ନୂଆ କାହାଣୀ
ନୂଆ କାହାଣୀ
ନୂଆ କାହାଣୀ
“ତମେ ମୋ ଜୀବନର ପ୍ରଥମ ଝିଅ ନୁହଁ ସିମି Iଆଜିର ରାତିକୁ ମଧୁମୟ କରିବାକୁ ହୁଏତ ମୁଁ ତୁମର ସାଥ୍ ଦେଇନପାରେ Iକାରଣ ଫର୍ଦ୍ଦ ଫର୍ଦ୍ଦ କରି ଯେତେ ଖୋଜିଲେବି,ଜୀବନର ଇତିହାସ ପୃଷ୍ଠାରୁ ଏମିତି ପୃଷ୍ଠାଟିଏବି ଆଜିଯାଏ ପାଇନି,ଯେ କ’ଣ ପାଇଁ ସେ ମୋତେ କହିଥିଲା ଆମ ପ୍ରେମରେ ବିଫଳତା ପାଇଁ,ଭୁଲ ମୋର ବୋଲି Iମଇଳା ମଲାଟ ଭିତରେ ଥିବା ମୋର କବିତା ଖାତାଟିକୁ ତନ୍ନ ତନ୍ନ କରି ଖୋଜିଛି Iଯେତେ ଫର୍ଦ୍ଦ ଥିଲା ସବୁଥିରେତ ଥିଲା ତା’ର ଲିପ୍ଷ୍ଟିକ୍ର ଛୁଆଁ I ତଥାପି ପାଇନି କେଉଁ ପୃଷ୍ଠାଟି ତାକୁ ଭଲ ଲାଗିନଥିଲା Iଆମ ମନାନ୍ତରର ଶେଷ କବିତାଟିପଢି ସେଦିନ ସେ ମୋ ମନର ପ୍ରେମପୂର୍ଣ୍ଣ ପୁଷ୍କରିଣୀକୁ ଶୁଷ୍କ କରିଦେଇ ଦେଇ କହିଥିଲା ଏସବୁ ଫାଲ୍ତୁ କଥା, ପ୍ରେମଟା ଠିକ୍ ଏଇଆ ନୁହେଁ,ଛାଡ କାହିଁକି ଆଉ ଏସବୁ Iଭୁଲ୍ତ ତୁମର Iମୁଁ କାହିଁକି ଶାସ୍ତି ପାଇବି ତୁମେ ବାହାହୁଅ ବା ନହୁଅ ମୁଁ କିନ୍ତୁ ନିଶ୍ଚୟ ବାହାହେବି Iସେହିଦିନରୁ ମୁଁ ମୋ ଭୁଲ୍କୁ ଖୋଜି ଚାଲିଛି Iଦୀର୍ଘ ପାଞ୍ଚବର୍ଷ ପରେ ମୁଁ ବାପାଙ୍କୁ ବାହା ହେବାକୁ ହଁ’ କହିଦେଲି Iଝିଅ ଖୋଜିବାକୁ ଘରେ ସମସ୍ତେ ଲାଗି ପଡିଲେ Iଏତେଦିନ ଯାଏ ତାର ଠିକଣା ଜାଣିବାକୁ ମୋର ଇଚ୍ଛାବି ହେଇନି Iଲାଗିଛି ସେ ମୋର ସେଇ କଳ୍ପନାର ନାୟିକା ଯିଏ ଆସେ ଭାବନା ସହ,ଆଉ ଉଭାନ ହୋଇଯାଏ ସୃଷ୍ଟି ସମ୍ପୁର୍ଣ୍ଣ ପରେ Iମୁଁ ଠିକ୍ ଜାଣିଛି ସେ ମୋତେ ତ୍ୟାଗ କରିବା ପାଇଁ ମୋତେହିଁ ଦୋଷ ଦେଇଛି Iଏଇତ ଆଜି କାଲିକା ପ୍ରେମର ଉପସଂହାର Iପଦିଏ କଥାରେ ବ୍ରେକ୍ଅପ୍ Iମୁଁ କିଂତୁ ଭଲ ପାଇଥିଲି ଯେମିତି କେହି ଭଲପାଏ ନିଜର ଅଭିନ୍ନ ଅଙ୍ଗକୁ Iଘରେ ଝିଅ ଠିକ୍ କରିଦେଲେ Iସମାଜ ସ୍ୱୀକୃତି ପାଇଁ କାହାରି ମଥାରେବି ସିନ୍ଦୁର ଦେବା ପାଇଁ ମୁଁ ପ୍ରସ୍ତୁତ ଥିଲି Iସେଥିପାଇଁ ଆଜି ତମେ ମୋ ବେଡ୍ରୁମ୍କୁ ଶେୟାର କରିବାକୁ ସ୍ୱୀକୃତି ମାଗୁଛ I”ଏକା ନିଶ୍ୱାସରେ ଏତେ କଥା କହିବାପରେ ବିପ୍ଳବ ଉତ୍ତର ପାଇବାକୁ ଅପେକ୍ଷାକରି ରହିଥିଲା Iକିଛିସମୟର ନିରବତାପରେ ସେ ଯେତେବେଳେ ପଛକୁ ଫେରିଚାହିଁଲା ତା ପାଦତଳୁ ମାଟି ଖସି ଖସି ଯାଉଥିଲା Iଏକ’ଣ ସେ ସିମିବୋଲି ଯେଉଁ ଝିଅକୁ ବାହାହେଇଛି ସେ ତ ତା’ର ସେଦିନର ସୀମା !ସେଦିନର ଅବୁଝା ଅଙ୍କଗୁଡାକ ଆଖି ସାମ୍ନାରେ ଆହୁରି ଜଟିଳକରି ଦେଲେତା’ ଜୀବନ ଗଣିତର ବହିକୁ Iକିନ୍ତୁ ସୀମା ଓଠରେଥିଲା ଏକ ବିଜୟିନୀର ହସ Iକହି ଚାଲିଥିଲାସେ”ପ୍ରେମ ଖାଲି ପ୍ରେମିକାକୁ କବିତାଶୁଣେଇ ବାହାହୋଇଗଲେ ହୁଏନା ମିଷ୍ଟର ଉହୁଁ ଡକ୍ଟର ବିପ୍ଳବ Iସତରେ ସେଦିନ ମୁଁ ତ୍ୟାଗ କରିଥିଲି ,ତୁମକୁ ନୁହେଁ ମୋ ନିଜକୁ ମୋ ପ୍ରେମକୁ Iତୁମ ପାଠପଢାରେ ବ୍ୟାଘାତ ହେବା ଦେଖି,ମୋ ଶ୍ୱଶୁର ମୋତେ ଏଇ ତ୍ୟାଗକରିବାକୁ କହିଥିଲେ Iସେଇଦିନହିଁ ସେ ମୋତେ ବୋହୁରୁପେ ସ୍ୱୀକାର କରିନେଇଥିଲେ ଯେଉଁ ଦିନ ମୁଁ ତୁମକୁତ୍ୟାଗ କରିଥିଲି Iଆଉ ସେଇ ତ୍ୟାଗପାଇଁ ଆଜି ମୋ ସ୍ୱାମୀ ଜଣେ ବିଦେଶ ଫେରନ୍ତା କାର୍ଡିଓଲୋଜିଷ୍ଟ Iକୁହ,ତୁମକୁତ୍ୟାଗକରି କଣ ଭୁଲ୍କରିଛି?”କୂଳ ଦୀପର ଦିକ୍ଦିକ୍ ଆଲୁଅରେ ସୀମା ମୁହଁଟା ନୂଆ ନୂଆ ଲାଗୁଥିଲେ ବି ବିପ୍ଳବର ମନଟା ସୀମା ଆଉ ବାପାଙ୍କ ପ୍ରତି ବିପ୍ଳବ କରୁଥିଲେ କିନ୍ତୁ ହୃଦୟଟା ଶରୀରକୁ ଶୋଇ ଯିବାକୁ କହୁଥିଲା ସେଇ ଶେୟାରିଙ୍ଗ୍ ବେଡ୍ ଉପରେ......II
ଦିଲ୍ଲୀପ୍ କୁମାର ପରିଡା