Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ମତ ବଦଳ

ମତ ବଦଳ

1 min
7.2K



       ଏ.ଜି. ଛକ ପାଖରେ ମୋର ଅଫିସ୍ l ଅଫିସ୍ ପରେ ମୁଁ ଏକ ନମ୍ବର ପଟେ ଛକ ପାଖରେ ବୋଉକୁ ଅପେକ୍ଷା କରିଥିଲି l ବୋଉ ଆସିଲେ ହାଟକୁ ଯିବୁ l ହେଲମେଟ୍ ଯାଞ୍ଚ୍ ଚାଲିଥିଲା l ହେଲମେଟ୍ ନ ପିନ୍ଧି ଟ୍ରାଫିକ୍ କନେଷ୍ଟବଲ୍ ଦ୍ୱାରା ଧରା ହୋଇଥିବା କିଛି ପିଲା, ଶହେ ଟଙ୍କା ଗୁଞ୍ଜି ଦେଇ ଖସି ଯାଉଥିଲେ l

ବିରକ୍ତି ଲାଗିଲା ମୋତେ l ଏ ଦେଶରେ କିଛି ହେବ ନାହିଁ, ଭାବିଲି ମୁଁ l ହଠାତ୍ ମୁଁ ଦେଖିଲି ଶହେ ଟଙ୍କା ନେଇ ବିନା ହେଲମେଟ୍ ଚାଳକକୁ ଛାଡି ଦେଉଥିବା କନେଷ୍ଟବଲଟି ମୋ ବୋଉର ହାତ ଧରି ତାକୁ ଟ୍ରାଫିକ୍ ପାରି କରେଇ ଆଣୁଥିଲା l କାହିଁକି କେଜାଣି ମୋ ଆଖିରେ ଲୁହ ଭରିଗଲା l ଏବେ ବି ଏ ଦେଶରେ ମାନବିକତା ବଞ୍ଚିଛି l କିଛି ବି କ୍ଷତି ହେବ ନାହିଁ ଏ ଦେଶରେ l ମୁଁ ମୋର ଭାବନାକୁ ବଦଳେଇ ସାରିଥିଲି l


Rate this content
Log in

Similar oriya story from Inspirational