Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

3  

sushama Parija

Tragedy

ସାର୍ଥକ

ସାର୍ଥକ

5 mins
7.4K


ଭୂବନେଶ୍ୱର ଏରୋଡ୍ରମରେ ଗାଡି ଲାଗିଲା ବେଳକୁ ସନ୍ଧ୍ୟା ପାଞ୍ଚଟା । ଭୋର୍ ପାଞ୍ଚଟାରୁ ଗାଡିରେ ବସିଛି ସାରିଆ । କାଲି ରାତିରେ ସରକାରୀ ଗାଡି ଲାଗିଥିଲା ତା' ଘର ଦୁଆରମୁହଁରେ ,ସେଥିରୁ ଓହ୍ଲାଇ ଥିଲେ ଚାରି ଜଣ ପୋଲିସ ପୋଷାକ ପିନ୍ଧିଥିବା ଲୋକ । ଭୁସ୍ ଭାସ୍ ହୋଇ ପଶି ଆସିଥିଲେ ସାରିଆର ସେଇ ନୁଆଁଣିଆ ଚାଳଘର ଭିତରକୁ । ଚୂଲି ମୂଳେ ବସି ଘସି ମୁହାଁଉଥିବା ସାରିଆ ଚମକି ପଡି ଉଠି ଆସିଥିଲା ଅଗଣାକୁ। କ'ଣ କ'ଣ ବୋଲି ପଚାରିବା ଆଗରୁ ତା ଘରକୁ ପଶି ଆସିଥିଲେ ଗାଁ ସରପଞ୍ଚ ଆଉ କିଛି ପୁରୁଖା ଗ୍ରାମବାସୀ ତାଙ୍କ ପଛକୁ ଚାହିଁଲା ବେଳକୁ ତାଙ୍କ ଗାଁର ଭେଣ୍ଡିଆ ଦଳ। କିଛି ଗୋଟାଏ ଅଘଟଣର ଆଶଙ୍କାରେ ଚମକି ପଡିଲା ସାରିଆ। ତ।' ପୁଅ ସାହେବ ତ ଦି ବରଷ ହେଲା ଯାଇଛି ଫଉଜରେ ,ଘରେ ସେ ଏକୁଟିଆ ମାଇପି ଲୋକ, କାହାର କ'ଣ କଲା ଯେ ଏତେ ଲୋକ ଜମା ହୋଇଛନ୍ତି ତା' ଦୁଆରେ । ହଡବଡେଇ ଗଲା ସେ । ବାହାରେ କ' ଗୋଟିଏ କୋଳାହଳ ଶୁଣା ଯାଉଛି, ଟିକିଏ କାନ ପାରିଲା ସାରିଆ ।

'ସାହେବ ନାଏକ ଅମର ରହେ , ସାହେବ ନାଏକ ଅମର ରହେ' ଧ୍ବନିରେ ଫାଟି ପଡୁଛି ଗାଆଁ ଦାଣ୍ଡ । ଆଖି ଦୁଇଟା ବିସ୍ଫାରିତ ହେଇଗଲା ସାରିଆର ,ମୁଣ୍ଡ ଉପରେ ସତେ କି ପାହାଡ ଟାଏ ଖସି ପଡିଲା, କାନ ପାଖରେ କିଏ ବୋମାଟିଏ ଫୁଟାଇ ଦେଲା କି , କେହି କିଛି କହିବା ଆଗରୁ ଚେତା ହରାଇ ଦୁଲ୍ କରି ଭୂମି ଉପରେ ଲୋଟି ପଡିଲା ସେ । କେତେବେଳ ପରେ ତା'ର ଚେତା ଆସିଲା ବେଳକୁ ଦେଖିଲା ସେ ଗୋଟିଏ ଖଟ ଉପରେ ଶୋଇଛି ଓ ଗୁଡାଏ ଲୋକ ତାକୁ ଘେରି ବସିଛନ୍ତି । କିଏ ବିଂଚଣା ଟାଏ ଧରି ତାକୁ ବିଂଚି ପକାଉଛି ତ ଆଉ କିଏ ତା'ର ପାଦକୁ ଆଉଁସି ପକାଉଛି । ପୋଲିସ୍ ପୋଷାକ ପିନ୍ଧା ଲୋକମାନେ ମଧ୍ୟ ତାକୁ କ'ଣ ସବୁ କହିଲାଗିଛନ୍ତି ତାଙ୍କ ଭାଷାରେ , ଯେଉଁଟା ତାର ବୋଧଗମ୍ୟ ହେଉନାହିଁ । ତାକୁ ଜଳଜଳ ଚାହିଁଥିବାର ଦେଖି ଗାଆଁ ସରପଞ୍ଚ ତା ପାଖକୁ ଆସିଲେ । ତାଙ୍କରି ଭାଷାରେ ବୁଝେଇ ଦେଲେ ଯେ ସୀମା ସୁରକ୍ଷା ବାହିନୀରେ ଚାକିରି କରୁଥିବା ତ।'ପୁଅ ସାହେବ ନାଏକ ଶତୃମାନଙ୍କ ଗୁଳିରେ ଶହୀଦ ହୋଇଛି । ମରିବା ପୂର୍ବରୁ ସେ ଯେଉଁଭଳି ଭାବରେ ବୀରତ୍ୱର ସହିତ ଶତୃମାନଙ୍କର ମୁକାବିଲା କରି ଦେଶ ପାଇଁ ପ୍ରାଣବଳୀ ଦେଇଛି ସେଥିଲାଗି ସରକାର ତାକୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି । ସେ ଆମ ଦେଶର, ଜାତିର, ଆମ ଗାଁର ଗୌରବ । ତମେ ତାକୁ ଜନ୍ମ ଦେଇଥିବାରୁ ଦେଶ ତମ ପାଖରେ ଋଣୀ । ଆସନ୍ତା କାଲି ତା'ର ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । ତା'କୁ ସ୍ୱାଗତ କରିବା ପାଇଁ ଆମକୁ ସବୁ ଯିବାକୁ ହେବ ଭୁବନେଶ୍ବର ବିମାନ ବନ୍ଦରକୁ । ତମେ ଆଉ ଡେରି କରନାହିଁ, ଶୀଘ୍ର ଲୁଗାପଟା ପିନ୍ଧି ବାହାର । ସାରିଆ ଆଖିରେ ଲୁହନଥିଲା । ସେ ଯନ୍ତ୍ରବତ୍ ଲୁଗାପଟା ପିନ୍ଧି ଗାଡିରେ ଆସି ବସିଥିଲା । ତାର ସାଙ୍ଗରେ ଆସି ଥିଲେ ଗାଁର ସରପଞ୍ଚ ଓ ଆଉ କେଇଜଣ ଗ୍ରାମବାସୀ । ଗାଡି ଚାଲିବାକୁ ଆରମ୍ଭ କରି ଥିଲା ଭୁବନେଶ୍ବର ଅଭିମୁଖେ । ଗାଡି ସିନା ଆଗକୁ ଆଗକୁ ଚାଲୁଥିଲା ହେଲେ ସାରିଆର ମନ ଉଡି ଯାଉଥିଲା ପଛକୁ ପଛକୁ ।

ପଚିଶ ବର୍ଷ ତଳେ ତା'ର ସ୍ଵାମୀ ଧରଣୀ ନାଏକ ତାକୁ ସାଥୀରେ ଧରି ଫୁଲବାଣୀର ଦଣ୍ଡପଦର ଗାଁ ଛାଡ଼ି ରୋଜଗାର ଖୋଜି ଖୋଜି ଭୁବନେଶ୍ବର ଆସିଥିଲା ଜଣେ ଠିକାଦାର ଜରିଆରେ । ସ୍ବାମୀ ସ୍ତ୍ରୀ ଦୁଇ ଜଣ ଯାକ ମୂଲିଆ କାମ କରୁଥିଲେ ଠିକାଦାର ପାଖରେ ଆଉ ରହୁଥିଲେ ମୁଣ୍ଡାବସ୍ତିରେ। ଦିନରାତି କାମ କରିକରି ପଇସା ରୋଜଗାର କରୁଥିଲେ ସତ କିନ୍ତୁ ମନରେ ପିଲାଟିଏ ପାଇଁ ଖୁବ୍ ଅବଶୋଷ ଥିଲା। ବାହାଘରର ଦଶ ବର୍ଷ ପରେ ବି ସାରିଆର କୋଳ ଶୂନ୍ୟ ଥିଲା ,ସେଇ ଚିନ୍ତାରେ କି କଣ ଧରଣୀର ପିଆପିଇ ବଢିଯାଇଥିଲା ପ୍ରଚୁର ପରିମାଣରେ । ସେମିତି ପିଇକି କାମ କରୁଥିବା ସମୟରେ ଦିନେ ସେ ତିନିମହଲା ଛାତ ଉପରୁ ଗଳି ପଡି ପଙ୍ଗୁ ହୋଇ ଗଲା । ସାରିଆର ସଂସାରଟା ଛାରଖାର ହୋଇଗଲା । ଏକୁଟିଆ ମାଇପି ଲୋକଟି କେତେ ରୋଜଗାର କରିବ ଯେ ଘର ଚଳେଇବ ତା ଉପରେ ପୁଣି ଧରଣୀର ପଥିପାଂଚଣ । ସେଥିଲାଗି ସାରିଆ ଏବେ ଦିନ ମଜୁରିଆ କାମ ସହିତ ବାହାଘର ଲାଇଟ୍ ମୁଣ୍ଡାଇବାକୁ ମଧ୍ୟ ଯାଉଥିଲା । ଥରକୁ ତିନିଶହ ଟଙ୍କା ଦେଉଥିଲା ଠିକାଦାର । ଏମିତି ଦିନେ ଲାଇଟ୍ ମୁଣ୍ଡା କାମ ସାରି ଘରକୁ ଫେରିଲା ବେଳକୁ ରାତି ଦୁଇଟା ବାଜି ସାରିଥାଏ । ସାଙ୍ଗରେ ଯାଇଥିବା ଲୋକମାନେ ଯିଏ ଯାହା ଘରକୁ ଫେରି ଗଲା ପରେ ଏକା ଏକା ଘରକୁ ଫେରୁଥାଏ ସାରିଆ । ତାଙ୍କ ବସ୍ତିର କିଛି ବାଟ ପୂର୍ବରୁ ପଡେ ଗୋଟିଏ କିଆବୁଦା । ସେଇ ବୁଦାମୂଳରେ ପହଞ୍ଚିବା ବେଳକୁ କଣ ଗୋଟାଏ ଖସ୍ ଖସ୍ ଶବ୍ଦ ଶୁଣି ପାରିଲା ସେ । ସାପ ହୋଇଥିବ ଭାବି ପାଖରେ ପଡିଥିବା ବାଡି ଟିକୁ ଧରି ବୁଦାମୂଳକୁ ଆଗେଇ ଗଲା ସାରିଆ, ଦେଖିଲା କଣ ଗୋଟିଏ ପୁଟୁଳି ଧରି ଟାଣୁଛି କାଳିଆ କୁକୁରଟାଏ । ହୁସ୍ ହୁସ୍ କରି ଘଉଡେଇ ଦେଲା ତାକୁ ଏବଂ ଚାଲିବାକୁ ଆରମ୍ଭ କଲା।

ଦି ଚାରି ପାଦ ଆଗେଇଛି କି ନାହିଁ ଶୁଣାଗଲା ଗୋଟେ ଅସ୍ପଷ୍ଟ କୁଆଁ କୁଆଁ ଶବ୍ଦ । ଚମକି ଉଠିଲା ସାରିଆ,ଏଠି ଏ ଅପନ୍ତରା ଯାଗାରେ ଏମିତି ଶବ୍ଦ କୁଆଡୁ ଆସୁଛି ବୋଲି ଧାଇଁଲା ବୁଦାମୂଳକୁ । ପୁଟୁଳିଟାକୁ ଟାଣି ଆଣି ଖୋଲି ପକେଇଲା, ତା' ଭିତରେ ଦେଖିଲା କଅଁଳା ଛୁଆଟିଏ, ନାହିନାଡ ଲାଗିଛି, ଦେହଯାକ ରକ୍ତ ଲାଳ ବାଲୁବାଲୁ , କୁଆଁ କୁଆଁ ହୋଇ କାନ୍ଦି ଚାଲିଛି । କିଏ କୋଉଠି ପାଖରେ ଥିବ ଭାବି ଚାରିଆଡ଼କୁ ଅନେଇଲା ସିଏ। କେହି ଦେଖା ନଯିବାରୁ ପୁଟୁଳିଟାକୁ ଉଠେଇ ଆଣିଲା ସାରିଆ । କୋଳରେ ଧରି ଘରକୁ ଫେରି ଧରଣୀକୁ ସବୁ କଥା କହିଲା । ଈଶ୍ବର ଏ ପିଲାଟିକୁ ଆମକୁ ଦେଇଛନ୍ତି । ଆମ ଶୂନ୍ୟ କୋଳ ପୁରଣ କରିଛନ୍ତି କହି ପିଲାଟିକୁ ଧୁଆ ପୋଛା କରିବାରେ ଲାଗିଗଲା । ଧରଣୀ ଇଆଡେ ଗାରୁଗାରୁ ହେଉଥାଏ 'କାହା ଛୁଆ କେଜାଣି, କୋଉ କୁଆଁରୀ ମାଆର ପାପଗର୍ଭ ହୋଇଥିବ, ଜାତି ଗୋତ୍ର କଣ ହୋଇ ଥିବ , କାଲି ସକାଳୁ ପୁଲିସ ଆସି ତତେ ଧରିବ ଇତ୍ୟାଦି ଇତ୍ୟାଦି ' ସେ କଥା ସବୁ ସାରିଆ କାନରେ ପଶୁ ନଥାଏ, ତେଲ ହଳଦୀ ଲଗେଇ ଗାଧୋଇ ଦେଲା ପରେ କଅଁଳା ପୁଅଟିକୁ ଦେଖି ତ।' ମନ ଖୁସିରେ ନାଚି ଉଠୁଥାଏ, ତ।' ଶୁଖିଲା ଥନରେ କ୍ଷୀର ଉତୁରି ଆସୁଥାଏ ଯେମିତି । ଛୁଆଟାକୁ କୋଳରେ ଧରି ବହେ ଗେଲ କରି ପକାଉଥାଏ, ହସି ହସି ଗଡି ଯାଉଥାଏ । ଧରଣୀ ଭାବିଲା ସାରିଆ ପାଗଳ ହୋଇଗଲାଣି ବୋଧହୁଏ। କାହାରିକୁ କିଛି ନ କହି ତା'ଘର ଦିନ ସକାଳୁ ଧରଣୀ ଆଉ ପୁଅକୁ ନେଇ ଗାଁ ବସ୍ ଧରିଲା ସାରିଆ। ଗାଁ ରେ ଖଟିଲା ଖାଇଲା, ଧରଣୀ ଆଉ ପୁଅକୁ ଧରି ନୂଆ କରି ଜୀବନ ଆରମ୍ଭ କଲା ସାରିଆ । ୟା ଭିତରେ ଗାଁ ନଦୀରେ କେତେ ପାଣି ବୋହି ଯାଇଛି, ଧରଣୀ ତାକୁଛାଡ଼ି ଚାଲିଯାଇଛି, ତା'ପୁଅ ସାହେବ ସ୍କୁଲ, କଲେଜ ପାଠ ସାରି ସୀମା ସୁରକ୍ଷା ବାହିନୀରେ ଯୋଗଦେଇ କାଶ୍ମୀରର କୁପ୍ ୱାଡାରେ ପୋଷ୍ଟିଂ ହୋଇଛି , ସେ ସବୁ ତା 'ପାଇଁ ଇତିହାସ ହୋଇ ରହି ଯାଇଛି ।

ଢୋ କିନା ଗୋଟାଏ ଶବ୍ଦରେ ଚେତା ପଶିଲା ସାରିଆର । ଚମକି ଉଠି ଦେଖିଲାବେଳକୁ ସେ ଠିଆ ହୋଇଛି ଗୋଟିଏ ବଡ ପଡିଆ ଭିତରେ । ଶହଶହ ପୋଲିସ୍ ପୋଷାକ ପିନ୍ଧା ଲୋକମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି ହାତରେ ବଡବଡ ବନ୍ଧୁକମାନ ଧରି । ସେମାନଙ୍କୁ ଭିତରୁ କେତେଜଣ ଗୋଟିଏ ବଡ କଳାବାକ୍ସ କାନ୍ଧରେ ବୋହି ଆଣୁଛନ୍ତି, ବାକ୍ଯଟି ଉପରେ ଘୋଡା ହୋଇଛି ଭାରତର ଜାତୀୟ ପତାକା ,ଫୁଲମାଳରେ ସଜ୍ଜିତ ହୋଇଛି ବାକ୍ଯଟି । ଆଚମ୍ବିତ ହେଲା ସେ ,କ'ଣ ଅଛି ସେ ବାକ୍ଯରେ ? ଯାହା ଲାଗି ଏତେ ସାଜ ସଜ୍ଜା । ପଛପଟୁ ଶୁଣାଗଲା ସରପଞ୍ଚଙ୍କର ଫିସ୍ ଫିସ୍ କଥା ଏଇ ଆସି ଗଲା ତୁମ ପୁଅର ଶବ । ପ୍ରକୃତିସ୍ଥ ହେଲା ବେଳକୁ ଶୁଭିଲା ଢୋ ଢୋ ହୋଇ ବନ୍ଧୁକରୁ ତୋପସଲାମୀ ଦେବାର ଶବ୍ଦ, ତା'ପରେ ଜାତୀୟ ସଂଗୀତର ମୂର୍ଚ୍ଛନା, ଶହୀଦ ସାହେବ ନାଏକ ଅମର ରହେର ସ୍ବରରେ କମ୍ପି ଉଠିଲା ଗଗନ ପବନ । ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ ଆଗେଇ ଯାଉଥିଲା ସାହେବର ମରଶରୀର ଆଗକୁ ଆଗକୁ । ସାରିଆ ଆଖିରେ ଲୁହ ନଥିଲା ତା'ଛାତି ଗର୍ବରେ ଫୁଲି ଉଠୁଥିଲା, ସେ ଭାବୁଥିଲା ତା ମାତୃତ୍ବ ସାର୍ଥକ ହୋଇଛି ।


Rate this content
Log in

Similar oriya story from Tragedy