ବାଜେଝିଅ
ବାଜେଝିଅ
{୧}
ମୋର କିଛି ଅସୁବିଧା ନଥିଲା । ପୁଅମାନଙ୍କୁ କିଛି ଅଡୁଆ ନଥାଏବି । ସବୁଥିରେ ଅବାଧ ।
- ଲିତୁ ! କଣ ରେଡ୍ଡି ?
- ନା ମଁ ! ଏ ମ୍ୟାଟ୍ରନ୍ ବୁଢ଼ୀ ର ଦୁନିଆ କେଁ !
- ଓଃ! ସିଟ୍ ।
- କାଇଁ ଏମିତି ହେଉଛ କଇଲ ?
- ମୁଡ୍ ବିଗାଡନି କହୁଛି ।
- ତୁମର ଏଇ ସେମିଷ୍ଟର୍ ବେଳେ କାଇଁ ମୁଡ୍ ହଏ ?
- ତୋର ଯେମିତି ହଏନି !
- ନାଇଁଯେ , ସତରେ ୟେ' ମୌସମ୍ ବଡି ବେଇମାନ୍ ହେ' ଜାନୁ ।
- ସେଇତ । କିଛିଗୋଟେ କରନା ପ୍ଲିଜ୍ ।
- ରୁହ । ମୁଁ କିଛିଗୋଟେ ଡ୍ରାମା କରେ ।
- ଦ୍ୟାଟ୍ସ ଲାଇକ୍ .....
{୨}
ପ୍ରେମ କୁ ଆଜିକାଲି ଭୟଙ୍କରପ୍ରେମ ବି କୁହାଯାଇପାରେ । ମା' ଦେହ ଖୁବ୍ ଖରାପ କହି , ଅଚିରେ ହଷ୍ଟେଲ୍ ରୁ ବାହାରି ଆସିଲା ଲିତୁ । ଭୟଙ୍କରତା ହେଲା ଏୟା ।
ଲିତୁ କହେ - ବିନା ଦେହରେ ପ୍ରେମ ଅପୂର୍ଣ୍ଣ !
ବିଚାର ଉନ୍ମୁକ୍ତ ନଥିଲେ , ପ୍ରେମ ଅସ୍ଥାୟି ।
ମୁଁ ଭାବେ ପ୍ରେମ କେଉଁ ଚିରସ୍ଥାୟୀ ଯେ ? ଭାବପ୍ରବଣତା କୁ ବିଛଣାରେ ଦେଖାଇପାରିଲେ , ସୁଖ ଅଧିକା ।
ବିଛଣା ପ୍ରସ୍ତୁତ ଥିଲା ପୁରୀରେ । ଓଡ଼ିଶା ରେ ପୁରୀ ଏକ ସହଜ ସୁଲଭ ଯାଗା । ସେଇଠି ଅଛି ସ୍ୱର୍ଗକୁ ଦ୍ୱାର , ଆଉ ନର୍କକୁ ବି । ଅଛି ବି ପାପ ଧୋଇବା ପାଇଁ ସମୁଦ୍ର । ଲିତୁ କହେ -
ପାପପୂଣ୍ୟ ବୋଲି ନଥାଏ କିଛି । ଏ ସଂସାରରେ ଯୋଗୀର ବି ଭୋଗ ଇଛାଟେ ଅବଦମିତ ହୋଇ ଥାଏ । ସାଧାରଣ ମଣିଷ ତ ବିଚରା ଟିଏ ।
ପୁରୀହୋଟେଲ୍ ର ଦଶ ବାଇ ଦଶ ରୁମରେ ଆମ ପ୍ରେମର ପରୀକ୍ଷା ଚାଲିଥିଲା । କେ' କାହାକୁ କେତେ ଭଲପାଏ ! ବାସ୍ !
{୩}
ସନ୍ଧ୍ୟାରେ ବେଳାଭୂମି ଥିଲା ଅତ୍ୟନ୍ତ ପ୍ରସନ୍ନ । ସମୁଦ୍ରର ଗର୍ଜନ , ଲୋକଙ୍କ କୋଳାହଳ , ବୁଲା ବିକାଳୀଙ୍କ ଜବରଦସ୍ତି ସବୁ ଆମକୁ ମନେହେଉଥିଲା ଶାନ୍ତ ସୁନ୍ଦର ।
ପ୍ରସନ୍ନ ନାରୀ ପ୍ରଗଳ୍ଭ ହୋଇଯାଏ । ଅନେକ୍ ଆବୁରୁଜାବୁରୁ କଥାପେଡି ଖୋଲି , ଲିତୁ ଲୋଟି ପଡୁଥିଲା ଖୁସିରେ ।
କଥାର ଖିଅ ବଦଳାଇବାକୁ ଯାଇ ମୁଁ ପଚାରିଦେଲି
- ଆଛା ! ତୁମ ହଷ୍ଟେଲ୍ ର ସେ ଫାଷ୍ଟଇୟର ନେହା କେମିତିକା ଝିଅ ?
- କାଇଁ ? କ'ଣ ହେଲାକି ?
- ନା , ସେ ମୋତେ ଫ୍ରେଣ୍ଡ୍ ରିକ୍ୱୋଷ୍ଟ୍ ଦେଇଛି ତ ।
- ଓଃ! ଭାରି ଇଣ୍ଟ୍ରେଷ୍ଟ୍ ଦେଖୁଛି ?
- ନା ମଁ ! ସବୁବେଳେ ଗୋଟେ ଚିପାଚାପା ପ୍ରୋଫାଇଲ୍ ରେ ରହୁଛି ତ !
- ବି କେୟାର୍ ଫୁଲ୍ ! ହ୍ୟାଣ୍ଡସମ୍ ପିଲା ଦେଖି , ଗିଳି ପକାଇବାର ମୁଡ୍ ରେ ଥାଏ ସବୁବେଳେ ସେ।
- ହ୍ୱାର୍ଟ ?
- ୟେସ୍ ! ନିହାତି ବାଜେଝିଅ ସେଟା ।
- ଓଃ!
ସୂର୍ଯ୍ୟ ସମୁଦ୍ର କୋଳରେ ବିଶ୍ରାମ ନେଇ ସାରିଥିଲେ । ମୁଁ କୋଳେଇ ନେଲି ବାଜେଝିଅକୁ । ତା' ସାମ୍ପୂକରା ବାଳରୁ କେମିତି ଗୋଟେ ମିଠା ବାସ୍ନା ଆସି ମୋତେ ଅଥୟ କରିପକାଉଥିଲା ...।
@ ଅମିୟ ବେଜ୍