Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧୋକା
ଧୋକା
★★★★★

© Laxman Kumar Behera

Tragedy

5 Minutes   6.6K    21


Content Ranking

ରୋମାଣ୍ଟିକ୍ ଗଳ୍ପ - " ଧୋକା "

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ବହୁତ ଦିନ ପରେ ରାଜଧାନୀରେ ଭେଟିଲି ତା'କୁ । ମୁଁ ହଠାତ୍ ଚିହ୍ନିଦେଲି । ମୋତେ ଦେଖି ତା' ଆଖିରେ ଲୁହ ଭରି ଯାଇଥାଏ । ମୋତେ ଜୋର୍ ସେ ଭିଡି ଧରିଲା ହେଲେ ପଦେ ବି କିଛି କହୁ ନଥାଏ । ମୁଁ ମଧ୍ୟ ପାଟି ନଫିଟେଇ ଚୁପଚାପ୍ ଥିଲି । ଭାବିଲି ସିଏ ବହୁତ ଦିନରୁ ବୋଧେ ମୋ ଅପେକ୍ଷାରେ ଥିଲା ।

ତା'ର ଶକ୍ତ ବାହୁ ବନ୍ଧନ ମୋତେ କଷ୍ଟ ହେବାରୁ, ଟିକିଏ ପରେ ମୁଁ ପାଟି ଫିଟେଇଲି । ପିଣ୍ଡା ଉପରକୁ ହାତ ବଢାଇ କହିଲି ଚାଲ୍ ସେଇଠି ବସି କଥାବାର୍ତ୍ତା ହେବା । ବରମୁଣ୍ଡା ବସଷ୍ଟାଣ୍ଡ୍ ରେ ଦୁହେଁ ଏକାଠି ବସିଲୁ । ପରସ୍ପରକୁ ଦେଖୁଥାଉ । ସେ ଜମାରୁ ପାଟି ଖୋଲି ପଦେ ବି କଥା କହୁ ନଥାଏ । ମୁଁ ବାଧ୍ଯ ହେଇ ପାଟି ଖୋଲି ପଚାରିଲି,

- ତୁମେ ଏବେ କ'ଣ କାମ କରୁଛ ବିଶ୍ବ ଜୀବନ ?

- ଗୋଟେ ସରକାରୀ ସ୍କୁଲରେ କଳା (ଆର୍ଟ) ଶିକ୍ଷକ ଅଛି ।

- କେତେ ପାଉଛ ? ଦରମା ।

- ମାସକୁ ଚବିଶ ଶହ ଟଙ୍କା ।

- ଏତେ କମ୍ ପଇସାରେ, ଚଳୁଛ କେମିତି ? ଆଉ କିଛି କାମ କରୁଛ ନା ନାହିଁ ?

- ବହୁତ କଷ୍ଟରେ ଚଳୁଛି ବନ୍ଧୁ । ଘରେ ବାପା ମାଆ ଅଛନ୍ତି । ବାପା ବର୍ଷେ ହେଲାଣି ଚାକିରିରୁ ଅବସର ନେଲେଣି । ଭଉଣୀର ବାହାଘର ତିନି ବର୍ଷ ହେଲା ସଲାଣି । ପରିବାରର ସବୁ ବୋଝ ଏବେ ମୋ ଉପରେ । ଗାଆଁରେ ବାହାଘର କିଏ ହେଲେ ମୋତେ ଡାକନ୍ତି ଚିତ୍ର କରିବା ପାଇଁ । ପାଞ୍ଚ ଶହ ଟଙ୍କା ଦିଅନ୍ତି । ଛୁଟିଆ ମୁଟିଆ ଆର୍ଟ କାମ ପାଉଛି । ଜାହି ତାହି କି ଚଳି ଯାଉଛି ଗାଆଁରେ ।

- ଓହୋଃ !! ନିଜେ ବାହା ହେଲୁନା କି ନାହିଁ ?

- କଳାକାର ମାନଙ୍କୁ କିଏ ଝିଅ ଦେବ କହିଲୁ । ପୁଣି ଏତେ କମ୍ ଦରମା ।

- ନା ନା ସେମିତି କାହିଁକି ଭାବୁଛୁ । ବିଶ୍ବରେ କଳାକାରର ଜନ୍ମ ନିଆରା । ଆତ୍ମା ତା'ର ମହାନ । ସକଳ ପ୍ରାଣୀ ଠାରୁ ସେ ଶ୍ରେଷ୍ଠ । ଜଗତର କଲ୍ଯାଣରେ ସଦା ସର୍ବଦା ସେ ନିଜକୁ ଉତ୍ସର୍ଗ କରିଥାଏ । ତେଣୁ ଆଉ କେବେବି ହୃଦୟରେ କଳାକାର ପ୍ରତି ଖରାପ ଭାବନା ଭିଏଇବୁ ନାହିଁ ।

▪▪▪▪▪▪▪▪▪▪▪▪▪▪▪▪▪▪▪▪

ଆଉ ପଢିଲା ବେଳେ ତତେ ଯେଉଁ ଝିଅଟି ଭଲ ପାଉଥିଲା ! ତା' ସହ କଥାବାର୍ତ୍ତା ଚାଲିଛି କି ନାହିଁ ? ପଢିଲା ବେଳେ ତ ତୁ ପ୍ରିନ୍ସିପାଲଙ୍କୁ ଠକି ବିଭିନ୍ନ କଥା କହି ବ୍ରହ୍ମପୁର ପଳଉଥିଲୁ ସେ ଝିଅକୁ ଦେଖିବା ପାଇଁ ।

- ହଁ, ଏଇଥି ପାଇଁ ଯାଉଥିଲି ଯେ' ସେ ମୋର ପ୍ରଥମ ଭଲ ପାଇବା ଥିଲା । ତା' ବାପା ଆଉ ମୋ ବାପା ଅନୁଗୋଳରେ ଏକା ଅଫିସ୍ ରେ ଚାକିରି କରୁଥିଲେ । ଛୋଟ ବେଳୁ ସେ ମୋର ସହପାଠିନୀ । ପ୍ରିୟଦର୍ଶିନୀ ଆଉ ମୁଁ +୨ ଯାଏଁ ଏକାଠି ପଢିଲୁ । ତା' ପରେ ସିଏ ମେଡିକାଲ କଲେଜ୍ ରେ ପଢିଲା ଆଉ ମୁଁ ଶିଳ୍ପୀ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ଖଲ୍ଲିକୋଟରେ ପଢିଲି । ତୁ ତ ସବୁ ଜାଣିଛୁ ।

- ପ୍ରିୟଦର୍ଶିନୀକୁ ବାହା ହେଉନୁ ।

- ଏମ୍•କେ•ସି•ଜି• ମେଡିକାଲ କଲେଜ୍ ରେ ପଢା ପରେ ସେ ଏବେ କେଉଁଠି ଅଛି ଜାଣିନି । ଆଗରୁ ଯେଉଁ ଫୋନ ନମ୍ବର ଥିଲା ସବୁ ବଦଳି ଯାଇଛି । ତାଙ୍କ ଘର ସମ୍ବଲପୁର ବୋଲି ଜାଣିଛି । ହେଲେ ସଠିକ ଠିକଣା ମୋ ପାଖରେ ନାହିଁ ।

ବିଶ୍ଵ ଜୀବନ ସେଦିନ ସବୁ କଥା ଲୁଚାଇବାକୁ ଚେଷ୍ଟା କରୁଥାଏ । ହେଲେ ମୋର ପ୍ରଶ୍ନ ବାଣରେ କହୁ କହୁ ସବୁ କଥା ସେଦିନ କହି ଦେଲା, " ପ୍ରଚୁର ଭଲ ପାଉଥିବା ମଣିଷ ଯେବେ ଶକ୍ତ ଧୋକା ଖାଏ । ଠିକ୍ ମୋ ଭଳି । ସିଏ ସେତେବେଳେ ହିଁ ପ୍ରେମକୁ ବହୁତ ଦୂରକୁ ଫିଙ୍ଗି ଦିଏ ଆଉ ପ୍ରତାରଣାକୁ ଛାତିତଳେ କବର ଦେଇ ଲେଖୁଥାଏ ଅନେକ ଅଶ୍ରୁଭିଜା କବିତା - ଗଳ୍ପ । ମୋର ଭୁଲ୍ କେଉଁଠି ରହିଲା ? ମୁଁ ସବୁବେଳେ ତ ଅପେକ୍ଷାରେ ରହିଲି ଆଉ ଶେଷରେ ହାରିଗଲି । ମୁଁ ଜାଣିଶୁଣି ହାରି ନଥିଲି । ସିଏ ମୋତେ ହରେଇ ଦେଲା । ଆଜି ମୁଁ ଅନେକ କଥା ସାଇତି ରଖିଛି ହୃଦୟର ନିଭୃତ କୋଣରେ ଆଉ କେବେ ଯଦି କେଉଁ ରାସ୍ତାର ଗହଳି ଭିତରେ ସିଏ ଭେଟ ହେଇଯିବ ବାସ୍ ସବୁ ଓଗାଳି ଦେବି, ଏଇ ବିଶ୍ବାସରେ ପ୍ରତିଦିନ ଜୀଉଁଛି ।

ସେଦିନ ବରମୁଣ୍ଡା ବସଷ୍ଟାଣ୍ଡ୍ ରେ ବିଶ୍ଵ ଜୀବନ ଠାରୁ ଏସବୁ ଶୁଣି ମୋ ଆଖିରେ ଲୁହ ଭରି ଯାଇଥାଏ ।

ବିଶ୍ଵ ଜୀବନ ମୋର ସହପାଠୀ । ଆମେ ଦୁହେଁ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ଯାଳୟ ଖଲ୍ଲିକୋଟରେ ପାଠ ପଢୁଥିଲୁ । ଆଠ ବର୍ଷ ପରେ ଦେଖା ସାକ୍ଷାତ୍ । ମୁଁ ତା'କୁ ଦେଖି ଭାରି ଖୁସି ଥିଲି ସେଦିନ ହେଲେ ତା'ର କଥା ଶୁଣି ମୁଁ ଦୁଃଖରେ ଭାଙ୍ଗି ପଡିଲି ।

ତା'ର ପ୍ରତାରଣାର କାହାଣୀ ମୋତେ ସିଏ ଏମିତି ଢଙ୍ଗରେ କହିଲା ତା'କୁ ଶୁଣିଲେ ଯାହାର ବି ହେଉ ରୋମ ଟାଙ୍କୁରି ଉଠିବ ।

୨୦୧୧ ମସିହାରେ ବିଶ୍ଵ ଜୀବନ ବୌଦ ରୁ ଭୁବନେଶ୍ବର ସକାଳୁ ସକାଳୁ ପହଞ୍ଚି ଯାଇଥାଏ । ତା'କୁ ଭୁବନେଶ୍ବରରୁ ଖଲ୍ଲିକୋଟ ଆସିବାର ଥାଏ । ବସ୍ ଫେଲ୍ ହେବାରୁ ସେ ବ୍ରହ୍ମପୁର ବସ୍ ରେ ଚଢିଥିଲା । କଳା ମହାବିଦ୍ଯାଳୟରୁ ନିଜର ସାର୍ଟିଫିକେଟ୍ ନେବା ପାଇଁ ଆସୁଥାଏ । ବ୍ରହ୍ମପୁର ବସ୍ ରେ ଚଢିବା ପରେ ସେ ଦେଖିଲା ପ୍ରିୟଦର୍ଶିନୀ ସହିତ ଆଉ ଜଣେ ଯୁବକ ଏକା ସିଟ୍ ରେ ବସିଛନ୍ତି । ଏମିତି କଥା ହେଉଥାନ୍ତି ଯେମିତି ସେମାନେ ଆଗରୁ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି । ପ୍ରିୟଦର୍ଶିନୀ ମୋତେ ବସ୍ ରେ ଚଢିବାର ଦେଖିନି । ମୁଁ ସେମାନଙ୍କ ପଛ ସିଟ୍ ରେ ବସିଲି । କାରଣ ଟିକେଟ୍ ରେ ନମ୍ବର ଥିଲା । ମୁହଁ ତଳକୁ କରି ବସିଲି । ଦୁଇ ଜଣଙ୍କ କଥା ସବୁ ନିରବରେ ଶୁଣୁଥାଏ ।

- କେବେ ବିବାହ କରିବା କୁହ ?

- ଆଉ ଦୁଇ ବର୍ଷ ଯାଉ ।

- ଲୁଚି ଲୁଚି ମିଶିବା ଆଉ ଜମାରୁ ଭଲ ଲାଗୁନି ଦେବେଶ୍ ।

- ହଁ ଆର ବର୍ଷକୁ ବିବାହ କରିବା ।

- ଦେବେଶ୍, ତୁମେ ଆଗରୁ କେବେ କାହାକୁ ବି ଥରେ ଅଧେ ଭଲ ପାଇନ ।

- ହଁ ସେମିତି ••• ଛୁଆ ଦିନେ । ତୁମେ କାହାକୁ ଭଲ ପାଉ ଥିଲ କି ?

- ନା ନା, କେବଳ ତୁମକୁ ଛାଡିଦେଲେ ଆଉ କାହା ପାଇଁ ଥରୁଟିଏ ବି ମୋ ହୃଦୟରେ କେବେ ଭଲ ପାଇବା ଆସିନି । ମୋ ପଛରେ ବହୁତ ପିଲା ପଡନ୍ତି । ମୁଁ ସମସ୍ତଙ୍କୁ ବାରଣ କରେ ।

ବିଶ୍ଵ ଜୀବନ ସେଦିନ ସବୁ କଥା ଶୁଣିଲା । ନିରବରେ ବହୁତ କାନ୍ଦୁଥାଏ । ଆଖିରେ ଲୁହ ଆଉ ଛାତିରେ ଛାତିଏ କୋହ ସବୁକୁ ସମ୍ଭାଳି ରମ୍ଭା ଠାରେ ଓହ୍ଲାଇବା ପାଇଁ ସଜବାଜ ହେଉଥାଏ ।

ଅତୀତର ସବୁ ସ୍ମୃତି କୁ ସେଇ ବସ୍ ର ସିଟ୍ ଉପରେ ଛାଡି ସେ ଓହ୍ଲାଇ ଗଲା । ବିଶ୍ବ ଜୀବନ ଓହ୍ଲାଇଲା ବେଳେ ପ୍ରିୟଦର୍ଶିନୀ ତା'କୁ ଦେଖିଲା । ତା' ପାଟିରୁ ଆଉ କିଛି କଥା ବାହାରିଲା ନାହିଁ । କଣ୍ଡକ୍‌ଟର ପାଟି କରି ବିଶ୍ବ ଜୀବନକୁ ଡାକିଲେ,

- ହେ ଭାଇ ତୁମର ଗୋଟେ ବ୍ଯାଗ୍ ଛାଡିଦେଲ ।

- ବିଶ୍ଵ ଜୀବନ ସେଦିନ ଲୁହ ଭରା ଆଖିରେ କଣ୍ଡକ୍‌ଟର କୁ କହିଲେ, ଭାଇ ସେ ବ୍ଯାଗ୍ ଟି ମୋର ନୁହେଁ । ମୋ ଆଗ ସିଟ୍ ରେ ଯେଉଁ ଝିଅଟି ବସିଛି ସବୁ ତା'ର । ତା'କୁ ଦେଇ ଦିଅନ୍ତୁ । ଏତିକି କହି ସେ ବସ୍ ରୁ ଓହ୍ଲାଇ ମହୋତ୍ସବର ଜନଗହଳି ଭିତରେ କେଉଁଠି ଲୁଚିଗଲା ।

▪▪▪▪▪▪▪▪▪▪▪▪▪▪▪▪▪▪▪▪

ବିଶ୍ଵ ଜୀବନ ସେଦିନ ବହୁତ କାନ୍ଦୁଥାଏ । ତା' ଲୁହ ଦେଖି ମୋତେ ଜମା ଭଲ ଲାଗୁ ନଥାଏ । ନିଜ ପରିବାର ଅପେକ୍ଷା ସେ କେମିତି ଗୋଟେ ଝିଅକୁ ଏତେ ଭଲ ପାଇ ପାରିଲା ? ତ୍ଯାଗ ଆଉ ବଧ ତ ସମାନ କଥା । ନିଜ ପରିବାର ପାଇଁ ସେ ଝିଅକୁ ତ୍ଯାଗ କରି ପାରୁନି କେମିତି ? ପ୍ରିୟଦର୍ଶିନୀ ତ ତା'କୁ ଭଲ ପାଏନି । ଇଏ ତା' ପଛରେ କ'ଣ ପାଇଁ ପଡିଛି ? ମନରେ ଏମିତି ଅନେକ ପ୍ରଶ୍ନ ଆସୁଥାଏ ।

ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ

ପ୍ରେମ

ଏକ ପରିବର୍ତ୍ତନର ସ୍ବର •••

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍- ୭୬୮୧୦୮

ଭ୍ରାମ୍ଯଭାଷ- 09668242720

ଧୋକା କଳାକାର ଦରମା

Rate the content


Originality
Flow
Language
Cover design

Comments

Post

Some text some message..