Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁଧିର କୁମର ତରାଇ

Children Inspirational Tragedy

2  

ସୁଧିର କୁମର ତରାଇ

Children Inspirational Tragedy

ସ୍ଵର୍ଗ

ସ୍ଵର୍ଗ

6 mins
397


ସୂର୍ଯ୍ୟ ଏକ ବର୍ଷ ପରେ ଗାଁ’କୁ ଫେରୁଛି, ଅପରିସୀମ ଆନନ୍ଦରେ ମନ ତାର ଗଗନ ଚୁମୁଛି। ଗାଡିରେ ବସି ଗାଁ ରୂପ ଅକଳନ କରିବାରେ ବ୍ୟସ୍ତ, ଗାଡି ଯାଇ ଅଟକି ଗଲା ଗାଁ ଛକରେ। ଗାଡିରୁ ଓହ୍ଲାଇ ମୁଣାଟି କାନ୍ଧରେ ପକାଇ ଗାଁ ମାଟିକୁ ଏକ ମୁଣ୍ଡିଆ ମାରି, ଚତୁର୍ଦିଗ ଚକ୍ଷୁ ଚାରଣ କରି ଆହ୍ଲାଦିତ ହେଲା। ବାଃ ଆମ ଗାଁ ତ ବହୁତ ଉନ୍ନତି କରିଛି ପ୍ରଗତିଶୀଳ ଦୁନିଆ ସହ ପାଦ ମିଶାଇ। ନାଲି ଗୋଡି ଗଳି ରାସ୍ତା ବଦଳି ପକ୍କାରାସ୍ତା ରେ ପରିଣତ, ଚାଳ ଛପର, କୁଡିଆ ଘର ଅଦୃଶ୍ୟ ପ୍ରାୟ, ସୁଦୃଢ କୋଠା ଘର ମାନ ଦଣ୍ଡାୟମାନ। ଛକରେ ଅନେକ ଦୋକାନ ଖୋଲି ବଢିଯାଇଛି ଜନରବ । ସତରେ ଗାଁ ବହୁତ ପ୍ରଗତି କରିଛି, କିନ୍ତୁ ବଳିଦାନ ଦେଇଛି ତାର ସବୁଜ ମୟ ଭ୍ରୂଲତା ।


ସୂର୍ଯ୍ୟ ଘର ଗାଁ’ର ଅନ୍ତିମ ମୁଣ୍ଡରେ, ଛକଠୁ ପାଞ୍ଚ ମିନିଟର ରାସ୍ତା । ଗାଁ’ର ନିର୍ମଳ ପରିବେଶ ଉପଭୋଗ କରି ଚାଲି ଚାଲି ଘର ଦିଗରେ ଅଗ୍ରସର ହେଉଛି। ଗାଁ’ର ଶୋଭା ଶ୍ରୀ ଉପରେ ଚକ୍ଷୁ ଚାରଣ କରୁ କରୁ ଏକ ନବ ନିର୍ମିତ ଅଟ୍ଟାଳିକା ଉପରେ ଅଟକି ଗଲା ତା ଚକ୍ଷୁ। ଅଟ୍ଟାଳିକାର କାରୁକାର୍ଯ୍ୟରେ ଆକୃଷ୍ଟ ହେଇ ପାଖରୁ ଦେଖିବାକୁ ମନସ୍ଥ କଲା ଏବଂ ଅବିକଳ ଘରଟେ ତୋଳିବ ଭବିଷ୍ୟତରେ । ଅଟ୍ଟାଳିକା ନିକଟ ବର୍ତି ହେଇ ଆସିଲା, ସମ୍ପୁର୍ଣ୍ଣ ଅଂସ ଏବେ ଦୃଶ୍ୟମାନ। ଅଟ୍ଟାଳିକା ପାଖରେ କିଛି କୁନି ଶିଶୁ କ୍ରୀଡା କରୁଛନ୍ତି, ସୂର୍ଯ୍ୟ ଅଟ୍ଟାଳିକାର ଆହୁରି ନିକଟତର ହେଇଛି, ଏବେ କିଛି କୁନି ଶିଶୁଙ୍କର କ୍ରନ୍ଦନ ଧ୍ଵନି ତ୍ୱରାନ୍ୱିତ ହେଉଛି । କିନ୍ତୁ ତାର ମନ ଓ ଧ୍ୟାନ ନବ ନିର୍ମିତ ଅଟ୍ଟାଳିକା ଉପରେ କେନ୍ଦ୍ରିତ ଅଛି, ସବୁକିଛି ଅଦେଖା ଅସୁଣା କରି ଆକର୍ଷିତ ହେଇ ଚାଲିଯାଉଛି ତା ପଖକୁ। ଜେତେ ଅଟ୍ଟାଳିକାର ନିକଟତର ହେଉଛି କ୍ରନ୍ଦନ ଧ୍ଵନି ସେତେ ତିବ୍ର ହେଉଛି, ପହଞ୍ଚିଗଲା ତା ନିକଟରେ। କ୍ରନ୍ଦନ ଧ୍ଵନିରେ ଧ୍ୟାନ ଅଟ୍ଟାଳିକାରୁ ହଟି ତୀବ୍ର କ୍ରନ୍ଦନ ଧ୍ଵନି ଉପରେ ନିବେଶ ହେଲା। ସୂର୍ଯ୍ୟର ଅଖି ଖୋଜି ବୁଲିଲା କିଏ କାନ୍ଦୁଛି, ଦେଖିଲା କ୍ରନ୍ଦନ ଧ୍ୱନି ଖେଳୁଥିବା କୁନି ପିଲାମାନଙ୍କ ପାଖରୁ ଆସୁଛି।


ସେ ଚପଳତା ସହ କୁନି ପିଲମାନଙ୍କ ନିକଟକୁ ଗଲା, ତିନୋଟି ଶିଶୁ କନ୍ୟା ଏକ ଜରାଜୀର୍ଣ୍ଣ ଅବସ୍ତାରେ ଶୋଇରହିଥିବା ଅର୍ଦ୍ଧ ବୟସ୍କା ମହିଳା ଉପରେ ମୁଣ୍ଡ ରଖି ହୃଦୟ ବିଦାରକ କ୍ରନ୍ଦନ କରୁଛନ୍ତି । ସୂର୍ଯ୍ୟ ମୁଣାରୁ ଚକଲେଟ ବାହାର କରି କୁନି ଝିଅମାନକୁ ଡାକି କହିଲା କାହିଁକି କାନ୍ଦୁଛ, ଚକଲେଟ ନିଅ ଖାଇବ। କୁନି ଝିଅମାନେ ସୂର୍ଯ୍ୟକୁ ବୁଲି ଚାହିଁଲେ କରୁଣ ଚାହାଣିରେ। ଆଖି ତାଙ୍କର ଅଶ୍ରୁ ଭାରାକ୍ରାନ୍ତ, କାନ୍ଦି କାନ୍ଦି ଶୁଭ୍ର କୋମଳ ମୁଖମଣ୍ଡଳ ମଳିନ ଦିଶୁଛି। ସୂର୍ଯ୍ୟ ଆଉଥରେ ଚକଲେଟ ତାଙ୍କୁ ବଢାଇ କହିଲା କାହିଁକି କାନ୍ଦୁଛ, ନିଅ ଖାଅ।


କୁନି ନିରୀହ ଝିଅମାନେ ସୂର୍ଯ୍ୟର ନିକଟକୁ ଆସି, ଚକଲେଟ ନେଇ କହିଲେ “ଭାଇ ଆମକୁ ବହୁତ ଭୋକ ଲାଗୁଛି, କିନ୍ତୁ ମା କାନ୍ଦି କାନ୍ଦି ଏଇଠି ଶୋଇଯାଇଛି ଆମକୁ ଖାଇବାକୁ ଦେଉନି ଏବଂ ଆମେ ଡାକିଲେ ବି ଉଠୁନି। ଏଇଠି ୧୦ଦିନ ହେଲା ଆମେ ଅଛୁ, ତୁମ ଭଳି ବଦାନ୍ୟ ବ୍ୟକ୍ତି କିଛି ଦେଇଗଲେ ଖାଉଛୁ, ଅନ୍ୟଥା ଖାଲି ଉଦରରେ ଶୋଇଯାଉ”। ଭାଇ ତୁମେ ମା କୁ ଉଠେଇପାରିବ? ଆମକୁ ଖାଇବାକୁ ଦିଅନ୍ତା। ଏ କଥା ଶୁଣି ସୂର୍ଯ୍ୟର ହୃଦୟରେ ଅସ୍ଥିରତା ଖେଳିଗଲା, କିନ୍ତୁ ନିରୀହ ଶିଶୁମାନକ କାନ୍ଦ ବନ୍ଦ ହେଇ ମୁଖମଣ୍ଡଳରେ ହସ ଦେଖି ତାକୁ ଟିକେ ଆଶ୍ଵସ୍ତି ଲାଗିଲା।


ସୂର୍ଯ୍ୟ ପଚାରିଲା ତୁମ ମା କାହିଁକି କାନ୍ଦୁଥିଲେ? ନିରୀହ କୋମଳ ଅବୋଧ ଶିଶୁ ଅତି ସରଳତା ସହ କହି ବସିଲେ "ମା କହୁଛି ବାପା ବାଟ ବଣା ହୋଇ ଆକାଶରେ ତାରା ପାଲଟିଛନ୍ତି ସେ କେବେ ଆଉ ଫେରିବେନି। କିନ୍ତୁ ବାପା ଗଲା ବେଳେ ଆମକୁ କଥାଦେଇ ଯାଇଛନ୍ତି ଦୁଇ ଦିନ ପରେ ଫେରିବେ ଏବଂ ନୂଆ ପୋଷାକ, ଖେଳଣା ଓ ବହୁତ ଚକଲେଟ ଆମ ପାଇଁ ନେଇ ଆସିବେ। ଅଥଚ ୧୦ଦିନ ହେଲା ଫେରିନାହାନ୍ତି ସେଥିପାଇଁ ମା କାନ୍ଦୁଛି"। ପିଲାଙ୍କର ଉତ୍ତର ଶାଣିତ ତୀର ଭଳି ସୂର୍ଯ୍ୟ ର ହୃଦୟକୁ ବିଦ୍ଧ କରିଦେଲା ଏବଂ ତା ଆଖିରୁ ମୁକ୍ତା ଫୁଲ ଝରିପଡିଲା।


ମୁକ୍ତା ଫୁଲକୁ ସାଉଁଟି ସୂର୍ଯ୍ୟ ପିଲାମାନଙ୍କ ଅନୁରୋଧ ରକ୍ଷା କରି ତାଙ୍କ ମା' ଙ୍କ ନିଦ୍ରାଭାଙ୍ଗ କରିବାକୁ ଉଦ୍ୟମ କରୁଛି, ଧ୍ୟାନ ହେଲା କି ମହିଳା ଶୋଇ ନାହାନ୍ତି ମୂର୍ଚ୍ଛିତ ଅବସ୍ଥା ରେ ଅଛନ୍ତି। ସେ ତା ମୁଣାରୁ ଜଳ ପାତ୍ର ବାହାର କରି ମହିଳାଙ୍କ ମୁଖ ପୃଷ୍ଟ ରେ ଶିଞ୍ଚରଣ କରି ସାଷ୍ଟାଙ୍ଗ କରାଇଲା ଓ ମହିଳା ନିଜକୁ ସଜାଡି ନେଇ ସୂର୍ଯ୍ୟ କୁ ଲୋତକାପ୍ଲୁତ ଚକ୍ଷୁ ରେ ଚାହିଁ ରହି କାନ୍ଦିବାକୁ ଲାଗିଲେ ପୂର୍ବଭଳି। ତାଙ୍କ ଆଖିରେ ଅସୁମାରି ଅସହ୍ୟ ଦୁଃଖ ର କଳା ବାଦଲ ଘୂରି ବୁଲୁଛି, ସୂର୍ଯ୍ୟ ସବୁ ସ୍ପଷ୍ଟ ବାରିପାରୁଛି ଅଥଚ କିଛି କରିବାର ଉପାୟ ଶୂନ୍ୟ। ମନରେ ସାହସ ଠୁଳିଭୂତ କରି ମହିଳାଙ୍କୁ ସମବେଦନା ଦେବାକୁ ଯାଇ କହିଲା ନିୟତି ର ଖେଳ ସମ୍ମୁଖରେ କେହି ଜିତିନାହାନ୍ତି, ସ୍ଵୟଂ ଭଗବାନ ମଧ୍ୟ ଆମେ ତ ଛାର ମନୁଷ୍ୟ।


ଆପଣ ଏତେ ଅଧୈର୍ଯ୍ୟ ହେଇ କାନ୍ଦି କାନ୍ଦି ଚେତା ଶୁନ୍ୟ ହେଉଛନ୍ତି, ଆପଣଙ୍କ ନିରୀହ ପିଲାମାନେ ଖାଦ୍ୟ ନପାଇ ଭୋକରେ ଆତ୍ମା ରୋଦନ କରୁଛନ୍ତି। ଆପଣ ଅତୀତ ଭୁଲି ପିଲାମାନଙ୍କୁ ନେଇ ଘରକୁ ଯାଆନ୍ତୁ, ଏଇ ନିର୍ବୋଧ ଶିଶୁମାନଙ୍କ ଭଲମନ୍ଦ ବୁଝାନ୍ତୁ। ଏଇଠି କାହିଁକି ଦିନରାତି ବସି ରହୁଛନ୍ତି।


ମହିଳା କୋହ ଚାପି ଆଖିରୁ ଲୁହ ପୋଛି କହିଲେ ତାଙ୍କର ସମାଧି ଏଇଠି ମୋ ବସି ରହିଥିବା ଜଗା ପାଖରେ। କୁଆଡେ ଯିବୁ ଆମେ, କିଛି ନାହିଁ ଆମର, ଘର ବାରି ସବୁ ବିକ୍ରିହୋଇ ଯାଇଛି ତାଙ୍କ ରୋଗର ଚିକିତ୍ସା ରେ। ମଦ୍ୟ ପାନ କରି ତାଙ୍କୁ ଏମିତି ଏକ ବ୍ୟାଧି ଧରିନେଲା ଯାହାର ଚିକିତ୍ସା ଖର୍ଚ୍ଚ ଆମ ପକ୍ଷେ ବହନ କରିବା ଅସମ୍ଭବ, ତଥାପି ପାରୁପର୍ଯ୍ୟନ୍ତ ପ୍ରୟାସ କଲି କିନ୍ତୁ ବିଫଳତା ମିଳିଲା। ଗତ ୧୦ଦିନ ତଳେ ସେ ସବୁ ଦିନ ପାଇଁ ଆଖି ବୁଜିଲେ ଆମକୁ ମଝି ଦରିଆରେ ଭସେଇ, ନା ଖାଇବାକୁ ଖାଦ୍ୟ ନା ମୁଣ୍ଡ ଗୁଞ୍ଜିବାକୁ କୁଡିଆ ଅଛି, ଯେତେଦିନ ବଞ୍ଚିବୁ ଏଇଠି ରହିବୁ ତାଙ୍କ ସମାଧି ପାଖରେ। ସୂର୍ଯ୍ୟ ଶୁଣି ମୂକ ଶିଳା ପାଲଟିଗଲା, ଚକ୍ଷୁ ପୃଷ୍ଠରେ ତାର ଅଶ୍ରୁର ଉତ୍ତାଳ ଢେଉ, ହୃଦୟଟା ଫାଟି ପଡୁଥାଏ । କିନ୍ତୁ ନିଜକୁ ସମ୍ଭାଳି କୁନି ପିଲା ସମେତ ମହିଳାଙ୍କୁ ସାଙ୍ଗରେ ଧରି ଘରେ ପହଞ୍ଚିଲା ଏବଂ ତା ମା' କୁ କହି ସେମାନଙ୍କ ଖାଇବାକୁ ଦେଲା। ମହିଳା ନଖାଇ କହିଲେ ରାତିପାଇଁ ବାନ୍ଧି ଦିଆ ମୋ ପିଲା ରାତିରେ ଖାଇବେ, ସୂର୍ଯ୍ୟ କହିଲା ଆପଣ ଖାଇ ନିଅନ୍ତୁ ରାତିର ଖାଦ୍ୟ ମା ବାନ୍ଧି ଦଉଚି ସମସ୍ତଙ୍କ ପାଇଁ। ମହିଳା ଓ ତା କୁନି ଝିଅମାନେ ଖାଇବାକୁ ଲାଗିଲେ, ସୂର୍ଯ୍ୟ ଗଲା ତା ପୋଷାକ ପାଲଟିବା ପାଇଁ| ପୋଷାକ ପାଲଟିଲା ସମୟରେ ମା’ର ଉଦାରତା ଓ ବଳିଦାନ ହୃଦୟର କୋଣ ଅନୁକୋଣରେ ଏକ ଶିହରଣ କରିଗଲା ଏବଂ କେମିତି ସୁଝିବ ସେ ଋଣ ଭାବୁଥିଲା ସୂର୍ଯ୍ୟ|


"କ୍ଷୀଣ କରି ତେଜ ମୁଖମଣ୍ଡଳରେ


ଜୀବନ୍ୟାସ ଦେଲୁ ପିଶିତ ପିଣ୍ଡୁଳାରେ


ଭରିଦେଲୁ ଉଦର ଶୁନ୍ୟ ରଖି ନିଜର


ଫୁଟାଇଲୁ ହସ ଓଠରେ


ଚାପି କୋହ ସବୁ ତୋ ବୁକୁରେ


ଝରିଲେ ଲୁହ ପିଲାର ଚକ୍ଷୁରେ


ଝରେ ଲହୁ ତୋ ମତୃହୃଦୟରେ


ପଇଠ କରି ହେବକି ତୋ ଋଣ ଗୋଟେ ଜନ୍ମରେ" 


ସୂର୍ଯ୍ୟ ପୋଷାକ ପାଲଟି ଦେଖେ ତ ମା ସମେତ ପିଲାମାନେ ଖାଦ୍ୟ ଖାଇ ରାତିର ଖାଦ୍ୟ ନେଇ ସେଠୁ ପଳାଇଛନ୍ତି। ସୂର୍ଯ୍ୟ ମା କୁ ପଚାରିଲା ଏମାନେ ଗଲେ କେଉଁ ଦିଗରେ? ସେମାନେ ସମାଧି ପାଖରେ ହିଁ ଥିବେ ମା କହିଲେ ସୂର୍ଯ୍ୟ କୁ। ସୂର୍ଯ୍ୟ ତର ତର ହେଇ ବାହାରିଲା ସମାଧି ପାଖକୁ ଯାଇ ସେମାନଙ୍କୁ ଫେରାଇ ଆଣିବ । କିନ୍ତୁ ମା' ର ମମତା, ସ୍ନେହର ଶିକୁଳିରେ ବାନ୍ଧି ହେଇ ରହିଗଲା ସେ ଦିନ, ରାତି ତମାମ ଶୋଇ ମଧ୍ୟ ପାରିଲାନି ସେଇ କୁନି କୁନି ଅବୋଧ ପିଲାମାନଙ୍କ କଥା ଚିନ୍ତା କରି। ସକାଳ ର ପ୍ରଥମ କିରଣ ପଡିବା ପୂର୍ବରୁ ସୂର୍ଯ୍ୟ ଯାଇ ସମାଧି ପାଖରେ ଏବଂ ସମାଧି ଚତୁର୍ପାର୍ଶ୍ଵ ରେ ଜନାରଣ୍ୟ ଦେଖି ଆଚମ୍ବିତ। ଜନରବ ମଧ୍ୟରେ ସମାଧି ନିକଟକୁ ଯାଇ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ପାଲଟିଗଲା ପଥର ମୂର୍ତ୍ତି । ଏକ ଅବର୍ଣ୍ଣିତ ଦୃଶ୍ୟ, ମହିଳା ଅର୍ଦ୍ଧ ନଗ୍ନ ଅବସ୍ଥା ରେ ଶୋଇ ରହିଛନ୍ତି, ଶରୀରର ସ୍ଥାନେ ସ୍ଥାନେ କ୍ଷତର ଚିହ୍ନ ଯାହା ସତେଜ, ଏବଂ ତାଙ୍କ ଶରୀର ଶିଥିଳ ପଡିଯାଇଛି ।


ସୂର୍ଯ୍ୟ କିଛି ମୁହୂର୍ତ୍ତ ପରେ କୋହ ଚାପି ପିଲାମାନଙ୍କ ପାଖକୁ ଗଲା, ତାଙ୍କୁ କୋଳାଗ୍ରତ କରି ପଚାରିଲା କାଲି ରାତିରେ କଣ ହେଇଥିଲା। ପିଲାମାନେ କାନ୍ଦି କାନ୍ଦି କହି ଉଠିଲେ


" ରାତିରେ ଆମେ ବସିଥାଉ ମା କାନ୍ଦି କି ଶୋଇ ପଡ଼ିଥାଏ, ଗୋଟେ ବଡ଼ ଗାଡି ଏଇଠି ରହିଲା। ତା ଭିତରୁ ଚାରିଜଣ ଅଙ୍କଲ୍ ବାହାରିଲେ, ଆମ ପାଖକୁ ଆସି ତୁମ ଭଳି ଚକଲେଟ ଦେଲେ, ସେମାନଙ୍କ ପାଟି ବହୁତ୍ ଦୁର୍ଗନ୍ଧ ହେଉଥିଲା ବାପାଙ୍କ ପାଟି ଭଳି ।ସେମାନେ ମା' କୁ ଗାଡି ଭିତରକୁ ନେଇଗଲେ, କହିଲେ ତୁମ ମା ର ନିଦ ଭାଙ୍ଗି ତୁମ ପାଖରେ ଛାଡିଦେବୁ।କିଛି ସମୟ ପରେ ସେମାନେ ମାକୁ ଏମିତି ଶୁଆଇ ଦେଇ ପଳେଇଗଲେ, ତା ପରଠୁ ଉଁ କି ଚୁଁ ଟେ କରିନି ରାତି ତମାମ ଆମେ ଉଠେଇବା ପାଇଁ ଚେଷ୍ଟା କରୁଛୁ"।


କାଲି ଭଳି ସେମିତି ମା' କୁ ଉଠେଇଦିଅ ଭାଇ, ଲୋକମାନେ କହୁଛନ୍ତି ତୁମ ମା ଆଉ କେବେ ଉଠିବନି, ତା ଭିତରେ କୁମ୍ଭ କର୍ଣ୍ଣ ର ଭୂତ ପଡିଯାଇଛି।


କଣ ସତରେ ଭାଇ ମା ଭିତରେ କୁମ୍ଭ କର୍ଣ୍ଣ ର ଭୂତ ପଶିଛି?


ସୂର୍ଯ୍ୟ ଉତ୍ତର ଶୁନ୍ୟ, ପିଲାମାନଙ୍କୁ ଛାତିରେ ଚାପି ଧରି କାନ୍ଦି କାନ୍ଦି ଭାବିଲା,


ମୋ ପାଇଁ ସବୁ ଘଟିଗଲା


ଯଦି ମୁଁ ଆସି ନେଇଯାଇଥାନ୍ତି ତେବେ ଏ ସବୁ ଘଟଣା ଘଟି ନଥାନ୍ତା।


ମୁଁ ପାପ କରିଛି, ତାର ପ୍ରାୟଶ୍ଚିତ କରିବି ।


ସୂର୍ଯ୍ୟ ପିଲାଙ୍କୁ ଧରି ନିଜ ଘରକୁ ଗଲା, ମା କୁ ସବୁ କହି ଏକ ଶପଥ ନେଲା ମା ଆଗରେ। ସେ କେବେ ବିବାହ କରିବନି ଏଇ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଓ ସଂସ୍କାର ଦେଇ ସମାଜରେ ନିଜ ଗୋଡରେ ଛିଡ କରେଇବ। ଏତିକି କହି ସେ କାର୍ଯ୍ୟ କରୁଥିବା ସହରକୁ ଚାଲିଗଲା ପିଲାମାନଙ୍କୁ ସାଙ୍ଗରେ ନେଇ । ସେ ଏବେ ସେଇ କୁନି କୁନି ଝିଅଙ୍କ ଭଳି ଅନେକ ସେମିତି ନିରୀହ ନିର୍ବୋଧ ଅନାଥ ପିଲଙ୍କର ସେବକ ଭୂମିକାରେ ନିଜକୁ ନିୟୋଜିତ କରି ତାଙ୍କ ମଳିନ ମୁଖରେ ହସ ଫୁଟାଇବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି। ସେଇ ହସରେ ତାକୁ ସ୍ଵର୍ଗୀୟ ଆନନ୍ଦ ମିଳୁଛି, ଜୀବନର ଅପରାହ୍ନରେ ସେ ଉପସ୍ଥିତ ଏବେ ମଧ୍ୟ ଅବିବାହିତ। ଅନାଥ କୁନି ପିଲାଙ୍କ ଓଠରେ ହସ ଫୁଟାଇ ପାରିଲେ ତର ଜୀବନ ଧନ୍ୟ ଆତ୍ମା ତୃପ୍ତ ହୋଇଯାଏ ସେ କୁହେ।


ସୂର୍ଯ୍ୟର ମା ବାପା ତାକୁ ଉତ୍ସାହିତ କରୁଛନ୍ତି ସହରକୁ ଯାଇ, ସେଠି ତା ପାଖରେ ରହି କୁନି ଅନାଥ ପିଲାଙ୍କର ଅତ୍ନ ନିଅନ୍ତି ନିଜ ପିଲା ଭଳି। ସେତେବେଳେ ସୂର୍ଯ୍ୟ କୁହେ ଚଳନ୍ତି ଭଗବାନଙ୍କ ସହ ସ୍ଵର୍ଗ ମିଳିଗଲା ଆଉ କଣ ଦରକାର ଜୀବନରେ………...




Rate this content
Log in

Similar oriya story from Children