Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SASMITA ACHARJYA

Drama

0.9  

SASMITA ACHARJYA

Drama

ପ୍ରେମ ବିଚ୍ଛେଦର ପୂନର୍ମିଳନ

ପ୍ରେମ ବିଚ୍ଛେଦର ପୂନର୍ମିଳନ

6 mins
7.2K


5 ବର୍ଷ ତଳର କଥା, ସେଥିରେ ଅଛନ୍ତି ଗୋଟିଏ ଝିଅ ଓ ଗୋଟିଏ ପୁଅ । ପୁଅର ନାମ ଥିଲା ବାନି ଓ ଝିଅର ନାମ ଥିଲା ମାମା । ଦୁହେଁ ଭଲ ସାଙ୍ଗ ଥିଲେ ଓ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଦଶମ ଶ୍ରେଣୀ ପରେ ଉଚ୍ଚ ଶିକ୍ଷା ପାଇଁ ଦୁହେଁ ଅଲଗା ମହାବିଦ୍ୟାଳୟରେ ନାମ ଲେଖାଇଲେ । ମାମା ରହି ପାଠ ପଢିଲା ଜୟପୁର ଓ ବାନି , ରାୟଗଡାରେ। ତାଙ୍କ ମଧ୍ଯରେ ସଂପର୍କ ବିଚ୍ଛେଦ ହେଇଗଲା । ଦୁହେଁ ଉଚ୍ଚ ଶିକ୍ଷା ଲାଭ କରି ମାମା ଚାକିରୀ କଲା ଭୁବନେଶ୍ବରରେ ଓ ବାନି ରାୟଗଡାରେ।

ଏକ ବର୍ଷ ପରେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ମାମା କିଛି ସାଙ୍ଗ ମାଧ୍ୟମରେ ଫେସ୍ ବୁକ୍ ରେ ପୁନଃ ବାନି ସହ ସାକ୍ଷାତ ହେଲା । ଫୋନ୍‌ରେ କଥାବାର୍ତ୍ତା ଆରମ୍ଭ କଲେ । ମାମା ସବୁ କଥା କୁହେ ବାନିକୁ । ବାନି ମଧ୍ଯ ସବୁ ଦୁଃଖ ସୁଖ କଥା ବାଣ୍ଟେ ମାମାକୁ ।ଦୁହେଁ ଦୁହିଙ୍କର ଭଲରେ ଯତ୍ନ ନେଉଥିଲେ। ସୁବିଧା ଓ ଅସୁବିଧାରେ ସବୁ ଯାଗାରେ ଠିଆ ହେଉଥିଲେ ପାଖରେ । ମାମା ଓ ବାନି ସ୍ନେହ,ପ୍ରେମ ଓ ଆଦରରେ ନିଜର କରୁଥିଲେ ଅନ୍ୟକୁ । ଅନ୍ୟକୁ ସାହାର୍ଯ୍ୟ , ସହଜୋଗର ହାତ ବଢାଉଥିଲେ । ଉଭୟ ସାଂଗ ପାଇିଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ । ତାଂକ ଜୀବନରେ ସାଂଗ ସବୁଠୁ ବଡ ଥିଲା ।

କିନ୍ତୁ ବାନି, ମାମାକୁ ମନେ ମନେ ପ୍ରେମ କରିବସିଥିଲା । କିନ୍ତୁ ସେ କେବେ ମାମା କହିବାକୁ ସାହାସ କରୁନଥିଲା , କାରଣ ମାମା ଭଲ ପାଇବା କଥାକୁ ଘୄଣା କରୁଥିଲା । ତାର ସାଂଗ ପ୍ରେମରେ ଜୀବନ ହାରିଦେଇଛି । ସେବୁଠୁ ସେ କାହାରିକୁ ବି ଭଲ ପାଇବାକୁ ନିଜକୁ ଅନୁମତି ଦିଏନି । ଭଲ ପାଇବା କଥା ଶୁଣିଲେ ସେ ରାଗରେ କଣ କଣ କରିଦିଏ ।

ଏହାପରେ କିଛି ଦିନ ଗଲା। ଉଭୟ ନିଜ କାମରେ ରହିଲେ। କିଏ କାହାକୁ ସମୟ ଦେଇପାରିଲେ ନାହିଁ । କିଏ ବି ଫୋନ୍‌ରେ ଆଉ କଥା ହେଇପାରିଲେ ନାହିଁ । ୪ ମାସ ଯାଏଁ କଥା ହେଇନଥିଲେ କି କାହାକୁ ଦେଖି ନଥିଲେ ସ୍କୁଲ ପରଠୁ । ମାମା ଯିବାର ଥିଲା ରାୟଗଡା, ସେଥି ଲାଗି ସେ ଫୋନ୍ କରିଥିଲା କିନ୍ତୁ ସେ ଫୋନ୍ କରିଲା ନାହିଁ । ସେ ଗଲା ରାୟଗଡା ରହିଲା ମେ ମାସ ପୁରା, କିନ୍ତୁ ଗୋଟିଏ ଦିନ ବି ସେ ଵାନି ସହ ମିଶିଲା ନାହିଁ । ଜୁନ୍ ୧୩ ରେ ସେ ଆଉ ତା ମା ଭୁବନେଶ୍ବର ଯିବା ପାଇିଁ ବସିଥିଲେ ରାୟଗଡା ରେଲ୍ ଷ୍ଟେସନ୍ । ମାମାର ବାପା ବି ଯାଇଥିଲେ କାହାକୁ ରିସିବ୍ କରିବାକୁ । ସେଠି ବାନି ବି ଆସିଥିଲେ । ସେ ବାବାକୁ ଦେଖିଲା କଥା ହେଲା ପଚାରିଲା ଘରେ ସବୁ ଭଲ ଅଛନ୍ତି । ବାପା ହଁ କହିଲେ । ସେ କହିଲେ ମାମା ଆସିଛନ୍ତି । ଆଜି ଯିବେ ସେ ଆଉ ତା ମା ସହ ଭୁବନେଶ୍ବରକୁ, ସେଠି ସେମାନେ ବସିଛନ୍ତି । ବାନି, ମାମାକୁ ଦେଖିଲା ଓ ପାଖକୁ ଆସିଲା କହିଲା, ମାମା ମୁଁ ତମ ସାଂଗ ଜାଣିପାରୁଛ ବାନି । ମାମା ହଁ ଜାଣିପାରିଲି । ସେ ଦିନ ମାମା ସୁନ୍ଦର ଲାଗୁଥିଲା, ତାକୁ ଦେଖି ବାନିର ଭଲ ପାଇବା କଥା ପୁଣି ଆସିଗଲା ମନରେ । ଉଭୟ ନିଜ ବାଟରେ ଚାଲିଗଲେ । ତା ପର ଦିନ ବାନି ଫୋନ୍ କଲା ଓ ମାମାକୁ କ୍ଷମା ମାଗିଲା କାରଣ ସେ ମାମା ସହ ଠି୍କରେ କଥା ହେଉନଥିଲା ଓ କିଛି ଅସୁବିଧା ଥିଲା ସେ କଥା ସବୁ କହିଲା । ପରେ ସବୁ ଆଗ ପରି ଠିକ୍ ହେଇଗଲା।

କିଛି ଦିନ ପରେ ମାମା ଦେହ ଖରାପ ହେବାକୁ ଲାଗିଲା ସେ କଥା ବାନି ଜାଣିଵା ପରେ ସେ ମାମା ପାଖକୁ ଭୁବନେଶ୍ବର ଆସିଗଲା କିନ୍ତୁ ତା ମୁହଁରେ ଥିଲା ଡର ସତେ ମୋର କିଛି ବଡ ରୋଗ ହୋଇଛି । ମୁଁ ତାକୁ ଛାଡି ଚାଲିଯାଉଛି ସେମିତି ସେ ହଉଥିଲା। ତା ଆଖିରୁ ଲୁହ ବାହାରି ଆସୁଥିଲା ମାମା ପାଇିଁ । ମାମା କହିଲା ମୁ ଠିକ୍ ଅଛି । ପରେ ବାନି ଫେରି ଆସିଲା ରାୟଗଡା । ମାମା ଭଲ ହେବା ପରେ ସେ ଫୋନ୍ କଲା ବାନିକୁ କହିଲା, ଗୋଟଏ କଥା ପଚାରିବି । ବାନି କହିଲା ହଁ ପଚାର । ମୋ ଦେହ ଖରାପ ଶୁଣି ତମେ ଆସିଗଲ ମୋ ପାଖକୁ କଣ ହେଇଛି ତମକୁ । ବାନି କହିଲା, ତୁମେ ବା ମୋ ସାଂଗ । ସାଂଗ ଦେହ ଖରାପ ଯିବିନି କି ? ହଁ ଆସିପାର କିନ୍ତୁ ସେ ଦିନ ମୁଁ ତମ ମନରେ ମୋ ପାଇିଁ ଡର ଦେଖିଲି । ସତ କୁହ ତୁମକୁ ମୋ ରାଣ । ବାନି କହିଲା ମୋତେ ଖରାପ ଭାବିବନି କି ମୋ ଠୁ ଦୁରେଇବାର ନାହିଁ ବୋଲି ଶପଥ କର । ହଁ କୁହ । ବାନି କହିଲା ମୁଁ ତମକୁ ୪ ବର୍ଷ ହେବ ଭଲ ପାଉଛି କିନ୍ତୁ ତମକୁ କେବେ କହିବାକୁ ସାହସ କରି କହି ପାରିଲିନି । କେବେଳ ତୁମେ ହେଇପାରିବ ମୋ ଜୀବନରେ । ତୁମେ ଦୁନିଆରେ ସବୁଠୁ ଭଲ ଲୋକ । ଭଲ ସାଂଗ । ପ୍ରକୃତରେ ଯିଏ ହୃଦୟରେ ସହ ଭଲ ପାଇଥିବ, ସେ କେବେ ଛଳନା କିମ୍ବା କଷ୍ଟ ଦେଇପାରେ ନାହିଁ । ମୁଁ ତୁମକୁ କଥା ଦଉଛି କି ମୁଁ ତୁମ ସହ ଜୀବନ ସାରା ରହିବି । ତୁମକୁ ସବୁ ଖୁସି ଦେବି । ତୁମେ ମୋର ସବୁ କିଛି । ବାନି କହିଲା, ତୁମ ଇଛା, ଘୄଣା କର କିମ୍ବା ରାଗ । ମୁଁ ତୁମକୁ ଜୀବନରେ ଶେଷ ପର୍ଯ୍ୟନ୍ତ ତୁମକୁ ଅପେକ୍ଷା କରିବି । ମାମା କିଛି ଦିନ ସମୟ ମାଗିଲା ।

ବାନି ଆଗ ପରି ମାମା ସହ କଥା ହଉଥିଲା । ବାନି ୨ ଦିନ କିଛି କାମରେ ରହିଗଲା । ସେ ମାମାକୁ କିଛି କହିନଥିଲା । ବାନିର ଦୁର୍ଘଟଣା ହେଇଛି ଗାଡିରେ ଓ ଡାକ୍ତରଖାନାରେ ସେ ଅଛି ବୋଲି ମାମାର ବାପା କହିଲେ ଝିଅକୁ । ମାମା ଚାକିରିରେ ଥିବା ହେତୁ, ସେ ଯାଇପାରିଲା ନାହିଁ ବାନି ପାଖକୁ । କିନ୍ତୁ ସେ ବାନିର ପାଖରେ ଥିବା ସମସ୍ତ ସାଙ୍ଗ ସହ ବାନିର ଭଲ ମନ୍ଦ କଥା ବୁଝୁଥିଲା । ମାମା ସାଇ ବାବାକୁ ପୂଜା କରେ । କୁହେ ତାର ଦେହ ଭଲ ହେଇ ଯାଉ ତାର ନାଁ ରେ ସେ ଦିପ ଦିଏ । ବାବାକୁ ତା ପାଇିଁ ମାନସିକ କରିଥାଏ । ମାମା ସେତେବେଳେ ଅନୁଭବ କରିଲା ଯେ ନିଜ ଲୋକ କଷ୍ଟ କଣ ? ଯିଏ ଯାହାକୁ ଭଲ ପାଇଥିବ ଦୁରେଇ ଗଲେ ତାର ମୂଲ୍ୟ ଜାଣି ହୁଏ । ବାନି ଦେହ ଖରାପ ପରେ ମାମା ଠିକ୍ ସେ ଖିଆ ପିଆ କଲା ନାହିଁ କି ନିଦ ବି ହେଲା ନାହିଁ ଖାଲି ବାନି କଥା ଭାବୁଥାଏ । ୫ ଦିନ ପରେ ବାନି ଭଲ ହେକି କି ଘରକୁ ଫେରିଲା ଓ ମାମା କଥା ତା ସାଂଗ ବାନିକୁ କହିଲା ତୋ ଚିନ୍ତାରେ ତୋ ପାଇିଁ ବ୍ୟସ୍ତ ହେଉଛି ।

ମାମାକୁ ଫୋନ୍ କରିଲା ବାନି କହିଲା ମୁଁ ଠିକ୍ ଅଛି । ମାମା କହିଲା କେଜାଣି କଣ ହେଉଛି କିଛି ଜାଣି ହେଉନି । ନିଦ ଲାଗୁନି କି ଭୋକ ଲାଗୁନି ଖାଲି ତମରି କଥା ଆସୁଛି ତମରି ଛବି ମୋ ଆଖିରେ ଆସୁଛି । ବାନି କହିଲା ମୋ ଦେହ ଖରାପ ଥିବାରୁ ତମକୁକୁ ସେମିତି ଲାଗୁଛି । ଚିନ୍ତା କରନି ଟିକେ ଆରମ କର ଭଲ ଲାଗିବ । ମାମା ଦେଖି ତା ସାଂଗ କହିଲା କଣ ଦେହ ଭଲ ଲାଗୁନିକି ମାମା ଯାହା ସବୁ କଉଥିଲା ସେ ସବୁ କଥା ତା ସାଂଗକୁ କହିଲା । ସାଂଗ କହିଲା ତୁ କାହାକୁ ଭଲ ପାଉଛୁ ମନରେ ସେଥିପାଇିଁ ହଉଛି ସେ ସବୁ । ମାମା ତାର ସାଂଗ କଥାକୁ ଚିନ୍ତା କଲା।

ମାମା ବାନିର ଜନ୍ମଦିନ ଫୋନ୍ କଲା ଆଉ ତାକୁ ଶୁଵେଛା ଦେଲା ଓ କହିଲା ତୁମ ଉପହାର ନେବନି କି ? ବାନି ଦିଅ କହିଲା । ମାମା କହିଲା ତୁମରର ଯାହା ଇଛା ମୋର ତାହା । ବାନି ଜାଣିପାିଲା ନି ମାନେ । ମାମା କହିଲା ମୁ ତମକୁ ଭଲ ପାଉଛି ସେ କଥା ଶୁଣି ବାନିର ଖୁସିରେ ପାଗଳ ହେଇଗଲା । ବାନି ମାମାକୁ କହିଲା ଜୀବନରେ ସବୁ ଅଛି କିନ୍ତୁ ତୁମେ ହିଁ ନଥିଲ ବାସ୍ ତୁମେ ଆସିଗଲ ମୋର କିଛି ଦରକାର ନାହିଁ ସବୁ ମିଳିଗଲା ମୋତେ ।

ଉଭୟ ଭଲ ପାଇବାରେ ହଜିଗଲେ । ସବୁ ବେଳେ ରହିବ ମନରେ ଦୁଃଖ ଓ ସୁଖ କେବେ ଅଲଗା ହେବେ ନାହିଁ । ଜୀବନରେ କେଵେ ବି ଭୁଲି ବେନି କିଏ କାହାକୁ । ଖରାପ ଲୋକ ବି ଭଲ ବାଟରେ ଫେରିପାରିବେ ଘୄଣା କରୁଥିଲେ ସୁଧା ଯଦି ସ୍ନେହ ଓ ପ୍ରେମ ଟିକେ ଆଦର ଦେବ ସବୁ ଭଲହେବ ।

ବର୍ଷେ ପରେ ବାନି ମାମାକୁ ବିବାହ କରିବା କଥା କହିଲା କିନ୍ତୁ ମାମା ମନା କରିଲା କାରଣ ବାନି ଅଲଗା ଜାତି ଓ ମାମା ଅଲଗା ଜାତିର ଥିଲେ । ମାମା କହିଲା ଆମ ଖୁସି ପାଇିଁ ଅନ୍ୟକୁ ହଇରାଣ କରିବା ଉଚିତ ନୁହେଁ । ମାମା ଗାଁରେ କୁଳ ଥିଲା । ସେ ଜାତିର ଲୋକ ସହ ବିବାହ କରିବ ନ ହେଲେ ଗାଁରୁ ବାହର କରି ଦେବେ । ଏକଥା ଶୁଣି ବାନି ରାଜି ଥିଲା । ମାମା କହିଲା ପ୍ରେମ ଅର୍ଥ କେବେଳ ବାହାଘର ନୁହେଁ । ଦୁହେଁ ଦୁହେଁକୁ ଜାଣିବା, ତାର ଦୁଃଖ ସୁଖ ଆପଣାର ଭାବିବା ଓ ଭଲ ପାଇବାରେ ତ୍ୟାଗ କରିବା ଶିଖିବା ଉଚିତ । ତେବେ ସିନା ଜଗତରେ ସଫଳ ହେଇ ପାରିବା । ବାନି ବି ମାମା କଥା ରାଜି ହେଲା ଅନ୍ୟ ଜାଗାରେ ବାହା ହେଲା । ମାମା ବି ସେ ଜାତିର ଲୋକ ସହ ବାହା ହେଲା । ବାନି ଓ ମାମା ସବୁ ବେଳେ ଗୋଟାଏ ବନ୍ଧନରେ ଆବୃତି ହେଲେ ତାହା ହେଲା "ବନ୍ଧୁତା" ଭାବରେ ଖୁସୁରେ ରହିଲେ ॥

କିଛି ଭୁଲ ଥିଲେ କ୍ଷମା କରବେ ପାଠକ ଓ ପାଠିକା ଏତିକି ମୋର ଅନୁରୋଧ।

ସସ୍ମିତା କୁମାରୀ ଆଚାର୍ୟ୍ୟ

ରାୟଗଡା


Rate this content
Log in

Similar oriya story from Drama