Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational

2  

Titi Sarangi

Inspirational

ମମତାଜ୍

ମମତାଜ୍

4 mins
6.9K


ଆଜିକାଲି ଶାରଦା ଭାରୀ ଏକୁଟିଆ ଫିଲ୍ କରୁଛନ୍ତି ।ପିଲେ ଛୋଟଥିଲା ବେଳେ କେମିତି ସକାଳ ଆସୁଥିଲା ଆଉ ରାତି ହଉଥିଲା ସେ ଜାଣି ବି ପାରୁ ନଥିଲେ ।ଚକି ଭଳି ପେଷି ହଉଥିଲେ ସେ ।ନିଜ ଚାକିରୀ ,ପିଲାଙ୍କ ଶିକ୍ଷା ଆଉ ସ୍ବସ୍ଥ୍ଯର ବିଶେଷ ଯତ୍ନ ଘରକରଣା ଭିତରେ ବେଳେବେଳେ ଭବୁଥିଲେ ଦିନର ନିର୍ଘଣ୍ଟଟା ଆଉଟିକେ ଅଧିକ ହେଇଥାନ୍ତା ହେଲେ ।ନିଜ ପାଇଁ ବ୍ଯକ୍ତିଗତ ସମୟ ସେ କେବେ ବି ପାଆନ୍ତିନି ।ଛୁଟୀହେଲେ ସବୁବେଳେ ଦୂରରେ ରହୁଛ ବୋଲି ଅଭିଯୋଗକୁ ଟିକେ ହାଲୁକା କରିବା ପାଇଁ ଛୁଟିଯାନ୍ତି ବୋହୂପଣିଆ କରିବାକୁ ।ସପ୍ତାହରେ କି ପର୍ବପର୍ବାଣୀରେ ଯାହା ଛୁଟୀମିଳେ ସେଥିରେ ସମସ୍ତଙ୍କ ପସନ୍ଦର ଖାଇବା ରାନ୍ଧିବା,ବିଶେଷ ପର୍ବଥିଲେ ପାଳିବା(ନହେଲେ ପିଲେ ଆମ ସଂସ୍କୃତିକୁ ଚିହ୍ନିବେ କେମିତି )କି ପିଲାଙ୍କ ଷ୍ଟଡିରେ କିଛି ହାର୍ଡ ପଏଣ୍ଟ ଥିଲ କ୍ଳିଅର୍ କରିବାରେ ସମୟ ଯାଉଥିଲା ।ଏବେ କିନ୍ତୁ ସେସବୁ କିଛି ନାହିଁ ।ସତେ ତ ,ସମୟ ପକ୍ଷୀରାଜ ଘୋଡା ଚଢି ଦୌଡୁଛି ।କାଲି ପରି ଲାଗୁଛି ସବୁକିଛି ହାତପାଖେ ଥିଲା ,ଆଜି ଦୂରେଇ ଯାଇଛି ।

କେତେବେଳେ ସେ ପାଠ ପଢୁଥିଲେ ।କେତେ ଜଲ୍ଦି ସେ ବାହାହେଲେ ,ମାଆହେଲେ ,ଶିକ୍ଷୟିତ୍ରୁ ବି ହେଲେ ।ସବୁ ଜୄଂଜାଳରୁ କେତେ ଜଲ୍ଦି ଅବସର ଦେଇଦେଲାସମୟ ସେକଥା ଭାବିଲେ ନିଜ ପାଖରେ ନିଜକୁ ଆଶ୍ଚର୍ଯ୍ଯ ଲାଗେ ।ଏବେ ପିଲେ ଯିଏ ଯାହାର କର୍ମବ୍ଯସ୍ତ ଜୀବନ ଜୀଉଁଛନ୍ତି ।ହେଲେ ସେମାନେ ଏବେ ବି ସେଇ ପିଲା ହେଇ ଅଛନ୍ତି ତାଙ୍କ ନଜରରେ ।ସେଇଥି ପାଇଁ କି କଣ ପଡିଶା ଘରେ ଏବେ ଆସି ଭଡାରେ ରହୁଥିବା ସେଇ ଝିଅଟି ପ୍ରତି କେମିତି ଏକ ବାତ୍ସଲ୍ଯ ଭାବ ଆସିଯାଏ ତାଙ୍କର। ନୂଆ ବାହା ହେଇଛନ୍ତି ସେମାନେ।ପ୍ରେମ ବିବାହ ବୋଲି ଦିନେ କଥା ହେଲା ବେଳେ କହିଥିଲା ।ଦିଜଣ ଯାକ ଚାକିରିଆ ।ପ୍ରାଇଭେଟ୍ କମ୍ପନୀ ଚାକିରୀ ।ସକାଳୁ ଯାନ୍ତି ,ଫେରନ୍ତି ଛ'ଟା ପରେ ।ଦି ଜଣଙ୍କୁ ଦେଖିଲେ ତାଙ୍କ ମନ ଖୁସି ହେଇଯାଏ ।ମନେ ହୁଏ ଦିଜଣ ଦିଜଣଙକୁ ପାଇ ଖୁସି ଅଛନ୍ତି ।ହେଲେ ବେଳେବେଳେ ରାତି ଅଧରେ ଭାରୀ ଝଗଡା ଶୁଭେ ।ସକାଳୁ ସେ ଦେଖନ୍ତି ଦିହିଁଙ୍କ ମୁହଁ ଶୁଖି ଯାଇଛି ।ପୁଅଟି ପ୍ରାୟ ଚେଷ୍ଟା କରେ ତାଙ୍କ ସାମ୍ନାକୁ ନଆସିବାକୁ ।ଆଭଏଡ୍ କରି ପଳାଏ ।ଝିଅଟି ପଚାରିଲେ ଅଳ୍ପ କିଛି କୁହେ ।ବେଳେବେଳେ ସେ ଭାବନ୍ତି ପଚାରି ଦେବେ ।କିନ୍ତୁ ତାଙ୍କ ପ୍ରାଇଭେଟ୍ ମ୍ଯାଟର୍ ସେସବୁ ।ତେଣୁ ଇଛା ଥିଲେ ବି ପଚାରି ପାରନ୍ତିନି ।

ଝଣ୍ କରି କଣ ଗୋଟେ ପଡିଲା ରାତି ଅଧରେ ।ଚମକି ପଡି ସେ ଉଠି ପଡିଲେ ।ସେଇ ପାଖ ଘରୁ ତ !କିଛି ପାଟି ଶୁଭୁଥିଲା ।ବିରକ୍ତ ଲାଗିଲା ତାଙ୍କୁ ।କାଳ ଯାଇ ନଟାରେ ପଶିଲାଣି ।ନହେଲେ ଘରଟା ଭିତରେ ଏମିତି ରୋଜ୍ ଖଟଖଟ୍ ହବାଟା କଣ ଠିକ୍ ହଉଛି ?ପାଠଶାଠ ପଢିଛ ।ଏଗୁଡା ପରସ୍ପର ପ୍ରତି ଭଲ ପାଇବା ନା ଛତୁ ।କେତେ ସହୁଥିଲେ ତାଙ୍କ ସମୟର ସେ ।ଘରେ ପାଟି ନହେବା ପାଇଁ ଆଉ ସମ୍ପର୍କକୁ ବଜାୟ ରଖିବା ପାଇଁ ଏକରକମ ମୁଣ୍ଡ ନୁଆଇଁ ହିଁ ଚଳୁଥିଲେ ସିଏ ।ନାଇଁ କାଲି ସେ ଝିଅକୁ କିଛି ହେଲେ ବୁଝେଇ କହିବେ ।ଏତେ ମିଶୁଛି ତାଙ୍କ ସାଙ୍ଗେ ।ଏତିକି କହିବା ଅଧିକାର ତାଙ୍କର ଅଛି ନିଶ୍ଚୟ ।ଭାବୁଭାବୁ ନିଦେଇ ଗଲେ ।କଲିଂ ବେଲ୍ ଶବ୍ଦରେ ନିଦ ଭାଙ୍ଗିଲା ।କେକ୍ ,ମିଠା ଗୋଟେ ପ୍ଳେଟ୍ ରେ ଧରି ସେଇ ଝିଅଟି ହସୁଛି ।ହସି ହସି ମୁଣ୍ଡିଆ ମାରୁଛି ।କେମିତି ଗୋଟେ ମାୟା ଆସିଗଲା ତା ପ୍ରତି ।ହେଲେ ଗତରାତି କଥା ମନେ ପକେଇ ସେ ଗମ୍ଭୀର ହେଇଗଲେ ।ତାଙ୍କ ମୁହଁକୁ ପଢି ପକେଇ ଲା ବୋଧେ ଝିଅଟା।

'ଆଣ୍ଟି କାଲି ଆମର ମ୍ଯାରେଜ୍ ଆନିଭର୍ସାରୀ ଥିଲା ।ବ୍ଳେସିଙ୍ଗ୍ସ୍ କରନ୍ତୁ ।"ପରିସ୍ଥିତିକୁ ହାଲୁକା କରିବାକୁ କହିଦେଲା ସେ । "କଣ ସବୁଦିନ ଝଗଡା ଲାଗୁଥା ବୋଲି ବ୍ଳେସିଙ୍ଗସ ଦେବି?" ମନର ଭାବକୁ ନ ଲୁଚେଇ କହିଲେ ଶାରଦା ।ହଠାତ୍ ମୁହଁ ଶୁଖିଗଲା ତାର ।ତଥାପି ନଡାକୁଣୁ ମନକୁ ମନ ଘର ଭିତରକୁ ପଶି ଡାଇନିଂ ଚଉକିଟେ ଟାଣି ଆଣି ବସି ପଡିଲା ।ସେଇ ଦୁଆର ମୁହଁଟାରେ ଠିଆ ହେଇ ଶାରଦା ତାକୁ ଦେଖୁଥାନ୍ତି ଥ ହେଇ ।କି ଅଜବ ଝିଅଟେ !ତାଙ୍କ ହାତ ଧରି ଟାଣିଲା ସେ ଭିତରକୁ ।ଆଉ କହିଲା ତା କଥା ।ଯାହା କି କଥା ନୁହେଁ ତ ପଦ୍ମତୋଳା ଶୁଣଉଛି ତାଙ୍କ ଭିତରେ ଭିଡି ମୋଡି ହେଉଥିବା ସୄଂସାର ନାମକ ସର୍ପକୁ।ତାଆରି କଥା ତାଆରି ଭାଷାରେ ---

"ଆମର ପ୍ରେମ ବିବାହ ।କିନ୍ତୁଷ୍ଟଡି ଟାଇମ୍ ରେ କଟଉଥିବା ସମୟ କଣ ଆମର ଆଉ ଅଛି ।ଏବେ ଆମେ ରେସ୍ପନ୍ସିବଲ୍ କପଲ୍ ।ଏବେ ଏକା ଅଛୁ ।କାଲିକୁ ଛୁଆ ହବ। ତାର ବି ଦାୟିତ୍ବ ରହିବ ।ଯେହେତୁ ଇକୋନୋମିକାଲ୍ ଗେନ୍ ପାଇଁ ଆମେ ଦୂରରେ ଅଛୁ ଫ୍ଯାମିଲୀରୁ କିଏ କଣ ସବୁବେଳେ ଆମ ପାଖକୁ ଆସି ରହି ପାରିବ ।? ହେଲେ ମୋ ସ୍ବାମୀ ଏସବୁ ବୁଝନ୍ତିନି ।ଭାରୀ କେୟାର୍ ଲେସ୍ ।ଏମିତିକି ଟଙ୍କା ପଇସାରେ ବି ।ଦିଜଣ ରୋଜଗାରିଆ ବୋଲି ମନଇଛା ନ ଭାବି ନ ଚିନ୍ତି ,ଫ୍ଯାମିଲୀ ଫ୍ରେଣ୍ଡସ୍ ଯିଏ ଯାହା ମାଗିଲା ଦେଇ ଦିଅନ୍ତି ।ନିଜର ଦର୍କାର ବେଳେ ଅନ୍ଯକୁ ଧାର୍ ମାଗନ୍ତି।ଏମିତିରେ କଣ ଚଳିହବ ?କହିଲେ ଝଗଡା କରନ୍ତି ।ସେଥିପାଇଁ ଆମ ଭିତରେ ପାଟିତୁଣ୍ଡ ।ସମ୍ପର୍କ ରଖିବା ପାଇଁ ଖାଲି ଚୁପ୍ ରହିଗଲେ କଣ ଚଳିବ ?"

କାବା ହେଇ ତା ମୁହଁକୁ ଚାହିଁଥାନ୍ତି ସେ।ଏମିତି କିଛି କଣ ତାଙ୍କ ଜୀବନରେ ଆସିନି ?ହେଲେ ଘରେ ଅଶାନ୍ତି ନହେଉ ବୋଲି କେତେ କଣ ସେ ନସହିଛନ୍ତି ?ସହିଯିବାଟା ଠିକ୍ ।କିନ୍ତୁ କଣ ସବୁକିଛି ସହିଯିବା ସବୁବେଳେ ଠିକ୍ ?ୟାଠୁ ତ ଆହୁରି ଅନେକ କିଛି ସେ ସହିଛନ୍ତି ବିନା ପ୍ରତିବାଦରେ ।ଖାଲି ଲୋକ କଣ ଭାବିବେ ଭାବିଭାବି ଅନେକ ଅନ୍ଯାୟ ସେ ବରଦାସ୍ତ କରିକରି ନିଜ ଭିତରଟାକୁ କେବଳ ଅଶାନ୍ତିର ନିଆଁରେ ଜାଳି ଆସିଛନ୍ତି।ଅନ୍ଯମନସ୍କ ହେଇପଡୁଥିଲେ ସେ ।"ଯାଉଛି ଆଣ୍ଟି ।ମୋତେ ଭୁଲ୍ ବୁଝିବେନି ।କେତେବେଳେ ସହିବା ତ କେତେବେଳେ କହିବା ।ନହେଲେ ସେ କରୁଥିବା ଭୁଲ୍ କୁ ସେ ବୁଝିବେ କେମିତି ?ମୁଁ ମମତାଜ୍ ନୁହେଁ।କିନ୍ତୁ ମୋ ସଂସାର ପାଇଁ ମୋତେ ଏତିକି ତ କରିବାକୁ ହବ ନା "

ତାଙ୍କ ଉତ୍ତରକୁ ଅପେକ୍ଷା ନକରି ସେ ଚାଲିଗଲା ଅଫିସ୍ ଟାଇମ୍ ହେଇ ଯାଉଛି କହି।ଶାରଦା କିନ୍ତୁ ତା ଭିତରର ମମତାଜ୍କୁ ଦେଖି ପାରୁଥିଲେ ।ତାଙ୍କୁ ଆଉ ସେ ଝଗଡା ଦିଶୁ ନଥିଲା ।ମନେ ପଡୁଥିଲା କୋଉଦିନ ସେମାନେ ଫେରୁଥିଲେ ଲେଟ୍ ନାଇଟ୍ ଫିଲିମ୍ଦେଖି ,କୋଉଦିନ ସିମଲା ବୁଲି ଯିବାର ଦୃଶ୍ଯ।ଶୁଆ ସାରୀ ଭଳି ମନେ ହେଉଥିଲେ। ସେ ମମତାଜ୍ ନୁହେଁ ତ ଆଉ କଣ? ତା ସଂସାରର ମଙ୍ଗଳ ପାଇଁ ସେ ଏତିକି କରିବା ଜରୁରୀ ।ଏମିତି ଝଗଡାରେ ରାଗ ଅହଙ୍କାର ନଥାଏ ।ପ୍ରଛନ୍ନ ଭାବେ ଥାଏ ଭଲପାଇବା ।


Rate this content
Log in

Similar oriya story from Inspirational