Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Kumar Muduli

Inspirational

2.1  

Subrat Kumar Muduli

Inspirational

ଶ୍ରମିକ

ଶ୍ରମିକ

1 min
14.7K


ନିର୍ମାଣଧୀନ ଆକାଶଛୁଆଁ ଆପାର୍ଟମେଣ୍ଟ ଗଳିରୁ ଆଜି ମୁଣ୍ଡଫଟା ଖରାଟା ଟିକେ ନରମିଗଲା ପରି ଲାଗୁଥିଲା ନିର୍ମାଣ ଶ୍ରମିକ ଗୋପୀକୁ । ସକାଳ ପ୍ରହରୁ ସେ ବାବୁଙ୍କ କହିବା ଅନୁସାରେ ବୁଣି ଚାଲିଥିଲା କ୍ଷଣିକ ସ୍ୱପ୍ନର ବୁଢିଆଣି ଜାଲ । ଟେଣ୍ଟବନ୍ଧା,ଷ୍ଟେଜ ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଅସ୍ଥାୟୀ ରୋଷେଇଶାଳରୁ ଭାସି ଆସୁଥିଲା ସ୍ଵାଦିଷ୍ଟ ବ୍ୟଞ୍ଜନର ବାସ୍ନା । ନେତା ପହଞ୍ଚିଲେ ଶ୍ରମିକ ଦିବସ ଅବସରରେ ଭାଷଣବାଜି ଚାଲିଲା । ଗୋପୀସହ ଫୁଲମାଳ ପିନ୍ଧାହେଲା ଆହୁରି ଅନେକଙ୍କୁ । ଘରେ ଚାଉଳ କି ପରିବା କିଛି ନଥିଲା ସ୍ତ୍ରୀ ମୋତି ଚାହିଁ ରହିଥିଲା ଗୋପୀକୁ । ସଭାସରିଲା ଖିଆପିଆ ଚାଲିଲା ଗୋପୀ କିନ୍ତୁ ଖାଇନଥିଲା ସେ କିଛି ପଇସାପାଇଁ କଣ୍ଟ୍ରାକ୍ଟର ବାବଙ୍କୁ ଖୋଜୁଥିଲା ଅନେକ ବେଳରୁ । ସୁପରଭାଇଜରବାବୁ ବହୁ କଷ୍ଟରେ କଣ୍ଟ୍ରାକ୍ଟରବାବୁଙ୍କ ମୋବାଇଲ ନମ୍ବର ଗୋପୀକୁ ଦେଲେ । ପେଟର ଭୋକ ଆଉ ବୋଲ ମାନୁନଥିଲା ଗୋପୀର,ବାବୁଙ୍କ ନମ୍ବରକୁ ଡାଏଲ କରିକରି ସେ ପହଞ୍ଚିଥିଲା ଖାଇବା ପାଖରେ ହେଲେ ଖାଦ୍ୟସବୁ ସରିଯାଇଥିଲା । ଟେନସନରେ ଖରାର ତାତି ତାକୁ ଦ୍ଵିଗୁଣିତ ଲାଗୁଥିଲା ଏବେ ବି ତା’ ଭଙ୍ଗା ମୋବାଇଲ ଫୋନରୁ ଗୁଣୁଗୁଣୁ ହୋଇ ଶୁଭୁଥିଲା ସେଇ ଗୋଟେ ଉତ୍ତର...... ଆପଣ ଯେଉଁ ଉପଭୋକ୍ତାଙ୍କସହ କଥାହେବାକୁ ଚାହୁଁଛନ୍ତି ସେ ଏବେ ଅପହଞ୍ଚ ଦୂରତାରେ ଅଛନ୍ତି ।


Rate this content
Log in

Similar oriya story from Inspirational