Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MADHABANANDA BHOI

Inspirational

3  

MADHABANANDA BHOI

Inspirational

ସାଗର କନ୍ୟା

ସାଗର କନ୍ୟା

7 mins
7.7K


ମାଧବାନନ୍ଦ ଭୋଇ

ସମୟ ସଧ୍ୟ୍ୟା ଛଅଟା । ରାଜଧାନୀରେ ଆଲୋକର ରୋଷଣୀ ଝରି ପଡୁଥିଲା । ସହରୀ ଜୀବନର କୋଳାହଳମୟ ବ୍ୟସ୍ତତା ଭିତରେ ମଣିଷ ଶାନ୍ତି ଟିକେ ସାଉଁଟୁ ସାଉଁଟୁ ନୟାନ୍ତ ହୋଇ ପଡୁଥିଲା । ସତରେ କେତେ ବ୍ୟସ୍ତଭରା ଜୀବନ? ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ରୁଟିନ୍ ବନ୍ଧା,  ଜୀବନ ଭିତରେ ମଣିଷ ଜୀବନରେ ଶାନ୍ତି ଟିକିଏ ନାହିଁ । ତଥାପି ଏହି ବ୍ୟସ୍ତତା ଭିତରେ ମନ ମୋର କେଉଁ ଏକ ସ୍ବର୍ଗୀୟ ଆନନ୍ଦ ସ୍ରୋତରେ ହଜି ଯାଉଥିଲା । ରାମ ମନ୍ଦିରର କ୍ୟାମ୍ପସ୍ ମଧ୍ୟରେ କୀର୍ତନର ସୁରେ ସୁରେ ନିଜର ସତା ହରାଇ ବସୁଥିଲି । ବସ୍ତୁବାଦୀ ଜୀବନରେ ଉପଭୋଗ କରିବା ପାଇଁ ବହୁତ ଗୁଡିଏ ଜିନିଷ ମଣିଷ ପାଖରେ ଥିଲେ ମଧ୍ୟ ମଣିଷ କାହିଁକି ବେଳେ ବେଳେ ଏକା ହୋଇଯାଏ? ଏତେ ବଡ କୋଠା,ଗାଡି ସୁନ୍ଦରୀ ସ୍ତ୍ରୀର ବାହୁବନ୍ଧନ,ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ,ମୋଟା ଅଙ୍କର ରୋଜଗାର ଆଉ ଶିକ୍ଷିତ ରୋଜଗାର କ୍ଷମ ପିଲାମାନେ ପାଖରେ ଥିଲେ ବି ଏକ ପ୍ରକାର ନିଃସଙ୍ଗତା ମଣିଷ ମନକୁ ଆବୋରି ବସେ । ବସ୍ତୁବାଦର ଅଳନ୍ଧୁ ଭିତରେ ଆକ୍ତା ମାକ୍ତା ହୋଇ ଯାଉ ଯାଉ ଏ ମନଟା କେମିତି ଏକ ନିଃସଙ୍ଗତାରେ ଭରିଯାଏ? ସବୁକିଛି ଥାଇ ମଧ୍ୟ ଖାଲି ଖାଲି ଲାଗେ, ସେତେବେଳେ ମଣିଷଟି ଭାବିବସେ ମଣିଷ ଜୀବନର ଲକ୍ଷ କ’ଣ? କାହିଁକି ସେ ଏଠାକୁ ଆସିଛି? ଯିଏ ତାଙ୍କୁ ସୃଷ୍ଟି କରିଛି ତାଙ୍କ ପାଇଁ ତାର କ’ଣ କିଛି କର୍ତବ୍ୟ ନାହିଁ? ନିଶ୍ଚୟ ଅଛି । ଆତ୍ମା ପରମାତ୍ମାଙ୍କ ସମ୍ପର୍କ ଅଭିନ୍ନ, ପରମେଶ୍ୱରଙ୍କ ସାନିଧ୍ୟ ବିନା ମଣିଷ କେବେ ରହିପାରିବ? ହଠାତ୍ ବନ୍ଧୁ ସ୍ମୃତିର ଡାକରାରେ ମୁଁ ଚମକି ପଡିଲି । ଏଇ ! କ’ଣ ଏମିତି ଭାବୁଛୁ? ସମୟ କେତେଟା ହେଲାଣି? ମୁଁ ଭାବୁଛି ତୁ ଷ୍ଟଲରେ ଥିବୁ ।

         ଆରେ ସତେତ ସମୟ ଆଠଟା ବାଜିବାକୁ ବସିଲାଣି । ରାତି ନଅଟାରେ ବୁକ୍ ଷ୍ଟଲ ଗୁଡିକ ବନ୍ଦ ହୋଇଯିବ । ଆଜି ବି ବୁକ୍ ଫେୟାର ଶେଷ ଦିନ । କିଛି ନା କିଛି କିଣିବା ପାଇଁ ପଡିବ । ହେଃ, ପାଟି କରନା, ଏମିତି ବସୁ ବସୁ ବସିଗଲି, ଯିବା ଚାଲ ।  

         ବହୁତ ଗୁଡିଏ ଷ୍ଟଲ ବୁଲିବା ପରେ ଟାୟାର୍ଡ ଲାଗୁଥିଲା । ସଂଗରେ ବହି ମାନଙ୍କର ବୋଝ । ଏହି ଭଳି ପରିସ୍ଥିତିରେ କ’ଣ ବା କରାଯାଇ ପାରିଥାନ୍ତା? ଦେଖଣାହାରୀ ମାନଙ୍କ କିଛି କିଛି କଥା ମନକୁ ବେଳେ ବେଳେ ହାଲକା କରି ଦେଉଥିଲା । ଭାରାକ୍ରାନ୍ତ ବି କରିଦେଉଥିଲା । ଏଇମିତି କେତେ ଗୋଟି ଷ୍ଟଲ ବୁଲି ସାରିବା ପରେ ହଠାତ୍ ମୁଁ ଅଟକି ଗଲି । ମୋ ନିଜ ଆଖିକୁ ବିଶ୍ୱାସ କରିପାରିଲିନି । ମୁଁହଟି ଚିହ୍ନା ଚିହ୍ନା ଲାଗୁଛି । ବୋଧହୁଏ ପ୍ରଫେସର ମାଙ୍ଗଳିକ ମିଶ୍ର! ୟୁନିଭରସିଟିରେ ବାଣିଜ୍ୟ ବିଭାଗର ପ୍ରଫେସର ଯେକି ଥିଲେ କଲେଜ ଜୀବନରେ ମୋ ପାଇଁ ଏକଦା ଦାର୍ଶନିକ,ଗୁରୁ ଏବଂ ଜଣେ ବନ୍ଧୁ ବି । ପତ୍ରିକାରେ ଚମକôାର ଗପ ଲେଖନ୍ତି । ସେ ଗପର ମୁଗ୍ଧ ପାଠକଟିଏ ମୁଁ । ପ୍ରତିଥର ତାଙ୍କର ଗପ ପଢିବା ପରେ କାହିଁକି ତାଙ୍କ ପାଖକୁ ଚିଠି ଲେଖିବା ପାଇଁ ଇଚ୍ଛା ହୁଏ କେଜାଣି? ଭାବ ବିନିମୟ ହେଲା ପରେ କିଛି ସମୟ ବ୍ୟକ୍ତିଗତ ଖବର ବୁଝୁବୁଝୁ ସମୟ କଟିଗଲା । ହଠାତ୍ ପ୍ରଫେସର ମିଶ୍ର ଏକ ପ୍ରଶ୍ନିଳ ଦୃଷ୍ଟିରେ •ହିଁ କହିଲେ,କ’ଣ ଆଉ କିଛି କିଣିବନି?

—ସାର, ଆପଣ ତ ଦେଖୁଛନ୍ତି ଏଗୁଡିକ ଏତେ ଓଜନ, ତା ପରେ ବଜେଟ୍ ବି....... ।

—ଓଃ, ୟେ କ’ଣ କହୁଛ? ବହି ପଢୁଥିବା ଖିଆଲି ମଣିଷଟି ପାଇଁ ଏସବୁ ପ୍ରଶ୍ନ ଉଠେନା । ଯଦି କହୁଛ ବହିଟିଏ ତମକୁ ପ୍ରେଜେଂଟ କରିପାରିବି ତ?

—ସାର୍ ଆପଣ ୟେ କ’ଣ କହୁଛନ୍ତି । ହେଲେ ମୁଁ ଯଦି ଆପଣଙ୍କ ବହିକୁ ଆଉ କାହାକୁ ପ୍ରେଜେଂଟ କରେ?

             ସେଥିରେ ମୋର ଆପତି ନାହିଁ । ବରଂ ଖୁସି ହେବି । ତେବେ ଦେଖିଲେ ଏ ବହି ଦୁଇଟି କିପରି ହୋଇଛି? ପ୍ରୋ.ମିଶ୍ର ହାତରେ ଦୁଇଟି ବହି ଧରିଥିଲେ । ଗୋଟିଏ ଥିଲା ଅଜୟ ସ୍ବାଇଁଙ୍କ ସମ୍ପାଦିତ “ପ୍ରେମ” ଓ ମନୋରମାର ଶ୍ରେଷ୍ଠ ପ୍ରେମ ଗଳ୍ପ ସଂକଳନ “ସୁରଭି” । ବହି ଦୁଇଟିର ପ୍ରଚ୍ଛଦ ବହୁତ ସୁନ୍ଦର ହୋଇଥିଲା ଏବଂ ପ୍ରକାଶିତ ଗପ ଗୁଡିକ ମୋର ଅତି ପ୍ରିୟ ଥିଲା । ମୁଁ ପ୍ରୋ ମିଶ୍ରଙ୍କୁ ମୁଗ୍ଧ ଦୃଷ୍ଟିରେ •ହିଁ ରହିଥିଲି, ବନ୍ଧୁ ସ୍ମୃତି ମଧ୍ୟ । ପ୍ରୋ.ମିଶ୍ର ସତେକି ମୋ ମନର ଭାଷା ପଢି ନେଇଥିଲେ କି କ’ଣ ସେ କହିଲେ —

  —ବହୁତ ଭଲ ଲାଗୁଛିନା, ଯଦି ଦୁଇଟିଯାକ ନେବ, ମୋର କିଛି ଆପତି ନାହିଁ,ହେଲେ...........

  —ହେଲେ ପୁଣି କ’ଣ ସାର୍?

  —କିଛି ଖରାପ ଭାବିବନି, ଏମିତି ୟେ ବହି ଯାହା ସାଧାରଣ ମଣିଷକୁ ଦିଆଯାଇ    ପାରେନା, ହୁଏତ ଏକ ଆପଣାର ମଣିଷକୁ ଦେଲେ............

   —ସାର୍

   —ଡୋଂଟ୍ ବି ଇମୋସ୍ନାଲ, ମୁଁ କ’ଣ ଖରାପ କଥା କହିଲି? ଏହିପରି ଜିନିଷରେ କାହାର ଆଉ ହକ୍ ଥାଏ? ସ୍ନେହ ଶ୍ରଦ୍ଧାଭରା ଦୁନିଆଁ ଭିତରେ ସମସ୍ତେ ଆପଣାର ଆଉ ନିଜର । ମଣିଷର ଭଲପାଇବା ଭଗବାନଙ୍କ ନିକଟରୁ ଆସେ । ମଣିଷ କେବଳ ଏହାକୁ ନିଜ ନିଜ ଭିତରେ ବାଂଟି ଦିଏ । ସାରା ସଂସାରଟା ହୁଏ ମଧୁମୟ ।

           ଏହା ପରେ ମୋର କିଛି ଆପତି କରିବାର ନଥିଲା । ବହି ଦୁଇଟି ନେଇଆସିଲି ।ଏମିତି ଏକ ଆପଣାର ମଣିଷ କଥା ଭାବି ନୟାନ୍ତ ହୋଇ ପଡିଛି । ଥରେ ପ୍ରୋ. ମିଶ୍ର ଗୋଟେ ଚିଠିରେ ଲେଖି ଥିଲେ“ଦୁନିଆରେ ଆମେ ସମସ୍ତେ ଆପଣାର” । ଆମେ ପୃଥିବୀ ମା’ କୋଳରେ ଜନ୍ମ ନେଇଛେ ନା ।ବର୍ତମାନ କେହ ିବି ତୁମକୁ ଆପଣାର ଭାବି ସ୍ନେହ ନକରୁ , ନିଜର ଭାବି ଭଲ ପାଇବା ନ ଦେଉ କିମ୍ବା ତୁମର ମଙ୍ଗଳ କାମନା ନ କରୁ । ତମେ ସେପରି କର ନାହିଁ, ହୁଏତ ସେଇ ମଣିଷଟିର ସ୍ନେହ ଟିକକ ପାଇଁ ତୁମର ପୁନର୍ଜନ୍ମ ହେବ,ତାର ବି । କେବଳ ଭଲ ପାଇବାର ଆଶାବାଡିଟି ଧରି ବଂଚିରହିବା ବ୍ୟତୀତ ଆଉ କିଛି ନ ଥିବ ।

      ଏଇମିତି ମୁଁ ଆପଣାର ମଣିଷ କୁ ଖୋଜୁ ଖୋଜୁ ପାଇଗଲି । ସେ ମୋ ମା’ ବାପାଙ୍କ ଠାରୁ କମ୍ ଆପଣାର ଲାଗୁ ନଥିଲା । ସରୁ ହୋଇ ଗୋଲ ମୁଁହ ସହ ନହକା ଝିଅଟିଏ । ତାର କଥାକୁହା ଆଖି ଯୋଡିକ କାହିଁକି ସ୍ବପ୍ନିଳ ଭଳି ଲାଗେ ମୁଁ ବି ଜାଣିନି । ମୋତେ ଲାଗେ ଅନେକ ଦିନର କାହାଣୀ ତା’ର ନିରୀହ ମୁଁହ ଟିରେ ସାଇତା ହୋଇ ରହିଛି । ତେବେ ସେ କାହିଁକି ମୋତେ ଏତେ ଆପଣାର ଲାଗିଲା ମୁଁ କହିପାରିବିନି । ହୁଏତ କହିପାରିବିନି ପ୍ରିୟ ମଣିଷଟିର କଥା କେତେ ମଧୁମୟ ଲାଗି ପାରେ? ଶ୍ରୀ କୃଷ୍ଣଙ୍କ ବଂଶୀର ସମ୍ମୋହନ ସୁର ପରି କିମ୍ବା ଏକ ମଧୁମୟ ସଂଗୀତର ମୂର୍ଚ୍ଛନା ପରି । ହୁଏତ ତା’ର ଦେହ ଦେହଳୀର ମାନଚିତ୍ରଟି ଲାଗୁଥିଲା ଅପୂର୍ବ ସୁନ୍ଦରମୟ ଚିତ୍ରପଟଟିଏ ଅବା କୋଣାର୍କର ଛୋଟ ମନ୍ଦିରଟିଏ । ମୋ ଆଖିରେ ଥିଲା ହିଁ ସେ ଚିତ୍ରପଟଟି କେବଳ । ଯେମିତି କି ମହାଭାରତର ଅର୍ଜୁନଙ୍କ ଆଖିରେ ମୀନର ଆଖିଟି ପରି । ତା’ର ସ୍ପର୍ଶ ଲାଗୁଥିଲା ଅମୃତର ସ୍ପର୍ଶ ପରି ଏବଂ ତା’ର ଉପସ୍ଥିତି ଥିଲା ମଳୟ ପବନ ପରି ସ୍ନିଗ୍ଧ ଓ ସୁଗନ୍ଧ ଯୁକ୍ତ । ସତେ ଯେମିତି ତା’ର ସ୍ପର୍ଶରେ ଶିଳାଟିଏ ଶାଳଗ୍ରାମ ପାଲଟିଯିବ, ମାଟି ବି ଚନ୍ଦନ ହୋଇଯିବ । ତାର ଉପସ୍ଥିତି ଥିଲା ମୋ ପାଇଁ ଅୟୁତ ଯୁଗର ଆକାଂକ୍ଷା । ଆଜି ଯାଏ ମନେ ହେଉଛି ମୁଁ ତା’ର ପ୍ରତି ଟି ଦିନର ହିସାବ ରଖୁଛି; ତା’ ଜୀବନ ଜୀବନ ପାଇଁ ପ୍ରତିଟି ସଂଧ୍ୟାରେ ଶୁଭ ମନାସୁଛି । “ ତୁମେ, ହୃଦୟର ଲାଲ ଗୋଲାପଟିଏ / ଫଗୁଣର ନାଲି ଅଭିର , ବୟସର କୃଷ୍ଣ ଚୂଡା ଗୋ/ ତୁମେ ପ୍ରେମର ମନ୍ଦିର ସ୍ମୃତିର ରଜନୀ ଗନ୍ଧା ଗୋ/ମୋ ଆଖିର ସ୍ବପ୍ନସାଗର/ ହେଲେ ଆଜି ତୁମେ ମୋ ପାଇଁ ସ୍ମୃତିର ତାଜ ମହଲ / ସାଗର କନ୍ୟା ଗୋ/ ନଦୀଟିଏ ହୋଇ ଧାଇଁ ଯାଇଥିଲି/ତୋ କୋଳେ ମିଶିବା ପାଇଁ/ ମିଶି ପାରିନି ଗିରି ଗୁହା ଲାଗି /କାହିଁ ମୁଁ ପଡିଲି ଯାଇ/ଯେଉଁଠି ଥିଲେ ବି ଯୁଆଡେ ଗଲେ ବି / ତୋତେ ମୁଁ ଝୁରୁଥିବି / ଜୀବନ ରୁ ଜୁଇ ଜଳିବା ଯାଏଁ/ତୋ ଶୁଭ ମନାସୁଥିବି ।

     ହେଲେ ଆଜି ଯାଏଁ କ’ଣ ମୁଁ ପାଇଛି? ଯୀଶୁଙ୍କ ପରି ଯନ୍ତ୍ରଣାର ମୁକୁଟ ପାନ୍ଧି ଜୀଇଁ ରହିଛି ସିନା,ମୁଁ ଜାଣେ ଏକତରଫା ଭାବେ ଭଲପାଇବା ର ପରବର୍ତୀ ସୋପାନ ହିଁ କେବଳ ଯନ୍ତ୍ରଣା । ଏଇ ଯନ୍ତ୍ରଣା ଶବ୍ଦଟି କେବଳ ଏଇ କଳଙ୍କିତ ନାୟକମାନଙ୍କ ପାଇଁ, ଯେଉଁ ମାନେ କଳଙ୍କର ଟିପା ନେଇ ଲୁହ ଝରାନ୍ତି ପୁଣି ଗୋଟେ ନୂଆ ପାପ ପାଇଁ । ହେଲେ ଆଜି ମୁଁ ପୁଣ୍ୟଟିଏ କରିବା ପାଇଁ ସୁଯୋଗ ପାଇବିନି । କିନ୍ତୁ ଯେବେ ମୋର ପୁନର୍ଜନ୍ମ ହେବ, ମୋର କଳଙ୍କ ପାଇଁ ପୁଣ୍ୟର ନଦୀରେ ଝାସ ଦେବାପାଇଁ ପଡିବ । ମୋର ଭଲ ପାଇବା ଜହ୍ନର ଗୋଟିଏ ପାଶ୍ୱର୍ପରି ଅନ୍ଧାର ଆଉ ଆରଟି ଆଲୁଅ । ତା’ପ୍ରତି ଅମାପ ଭଲପାଇବା ବଦଳରେ ମୁଁ କାଣି•ଏ ସ୍ନେହର ହକ୍ ଦାର ନଥିଲି, ସେତ ମୋ ପାଇଁ ଥିଲା ଚୁପ୍ •ପ୍ ମଣିଷ ଟିଏ । ମୁଁହ ତାର ଦିଶୁଥିଲା ସବୁବେଳେ ଥମ୍ଥମ୍ । କିନ୍ତୁ କାହିଁକି ,ମୁଁ ଏପରି ଭଲପାଇବା ସ୍ବପ୍ନରେ ବିଭୋର ହୋଇ ସ୍ବପ୍ନର ସିଡିରେ ପାଦ ଥାପିଥିଲି? ହୁଏତ ମୁଁ ଜାଣିଥିଲି ସେ ସିଡି ନିଶ୍ଚୟ ଭାଙ୍ଗିବ,ମୁଁ ଲହୁଲୁହାଣ ହୋଇ ଚିକôାର କରିବି । ତେବେ ଯନ୍ତ୍ରଣାକୁ ଅନୁଭବ କରିବାରେ ଏକ ଆନନ୍ଦ ଥାଏ ନା?

     ପ୍ରୋ. ମିଶ୍ରଙ୍କ କଥା ମନେପଡୁଥିଲା । ଥରେ କହିଲେ “ତମେ ଯାହାକୁ ଭଲ ପାଉଛ,ସେ ତୁମକୁ ଭଲପାଇବ ଏମିତି କିଛି ମାନେ ନାହିଁ । ଆଉ ଏକତରଫା ଭଲପାଇବାରେ ବି ଏକ ଆନନ୍ଦ ଅଛି । ତମେ ତା ’ ହୃଦୟରେ ନଥାଅ, ସିଏ ତମ ହୃଦୟ ଭିତରେ ଅଛି ,ସୃତିର ସତେଜ ଲାଲ୍ ଟୁକ୍ଟୁକ୍ ଗୋଲାପ ଫୁଲଟେ ପରି । ବେଶ୍ ,ତୁମେ ସେହି ସୃତିରେ ହଜିଯାଅ । ହେଲେ ମନେରଖ ତୁମ ହୃଦୟରେ ସେ ପ୍ରିୟ ମଣିଷଟି ଛଡା କେହି ଯେମିତି ନ ରୁହନ୍ତି । ହୁଏତ ଜୀବନ ସାରା ଏକାକୀ ତା ରି ସୃତିରେ ବିତାଇ ଦିଅ । ଭଲ ପାଇବାର ମାନେ ବୁଝିବ । ଆଉ ବି ମନେ ପଡନ୍ତି ପ୍ରସିଦ୍ଧ ସଙ୍ଗୀତକାର ଖୋକାଭାଇ (ଅକ୍ଷୟ କୁମାର ମହାନ୍ତି), ଯାହାଙ୍କର ଶାନ୍ତାଦି’ର ଗୋଟିଏ ଚୁମାରେ ପିଲାଦିନ ସରିଯାଇଥିଲା । ସେ ଥରେ କହିଥିଲେ “ତମେ ତ ଗୋଟେ ଝିଅକୁ ଭଲ ପାଇବ କିଛି ନ ହେଲେ ଗୋଟେ ସ୍ତ୍ରୀର ପଣତରେ ବାନ୍ଧି ହୋଇଯିବ । ପ୍ରେମର ମାନେ କେମିତି ତମେ ବୁଝିବ? ହେଲେ ଖୋକା ଭାଇ ତମେ ତ ନିଜ ଯନ୍ତ୍ରଣାର ମୁକୁଟ ପିନ୍ଧି ଯୀଶୁଖ୍ରୀଷ୍ଟ ସାଜିଥିଲ, ଶେଷରେ ସୁରାକୁ ସାଥି ଭାବେ ବାଛି ନେଲ । ତୁମ ପାଖରେ ଥିଲା ପ୍ରେମିକାମାନଙ୍କର ଶହଶହ ଚିଠି । ହେଲେ ଖଣ୍ଡିଏ ବି ଚିଠି ମୋ ପାଖରେ ନାହିଁ, ପ୍ରେମିକାର ସ୍ମୃତିକୁ ଜୀବନ ତମାମ୍ ସାଇତି ରଖିବା ପାଇଁ । ସତରେ କେତେ ଯନ୍ତ୍ରଣା? ବହିରୁ ଦିନେ ପଢିଲି “ ପ୍ରେମ ଏକ ବାସ୍ନା ଭରା ନିଝୁମ୍ ରାତିଟିଏ । ଏହା ଯେବେ ହୁଏ ଜହ୍ନର ମିଠା ମିଠା ଜୋଛନା ମନ ଅଗଣାରେ ବିଂଚି ହୋଇପଡେ । ତାରା ସବୁ ଫୁଲ ହୋଇ ଫୁଟି ଉଠନ୍ତି । ବାଦଲ ଫାଙ୍କରେ ଜହ ଲୁଚକାଳୀ ଖେଳେ, ଭରିଯାଏ କେତେ ଫୁଲର ମିଠା ମିଠା ବାସ୍ନା ।ଏହାକୁ ଯେତେ ଭୁଲିବା ପାଇଁ ଚେଷ୍ଟା କଲେ ବି ସେତେ ମନେପଡେ” ।ୁ ପ୍ରେମ ଶାଶ୍ୱତ ଓ ଚିରନ୍ତନ ।

    କିନ୍ତୁ ମୁଁ ଆଜି ଲୁହ / କୋହ ବ୍ୟତୀତ ଆଉ କିଛି ପାଇନି । ବିତିଯାଇଥିବା ଜୀବନରେ ପ୍ରତିଟି ସ୍ପନ୍ଦନକୁ କାନ ଡେରି ଶୁଣିଛି, ସେ ସ୍ପନ୍ଦନରୁ ସୃଷ୍ଟି ହୋଇଛି ଅନେକ କବିତା , ସେ କବିତା ଗୁଡିକୁ ଛାତିର କୋହରେ ସୁର ଦେବି । ସେ ହେବ ଭଲପାଇବାର ଗଜଲ, ହୁଏତ ଏଇ ଗଜଲ ଟିକୁ ଗୁଣୁଗୁଣୁ ହୋଇ ତା’ରି ସ୍ମୃତିସହ ଏକାକୀ ଏମିତି ଜୀବନ ତମାମ ବିତାଇଦେବି । ୟେ କ’ଣ ଆପଣାର ମଣିଷର ସଂଜ୍ଞା? ୟେ ସଂଜ୍ଞାଟିକୁ କ’ଣ ବା ରୂପ ଦିଅଯାଇ ପାରନ୍ତା? ଗପରେ? କବିତାରେ? ମୋ’ ପ୍ରତିଦିନର ଡାଇରୀ ରେ ସେତ ଥିଲା ମୋ ପାଇଁ ପ୍ରେରଣାର ଉସôଟାଏ । କେବେ ଏକ ଶୀତୁଆ ସଂଧ୍ୟାରେ ତା’କୁ ଦେଖି କଲମଟିଏ ଧରିବା ପାଇଁ ଇଚ୍ଛା ହେଲା, ଏଇମିତି ତା’ପାଇଁ ଅନେକ କିଛି ଲେଖିଲି । ହୁଏତ ଅନେକାଂଶରେ ସେ ଥିଲା ମୋ ଲେଖାର ପ୍ରଥମ ପାଠିକା ।ଏଇ ଲେଖା ପାଇଁ ଅନେକ କିଛି ପାଇଛି । ମୁଁ ଜୀବନସାରା ସେହି ପ୍ରିୟ ମଣିଷ ପାଖରେ ଋଣୀ ହୋଇଗଲି । ଆଜି ମୁଁ ଭାବୁଛି ସେହି କନକନିଆ ଶୀତୁଆ ସଂଧ୍ୟାଟି ଥିଲା, ମୋ ପାଇଁ ଫଗୁଣର ଫଗୁ ବୋଳା ସମୟ । ମଳୟ ପରଶରେ ଦେହ ଶିର ଶିରେଇ ଯାଉଛି । କୋଇଲି କୁହୁକୁହୁ ଗୀତ ଗାଉଛି । ମିଠାମିଠା ବାସ୍ନାରେ ମୋ’ ଚତୁପାଶ୍ୱର୍ ମହକି ଯାଉଛି ।

    ମୁଁ ଯାହା ଲେଖୁଛି ଭାବପ୍ରବଣ ହୋଇ ନୁହେଁ ତ? କିନ୍ତୁ ଆଜି କ’ଣ ହେଲା? ଆପଣାର ମଣଷଟିକୁ ଉପହାରଟି ଦେବାପରେ ସେ ଫେରାଇଦେଲା କାହିଁକି? ଜୀବନସାରା ଯାହାକୁ ଏତେ ନିଜର ଭାବିଥିଲି,ଯାହାର ଟିକେ ଟିକେ ସ୍ନେହରେ ମୁଁ ସ୍ବପ୍ନର ଇମାରତ୍ ତୋଳିଥିଲି,ସେ ଭୁଷୁଡି ପଡିଲା । ମୋ •ରି ପାଖର ପୃଥିବୀଟି ଘନ ଅନ୍ଧାରରେ ଭରିଯାଉଥିଲା ମୋ ପାଦ ତଳର ମାଟି ଯେମିତି ଭୂମିକମ୍ପରେ ଦବି ଦବି ଯାଉଥିଲା । ସତରେ ଯେଉଁ ମନ, ନଦୀଟିଏ ହୋଇ ସାଗରକନ୍ୟାର କୋଳରେ ହଜିଯିବା ପାଇଁ ଧାଇଁଯାଉଥିଲା । ସେ ଧାରାଟି ମରୁଭୂମିରେ ଶୁଷ୍କ ହୋଇଗଲା କାହିଁକି? କ’ଣ ପାଇଁ? ପାଠକ ପାଠିକାମାନେ ଏହାର ଉତର କେବଳ ସାଗରକନ୍ୟା ଠାରୁ ହିଁ ପାଇ ପାରିବେ ।


Rate this content
Log in

Similar oriya story from Inspirational