୁ ଠିକ୍ ଭାବରେ ଜାଣିନାହଁ । ସେଥିଲାଗି ବିରବଲଙ୍କ ନାମରେ ଏଣୁ ତେଣୁ ଗୁଡାଏ କଥା କହୁଅଛ । ଆଚ୍ଛା କହିପାରିବ ଯେ ତୁମ୍ଭମାନଙ୍କ ମଧ୍ୟରେ ଅଧିକ ବୁଦ୍ଧିମାନ୍ କେହି ନାହାଁନ୍ତି ।

ଆକବରଙ୍କ ଏପରି କଥା ଶୁଣନ୍ତେ ଅନ୍ୟମାନେ କହିଲେ, ବାଦ୍ଶାହା ସଲାମତ୍, ଆପଣ ବାସ୍ତବରେ ବିରବଲଙ୍କୁ ଅତ୍ୟନ୍ତ ଭଲ ପାଉଛନ୍ତି । ଆଉ ମଧ୍ୟ ବିରବଲଙ୍କୁ ଅଧିକ ସମୟ ପାଖରେ ଚାହୁଁ ଅଛନ୍ତି । କାରଣ ଆପଣ ଆମକୁ ତାଙ୍କପରି ବୁଦ୍ଧିମାନ୍ ଭାବୁ ନାହାଁନ୍ତି । ଆଉ ମଧ୍ୟ ଆପଣ ଜଣେ ହିନ୍ଦୁ ଲୋକକୁ ମୁଣ୍ଡରେ ଚଢାଇ ତା’ର ଆସପତ ବଢାଇ ଦେଇଛନ୍ତି ।

ସେଦିନ ରାଜସଭା ସମାପ୍ତ ହେବାବେଳ ହୋଇଗଲା । ରାଜସଭା ବନ୍ଦ ହେବ । ତହୁଁ ସମ୍ରାଟ୍ ଆକବର ବାଦ୍ଶାହା ସେହି ଚାରିଜଣଙ୍କୁ ଚାହିଁ ଆଦେଶ ଦେଲେ ଯେ ଦେଖ ଆଜି ବିରବଲ ଆମର ସଭାରେ ଅନୁପସ୍ଥିତ ଅଛନ୍ତି । ସେ ଥିଲେ ତ କିଛି ବୁଝିବାର ମୋର ନଥିଲା । ତେଣୁ ସେ ନଥିବାରୁ ମୁଁ ତୁମକୁ ଗୋଟିଏ ମାତ୍ର ପ୍ରଶ୍ନ ପଚାରିବି । ତୁମେମାନେ ସମସ୍ତେ ସେହି ମାତ୍ର ଗୋଟିଏ ଉତ୍ତର ଦେବ । ଯଦି ସଠିକ୍ ଉତ୍ତର ଦେଇ ନ ପାରିବ ତାହାହେଲେ ତୁମ ସମସ୍ତଙ୍କୁ ମୁଁ ଫାଶୀ ଖୁଂଟରେ ଚଢାଇବାକୁ କେବେ ପଛାଇବି ନାହିଁ ।

ସମ୍ରାଟ୍ ଆକବରଙ୍କ ମୁଖରୁ ଏପରି କଥା ଶୁଣି ଚାରିଜଣଯାକ ଆକାଶରୁ ବଜ୍ର ପଡିବା ସମ ଚମକି ପଡିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଦାମ୍ଭିକ ଥିଲା ଯେ ସେ ଦମ୍ଭ ଧରି କହିଲା, ଜାହାଁପନା ପଚାରନ୍ତୁ । ଆପଣ ଯେଉଁ ପ୍ରଶ୍ନ ପଚାରିବା କଥା ପଚାରନ୍ତୁ, ମୁଁ ସେହି ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇପାରିବି ।

ସମ୍ରାଟ୍ ଆଗ ହସିଲେ, ତା’ପରେ କହିଲେ ଦମ୍ଭ ଆସିଗଲା, ନାହିଁ? ତାହାହେଲେ ମୋର ଏହି ପ୍ରଶ୍ନ ରହିଲା – ତୁମ୍ଭେ ମୋତେ କୁହ ତ ସଂସାରରେ ସବୁଠାରୁ ବଡ ଚିଜ କ’ଣ?

ସମ୍ରାଟ୍ ଏପରି ଏକ ପ୍ରଶ୍ନ ପଚାରିଲେ, ଯାହାକି ତାହା କାହାରି ମନରେ ଧାରଣାରେ ନଥିଲା । ପ୍ରଶ୍ନ ଶୁଣି ସାରିବା ପରେ ୟା ମୁଖକୁ ସେ ଆଉ ତା’ ମୁଖକୁ ୟେ ଏହିପରି ଆନ ଆନ ଚାହାଁଚାହିଁ ହେଲେ । ଯେତେ ଚେଷ୍ଟାକଲେ କାହାରି ମୁଣ୍ଡରେ ସମ୍ରାଟଙ୍କର ଏହି ପ୍ରଶ୍ନର ଉତ୍ତର ପଶିଲା ନାହିଁ । ଏମିତି ବହୁ ସମୟ ଅତିବାହିତ ହୋଇଗଲା । ଅନେକ ସମୟ ପରେ ଜଣେ ବହୁ ଭାବିଚିନ୍ତି ଗୋଟିଏ ଉତ୍ତର ଦେଲା ଯେ, ଖୋଦାଙ୍କର ଖୋଦାଇ ବଡ ଅଟେ ।

ଦ୍ୱିତୀୟ ଜଣକ ତା’ଠାରୁ ଏକଥା ଶୁଣି ଆଉ ଟିକେ ଚିନ୍ତା କଲା । ତା’ପରେ ସେ କହିଲା, ବାଦ୍ଶାହାର ସଲାମତିକି ବିଚାର ଶକ୍ତି ବଡ ଚିଜ ଅଟେ ।

ସମ୍ରାଟ୍ ଆକବର ସମସ୍ତ ଶୁଣି ସାରିଲେ, ସେ କହିଲେ – ଧୀରସ୍ଥିର ହୁଅ, ଚିନ୍ତା କର, ତା’ପରେ ପ୍ରଶ୍ନର ଉତ୍ତର ଦିଅ । ଜାଣିଥାଅ ଏହାର ଦଣ୍ଡ ଅତିଶୟ କଠିନ ।

ଏଥୁଅନ୍ତେ ତୃତୀୟ ଜଣକ ବହୁ ଚିନ୍ତା କରିଥିଲା । ସେ କହିଲା – ବାଦ୍ଶାହା ସଲାମତ । ଆପଣ ଆଜି ନୁହଁ, ଆଉ କିଛି ଦିନ ସମୟ ଦିଅନ୍ତୁ । ସମ୍ରାଟ୍ ଆକବର କହିଲେ, କିଛିଦିନ ମାନେ ଆଜିଠାରୁ ମୁଁ ତୁମ୍ଭଙ୍କୁ ସପ୍ତାହ ଯାଏଁ ସମୟ ଦେଉଅଛି । ଏଥି ମଧ୍ୟରେ ତୁମେ ଯଦି ଏହି କଥାର ଉତ୍ତର ଦେଇ ନ ପାର ତାହାହେଲେ ତୁମ୍ଭମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ । ସମ୍ରାଟଙ୍କର ଏହା ଥିଲା ଶେଷ ହୁକୁମ୍ । ହୁକୁମ୍ ଶୁଣିବା ପରେ ସମସ୍ତେ ସେହି ଦରବାର ଛାଡି ଚାଲି ଯାଇଥିଲେ ।

ସେହିଦିନ ଠାରୁ ଏହା ମଧ୍ୟରେ ଛଅଦିନ ଅତିବାହିତ ହୋଇଗଲା । ଯେତେ ଚେଷ୍ଟା କଲେ କେହି ହେଲେ ସମ୍ରାଟଙ୍କର ପ୍ରଶ୍ନର ଉତ୍ତର ଖୋଜି ପାରିଲେ ନାହିଁ । ଏବେ ନିରୂପାୟ ହୋଇ ଗୋଟିଏ ସ୍ଥାନରେ ବସି ଚିନ୍ତା କଲେ ଯେ ଆଉ ହେବନାହିଁ । ସମ୍ରାଟଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଆମେ ଅକ୍ଷମ ହେଲେଣି । ସହଜେ ତ ରାତି ପାହିଲେ ସାତ ଦିନ ହେବ । ଯାହା ଛ’ଦିନ ମଧ୍ୟରେ ହୋଇ ନ ପାରିଲା ତାହା ପୁଣି ଆଉ ମାତ୍ର ରାତ୍ରିରେ ସମ୍ଭବ ହେବ କିପରି? ହେବ ନାହିଁ । ସମ୍ରାଟ୍ ନିଶ୍ଚୟ ଆମକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବେ ।

ତା’ ମଧ୍ୟରେ ଜଣେ ଥିଲା, ସେ କାନ୍ଦ କାନ୍ଦ ହୋଇପଡି କହିଲା, ଆମେ ଯାହାକୁ ଶତ୍ରୁ ବୋଲି ଭାବୁଛେ ତାଙ୍କ ବିନା ଆମକୁ ଆଉ କେହି ଉଦ୍ଧାର କରିପାରିବେ ନାହିଁ । ଚାଲ ସବୁ ଶତ୍ରୁତାକୁ ଭୁଲି ଆମେ ବିରବଲଙ୍କ ପାଖକୁ ଯିବା । ତାଙ୍କୁ ସମସ୍ତ କଥା କହିଲେ ସେ ନିଶ୍ଚୟ ଏହାର କୌଣସି ନା କୌଣସି ସୂତ୍ର ବାହାର କରି ଆମକୁ ବଂଚାଇ ଦେବେ ।

ସେହି ଜଣଙ୍କର କଥା ସମସ୍ତଙ୍କ ମନକୁ ପାଇଗଲା । ସେମାନେ ଆଉ ବିଳମ୍ବ ନ କରି ବିରବଲଙ୍କ ଘରକୁ ଚାଲିଲେ ।

ସେମାନେ ବିରବଲଙ୍କ ନିକଟକୁ ଯିବା ବେଳକୁ ବିରବଲ ଆରାମରେ ବସି ହୁକ୍କା ଟାଣୁଥିଲେ । ଏମାନଙ୍କୁ ଦେଖି ସେ କହିଲେ – ଆଜି କ’ଣ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ । ମୋର ଯେଉଁମାନେ ଚିର ଶତ୍ରୁ ସେମାନେ କିପରି ଆଜି ମୋର ଦ୍ୱାରଠାରେ ପାଦ ପକାଇଲେ । ହୋଇପାରେ ସମ୍ରାଟ୍ ତାଙ୍କୁ କିଛି ନା କିଛି ଅସୁବିଧାରେ ପକାଇ ଦେଇଛନ୍ତି ।


Rate this content
Log in

Similar oriya story from Children