Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Tragedy Abstract Others

3  

Arabinda Acharya

Tragedy Abstract Others

ବ୍ରେକିଙ୍ଗ ନିଉଜ

ବ୍ରେକିଙ୍ଗ ନିଉଜ

4 mins
14.7K


         ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ | ଦାଣ୍ଡଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡିଯାଇଛି | ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା | ଏହି ସମୟରେ ରାସ୍ତା ରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା “ଆଜ୍ଞା ଟଙ୍କା କୋଡିଏଟା ଯଦି ଦେବେ , ମୁଁ ଧୋଇଦେବି |” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡି ଧୋଇଆସେ ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣେଇଲା | ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା | ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢଶହ ଟଙ୍କା ଚାଲିଯିବ | ସେ ରାଜି ହୋଇଗଲା | ଲୋକଟାକୁ ବାଲତି ଦେଉ ଦେଉ ପଚାରିଲା,  

“ତୁମ ଘର କୌଠି ?”

“ଭାଟି ପଡା ରେ ଆଜ୍ଞା | “

“ତୁମେ ମୋତେ ଜାଣିଛ ?”

“ହଁ ଆଜ୍ଞା ! ଆପଣ ଙ୍କୁ ମୁଁ ଚିହ୍ନିବିନି ?ଟିଟିଲାଗଡ ରେ ପ୍ରଶାନ୍ତ ଆଜ୍ଞାଙ୍କୁ କିଏ ନଚିହ୍ନେ ? ଆପଣ ଆମ ଏଇ ଗରିବ ଲୋକଙ୍କ ପାଇଁ ଯାହାସବୁ କରୁଛନ୍ତି , ଆମେ କଣ ଭୁଲିପାରିବୁ ?”

“ଆରେ ନାଁ , ମୁଁ କଣ କରୁଛି .... ସେମିତି କୁହନି “

“ନାଇଁ ଆଜ୍ଞା,ସେଦିନ ଯଦି ଆପଣ ମୋ ଭାଇର ପୁଅ କୁ ନେଇ ଡାକ୍ତରଙ୍କୁ ନଦେଖେଇଥାନ୍ତେ ସିଏ ଆଉ ଏ ଦୁନିଆଁ ରେ ନଥାନ୍ତା |”

“କାହା କଥା କହୁଛ ?”

“ଆଜ୍ଞା ରମେଶ .....ମୋ ସାନ ଭାଇ ଲାଲୁ ର ପୁଅ |”

“ଓଃ ..... ରମେଶ .......ସିଏ ତୁମ ପୁତୁରା ?”

“ଆଜ୍ଞା ! ମୁଁ ଲାଲୁର ବଡଭାଇ  ...‘ବୁଲୁ’ ...|”

ଏତିକି କହି କହି ‘ବୁଲୁ’  ପାଣି ବାଲତି ରୁ ପାଣି ନେଇ ଗାଡି କୁ ଧୋଇବା ଆରମ୍ଭ କରି ସାରିଥିଲା | ଆଉ ତା ଭିତରେ କଥା ପରେ କଥା କହିଚାଲିଥିଲା | ତା’ର କଥା ଶୁଣି ପ୍ରଶାନ୍ତ ର ସେ ଦିନ କଥା ମନେ ପଡିଯାଉଥିଲା .....

       ଏଇ ଗତ ସାଧାରଣ ତନ୍ତ୍ର ଦିବସ ଦିନ କଥା | ପୁରା ସହର ରଙ୍ଗୀନ ହେଇଯାଇଥିଲା ବିଭିନ୍ନ ରକମର ସାଜସଜ୍ଜା ରେ | ସବୁ ସ୍କୁଲ ପିଲାମାନେ ନିଜନିଜ ପ୍ୟାରେଡରେ ଭାଗ ନବାକୁ ତଥା ଫ୍ୟାନ୍ସି ଡ୍ରେସ ରେ ଭାଗ ନେବାକୁ ଭଳିକି ଭଳି ସଜ ହେଇ ଭିଡ ଯମେଇଦେଇଥିଲେ ଟାଉନ ର ଷ୍ଟାଡିୟମ ରେ | ପତାକା ଉତ୍ତୋଳନ ଦାଇତ୍ଵ ରେ ଅନେକ ଲୋକ ଙ୍କୁ ନେଇ କାମରେ ଲାଗିପଡିଥିଲା ପ୍ରଶାନ୍ତ | ଯା ହେଲେ ବି ସିଏ ହେଲା ଏମ ଏଲ ଏ ଙ୍କ ପ୍ରତିନିଧି | ସବୁ କାମ ଠିକ ଠିକ ନହେଲେ ଏମ ଏଲ ଏ ଙ୍କ ଠୁ ଗାଳି ଶୁଣିବା ସାର ହେବ | ସେଦିନ କଲେଜର ଏନ ସି ସି ପିଲାଏ ଗୋଟେ ଖୁବ ସୁନ୍ଦର ଦୁଃଶାହାସିକ କ୍ରିଡା କୌଶଳ ଦେଖାଇବାକୁ ଆସିଥିଲେ | ପ୍ରତି ବିଭାଗ ର ମୁଖ୍ୟ ମାନେ ମଧ୍ୟ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲେଇ ଆସିଥିଲେ | କଲେଜ ପିଲାଙ୍କ ଦ୍ଵାରା ମୁମ୍ବାଇ ର ତାଜ ଆକ୍ରମଣ କୁ ଖୁବ ସୁନ୍ଦର ଭାବରେ ଏକ ଦୁଃଶାହାସିକ କ୍ରିଡା କୌଶଳ ମାଧ୍ୟମ ରେ ଦର୍ଶାଉଥାନ୍ତି | କିନ୍ତୁ ସେଦିନର ସେଇ ଖେଳ ରେ ଏମିତି ଏକ ଦୁର୍ଘଟଣା ଘଟିଯିବ ବୋଲି କେହି ଭାବିନଥିଲେ | ସେଇ ଦୁର୍ଘଟଣାରେ ହିଁ ରମେଶ ନାମକ କଲେଜ ପିଲାଟିଏ ଥାଏ | ତା ଦେହରେ ନିଆଁ ଲାଗିଯାଇଥିଲା |  ଏତେ ଲୋକ ଙ୍କ ଭିତରେ କେହି ବି ସାହାସ କରୁନଥିଲେ ପାଖକୁ ଯିବାକୁ ....କିନ୍ତୁ ପ୍ରଶାନ୍ତ ନିଜ ଜୀବନକୁ ବାଜିଲଗେଇ ଦୌଡିଯାଇଥିଲା , ଆଉ ରମେଶ କୁ ସେଇ ଆସନ୍ନ ମୃତ୍ୟୁ ରୁ ଉଦ୍ଧାର କରିଥିଲା | ରମେଶର ଦେହର ଅନେକ ଅଂଶ ପୋଡିଯାଇଥିଲା | ତଥାପି ତାକୁ ଠିକ ସମୟରେ ଠିକ ଜାଗାକୁ ନେଇ ଡାକ୍ତର ଙ୍କୁ ଦେଖାଇ ଭଲ କରେଇଥିଲା ପ୍ରଶାନ୍ତ |

“ଆଜ୍ଞା ! ଦେଖିଲେ ହେଲା କି ନାଇ ?” ବୁଲୁର ଡାକ ରେ ପ୍ରଶାନ୍ତ ଭାବନା ରାଜ୍ୟ ରୁ ଫେରି ଆସିଲା |

ସତରେ ଗାଡି ଟିକୁ ମନ ଧ୍ୟାନ ଦେଇ ଧୋଇ ପୁରା ଚିକ ଚିକ କରିଦେଇଥିଲା ବୁଲୁ |

“ଆରେ ବୁଲୁ , ଏତେ ବଢିଆ ଗାଡି ଧୂଆ କୌଠୁ ଶିଖିଲୁ କି ? କୌ ଗ୍ୟାରେଜ ରେ ଥିଲୁ କି ?”

“ଆଜ୍ଞା.... ମୁଁ କଣ ଏଠି ରହୁଥିଲି କି ? ମୁଁ ପରା କଟକ ରେ ରାହେମାନ ଭାଇ ର ଗ୍ୟାରେଜ ରେ ଚାରିବର୍ଷ ହେଲା କାମକରୁଛି |”

“ସେଥିପାଇଁ , ମୁଁ ତତେ ଦେଖେନି ........ଆଉ କେବେ ଆସିଛୁ ?”

“ପହରଦିନ “

“ହଉ , ରହ ତୋ ପାଉଣା ଆଣୁଛି |” ଏୟା କହି ପ୍ରଶାନ୍ତ ଘରଭିତରକୁ ଗଲା | ଖୁଚୁରା ଟଙ୍କା କୋଡିଏ ଟା ଧରି ବାହାରକୁ ଆସିଲା ବେଳକୁ ବୁଲୁ ଆଉ ନଥିଲା | ବାଲତି ,କପଡା ସବୁ ଥୋଇଦେଇ ଚାଲିଯାଇଥିଲା | ପ୍ରଶାନ୍ତ ଆଶ୍ଚର୍ଯ୍ୟ ହେଲା | ପଇସା ପାଇଁ ଗାଡି ଧୋଇବାକୁ ରାଜି ହେଇ ,ପୁଣି ଏମିତି ଚାଲିଗଲା କଣ ପାଇଁ ? ଛାଡ ଏ ଲୋକ ଗୁଡା ଏମିତି | କେତେବେଳେ କେମିତି ନିଜ କୃତଜ୍ଞତାକୁ ପ୍ରକାଶ କରିପକାନ୍ତି , କିଛି ବୁଝି ହୁଏନି |  

            ଏମିତି ଭାବି ଭାବି କଣ କରିବ ବୋଲି ପ୍ରଶାନ୍ତ ଏପଟେ ସେପଟେ ଦେଖୁଥିଲା | ଏତିକିବେଳେ ତା ମୋବାଇଲ ବାଜିଉଠିଲା | ଆର ପଟ ରୁ ତା ସାଙ୍ଗ ପ୍ରଦ୍ଯୁମ୍ନ କହୁଥିଲା ,

“ଏ ! ପ୍ରଶାନ୍ତ .... ଟିକେ ହେଲ୍ପ କରିବୁ ?”

“କଣ ହେଲାକିରେ , ପ୍ରଦ୍ଯୁମ୍ନ ? କଣ ହେଲ୍ପ ?”

“ ଆରେ ଭାଇ କହନା , ମୋ ଗାଡି ଆଉ ଷ୍ଟାର୍ଟ ହଉନି | ତୋ ଗାଡିଟା ଟିକେ ଦେ .... ମୁଁ ସମ୍ବଲପୁର ଅର୍ଜେଣ୍ଟ ଯିବାର ଅଛି |”

“କଣ ଏମିତି ଅର୍ଜେଣ୍ଟ ?”

“ତୁ ଗାଡି ଦବୁ ନା ନାହିଁ କହିଲୁ ?”

“ଆରେ ବାବା , ନବୁ ହେଲା !...... ଆସେ “

“ ମୁଁ ଫେରୁ ଫେରୁ ଡେରି ହେଇଯିବ ......ତୋର କିଛି କାମ ନାହିଁ  ତ ?”

“ ନାଁ ..... ତୁ ଯା ....... ଓକେ “

ଏତକ କହି ଫୋନ କାଟିଲା ପ୍ରଶାନ୍ତ |

*                                                   *                                       *                                      *

              ପ୍ରଦ୍ଯୁମ୍ନ କେତେବେଳୁ ଆସି ଗାଡି ନେଇ ଗଲାଣି | ଘର ଭିତରେ ନିଜ ନିତ୍ୟକର୍ମ ସାରି କ୍ରିକେଟ ମ୍ୟାଚ ଦେଖିବାକୁ ବସିଗଲା ପ୍ରଶାନ୍ତ | ଆଜି ଇଣ୍ଡିଆ ଆଉ ଶ୍ରୀଲଙ୍କା ମ୍ୟାଚ ଚାଲିଥିଲା | ବିରାଟ କୋହିଲି ର ସୁନ୍ଦର ବ୍ୟାଟିଂ କୁ ଉପଭୋଗ କରୁ କରୁ ସମୟ କାଟୁଥିଲା ବେଳେ ହଠାତ କଣ ମନ ହେଲା କେଜାଣି ନିଉଜ ଚ୍ୟାନେଲଟା ଲଗେଇ ଦେଲା ............

ବ୍ରେକିଙ୍ଗ ନିଉଜ ଆସୁ ଥିଲା ....................

ଆଜି ଦିନ ଦ୍ଵିପହରରେ ସମ୍ବଲପୁର ରୋଡରେ ଏକ କାରରେ ନିଆଁ ଲାଗି ଜଳି ଯାଇଛି | ଭାଗ୍ୟକୁ ସେ ଗାଡିର ଚାଳକଙ୍କୁ ପୋଲିସ ଉଦ୍ଧାର କରି ମୁର୍ମୁଶୁ ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛି | ଟିଭି ପରଦା ଉପରେ ପ୍ରଶାନ୍ତ ତା ଗାଡି ଟା ରେ ନିଆଁ ଲାଗି ହୁ ହୁ ଜଳୁଥିବାର ଦେଖୁଥିଲା | ତା ମୁଣ୍ଡ ବୁଲେଇ ଦେଉଥିଲା |

ମୋବାଇଲ : ୭୦୦୮୬୬୭୭୮୫

www.molekhaa.wordpress.com

  


Rate this content
Log in

Similar oriya story from Tragedy