Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprava Mishra

Others

5.0  

Shaktiprava Mishra

Others

ପୁଷମାସ

ପୁଷମାସ

2 mins
342


** ପୁଷମାସ **

^^ ଶକ୍ତିପ୍ରଭା ମିଶ୍ର ^^

ଆଲୋ ଝିଅ , କାଲି ତୋ ଶ୍ୱଶୁରଙ୍କର ଶ୍ରାଦ୍ଧ ଥିଲା ପରା ? କରିଲୁ ତ ?

-- ହଁ , ବୋଉ ।

.....ହେହେହେ ....

-- ହସୁଛ ଯେ ....?

ମୋ ବୋଉ କଥା ମନେପଡ଼ିଗଲା ତ ...

-- ହଠାତ ଏବେ କାହିଁକି ?

ଆଲୋ ,ଦିନେ ପଚାରିଥିଲି ବୋଉକୁ ,ମୋ ସମୁଧି ରାଧୁ ଆଚାର୍ଯ୍ୟ ଠକ୍ କରି କେମିତି ମରିଗଲେ ଶୁଣିଲୁ ଟି ? ଦିନେ ଶେଯରେ ପଡିଲେ ନାଁ କାହାରିକୁ କଷ୍ଟ ଦେଲେ । ପୁଣ୍ୟାତ୍ମା ଲୋକ ସିଏ ।

ବୋଉ ଉତ୍ତର ଦେଲା , ହଁ ଯେ…...….ଆଚାର୍ଯ୍ୟ ତ କେତେ ପୂଜାପାଠ କରୁଥିଲା ......... ଶେଷକୁ ପୁଷମାସଟାରେ ମରିଲା ? ପୁଷମାସରେ ମରିଲେ କଣ ଖରାପ ? ବୋଉ ଉତ୍ତର ଦେଲା ହଁ ଅଁ ଅଁ ଅଁ....................ଭଲ ଆଉ କଣ ଯେ ? ଆଜି ତାରି କଥା ଭାବି ହସୁଛି ମୁଁ ।

-- ଭଲ କଥା ! ମରଣ କେତେବେଳେ ଆଉ କେମିତି ହେବ କିଏ ଜାଣିଛି ଯେ ! ସେଥିରେ ପୁଣି ଭଲଦିନ ମନ୍ଦଦିନ କଣ ମ ! ମୋ ସାଙ୍ଗ ରାଜୁର ବାପା ବି ତ କେତେ ପୂଜାପାଠ କରୁଥିଲେ ହେଲେ ସେ ବି ପୁଷମାସରେ ମରିଲେ । ଲୋକେ ସବୁ ଭୁଲ କହୁଛନ୍ତି । ପୁଷମାସଟା ପୁଣ୍ୟ ମାସ । ସବୁ ଧାର୍ମିକ ଲୋକମାନେ ଯେ ଏଇ ମାସରେ ମରୁଛନ୍ତି !

ତୁ କହିଦେଲେ କଣ ଲୋକେ ମାନିଯିବେ ? ବୋଉ ଯିବାପରେ ଆମ ଗାଁ ସାରା ଯିଏ ଶୁଣିଲା ସେଇ ଗୋଟିଏ କଥା କହିଲା , ଶନା ବୋଉ କେତେ ଦିଅଁ ଦେବତା କରୁଥିଲା ।ପଥର ଖଣ୍ଡେ ଦେଖିଲେ ସେଥିରେ ପାଣି ଢାଳି ଫୁଲ ସିନ୍ଦୁର ଦେଇ ତାକୁ ଦିଅଁ ବନେଇଦେଉଥିଲା ଯେ ଶେଷକୁ ପୁଷମାସଟାରେ ମଲା ।

-- ଆଛା ………..ଆଈ ତାହେଲେ ….….?

ହଁ ,ଖାଲି କଣ ମାସ ? ସଂଯୋଗ କେମିତି ଦେଖୁନୁ ! ସେଇଦିନ ଗଲା ଯୋଉଦିନ ସମୁଧି ରାଧୁ ଆଚାର୍ଯ୍ୟ ଯାଇଥିଲେ ! ଗଲାକାଲି ମୋ ବୋଉର ବି ଶ୍ରାଦ୍ଧ ଥିଲା ।

-- ସତରେ ……………? ତାହେଲେ ତ ଏଇ ମାସଟା ସବୁଠାରୁ ଭଲ ମାସ । ଖରାର ପ୍ରକୋପ ନାହିଁ କି ବର୍ଷାର ପଚପଚ । ମାଘ ମାସ ଭଳି ଦେହଥରା ଜାଡ ବି ନାହିଁ । ବଜାରରେ ନାନା ଜାତିର ଫଳ , ପରିବା କମ ଦାମରେ ମିଳୁଥିବାରୁ ଶ୍ରାଦ୍ଧ କି ଭୋଜିଭାତ ପାଇଁ ଚିନ୍ତା ନାହିଁ । କଣ, ମୁଁ ଠିକ କହୁଛି ନା ?

-- ବୋଉ କିଛି ଉତ୍ତର ଦେଲାନି । ତାର ଚୁପ ରହିବା ଦେଖି ମୁଁ କହିଲି , ହଉ , ଗାଁ ଗଣ୍ଡାର ଲୋକମାନଙ୍କ କଥାକୁ ଭୁଲିଯା । ତୁ କଣ ଭାବୁଛୁ କହ ତ ? ପୁଷମାସରେ ମରିବାଟା ଭଲ ନା ଖରାପ ?ଟିକେ ରହିଯାଇ ବୋଉ କହିଲା , ହଁ ଅଁ ଅଁ ଅଁ……………...ଭଲ ଆଉ କଣ ଯେ ?

ଛନକାଟେ ପଶିଗଲା ମୋ ଛାତିରେ । ସେବେଠୁ ପ୍ରତିବର୍ଷ ପୁଷମାସ ଆସିବା କ୍ଷଣି ଆଶଙ୍କାଟିଏ ମୋ ମନରେ ଘର କରିନେଉଛି । ହୃଦୟ ଭିତରେ ରହିରହି ଅନୁରଣିତ ହେଉଛି ସେଇ ଗୋଟିଏ ଵାକ୍ୟ , ହଁ ଅଁ ଅଁ ଅଁ…………. ପୁଷମାସଟା ଭଲ ଆଉ କଣ ଯେ …….?

©shaktiprava mishra☺️


Rate this content
Log in