Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ଅନୁଭୂତିରେ ଦାରୁବ୍ରହ୍ମ
ମୋ ଅନୁଭୂତିରେ ଦାରୁବ୍ରହ୍ମ
★★★★★

© Pratima Das

Others

6 Minutes   128    3


Content Ranking

ଲେଖିକା /ପ୍ରତିମା ଦାସ।।

ମହାନଦୀ ବିହାର। କଟକ।

ସରକାରୀ ଚାକିରିଆ ମାନେ ଖଣ୍ଡାଧାରରେ ଚାଲିବା ପରି। ବଦଳି ପ୍ରମୋଶନ ପାଇଁ ନାକେଦମ୍ ହେବାକୁ ପଡେ । କିଛି କାରଣ ନଥିବ ରାତି ଅଧରେ ବଦଳି ନିର୍ଦ୍ଦେଶ ପହଂଚି ଯିବ। କୌଣସି ନୀତି ନିୟମର ଗୁଳାରେ ବଦଳି ଆଦେଶର ସର୍ତ୍ତାବଳୀ ଅନ୍ତର୍ଭୁକ୍ତ ନ ହେଉ ପଛେ। ଠିକ୍ ଆମ ଜୀବନରେ ବି ଏ ଅସ୍ଥିରତା ଏବଂ ଖରାପ ଦିନ ଆସିଛି।

୨୦୦୭ ମସିହାର କଥା । ଆମେ ଯାହା ଘରେ ଭଡାଥିଲୁ ସେ ଷଢଙ୍ଗୀ ମାଡାମ । ମୋତେ ସାନ ଭଉଣୀ ଭଳି ଭଲ ପାଉଥିଲେ । ଅନେକ ସମୟରେ ପୁରୀ ଯାଆନ୍ତି । ଫେରିବା ସମୟରେ ଧର୍ମ ଆଧାରିତ ବହି ଖଣ୍ଡିଏ ଖଣ୍ଡିଏ ଆଣିଦିଅନ୍ତି। ଡକ୍ଟର ବ୍ରଜ କିଶୋର ସ୍ବାଇଁଙ୍କ ନିଳାଦ୍ରୀ ମହୋଦୟଠୁ ଆରମ୍ଭ କରି ବେଦ ଚାରିଖଣ୍ଡ, ରାମସୁଖଦାସଙ୍କ କିଛି ପୁସ୍ତକ ଓ ମୋର ପୂଜ୍ୟ ଡକ୍ଟର ବାସୁଦେବ ସାହୁଙ୍କ ଅନେକ ବହି ସଂଗେ ସଂଗେ ଅନାନ୍ୟ ଧର୍ମ ଗ୍ରନ୍ଥାବଳୀ ପଢିବାର ସୁଯୋଗ ପାଇଛି। କାହା ବିରୁଦ୍ଧରେ ଗପିବା ମାଡାମଙ୍କର ଗୁଣାବଳୀରେ ଯାଉ ନଥିଲା। କେବଳ ଦୁଃଖ ସୁଖ ଓ ଧର୍ମ ବିଷୟରେ ଚର୍ଚ୍ଚା । ମୋତେ ଯେପରି ଏକ ସଚା ସହେଲି ମିଳିଗଲା। ଆମେ ପ୍ରାୟତଃ ସାଂଗ ହୋଇ ଚା ପିଉ।

ସେଇଠୁ ଆରମ୍ଭ ମୋର କାଳିଆ ଉପରେ ପ୍ରଗାଢ ଆଶା ଭରସା । ଦରକାର ପଡ଼ିଲେ ମୁଁ ବି ଛାଡେନା କାଳିଆକୁ ହଟହଟା କରି ଦୋ ଛକିରେ ଆଣି ଛିଡାକରାଇଦିଏ। ଯାହା ଭାବୁଛି ଭାବୁ। ଆମ ଦାୟିତ୍ବ ତାର। ତାଠୁ ଦରଦୀ ଆଉ କିଏ।

୨୦୦୨ରୁ୨୦୦୭ ବୁର୍ଲା ମେଡ଼ିକାଲ କଲେଜରେ ପୋଷ୍ଟିଂ ହୋଇ ଥାଏ ସ୍ବାମୀ ଙ୍କର ଆସୋସିଏଟ ପ୍ରଫେସର ଭାବେ। ଯଦିଓ ଆମ ଟର୍ମଠାରୁ ଅଧିକା  ( ୧୯୮୭ରୁ୧୯୯୯) ୧୨ବର୍ଷ ବୁର୍ଲାରେ କାଟି କଟକରେ ଆସି ରହିଥାଉ ତଥାପି କଟକରେ ମାତ୍ର ୩ବର୍ଷ ନ ହେଉଣୁ ଆମକୁ ପୁଣି ବୁର୍ଲା ପଠାଇଦିଆଗଲା। କାରଣ ସ୍ପଷ୍ଟ। ଆମେ ଦୌଡ଼ାଦୌଡ଼ କରି ଧରାଧରି କରିପାରିବୁ ନାହିଁ। ଛୋଟ ଛୁଆ ଦୁଇଟିର ପାଠପଢ଼ା । ନଣନ୍ଦଙ୍କ ବାହାଘରସଙ୍ଗେ ବନ୍ଧୁ ବାନ୍ଧବ । ନା ନା ପ୍ରକାର ପାରିବାରିକ ଚାପ ରୋଗୀଙ୍କ ଲାଇନ, ଘରେଛୁଆଙ୍କ ପ୍ରୋଜେକ୍ଟ କାମ । ପିଲାଙ୍କ carrier is most important. ଏସବୁ ଭିତରେ ଭିତରେ ମୁଁ ଅଣ-ନିଶ୍ବାସି ହୋଇ ପେସି ହେଇଯାଉଥାଏ। କିଛି ନୂଆ କଥା ନୁହେଁ। ସମସ୍ତଙ୍କ ଜୀବନରେ ଏମିତି ଆସେ କିଏ କିପରି ତାକୁ ଅତିକ୍ରମ କରିଛି।

ଜୀବନସାରା ମୁଁ ମୋ ଭିତରେ ଥାଏ। ଯାହା କାମ ଆସିଲା କରି ପକାଏ । କିଏ କ'ଣ ଭାବୁଛି ମୋ ପଛରେ କଣ କହୁଛି ଦେଖେନି। ବୁଲିବାଲି କଥା ଯଦି କାନକୁ ଆସିଲା ସେହି ବଡ଼ ସାଅନ୍ତକୁ ସାକ୍ଷୀ ରଖି କାନ୍ଦି ପକାଏ, ମନ ହାଲୁକା ଲାଗେ।

୧୭ବର୍ଷ ବୁର୍ଲାରେ......କାଟିବା ପରେ ୩୦୦କି.ମି.ଯିବା ଆସିବା କରି ସ୍ଵାମୀଙ୍କ ଦେହ ବହୁତ ଖରାପରହିଲା । ମୁଁ ବି ଏକା ଏକା ଘର ଚଳାଇ ନୟାନ୍ତ ହୋଇଯାଇଥିଲି। ଶଶୁରଙ୍କ(ଆଲଜାଇମରସ୍)alzhimers ବି ଆରମ୍ଭ ହୋଇ ଯାଇଥିଲା। ମୋ ନିଜ ପିଇସୀପୁଅ ଭାଇ ବହୁତ ଚେଷ୍ଟା କରୁଥାନ୍ତି ଆମ ବଦଳି ପାଇଁ  ତାଙ୍କ ଚେଷ୍ଟା ଏବଂ ସାହାଯ୍ୟକୁ ଜୀବନରେ ଭୁଲି ହେବନି। ସବୁ କ୍ଲିନିକାଲ ଡାକ୍ତରଙ୍କ ପରି ଘରକୁ ସମୟ ଦେଇପାରନ୍ତିନି ସ୍ବାମୀ। ତଥାପି ସମୟ ବାହର କରି କାଳିଆକୁ ଦର୍ଶନ କରିବା ପାଇଁ ଠିକ୍ କଲୁ। ତାଙ୍କୁ କେବେ ମାଗିବାଟା ଠିକ୍ ଲାଗେନି ମୋତେ । ଅନ୍ତର୍ଯ୍ୟାମୀ ସିଏ । ଯାହା ଭଲ କରିବେତ ସିଏନଚେତ୍ ତାଙ୍କ ନାମର ସାର୍ଥକତା ରହିବନି । ଏଥର କଷ୍ଟର ମାତ୍ରା ଅଧିକ ତେଣୁ ଅରଜୀ ଖଣ୍ଡେ ପକାଇଦେଵୁ ବୋଲି ଭାବି ପୁରୀ ବାହାରିଲୁ । ଠିକ୍ କଲୁ କାର୍ ନନେଇ ସର୍ବସାଧାରଣ ପରି ବସରେ ଯିବା। କଟକରୁ ଠିକ୍ ସମୟରେ ବାହାରିଲୁ। ଡିଜେଲର ଗନ୍ଧ ଏବଂ ସାରା କାମ ତରବରରେ ସାରି ବାହାରି ଥିବାରୁ ଗ୍ୟାସ ବଟିକାଟି ଖାଇବାକୁ ଭୁଲି ଯାଇଥିଲି। ମାତ୍ର ପିପିଲି ଯାଇନି ଗ୍ୟାସଟ୍ରାଇଟିସ ଆରମ୍ଭ ହୋଇ ମୁଣ୍ଡକୁ ଧରିଲାଣି। ଭୟଙ୍କର କଷ୍ଟ। ମୋ ଅବସ୍ଥା ଦେଖି ସ୍ବାମୀ ବସ କଣ୍ଡକ୍ଟରକୁ ବସ୍ ମେଡିସିନ ଷ୍ଟୋର ପାଖେ ରଖିବାକୁ କହି ସାରିଲେଣି। ସାକ୍ଷୀଗୋପାଳ ପାଖେ ମେଡିସିନ ଆଣିବା ପାଇଁ ଓହ୍ଲାଇଲା ବେଳକୁ ବୋଧେ ବସ୍ ରହିଥିଲା ବୋଲି ମୋତେ ଟିକେ ଭଲ ଲାଗିଲା ତେଣୁ ମୁଁ ନିଜେ ମନାକରିଲି । ଆଉ ଅଳ୍ପବାଟ ତ ଚାଲିଯିବା ତେଣୁ ଔଷଧ ଅଣାହେଲାନି। ବସ୍ ଛାଡିଲା ମୋ ଜଗନ୍ନାଥ ସହସ୍ର ନାମ ବନ୍ଦ ନଥାଏ। ଟିକେ ପରେ ଅତ୍ୟଧିକ କଷ୍ଟ ସହିତ ଆରମ୍ଭ ହୋଇଗଲା ଗ୍ୟାସ୍ ଟ୍ରାଇଟିସ। ଗାଳି ଖାଇବା ୟାଙ୍କଠୁ ସାର। କଥା ନମାନି କାର୍ ବଦଳରେ ବସରେ ଆସିବା ପୁଣି ମେଡିସିନ ଆଣିବାକୁ ନଦେବା ସବୁ ଭୂଲ ତ କଲିଣି ତେଣୁ କଷ୍ଟ କହି ହେଉ ନ ଥାଏ କି ସହି ହେଉନଥାଏ । ବସ୍ ରେ ବିକଳ ହୋଇ କଲବଲ ହୋଇ ବସି ଥାଏ । କଥା କହିବାର ଶକ୍ତି ଆଉ ନଥାଏ । ମୋ ଅବସ୍ଥା ଦେଖି ସ୍ଵାମୀ ଜାଣିସାରିଲେଣି ଓହ୍ଲାଇ କାର୍ କରି ପଳାଇବା କଥା ବି ଚିନ୍ତାକରି ବସ୍ କଣ୍ଡକ୍ଟରକୁ କହିଥିଲେ ଭାଇ ଖାଲି କାର୍ ଦେଖିଲେ ବସ ଅଟକାଇବ। ସେତେବେଳେ ମୋତେ ଚଉଦିଗ ଅନ୍ଧାର ଦିଶିଲାଣି। କେବଳ ଚେତନା ଜାଗ୍ରତ ଅଛି। ମନର ଗତିବିଧି ପ୍ରଖର। ଡକ୍ଟର ସୁବ୍ରତ ସାହୁଙ୍କ ଲେଖା ଭକ୍ତ ବଳରାମ ଦାସଙ୍କ କଥା ମନକୁ ଆସିଲା। ବଳରାମ ଦାସଙ୍କ ଡାକରାରେ ବାଲି ରଥରେ ପ୍ରଭୂ ବିଜେ ହୋଇଥିଲେ। ବଳରାମଦାସଙ୍କ ଅଭିମାନ ତୁଟିଲା ପରେ ଛାତିକୁ ପିଟି ପିଟି ନିଜକୁ ଅପରାଧୀ ମଣିଥିଲେ। “ରଥକୁ ପ୍ରଭୂ ଫେରିଯାଅ ବୋଲି ଅଳିକରିଥିଲେ। ମୋ ଅଧମର ଅଭିମାନ ଓ ରାଗ ଦେଖି ଏ ଅପନ୍ତରା ସମୁଦ୍ର କୂଳରେ କାହିଁକି ଆସିଛ ପ୍ରଭୂ? କେତେ ଭକ୍ତ ରାଜାରାଉସ ପଣ୍ଡା ପଢିଆରୀ ବଡଦାଣ୍ଡରେ ଆପଣଙ୍କ ଅପେକ୍ଷାରେ ଥିବେ। କାଳିଆ ସାଆନ୍ତ ଫେରିବା ହେଉ ବଡଦାଣ୍ଡର ରଥ ଉପରକୁ। ଏ ବାଲି ରଥରେ କିପରି ଆପଣଙ୍କୁ ଟାଣିବି ।“ କଅଁଳିଆ ଛୁଆକୁ କୋଳରେ ଧରିବା ପରି ଜଗନ୍ନାଥ ବଳରାମ ଦାସଙ୍କୁ ଧରି କହିଥିଲେ ବାୟା ହେଲୁ କିରେ ବଳରାମ?

ଉତ୍ସବ ମୋର କିସ ହେବ। ମୁଳ ମୋ ଭକତର ଭାବ।

ମୋର ମହିମା ପଦେ ପଦେ। ଯେ ଗୁଣୁ ଥିବ ସଦାହୃଦେ।

ସେ ଅଟେ ସୁଖ୍ୟାତି ମୋର। କେବେ ହେଁ ନୁହେଁ ସେ ଅନ୍ତର।

ଏକଥା ସତ୍ୟ ସତ୍ୟ ମୋର। ତୋ ମନେ ସଂଶୟ ନକର।

ଏକଥା ଶୁଣି, ପ୍ରତି ଲୋମକୂପ ଫୁଲି ଉଠିଲା ବଳରାମ ଦାସଙ୍କର। ଛେଚାମାଡ ସବୁ ଭୁଲି ଗଲେ। ବିଭୁପ୍ରେମରେ ହୋଇ ଉଠିଲେ ଉବେଇ ଟୁବେଇ। ହୃଦୟ ମଧ୍ୟରେ ପାରିଦେଲେ ଚକାସନ। ଚକାଡୋଳାକୁ ନେଇ ବସାଇଲେ ତହିଁ ଉପରେ। ହୃଦୟ ହେଲା ତାଙ୍କ ରଥ ଧୈର୍ଯ୍ୟ ହେଲା ସ୍ତମ୍ଭ। ମନ ହେଲା ପାଟଡୋରି। ଆନନ୍ଦ ହେଲା ବଡ଼ ଦାଣ୍ଡ। କଳ୍ପନା ହେଲା ଦଉଡ଼ି ପଚିଶି ପକୃତି ହେଲେ ବେଠିଆ । ସୁଗୁଣ ହେଲା ସାରଥି । ସାତ୍ବିକ ବୁଦ୍ଧି ରୂପ ବେତ୍ରାଘାତରେ ଦୂର କରି ଦେଲେ ରାଗଦ୍ବେଷକୁ। ଭାବ ହୋଇଉଠିଲା ଘଣ୍ଟ ନାଦ । ଜାଗ୍ରତ ପୁରୁଷ ହେଲା ପରି ଛାପଞ୍ଚପାରଣ ହେଲେ ବିପବର୍ଗ ସୁବୁଦ୍ଧି ସକଳ ହେଲେ ପଣ୍ଡା ପଢିଆରୀ। ଚଉଦ ବ୍ରହ୍ମାଣ୍ଡର ଯେତେ ଅପୂର୍ବ ଦ୍ରବ୍ୟ ମାନସରେ ଠୁଳ କରି ଦାସ କଳ୍ପନା ମାର୍ଗରେ ପୂଜା କଲେ....

ଅବାଙ-ମାନସ-ଗୋଚର ବ୍ରହ୍ମାଣ୍ଡ ନାଥଙ୍କୁ।।

ଏ ଯେଉଁ ଭକ୍ତିଯୋଗର ବାସ୍ନା କେବଳ ଏ ଅଧମକୁ ପଡିଶାଘର ତରକାରୀ ବାସ୍ନା ପରି କ୍ଷଣିକ ପାଇଁ ମିଳିଥିଲା ପୁସ୍ତକଟି ପଢ଼ି ଥିଲାବେଳେ । କାହିଁ ଭକ୍ତ ବଳରାମ ଦାସ କାହିଁ ଏ ଅଧମ। ପାଠକବୃନ୍ଦ କ୍ଷମା କରିବେ ଯଦି କିଛି ଦୁଃସାହସ କରୁଛି ବୋଲି ମନେ କରୁଛନ୍ତି ।

ମୋ ମାନସରେ କେବଳ ସେ ହଟିଆ। କ'ଣ କରୁଛୁ କିରେ?? ଆଉ ବୋଧେ ଘଣ୍ଟେ ଖଣ୍ଡେ ବଞ୍ଚିବିନି । ଯେଉଁଥି ପାଇଁ ଆସିଛି ସେ କାମ ହେବନି ବୋଧେ । ମାରିଦେ ଚଳିବ। ମୋର ଦୁଃଖ ନାହିଁ। କିନ୍ତୁ ବସରୁ ଓହ୍ଲାଇ ବଡଦାଣ୍ଡରେ ପଂହଚିଲା ପରେ ଯାଇ ଯାହା କରିବୁ। ଯଦି ମାରିବୁ କି ତାରିବୁ ଯାହା ହେବ ସେଇଠି ତୋ ଦୁଆର ପାଖରେ। ଏ ଥିଲା ଏକ ଅନୁଭବହୀନା ସ୍ତ୍ରୀଟିର ଜଗନ୍ନାଥଙ୍କୁଚ୍ୟାଲେଞ୍ଜ । .................

ଏ ବସ୍ ରେ ଜମାରୁ ନୁହେଁ।  ମରିବି ତ ଅହିସୁଲକ୍ଷଣୀ ହୋଇଯିବି। ସତରେ କାଳିଆ ବିଶ୍ବାସ କରେ କେବଳ ଏତିକି ମାଗୁଛି । ପିଲାଦିନୁ ବର୍ଷେ ଦେଢବର୍ଷ ବେଳେ ବାପାଙ୍କୁ ହରାଇ ଥିବାରୁ ବୋଉକୁ ଦେଖି ବହୁତ କଷ୍ଟ ଲାଗେ । ମୋ ପାଇଁ କାଚେରା ଠୁ ଦିପଟ ଚୁଡି କିଣିଦେଇ ବୋଉ ଘରକୁ ପଳାଏ ଯେଉଁ ସମୟରେ ଅନ୍ୟ ସ୍ତ୍ରୀ ମାନେ ଖୁସିବାସିରେ ଚୁଡ଼ି ପିନ୍ଧୁଥାନ୍ତି । ବୋଉର ସିନ୍ଦୂର ବିହୀନ ସିନ୍ଥି ମୋତେ ବହୁତ କଷ୍ଟ ଦେଇଛି ଏ ଜୀବନ ଭଗବାନ କାହାକୁ ନଦେଉ। ସେଥିପାଇଁ ବାହାଘରର ଅର୍ଥ ବୁଝିନଥିବା ସେହି କୋମଳମତି ଝିଅଟି ଅହିସୁଲକ୍ଷଣୀ ହେବାର ଆଶା ବାନ୍ଧି ରଖିଥିଲା ଛୁଆଟି ବେଳୁ। ଏକରକମ କହିବାକୁ ଗଲେ ବିଧବା ହୋଇଯିବାର (ଫୋବିଆ) ତା ଠି ଡେଭଲପ୍ କରିଥିଲା। ବହଳା ଅନ୍ଧାର ଭିତରେ ସ୍ତର ସ୍ତର କଳା ଚଦରକୁ ଫାଡି ଫାଡି ଆଗକୁ ଯାଉଥାଏ ଯାଉଥାଏ କେଉଁଠି ହେଲେ ବାପା ରୂପକ ସତ୍ତାକୁ ଉପଲବ୍ଧି କରିପାରିବି ଟିକେ ଦେଖିବି ! ଆଉ ପଚାରିବି- ବୋଉକୁ ଛାଡ଼ି କୁଆଡ଼େ ଗଲ କାହିଁକି ଗଲ?  କିଛି ମିଳେନାହିଁ କେଉଁଠି। କଇଁ କଇଁ ହୋଇ କାନ୍ଦି ଫେରିଆସେ। ବୋଉ ହଲାଇ ଉଠାଇ ଦିଏ ସ୍ବପ୍ନ ଦେଖିଲୁ କି ମା? ଏଡେ ବଡ ଦୁଃଖିନୀକୁ ଏ ଦୁଃଖ କଣ ବା କହିଥାନ୍ତି। ଯଦିଓ ସେତେବେଳେ ଏ କଥା ମା ମାନଙ୍କୁ ପଚାରିବାର ବୁଦ୍ଧି ହୋଇନଥିଲା ଆମର। କୋଳପୋଛା ହେତୁ ବୋଉ କୋଳରେ ଶୋଇବାର ସୌଭାଗ୍ୟ ମୋତେ ବହୁତ ଦିନ ଯାଏଁ ମିଳିଥିଲା । ପୁଣି ବୋଉ କୋଳରେ ଯାକିଯୁକି ହୋଇ ଶୋଇ ପଡେ। ମୋର ଦୁର୍ଭାଗ୍ୟ ଏୟା ଯେ ବାପାଙ୍କ ଫଟୋ ତାଙ୍କ ସମସାମୟିକ ବନ୍ଧୁ ଯେ କଟକ ଜଟଣୀରେ ରହୁଥିଲେ ତାଙ୍କ ପାଖେ ଥିଲା ଅଥଚ ଆମ ଘରେ ନଥିଲା। ଅକସ୍ମାତ ବାପାଙ୍କ ମୃତ୍ୟୁବରଣ ଯୋଗୁଁ ଛିଡ଼ା ହେବାକୁ ଆମ ଭାଇଭଉଣୀଙ୍କୁ ୧୦/୧୨ବର୍ଷ ଲାଗିଯାଇଥିଲା । ତେଣୁ ବାପାଙ୍କ ଫଟୋଟିଏ କେହି ସଂଚୟ କରି ପାରିନଥିଲେ। ଯଦିଓ ଜେଜେବାପାଙ୍କ ଫଟୋ ଅଛି।

ଅହିସୁଲକ୍ଷଣୀ ହୋଇ ସଂସାର ଛାଡିବା ଖୁସିରେ ଜଗାକୁ ଚ୍ୟାଲେଞ୍ଜ। ୧୦ ମିନିଟ ଯାଇନି ବାଟମଙ୍ଗଳା ବି ହୋଇନଥାଏ କୁଆଡେ ଗଲା ସେ ଗ୍ୟାସଟ୍ରାଇଟିସ । ମୋତେ ଭଲ ଲାଗିଲାଣି କହି ଯେତେ ବେଳେ ସିଧା ବସିଲି ସ୍ବାମୀ ଖୁସି ହୋଇଗଲେ ।.

ପୁରୀ ଆସିଯାଇଥିଲା । ବସରୁ ଓହ୍ଲାଇ ମେଡ଼ିସିନ୍ କିଣାଗଲା । କିନ୍ତୁ ଯେହେତୁ ଭଲ ଲାଗିଲାଣି ମେଡିସିନ ଆଉ ଖାଇନଥାଏ। ଏପରି ଗ୍ୟାସ -ଟ୍ରାଇଟିସ ଯେବେ ମୋର ହୋଇଛି ଭଲ ରକମ ବାନ୍ତି ପରେ ଯାଇ କମେ । ଏଥର କିନ୍ତୁ ବାନ୍ତିର ନାମନିଶାନ ନଥିଲା । ମୋ ଅହିସୁଲକ୍ଷଣୀ ହେବା ଖୁସି ସେଇଠି ରହିଲା । ଆମେ ଦୁହେଁ ରିକ୍ସାରେ ବସିଛୁ ପତିତପାବନ ଦେଖା ଗଲାଣି ମନରେ କୋହ ଆଖିରେ ଖୁସିର ଲୁହ, କ'ଣ କାଳିଆ ନକଲୁ? ଧନ୍ୟ ପ୍ରଭୁ ତୁମେ ।

ସୁନ୍ଦର ଦର୍ଶନ ପାଇଲୁ ମଧ୍ୟ । କଳା ଶ୍ରୀମୁଖ ଦେଖିଲା ସମୟରେ ଅଧିକାଂଶ ସମୟ ମୁଁ ବୋକା ପାଲଟି ଯାଇଥାଏ। କି ସମ୍ମୋହନ ବିଦ୍ୟା କାଳିଆକୁ ଜଣା ଆମେ ଜାଣିନେ ଇଆଡୁ ସିଆଡୁ ଭକ୍ତ କାଳେ କିଛି ମାଗି ଅଡୁଆରେ ପକାଇଦେବେ ସେଥିପାଇଁ ଆମକୁ ସ୍ଥାଣୁ କରିଦେଇଥାନ୍ତି। । ଦର୍ଶନ ପରେ ସ୍ନାନବେଦୀ ପାଖେ ବସି ପ୍ରଭୁଙ୍କୁ ଧ୍ୟାନ ଟିକେ କଲୁ ନନା ଜଣଙ୍କୁ ମହାପ୍ରସାଦ କଥା କହିବାରୁ କେଡ଼େ ସୁନ୍ଦର ଖଣ୍ଡିଏ କଦଳୀ ପତ୍ରରେ ଲେମ୍ବୁ ଲଙ୍କା ଲୁଣ ସହିତ ମହାପ୍ରସାଦ ବାଢିଦେଲା।

ଔଷଧଟି ଖାଇ ଜଗନ୍ନାଥଙ୍କୁ ହାତ ଟେକିଲି ସବୁତ ଜଣା ଆପଣଙ୍କୁ କଣ ଅଧିକା କହିବି ଯାହା କରିବୁ କରେ । ମହାପ୍ରସାଦ ବାସ୍ନାରେ ଆଉ ରହି ହେଉ ନଥାଏ ଗତକାଲିର ମହାପ୍ରସାଦ ହୋଇବି , ହୋଇଛି ଏତେ ସ୍ବାଦିଷ୍ଟ। କିଛି କିଣା କିଣିକରି ଫେରିଲୁ। ସ୍ବାମୀଙ୍କର ସବୁବେଳେ ଗୋଟିଏ କଥା ରାସ୍ତା କଡ ଦୋକାନୀ ଠୁ କିଛି କିଣ ଭଲ ନପଡୁ ପଛେ, ସେମାନେ ଚଳିବେ ନହେଲେ କିପରି? ଠିକ୍ ତିନିଦିନ ଭିତରେ ଡକ୍ଟର ବସନ୍ତ ବେହେରା ପ୍ରଫେସର ରୂପେ ପ୍ରମୋଶନ ବି ପାଇଲେ ଓ ତାଙ୍କର କଟକ ବଦଳି ବି ହେଲା । ବିଶ୍ବାସର ସୀମା ରହିଲାନି । କେଉଁଠି ଯେପରି ସେ ଅର୍ଡର ଖଣ୍ଡିକ ଅଟକି ଯାଇଥିଲା । କଳାଠାକୁର ଟିକେ ଫୁଙ୍କି ଦେଇ ଛଡାଇ ଦେଲେ।

ନମସ୍ତେ ବାନ୍ଛାକଳ୍ପତରୁ । କୃପାସମୁଦ୍ର ମହାମେରୁ।

ଭୃତ୍ୟ କାମନା କାମଧେନୁ। ଘୋର ବିପତ୍ତି-ତମ-ଭାନୁ।

ମୋର ସଂକଟ ନିବାରଣେ। ତୁମ୍ଭହୁ ନାହିଁ ଅନ୍ୟ ଜଣେ।

ପ୍ରମୋଶନ ପୁରୀ କାଳିଆ

Rate the content


Originality
Flow
Language
Cover design

Comments

Post

Some text some message..