ଇନ୍-କ୍ୟାପାବଲ୍
ଇନ୍-କ୍ୟାପାବଲ୍
- ପାପା ! ଆୟନ୍ ଇଜ୍ ସୋ ଲକି । ଜାଣ ତା'ର ସାଙ୍ଗହେବାକୁ ସାନ ଭଉଣୀଟେ ଅଛି ।
- ଓଃ ! ଖୁବ୍ ଭଲକଥା ।
- ଆଉ ଆମର !!!
- ଆମର ? ଉଁଉଁଉଁ । ଆକଚ୍ୟୁଆଲି ଭଉଣୀଟେ ଆଣିବା ସୋ ଇଜି ପୁଅ । କିନ୍ତୁ ସେ ଆସିଲେ , ତୋ' ଟୟେଜ୍ ରେ ସେୟାର୍ କରିବ । ତୋତେ ଭଲଲାଗିବନି ।
- କାହିଁକି ପାପା ? ଫ୍ରେଣ୍ଡ୍ ଙ୍କ ସହ ସବୁ ସେୟାର୍ କରିହୁଏ । ଜାଣିନା ??? ପ୍ରୋବ୍ଲେମ୍ ତୁମର ଯେ ' ତୁମେ ଇନ୍-କ୍ୟାପାବଲ୍ ।
- ଆଁଆଁଆଁଆଁ !!! ହେଉ ଯା' ହୋମଓ୍ବର୍କ କରେ ।
ମୁରୁକିହସା ଦେଇ ଟିଭି ଆଡୁ ଆଖି ଫେରାଇନେଇ ପତ୍ନୀ କହିଲେ - ହ୍ୟାଲୋ ମିଷ୍ଟର୍ ଇନ୍-କ୍ୟାପାବଲ୍ ।
ମୋତେ ଲାଗିଲା , ପୁଅ ଭିନ୍ନ ଅର୍ଥନେଇ କହିଥିଲା , ପତ୍ନୀ କିଛିଗୋଟେ ଗୁରୁତର ଅଭିଯୋଗ କରୁଛନ୍ତି !!
●●●
ବେଳେବେଳେ କିଛିକଥା ରହିଥାଏ , ଯାହା ଲାଗେ , ଏଇଠି ନକହି ଆଉଟେ ଯାଗାରେ ମୁକ୍ତହୋଇ କହିହେବ ! ବୋଧେ ସେଇ ସଠିକ୍ ଠିକଣାଧାରୀ ହେଲା ବନ୍ଧୁ । ଯେ' ସାଙ୍ଗହୋଇ ଚାଲେ ସେ ସାଥୀ , ଯେ' ବାନ୍ଧିହୋଇ ରହେ ସେ ବନ୍ଧୁ । ସୁବନ୍ଧୁଟେ ପାଉପାଉ ଜୀବନ ନିଅଣ୍ଟ ହୋଇପଡେ । ତଥାପି ବି ମଣିଷ ଖୋଜୁଥାଏ ।
ପୁଅର ପ୍ରଶ୍ନରେ , ପତ୍ନୀଙ୍କ ତାତ୍ସଲ୍ୟରେ , ମନମାରି ବସିଥିଲା ବେଳେ , ଆଜି ରବିବାର ସକାଳୁ ସକାଳୁ ମୋ' ମୋବାଇଲ୍ ରେ ମ୍ୟାସେଜ୍ ବିପ୍ କଲା । ଦେଖିଲାରୁ ପତ୍ନୀଙ୍କ ମୋବାଇଲ୍ ରୁ ହ୍ବାର୍ଟ୍ସଆପ୍ ।
- " ହାପି ଫ୍ରେଣ୍ଡସିପ୍ ଡେ ପାପା " !!!!
ଖୋଜିବାରେ ପରିଶ୍ରମ ଆଉ ସନ୍ଦେହ ବେଶ୍ ଥାଇପାରେ । କିନ୍ତୁ ପାଇବାପରର ମୁହୁର୍ତ୍ତ ସବୁବେଳେ ମହାର୍ଘ୍ୟ ...
@ ଅମିୟ