Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ସଂଳାପ-୬୭,#କନ୍ୟାବଧୁ**

ସଂଳାପ-୬୭,#କନ୍ୟାବଧୁ**

2 mins
7.0K


ସଂଳାପ-୬୭,
#କନ୍ୟାବଧୁ**          -ଅଣୁ ଗଳ୍ପ*
 
ଅନାମିକା ,କଣ ? ଲେଖିବି ଆଉ କେମିତି ତୁମକୁ ବୁଝାଇବି, ଜାଣି ପାରେନା ମତେ କହିବାକୁ ପଡିବ ତ କିଛି ।
ଭଲ ଲାଗେ ତୁମ ସବୁ ସହଜ ପ୍ରଶ୍ନ ଯାହାସବୁ ତୁମେ ପଚାର। ବିରକ୍ତି ପ୍ରକାଶ କରେ ସେ ବି ସତ ,ତୁମେ ଜାଣ ନାଟକ ଓ ଜୀବନ ଭିତରେ ଅନେକ ଅନ୍ତର । ସତ୍ୟ ଯାହା ତାହା ସତ୍ୟ। ଭଲପାଇବା ପ୍ରକୃତି,ଈଶ୍ୱର କୃତ ପ୍ରବୃତ୍ତି। ସେ କେବେ ମରେନି କାରଣ ଆତ୍ମା ସହ ସେ ନିର୍ବନ୍ଧିତ ।
        ଶବ୍ଦ ଗୁଡିକ ସତରେ ନିଷ୍ଠୁର 
ଆତ୍ମା ଆଖିର ଲୁହ ନ ଝରିବାପର୍ଯ୍ୟନ୍ତ ଶାନ୍ତ ହୁଅନ୍ତିନି। ମତେ ବାଧ୍ୟ କରନ୍ତି ପ୍ରୟୋଗ କରିବାକୁ କଟୁ ବାକ୍ୟ।
ମାନସିକ ଭାରସମ୍ୟ ମୁଁ ବି ହରାଇ ବସିଛି,ଅନାମିକା। ପାଗଳାମି ନ ଥିଲେ ସେ କି ଭଲ ପାଇବା କୁହ ତ।
" ଦୁଇଟି ମନ,ଅଲଗା ନିଡ଼,ପଥ ବି ଅଲଗା,ଦୁହେଁ ଚାଲିବାକୁ ବାଧ୍ୟ ଜଣେ ଅନ୍ୟ ଜଣଙ୍କ ବିନା , ହାରିବା କିନ୍ତୁ ମନା, ଏ କି ବିଡମ୍ବନା?"
ବନ୍ଧୁତାରୁ ଆରମ୍ଭ ପ୍ରେମ ଆଛା କହିଲ ପ୍ରେମ ବିନା ବନ୍ଧୁତା ମାନେ କଣ କେବଳ ଦୁଇଟି ଶରୀରର ସହବାସେ କେବଳ ପ୍ରେମ ସମ୍ଭବ ?  ଦିହିଁଙ୍କ ଜୀବନର ଭିନ୍ନମୋଡ଼ ଦ୍ୱାହି କିଏ ?
ସମୟକୁ ଦେବା ଦ୍ୱାହି ନା ତୁମକୁ ନା ମତେ, ଅନାମିକା । ଜୀବନ ବଡ଼ ଜଟିଳ। 
ସବୁ ସ୍ୱପ୍ନ ସତ ହୁଏ ନା ,ମୋ କୋଳ ତୁମ ପାଇଁ ଅଛି ସେମିତି। ଅତୀତରେ ଯେମିତି ମୁଣ୍ଡ ଥାପି  ନିଶ୍ଚିନ୍ତରେ କାନ୍ଦି ପାରୁଥିଲା ଆଜି ବି କାନ୍ଦି ପାରିବ । ତମେ ଯେଉଁ ସ୍ବପ୍ନ ଦେଖ ମୁଁ ବି ଦେଖେ ,ତୁମ ଠାରୁ ମୋ ବୟସ ବି ଅଧିକା। 
ପଛକୁ ନ ଫେରିବା ଆଗକୁ ଚାଲିବା ଧୀରେଧୀରେ ହେଉ ଅସହାୟ ହୋଇ  ଜଣଙ୍କ ବିନା ଆଉ ଜଣେ,ପଲକରେ ରଖି ଦୁହେଁ ଦିହିଁଙ୍କ ପ୍ରତିଛବି ।
ଚାଲି ଥିବା,ଚାଲିବାକୁପଡିବ ,ନିଶ୍ୱାସ ଯେ ଚାଲୁଛି , କରି ପ୍ରତିଧ୍ୱନି ତୁମ ନାମ। ଅତି ମାନସଲୋକ ,ସେଠି ତୁମ ସହ କେବଳ ମୁଁ ଆଉ ମୋ ସହ ତୁମେ ।             
ତୁମ କଥା କୁହା ଆଖି, ତୁମ ସରଳ ହସ,ସହଜରେ ସବୁକିଛି ତ୍ୟାଗ କରି ପାରିବା ପ୍ରକୃତି, ଭଲ ଲାଗେ ମତେ
ସେଥିପାଇଁ ମୋ କବିତାରେ 
ମୋ ସହ ଚାଲିଥିବା ପ୍ରତିତ ଚରିତ୍ର ଅନାମିକା-----??? ତୁମେ ବଧୁ କିନ୍ତୁ, #କନ୍ୟାବଧୁ-----------!
©®କାଶ୍ୟପ,ରାୟଗଡା ।


Rate this content
Log in