Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Abstract

3  

Rasmi Rekha Tripathy

Abstract

ତୁ ଦେଉଥିବୁ ମୁଁ ନେଉଥିବି

ତୁ ଦେଉଥିବୁ ମୁଁ ନେଉଥିବି

1 min
7.3K



       ତୁ ଦେଉଥିବୁ, ମୁଁ ନେଉଥିବି, ତୋ ସୁନ୍ଦର ମୁହଁକୁ ଚାହିଁଥିବି

       ତୁ ଦେବୁନି କି ମୁଁ ନେବିନି ତୋ ସୁନ୍ଦର ମୁହଁକୁ ଚାହିଁବିନି

              ସବୁବେଳେ ବୋଉ ଏହି କଥା ପଦକ କହେ l କିଛି ବୁଝେ, କିଛି ବୁଝି ବି ପାରେନା l ଆଜି କିନ୍ତୁ ବୁଝିପାରୁଛି l ଆଜି ମୁଁ ମୋ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା 2 ମାସ ହୋଇଗଲା l ମୁଁ କିନ୍ତୁ ପ୍ରକୃତରେ ଅବସର ନେଇ ନ ଥିଲି l ଛୁଟିରେ ହିଁ ଥିଲି l ମୋର ଜଣେ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କର ପରାମର୍ଶ କ୍ରମେ ମୁଁ ଅବସର ନେଇଛି ବୋଲି ସବୁଆଡେ ଜଣେଇ ସାରିଥିଲି l ମୋର ଅଧିକାରୀ ମୋତେ ଆଶ୍ୱାସନା ଦେଇଥିଲେ ଯେ ଛୁଟିରୁ ଫେରିବା ପରେ ସେ ମୋର ଦରଖାସ୍ତ ଉପରେ ବିଚାର କରିବେ l ଆଶ୍ଚର୍ଯ୍ୟଜନକ ଭାବରେ ବଦଳି ଯାଇଥିଲା ଦୃଶ୍ୟପଟ ସବୁ l ସମସ୍ତଙ୍କର ସେହି ଗୋଟିଏ ପ୍ରଶ୍ନ, ପନ୍ଦର ବର୍ଷ ଚାକିରି ଥାଇ ମୁଁ ଚାକିରି ଛାଡିଲି କଣ ପାଇଁ ? ଚାକିରି ପାଇବା ଖବର ପାଇବା ଦିନ ଠାରୁ ଚାକିରିରେ ଯୋଗ ଦେବା ପର୍ଯ୍ୟନ୍ତ କେହି ନା କେହି ମୋତେ ଡାକୁଥିଲେ ସେମାନଙ୍କର ଘରେ ଖାଇବା ପାଇଁ l ଭାରତ ସରକାରଙ୍କର ଅଧିନରେ ପ୍ରଥମ ଶ୍ରେଣୀ କର୍ମଚାରୀ l କେତେବେଳେ ତ କାହା କାମରେ ଆସିବି l ଏବେ ବୁଝି ପାରୁଛି, ସେମାନଙ୍କର ଉଦ୍ଦେଶ୍ୟକୁ l ଭାବିଥିଲି ସମସ୍ତେ ମୋର ନିଷ୍ପତ୍ତିକୁ ସ୍ୱାଗତ କରିବେ l କିନ୍ତୁ ମୋ ଧାରଣା ଭୁଲ ଥିଲା l ସମସ୍ତଙ୍କର ଛାଡ ଛାଡ ଭାବ l ବୋଉ ନନା କିନ୍ତୁ ମୋ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ l କିନ୍ତୁ ବହୁତ ଜଣଙ୍କର ଖସି ପଡୁଥିବା ମୁଖାକୁ ଦେଖି ମୁଁ ନିଷ୍ପତ୍ତି ନେଇଥିଲି ପୁଣି ଥରେ ମୋ ଚାକିରିରେ ଯୋଗ ଦେବା ପାଇଁ l କାହିଁକି ନା ଏ ମୁଖା ପିନ୍ଧା ମଣିଷଙ୍କ ଠାରୁ ବେଶ୍ ଭଲ ମୋର ସେହି ଅଲଗା ଦୁନିଆଟି l


Rate this content
Log in

Similar oriya story from Abstract