Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshay Ojha

Inspirational

2.1  

Akshay Ojha

Inspirational

ଅଳ୍ପ ଅଳ୍ପ ଗଳ୍ପ ଭସାମେଘ ପରି

ଅଳ୍ପ ଅଳ୍ପ ଗଳ୍ପ ଭସାମେଘ ପରି

3 mins
14.6K


ଅଳ୍ପ ଅଳ୍ପ ଗଳ୍ପ

ଭସାମେଘ ପରି ##########

ଶନିବାର ସଖାଳ । ବୋଉ ମୋତେ ସ୍କୁଲ ପାଇଁ ପ୍ରସ୍ତୁତ କରୁ ଥିଲା । ମୁଁ ମାତ୍ର କ୍ଲାସ -୪ ରେ ପଢୁଥିଲି । ଭଲକି ଗାଧେଇ ଦେଲା । ସ୍କୁଲ ଡ୍ରେସ ପିନ୍ଧେଇ ଦେଲା । ଚୁପ ଥିଲା । ଆଖିରୁ ତାର ଲୁହ ବୋହି ଯାଉ ଥିଲା । ମୁଁ ଖାଲି ଜଳ ଜଳ କରି ଦେଖୁ ଥିଲି । କିଛି ପଚାରି ପାରୁ ନ ଥିଲି । କିଛି ବୁଝି ପାରୁ ନ ଥିଲି । ମୋ ସ୍କୁଲ ବ୍ୟାଗ ସଜାଡି ଦେଲା ।ବହି ପତ୍ର ପେନ ପେନ୍ସିଲ ଗୋଟି ଗୋଟି କରି ଚୁପ ଚାପ ମୋ ବ୍ୟାଗ ରେ ରଖୁ ଥିଲା ଓ ଲୁହ ଝରେଇ କାନ୍ଦୁ ଥିଲା । ଲୁଗା କାନି ରେ ଲୁହ ପୋଛୁ ଥିଲା । କାନ୍ଦ କାନ୍ଦ ହେଇ ମୋତେ ତା ନିଜ ହାତରେ ଖୋଇ ଦେଲା । ମୁଁ ଖାଲି ପଥର ପରିକା ଦେଖୁ ଥିଲି । ସ୍କୁଲ ଡ୍ରେସ ପିନ୍ଧିଲି,ଜୋତା ପିନ୍ଧିଲି ।ଆଖିରେ କାଜଲ ଲଗେଇଲି । ସ୍କୁଲ ବ୍ୟାଗ କାନ୍ଧରେ ପକେଇଲି । ବୋଉ ମୋତେ ସାଙ୍ଗରେ ଧରି ଅଧା ରାସ୍ତା ପର୍ଯ୍ୟନ୍ତ ସାଙ୍ଗରେ ଆସିଲା । ସବୁବେଳେ ବୋଉ ଦାଣ୍ଡ ଦୁଆରେ ବିଦା କରେ କିନ୍ତୁ ଏଥର ଘରଠୁ ଦୁଇ ଶହ ମିଟର ଦୂର ଚାଟଶାଳୀକୁ ମୋ ସଂଗେ ସଂଗେ ଆସିଲା ।ସ୍କୁଲ ଠାରୁ ମାତ୍ର ଟିକିଏ ଦୂରରୁ ମୋତେ ବିଦା କଲା । ଲୁଗା କାନିକୁ ମୁଁହରେ ଦବାଇ କାନ୍ଦିଲା ମୋତେ ଧରି ଜୋରରେ  ।ମୁଁ ସାହସ କରି ପଚାରିଲି କଣ ହେଇଛି ତୋର ? କାନ୍ଦୁଛୁ କାହିଁକି ? କିଛି କହିଲାନି ।ଖାଲି ମୁଣ୍ଡ ହଲେଇଲା ଓ ଲୁଗା କାନି ରେ ଲୁହ ପୋଛୁ ଥିଲା । ମୁଁ ସ୍କୁଲ ଆଡକୁ ବଢିଲି । ବୋଉ ପଛକୁ ଅନେଇ ଅନେଇ ଘରକୁ ଫେରିଲା । ମୋ ମନ କାହିଁ ସ୍କୁଲ ରେ ଲାଗିଲାନି ।ବିବ୍ରତ ରହିଲି । ବୋଉର କାନ୍ଦ କାନ୍ଦ ମୁଂହ ମୋତେ ଜଳ ଜଳ ଦିଶି ଯାଉ ଥିଲା । ଶନିବାର ଯୋଗୁ ଶୀଘ୍ର ଛୁଟି ହେଇଗଲା ।ଏକ ମୁଁହ ହେଇ ଘର ଆଡକୁ ଦୌଡ଼ିଲି । ବାପା ଦିନରେ ଘରେ ରୁହନ୍ତିନି ପ୍ରାୟ । କାମକୁ ଚାଲି ଯାନ୍ତି । ବୋଉ ଏକୁଟିଆ । ଦାଦା ଦାଦୀ କିଛି ଦିନ ପାଇଁ ସହରକୁ ବଡ ବାପାଙ୍କ ପାଖକୁ ଯାଇଥାନ୍ତି । ଏକା ନିଃଶ୍ୱାସରେ ଘରେ ପହଂଚିଲି ।ଦାଣ୍ଡ କବାଟ ଅଧା ମୁକୁଳା ଥିଲା । ଏକା ହୁପାରେ ଦାଣ୍ଡ ଅଗଣାରେ । ଘରେ କେହି ନ ଥିଲେ ।ଶୂନଶାନ । ସବୁ ଘରେ ଖୋଜି ପକେଇଲି ବୋଉକୁ । ପାଇଲିନି । ବାରି ପଟକୁ ଦୌଡ଼ି ଗଲି ।ବୋଉ ନ ଥିଲା । ପାଖ ବାରି ଗଡିଆ ପାଖକୁ ଦୌଡ଼ିଲି । କେହି ନଥିଲେ । ଫେରିଲି ଆମ୍ବ ଗଛ ମୂଳକୁ । ଖୁବ ଜୋରରେ ଡର ଭୟ ମିଶା ହତାଶ ଆବାଜ ରେ ଚିତ୍କାର କଲି ବୋଉ ଲୋ---------!! ମୋ ଶବ୍ଦ ଆକାଶ ,ପାତଳ ,ଗଛ ବୃକ୍ଷ ,ବିଲ ବଣ, ପାଣି ପବନ ରେ ପ୍ରତିଧ୍ୱନିତ ହେଇଗଲା କିନ୍ତୁ ଜବାବ ମିଳିଲାନି । ଘର ଭିତରକୁ ଆସିଲି ।ହତାଶ ହେଇ ଭିତର ଘରେ ବେଡ଼ ଉପରେ ବସି ପଡିଲି । ଭାବିବାକୁ ଲାଗିଲି କୁଆଡେ ଗଲା ବୋଉ ? ମନକୁ ବୁଝେଇ ପାରୁ ନ ଥିଲି । କେତେବେଳେ ମନକୁ ଭରସା ଦେଉ ଥିଲି ,ପଡୋଶୀ ଘରକୁ ଯାଇ ଥିବ ବୋଧେ ,ଟିକେ ଛାଡ଼ି ଆସିଯିବ । ଖଟ ଉପରେ ଉପର ମୁଁହା ହେଇ ସୋଇପଡୁ ପଡୁ ନଜର ପଡ଼ିଲା ବୋଉ ଉପରେ । ପଙ୍ଖାରେ ଓହଳି ଆତ୍ମହତ୍ୟା କରିଛି । ଦୌଡ଼ି ଆସି ବାହାରେ ହାଲା କଲି । ସବୁ ଲୋକ ଏକାଠି ହେଇଗଲେ ----------- । ବୋଉ ମରିବାର କାରଣ କିଛି ଦିନ ପରେ ଜାଣିଲି ଯେ ବାପା ବୋଉଙ୍କର ଏକ ସମାନ୍ୟ କଥାକୁ ନେଇ ପୂର୍ବ ରାତିରେ ଝଗଡା ହେଇ ଥିଲା । ମୁଁ ମା ଛେଉଣ୍ଡ ହେଇଗଲି । ଆଜି ବଡ ହେଇ ଗଲିଣି । ବୋଉର ଶେଷ ସ୍ନେହ ମୋର ମନେ ଅଛି । ବୋଉ ମନେ ଅଛି । ବୋଉର ସେ କାନ୍ଦ କାନ୍ଦ ମୁଁହ ମନେ ଅଛି ।

ଅକ୍ଷୟ ଓଝା Akshayika The smart educare convent school .Gurgaon Haryana


Rate this content
Log in

Similar oriya story from Inspirational