Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

shibaram dalai

Tragedy

3  

shibaram dalai

Tragedy

ରକ୍ଷାବନ୍ଧନ

ରକ୍ଷାବନ୍ଧନ

3 mins
638


ରାତି ପହିଲେ ରକ୍ଷା ବନ୍ଧନ ।ଏହି ଦିନଟି ପ୍ରତି ଭାଇ ଭଉଣୀ ଙ୍କ ମନରେ ଭରିଦିଏ ଅହେତୁକ ପ୍ରେମ ଆଉ ଆନନ୍ଦ ।ରୂପାଲି ମନରେ ସେମିତି ଭରି ଯାଇଥିଲା ଆନନ୍ଦ ।ଗାଁ କୁ ଯିବା ପାଇଁ ତାର ଗୋଡ଼ ତଳେ ଲାଗୁନଥିଲା । ତର ତର ହୋଇ ସବୁ କାମ ସାରିବାକୁ ଚେଷ୍ଟା କରୁଥିଲା ସେ ।ଅଫିସର କାମ ସାମାନ୍ୟ ଅଧିକ ଥିବାରୁ ରୂପାଲି ଶେଷ ବସ ରେ ଗାଁ କୁ ଯାତ୍ରା କଲା ।ସମୟ ଆଗରୁ ବାପା ବୋଉ ପାଇଁ ପ୍ୟାଣ୍ଟ ସାର୍ଟ, ଶାଢ଼ୀ ଭାଇ ପାଇଁ ପ୍ୟାଣ୍ଟ ସାର୍ଟ ଆଉ ରାକ୍ଷୀ କିଣି ସାରି ଥିଲା ।ରୂପାଲି ରୂପରେ ଯେମିତି ଗୁଣରେ କହିଲେ ନ ସରେ ।ସତେ ଯେମିତି ଗାଁ ର ଗୋଟେ ହୀରା । କିନ୍ତୁ ତାର ଭାଇ ସୁନୀଲ ଠିକ ତାର ଓଲଟା ।ବାପା ମାଆଙ୍କ ମୁଣ୍ଡ ତଳକୁ କରିବାରେ କେବେ ସେ ପଛାଏ ନାହିଁ ।ଆଜି କାହାକୁ ମାର ତ କାଲି ପିଟ ।ଗୋଟିଏ ବୋଲି ପୁଅ ଅତି ଗେଲ୍ହ ବସର ରେ ବଢି ଥିଲା ସେ ତେଣୁ ବାପା ମାଆ ଚୁପଚାପ ସବୁ ସହି ଯାଆନ୍ତି ।ସେ ପୁଣି ସବୁ ଖରାପ ମାନେ ମଦୁଆ ଲମ୍ପଟ ଚୋର ପିଲାଙ୍କ ସାଥି ।ଅନେକ ସମୟରେ ମଦ ପିଇ ଫେରେ ବିଳମ୍ବିତ ରାତିରେ । ଯାହା ହେଲେ ବି ତ ସେ ତାର ଭାଇ ।ତେଣୁ ରାକ୍ଷୀ ବନ୍ଧନରେ ଦୌଡ଼ି ଆସେ ଭାଇର ଶୁଭ ମନାସୀ ତା ହାତରେ ରାକ୍ଷୀ ବାନ୍ଧିବା ପାଇଁ ।

ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ ବିଳମ୍ବରେ ଆସି ପହଁଚିଲା ରୂପାଲି ଗାଁ କୁ ଯିବା ଵସ ଷ୍ଟପେଜ ରେ ।ରୂପାଲି ଵସରୁ ଓଲେହି ଦେଖେ ତ ସେ ଆସି ପହଁଚିଲା ପୂର୍ବରୁ କେତେବେଳୁ ରାତି ଆସି ପହଂଚି ସାରିଥିଲା ।ଵସ ଷ୍ଟପେଜ ରୁ ଗାଁ କୁ ମୁଖ୍ୟ ରାସ୍ତା ଦେଇ ଗଲେ ଅଢେ଼ଇରୁ ତିନି କିଲୋମିଟର , ରାସ୍ତାର ଦୁଇ କଡରେ ଜଙ୍ଗଲ ।ସେହି ଜଙ୍ଗଲ ଭିତର ଦେଇ ଗୋଟିଏ ପାଦ ଚଲା ରାସ୍ତା ଦେଇ ଗାଁ କୁ ଗଲେ ପ୍ରାୟ ୧ କିଲୋମିଟର କମ ପଡେ ।ରୂପାଲି ଗାଁ ଲୋକ ପ୍ରାୟତଃ ସେହି ରାସ୍ତା ଦେଇ ଯିବା ଆସିବା କରନ୍ତି ।ରୂପାଲି ସେହି ରାସ୍ତା ଦେଇ ଗାଁ କୁ ଅଗ୍ରସର ହେଲା। ଭାଗ୍ୟର ବିଡମ୍ବନା, ସେ କଣ ଜାଣିଥିଲା ସେ ଯେଉଁ ରାସ୍ତା ଦେଇ ଯାଉଛି ସେ ରାସ୍ତାରେ ମୃତ୍ୟୁ ତାକୁ ଅପେକ୍ଷା କରି ବସିଛି ବୋଲି।

ଚାରି ପାଂଚ ଜଣ ମଦୁଆ ସେହି ଜଙ୍ଗଲ ରାସ୍ତା କଡରେ ମଦ ପିଉଥିଲେ ।ସେମାନେ ଏପରି ମଦ ନିଶାରେ ଥିଲେ ଯେ ସେମାନେ ମଣିଷ ଚନ୍ହିବା ଅବସ୍ଥାରେ ନଥିଲେ ।ହଠାତ ଏକଲା ରୂପାଲିକୁ ଦେଖି ତାଙ୍କ ମନରେ କଞ୍ଚା ମାଂସ ଲୋଭୀ ପିଚାସର ଲାଳସା ଜାଗ୍ରତ ହେଲା ।ସେମାନେ ରୂପାଲିକୁ ସେହି ଜଙ୍ଗଲ ରେ କାବୁ କରିନେଲେ ।ଅନେକ କାକୁତି ମିନତି ହେଲା ରୂପାଲି ।ହେଲେ ଅମଣିଷ ମାନଙ୍କ କବଳରୁ ମୁକୁଳି ପାରିଲାନି ସେ ।ତାର କୋମଳ ଶରୀରକୁ ଶ୍ୱାସରୁଦ୍ଧ ହେବା ପର୍ଯ୍ୟନ୍ତ କ୍ଷତ କରି ଚାଲିଲେ ସେମାନେ ଜଣଙ୍କ ପରେ ଜଣେ ।ଶେଷରେ ନିଷ୍କ୍ରିୟ ପାଲଟି ଯାଇଥିଲା ରୂପାଲିର କୋମଳ ଶରୀର ।ସେମାନେ ଚାଲିଗଲେ ନିଜ ନିଜର ବାଟରେ ।

ସକାଳ ହେଲା ସମସ୍ତେ ଧାଉଁଥାନ୍ତି ଗୋଟିଏ ଅଜଣା ଶବ ପାଖକୁ ।ସୁନିଲ ବି ଦୌଡ଼ିଲା ସେହି ଶବ ପାଖକୁ ।ସେଠାରେ ଯାହା ଦେଖିଲା ସେତେ ଯେମିତି ଆକାଶଟା ଛିଡ଼ିପଡ଼ିଲା ତା ମୁଣ୍ଡ ଉପରେ ,ପାଦତଳୁ ମାଟି ଯେମିତି ଧସକି ଯାଉଥିଲା ।ରୂପାଲି ବୋଲି ଚିତ୍କାର କଲା ସେ ।ହେଲେ ତା ଚିତ୍କାର ଶୁଣି ବାକୁ ଭଉଣୀ ଆଉ ନ ଥିଲା । ଖାଲି ସେହିଠାରେ ପଡ଼ି ରହିଥିଲା ରୂପାଲି ର ନିଷ୍କ୍ରିୟ ଶରୀର ,ଶାଢ଼ୀ, ପ୍ୟାଣ୍ଟ ସାର୍ଟ ଆଉ ରେଶମୀ ସୂତା ର ରକ୍ତ ଭିଜା ରାକ୍ଷୀ ।ଆଉ ସୁନିଲ ଚିତ୍କାର କରି କହୁଥିଲା ମୋ ଭଉଣୀର ମୃତ୍ୟୁ ପାଇଁ ମୁଁ ହିଁ ଦାୟୀ ।ଚିତ୍କାର କରି କରି ସେ ସାଣୁ ପାଲଟି ଗଲା ।ଏବେ ସେ ହସୁଛି ତ ହସୁଛି ଆଉ କାନ୍ଦୁଛି ତ କାନ୍ଦୁଛି ,ପାଇଲେ ଖାଉଛି ରାସ୍ତା କଡରେ ବାଟେ ଘାଟେ ସୋଇ ଯାଉଛି ।ଆଉ ସେ ମଦୁଆ ମାନେ ଏବେ ଚାରି କାନ୍ଥ କଳା କୋଠରୀ ଭିତରେ ସଢ଼ୁଛନ୍ତି, ସେମାନେ ଆଉ କେହି ନ ଥିଲେ ସେମାନେ ଥିଲେ ସୁନିଲର ସାଥି ।

ସମାପ୍ତ.

ଶିବରାମ ଦଳେଇ

ଲେଖନପୁର, ସାଲେପୁର


Rate this content
Log in

Similar oriya story from Tragedy