Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Fantasy Inspirational Romance

5.0  

Writer Roja Panda

Fantasy Inspirational Romance

ଏକ : ଭିନ୍ନ ଏକ କାହାଣୀ

ଏକ : ଭିନ୍ନ ଏକ କାହାଣୀ

5 mins
821


" ଏକୋ ଦେଵଃ କେଶବୋ ବା ଶିବୋ ବା , ଏକା ନାରୀ ସୁନ୍ଦରୀ ବା ଦରୀ ବା ଏକଂ ମିତ୍ରଂ ଭୂପତିର୍ବା ଯଦିର୍ବା , ଏକୋ ବାସହ ପତ୍ତନେ ବା ବନେ ବା " ଅର୍ଥାତ ବିଷ୍ଣୁ ହୁଅନ୍ତୁ ବା ଶିବ ହୁଅନ୍ତୁ ଏକମାତ୍ର ଦେବତାଙ୍କୁ ଆରାଧନା କରିବା ଉଚିତ । ସୁନ୍ଦରୀ ହେଉ ଅବା କୁତ୍ସିତା ହେଉ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେବଳ ଏକମାତ୍ର ସ୍ତ୍ରୀ ଗ୍ରହଣ କରିବା ଉଚିତ । ସେହିପରି ରାଜା ହୁଅନ୍ତୁ କିମ୍ବା ତପସ୍ୱୀ ହୁଅନ୍ତୁ ଏକମାତ୍ର ମିତ୍ର ସ୍ୱୀକାର କରିବା ଉଚିତ । ଗ୍ରାମ ହେଉ ଅଥବା ବନ ହେଉ ଏକ ସ୍ଥାନରେ ବାସ କରିବା ଉଚିତ । ଉକ୍ତ ଶ୍ଲୋକକୁ ନେଇ ଛୋଟ କାହାଣୀଟିଏ ।

ଏକଦା ଗୋଟେ ଗ୍ରାମରେ ଜଣେ ଚରିତ୍ରବାନ ବ୍ରାହ୍ମଣ ଯୁବକ ରହୁଥିଲେ । ଥରେ ସେଇ ଯୁବକ ଜଣକ ନିଜ ପରିବାରର କିଛି ଆବଶ୍ୟକ ପୂରଣ ପାଇଁ ଜଙ୍ଗଲକୁ କିଛି କାଠ ସଂଗ୍ରହ ପାଇଁ ଯାଇଥିଲେ । କାଠ ସଂଗ୍ରହ ସମୟରେ ହଠାତ ଗୋଟେ ବିଷଧର ସର୍ପ କେଉଁଆଡ଼ୁ ଆସି ଉକ୍ତ ଯୁବକଙ୍କ ପାଦକୁ ଦଂଶନ କଲା । ଯୁବକ ଜଣଙ୍କ ଭୂମି ଉପରେ ପଡି ବ୍ୟାକୁଳରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବାରେ ଲାଗିଲେ । କାରଣ ଯୁବକ ଜଣକ ବିଷ୍ଣୁ ଉପାସକ ଥିଲେ । ସେ ପିଲାଟି ଦିନରୁ ଭଗବାନ ବିଷ୍ଣୁଙ୍କର ଆରାଧନା କରି ଆସୁଥିଲେ । ତେଣୁ ବିଷ୍ଣୁ ତାଙ୍କୁ ଏହି ଭୟଙ୍କର ବିପଦରୁ ବଞ୍ଚାଇପାରିବେ ବୋଲି ଆଶା ପୋଷଣ କରି ଅନର୍ଗଳ ତାଙ୍କ ନାମ ଜପି ଚାଲିଲେ ।

ସ୍ଵର୍ଗରେ ଭଗବାନ ବିଷ୍ଣୁ ଏସବୁ ଦେଖୁଥିଲେ । ଏସବୁ ଦେଖି ବିଷ୍ଣୁ ସଙ୍ଗେ ସଙ୍ଗେ ଏକ କୁତ୍ସିତା ନାରୀକୁ ଉକ୍ତ ଯୁବକ ପାଖକୁ ପଠାଇଲେ । କାରଣ ସେଇ କୁତ୍ସିତା ନାରୀ ପାଖରେ ଏପରି ଅପୂର୍ବ ଶକ୍ତି ଥିଲା ଯାହା ଭୟଙ୍କର ବିଷକୁ ବି ଅମୃତରେ ପରିଣତ କରିପାରୁଥିଲା । ଭଗବାନ ବିଷ୍ଣୁଙ୍କ ଆଦେଶ ମାନି ଉକ୍ତ ନାରୀ ମର୍ତ୍ତ୍ୟକୁ ଆଗମନ କରି ଉକ୍ତ ଯୁବକ ପାଖରେ ପହଞ୍ଚିଲେ । ନିଜର ସତୀତ୍ଵ ଏବଂ ଅପୂର୍ବ ଶକ୍ତି ସାହାଯ୍ୟରେ ନାରୀ ଜଣକ ଉକ୍ତ ଯୁବକ ଦେହରୁ ସବୁତକ ବିଷ ହରଣ କଲେ । ଏଥର ଯୁବକ ଜଣକ ଟିକେ ଆଶ୍ୱସ୍ତି ଅନୁଭବ କଲେ ଏବଂ ଗମ୍ଭୀର ସ୍ୱରରେ ସେଇ ଅପୂର୍ବ ନାରୀ ଜଣଙ୍କୁ ଧନ୍ୟବାଦ ଦେବା ଆଳରେ ଧୀରେ ଧୀରେ ତାଙ୍କ ସହିତ ବନ୍ଧୁତା ସ୍ଥାପନ କଲେ ।

ଦୁହିଁଙ୍କ ବନ୍ଧୁତା ସମୟ କ୍ରମେ ପ୍ରେମରେ ପରିଣତ ହେଲା । ଦୁହେଁ ବିବାହ ବନ୍ଧନରେ ବାନ୍ଧିହେଇ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଲେ । ଯୁବକଙ୍କ ମାଆ କିନ୍ତୁ ସେଇ କୁତ୍ସିତା ନାରୀକୁ ନିଜର ବୋହୁ ଭାବରେ ସ୍ୱୀକାର କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ ମାତ୍ର ସେଇ କୁତ୍ସିତା ନାରୀର ଅପୂର୍ବ ଶକ୍ତିକୁ ହାସଲ କରିବାର ମୋହରେ ନିଜ ପୁଅର ନିଷ୍ପତ୍ତିରେ ରାଜି ହେଇଗଲେ । ବିବାହର କିଛିଦିନ ଯେମିତି ସେମିତି କରି କଟିଗଲା ।

ଯୁବକଙ୍କ ମାଆ ଖୁବ ଚାଲାକ ଥିଲେ । କଳେ ବଳେ କୌଶଳେ ସେ ଉକ୍ତ କୁତ୍ସିତା ନାରୀର ଅପୂର୍ବ ଶକ୍ତି ସବୁ ହାସଲ କରିନେଲେ । ତାପରେ ନିଜ ପୁଅକୁ ସେଇ କୁତ୍ସିତା ନାରୀକୁ ବର୍ଜନ କରିବା ଉଦେଶ୍ୟରେ କଥା ଛଳରେ କହିଲେ,- ପୁଅରେ ତତେ ଯେତେବେଳେ ସର୍ପ ଦଂଶନ କଲା ତୁ ବିଷ୍ଣୁଙ୍କୁ ନ ଡାକି ଶିବଶଙ୍କରଙ୍କୁ ଡାକିଥିଲେ ଖୁବ ଭଲ ହେଇଥାନ୍ତା । କାରଣ ସର୍ପ ହେଉଛି ଶିବଙ୍କ ବେକର ହାର । ଶିବ ସମସ୍ତଙ୍କୁ ଶୀଘ୍ର ବର ଦିଅନ୍ତି । ତେଣୁ ଶିବ ସଙ୍ଗେ ସଙ୍ଗେ ତତେ ବରଦାନରେ ବିଷମୁକ୍ତ କରିଥାନ୍ତେ ଆଉ ତତେ ଏଇ କୁତ୍ସିତା ନାରୀକୁ ବିବାହ କରିବାକୁ ପଡିନଥାନ୍ତା । ବିଷ୍ଣୁଙ୍କୁ ଡାକି କି ଲାଭ ପାଇଲୁ ? ସେ ତ ତୋ ଡାକ ଶୁଣି ତୋ ପାଖକୁ ଆସିଲେନାହିଁ । ଶେଷରେ ଏଇ କୁତ୍ସିତା ନାରୀ କବଳରେ ପଡ଼ିଲୁ । ଏଇ ନାରୀ ସିନା ତତେ ବିଷମୁକ୍ତ କରିଦେଲା ହେଲେ ଜୀବନସାରା ତୋ ବେକରେ ସର୍ପ ପରି ଝୁଲିରହିଲା । ତୁ ମୋର ରାଜକୁମାର ପରି ପୁଅ ଆଉ ଏଇ ନାରୀ ଖୁବ କୁତ୍ସିତା । ସେଥିପାଇଁ ଏଇ ନାରୀ ବର୍ଜନ ଯୋଗ୍ୟ ।

ମାଆର କୁମନ୍ତ୍ରଣା ପୁଅର ହୃଦୟକୁ ଖୁବ ଶୀଘ୍ର ବ୍ୟାପିଗଲା । ଯୁଗେ ଯୁଗେ ମାଆର ମନ୍ତ୍ରଣା ସନ୍ତାନମାନଙ୍କୁ ଖୁବ ଶୀଘ୍ର ପ୍ରଭାବ ପକାଏ,ସେ କୁମନ୍ତ୍ରଣା ହେଉ ଅବା ସୁମନ୍ତ୍ରଣା ।

ଯୁବକ ଜଣକ ନିଜ ମାଆ କଥାରେ ପଡି ଉକ୍ତ କୁତ୍ସିତା ନାରୀକୁ ବର୍ଜନ କରି ନିଜ ମାଆ ପସନ୍ଦର ଆଉ ଜଣେ ନାରୀଙ୍କୁ ବିବାହ କଲେ । ପୁଣି କିଛିଦିନ ଦୁଃଖେ ସୁଖେ କଟିଗଲା ।

କିଛିଦିନ ଅତିକ୍ରାନ୍ତେ ଥରେ ପୁନଃର୍ବାର ଯୁବକଙ୍କୁ ସର୍ପ ଦଂଶନ କଲା । ଯୁବକ ଜଣକ ନିଜ ମାଆ କଥାକୁ ମନେ ପକାଇ ଭଗବାନ ଶିବଙ୍କୁ ସ୍ମରଣ କଲେ । କିନ୍ତୁ କିଛି ଲାଭ ହେଲାନାହିଁ । ସ୍ୱୟଂ ବିଷ୍ଣୁଙ୍କୁ ଅବମାନନା କରିଥିବା ଲୋକଙ୍କୁ ଶିବଶଙ୍କର ବା କେମିତି ସାହାଯ୍ୟ କରିଥାନ୍ତେ । ଶେଷରେ ଯୁବକଙ୍କ ମାଆ ଆସି ସେଇ କୁତ୍ସିତା ନାରୀ ଠାରୁ ହାସଲ କରିଥିବା ଅପୂର୍ବ ଶକ୍ତିକୁ ପ୍ରୟୋଗ କଲେ ନିଜ ପୁଅକୁ ରକ୍ଷା କରିବାପାଇଁ । ତାହା ମଧ୍ୟ ବିଫଳ ହେଲା । ଏସବୁ ଉକ୍ତ ଯୁବକର ପ୍ରଥମ ପତ୍ନୀ ସେଇ କୁତ୍ସିତା ନାରୀ ଜାଣିପାରିଲେ । ସେ ସଙ୍ଗେ ସଙ୍ଗେ ଆସି ଯୁବକଙ୍କୁ ନିଜ ଅପୂର୍ବ ଶକ୍ତି ସାହାଯ୍ୟରେ ରକ୍ଷା କରିବାକୁ ପ୍ରୟାସ କଲେ । ଉକ୍ତ ନାରୀ ର ପତିବ୍ରତା ଆଉ ନିଜର ସତୀତ୍ଵ ପାଇଁ ଯୁବକର ଜୀବନ ରକ୍ଷା ପାଇଲା ।

ଏସବୁ ଘଟଣା ପରେ ଯେତେବେଳେ ଯୁବକ ଜଣକ ଆଖି ଖୋଲିଲେ ଭଗବାନ ବିଷ୍ଣୁ ଏବଂ ଶିବ ଶଙ୍କର ତାଙ୍କ ସାମ୍ନାରେ ବିଦ୍ୟମାନ ଥିଲେ । ସବୁ ଘଟଣାର ପୁଙ୍ଖାନୁପୁଙ୍ଖା ଆଲୋଚନା କଲାପରେ ଯୁବକ ଜଣକ ବିଷ୍ଣୁଙ୍କୁ ପ୍ରଶ୍ନ କଲେ - ପ୍ରଭୁ , ଯେଉଁ ଅପୂର୍ବ ଶକ୍ତି ସେଇ କୁତ୍ସିତା ନାରୀ ପ୍ରୟୋଗ କରି ମତେ ଉଦ୍ଧାର କଲା ସେଇ ଅପୂର୍ବ ଶକ୍ତି ମୋ ମାଆ ମଧ୍ୟ ପ୍ରୟୋଗ କରିଥିଲେ କିନ୍ତୁ ମୁଁ ମାଆଙ୍କ ପ୍ରୟାସରେ ବିଷମୁକ୍ତ ହେଇପାରିଲିନାହିଁ କାହିଁକି ?

ଭଗବାନ ବିଷ୍ଣୁ ଉତ୍ତର ଦେଲେ - ମର୍ତ୍ତ୍ୟରେ ପୁରୁଷ ଆଉ ନାରୀ ମଧ୍ୟରେ ଯେଉଁ ତାରତମ୍ୟ ରହିଛି ତାହା ଆମ ସ୍ଵର୍ଗରେ ପୁରାପୁରି ଅଲଗା । ସ୍ଵର୍ଗରେ ପୁରୁଷ ଆଉ ନାରୀର ଅଧିକାର ଏକ, ଦାୟିତ୍ୱ ଏକ,କର୍ତ୍ତବ୍ୟ ଏକ, ଆଉ କର୍ମ ଆଉ ତାର ଫଳ ମଧ୍ୟ ଏକ । ତୁମ ମର୍ତ୍ତ୍ୟରେ ସ୍ତ୍ରୀ ଯେମିତି ଦ୍ୱିତୀୟ ପୁରୁଷକୁ ସ୍ପର୍ଶ କଲେ ତାର ସତୀତ୍ଵ ନଷ୍ଟ ହୁଏ , ଆମ ସ୍ଵର୍ଗରେ ପୁରୁଷ ଟିଏ ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ ସେ ମଧ୍ୟ ନିଜର ମର୍ଯ୍ୟାଦା ହରାଏ ।

ସ୍ୱୟଂ ମୁଁ ମଧ୍ୟ ତ୍ରେତୟା ଯୁଗରେ ମୋର ରାମ ଅବତାର ରେ ମର୍ଯ୍ୟାଦା ପୁରୁଷ ବୋଲାଇଛି କେବଳ ଏକ ପତ୍ନୀ ଗ୍ରହଣ କରି । ଯଦି ମୁଁ ସେତେବେଳେ ସୀତାଙ୍କୁ ଛାଡି ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥାନ୍ତି ତେବେ ମୁଁ ଆଉ ମର୍ଯ୍ୟାଦା ପୁରୁଷ ବୋଲାଉନଥାନ୍ତି । ମୋର ଅନ୍ୟ କେଉଁ ଅବତାରରେ ମତେ ମର୍ଯ୍ୟାଦା ପୁରୁଷ ବୋଲି କୁହାଯାଇନାହିଁ । ସେଇଥିପାଇଁ ତ ମୋର ପୁଣ୍ୟ ସ୍ପର୍ଶରେ ପାଷାଣି ଅହଲ୍ୟା ମୁକ୍ତି ପାଇଥିଲା ।

ଠିକ ସେମିତି ତମେ ଦ୍ୱିତୀୟ ନାରୀ ଗ୍ରହଣ କରି ତାର ସ୍ପର୍ଶରେ ନିଜର ମର୍ଯ୍ୟାଦା ଉଲଂଘନ କରିଥିଲ । ଆଉ ସେଥିପାଇଁ ତୁମ ବ୍ରହ୍ମରେ କଳଙ୍କର କାଣିଚାଏ କଳା ଦାଗ ଲାଗିଯାଇଛି ଯାହା ଫଳରେ ତୁମ ମାଆ ବ୍ୟବହାର କରିଥିବା ସେଇ ଅପୂର୍ବ ଶକ୍ତି ତୁମଠାରେ କାର୍ଯ୍ୟ କଲାନାହିଁ ।

ତୁମ ପ୍ରଥମ ପତ୍ନୀ ସେଇ କୁତ୍ସିତା ନାରୀ କାୟ, ମନ ବାକ୍ୟରେ କେବଳ ତୁମକୁ ହିଁ ନିଜର ଦେବତା ମାନି ନିଜ ମନ ମନ୍ଦିରରେ ସାଇତି ରଖିଛି । ତାର ସତୀତ୍ଵର ଶକ୍ତି ତୁମକୁ ବିଷମୁକ୍ତ କରିବାରେ ସକ୍ଷମ ହୋଇଛି ।

ଆମ ଦେବତା ମାନଙ୍କ ଆଖିରେ ସ୍ତ୍ରୀ ହେଉ ଅବା ପୁରୁଷ ଉଭୟଙ୍କର ସତୀତ୍ଵ ଏକ, ଉଭୟଙ୍କର ମୂଲ୍ୟ ଏକ । ଯେଉଁମାନେ ଆମ ରଚନାକୁ ଉଲଂଘନ କରନ୍ତି ସେମାନେ ଆମ ନଜରରେ ପାପୀ । ତେଣୁ ହେ ଯୁବକ ତୁମର କାୟା ଏବେ ପୂର୍ବପରି ପବିତ୍ର ନୁହେଁ । ଦ୍ୱିତୀୟ ନାରୀର ସ୍ପର୍ଶରେ ତୁମେ କଳୁଷିତ ।

ବିଷ୍ଣୁ ଆଉ ଶିବଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ତେଣୁ ଭବିଷ୍ୟତରେ ଯାହାକୁ ଆରାଧନା କରିବ କେବଳ ଜଣଙ୍କୁ କରିବ, ତାହା ଆମେ ଦୁହେଁ ପାଇଯିବୁ । ଏକାବେଳେ ସମସ୍ତଙ୍କଠାରୁ କିଛି ହାସଲ କରିବାର ଲାଳସାରେ ବୁଡି ନ ରହି କେବଳ ଗୋଟିଏକୁ ଆଶ୍ରା କର , ସେ ହିଁ ତୁମକୁ ସମସ୍ତ ଅଭାବର ପରିପୁରଣ କରାଇପାରିବ ଅନ୍ୟଥା ଦୁଃଖ ଛଡା କିଛି ମିଳିବନାହିଁ । ଏହା ହିଁ ନିରାଟ ସତ୍ୟ ।

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା, କଟକ- ୭୫୩୦୧୦


Rate this content
Log in

Similar oriya story from Fantasy