Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବଳିଦାନ

ବଳିଦାନ

2 mins
7.2K


ଥରେ ଏକ ଘଞ୍ଚ ବଣରେ ନିଆଁ ଲାଗିଗଲା । ଦଲକାଏ ପବନରେ ନିଆଁ ହୁତୁହୁତୁ ହୋଇ ବଣ ସାରା ଆଖି ପିଛୁଳାକେ ଖେଳିଗଲା । ଜଙ୍ଗଲରେ ଯେତେସବୁ ଜୀବଜନ୍ତୁ ଥିଲେ ଯିଏ ଯୁଆଡେ ପାଇଲେ ପ୍ରାଣ ବିକଳରେ ଏଣେତେଣେ ପଳାଇଗଲେ । ହେଲେ କୌଣସି ଜନ୍ତୁ ନିରାପଦ ସ୍ଥାନଟିଏ ଦେଖିପାରିଲେ ନାହିଁ । ବଣର ଏକ କୋଣରେ ଛୋଟିଆ ବାଡ ଘେରା ଜାଗାଟିଏ ଥାଏ । ଦଉଡି ଜନ୍ତୁଟିଏ ସେଇଠି ଆସି ପହଞ୍ଚିଲା । ଯେମିତି ସେ ଜାଗାଟିକୁ ଦେଖିଛି ସେଠି ଛିଡା ହେଲା । ତା’ ଦେଖାଦେଖି ଅନ୍ୟ ଜନ୍ତୁମାନେ ସେଠାରେ ଛିଡା ହେଲେ । ଲାଗିଲା ସତେ ଯେମିତି ଜୀବଜନ୍ତୁମାନେ ସେମାନଙ୍କ ସହଜାତ ଶତ୍ରୁତାକୁ ଭୁଲି ଯାଇଛନ୍ତି ।

ଛେଳି ଓ ସିଂହ, ବିଲେଇ ଓ କୁକୁର, ସେମିତି ଅନ୍ୟ ଜନ୍ତୁମାନେ ପରସ୍ପର ଭିତରେ ଥିବା ବଇରି ଭାବକୁ ଛାଡି ପାଖାପାଖି ଠିଆ ହୋଇଥାନ୍ତି । ସେତିକିବେଳେ ବିପଦରେ ପଡି ଛୋଟ ଠେକୁଆଟିଏ ବି ଦଉଡିଦଉଡି ଆସି ସେଇଠି ପହଞ୍ଚିଲା । ଆଗରୁ ସେ ହଡବଡେଇ ଯାଇଥାଏ । ଡିଆଁଡେଇଁ କରି ଅଳ୍ପ ଜାଗାରେ ସେ ସେଠି ବସିପଡିଲା । ତା’ ଆଗରୁ ନିଆଁରୁ ରକ୍ଷା ପାଇବାକୁ ଯାଇ ହାତୀଟିଏ ସେଠାକୁ ଆସି ଠିଆ ହୋଇଥାଏ । ଠିଆ ହେବା ଅବସ୍ଥାରେ ତା’ ଗୋଡରେ ସେ ଭୀଷଣ ପୀଡା ଅନୁଭବ କଲା । ତା’ର ସେଇ ଜଖମ ଗୋଡକୁ ଉପରକୁ ଟେକି ଧରିଲାବେଳକୁ ଠେକୁଆଟିଏ ଜାଗା ଖୋଜି ଖୋଜି ସେଠାରେ ପହଞ୍ଚିଗଲା ।

ହାତୀଟିଏ ଗୋଡ ଥୁଆ ଜାଗାଟି ଖାଲି ହେବାରୁ ଠେକୁଆଟି ଲଥ୍‌କିନା ସେଇଠି ବସିପଡିଲା । ଯନ୍ତ୍ରଣା ଟିକେ ଉପଶମ ହେବା ପରେ ହାତୀଟି ଯେତେବେଳେ ନିଜ ଗୋଡଟିକୁ ରଖିବାକୁ ଯାଏ ତା’ର ଆଖି ପଡିଲା ସେଇ ଠେକୁଆ ଉପରେ । ସେ ନିଜ ଜଖମ ଗୋଡଟିକୁ ସେମିତି ଟେକି ରଖିଥାଏ । ଲାଗଲାଗ ତିନିଦିନ ଧରି ଜଙ୍ଗଲର ନିଆ ଜଳିବା ପରେ ପୂରା ଶାନ୍ତ ପଡିଲା । ଭୋକଉପାସରେ ଆଉଟିପାଉଟି ହେଉଥିବା ଜନ୍ତୁମାନେ ଏଣେତେଣେ ପଳାଇଗଲା ପରେ ହାତୀଟି ତା’ର ଗୋଡକୁ ତଳେ ଥୋଇଲା । କାଳେ ବିଚରା ଠେକୁଆଟି ତା’ ଗୋଡ ତଳେ ମରିଯିବ ସେ ପାଇଁ ସେ ଡଟିକୁ ଉପରକୁ କରି ଟେକି ରଖିଥିଲା । ତା’ର ହୃଦୟରୁ କରୁଣାର ଧାରା ଝରିପଡୁଥାଏ । ଏଥର ସେ ତା’ ଗୋଡକୁ ଭୂଇଁ ଉପରେ ସ୍ଥିର ଭାବରେ ରଖିବାକୁ ଚେଷ୍ଟା କଲା । ହେଲେ ତାହାର ସେ ଗୋଡ ଦୃଢ ହୋଇ ରହିପାରିଲା ନାହିଁ । ହଠାତ ନିଜର ଭାରସାମ୍ୟ ହରାଇ ହାତୀଟି ଲଥ୍‌କିନା ତଳେ କଚାଡି ହୋଇପଡିଲା । ଏବଂ ଶେଷରେ ତା’ର ପ୍ରାଣବାୟୁ ଉଡିଗଲା । ଦୟା ପରବଶ ହୋଇ ଅନ୍ୟ ପ୍ରାଣୀର ଜୀବନ ରକ୍ଷା କରିବା ଲାଗି ସେ ନିଜର ଜୀବନକୁ ବାଜି ଲଗାଇବାରେ ପଛାଇ ନଥିଲା । କୁହାଯାଏ, ଆଗକୁ ହାତୀର ଏହି ଆତ୍ମା ମଗଧର ରାଜକୁମାର ରୂପେ ଜନ୍ମନେଲା ଭଗବାନ ମହାବୀରଙ୍କ ପରମ ଶିଷ୍ୟ ମେଘକୁମାର ନାମ ବହି ଖ୍ୟାତି ଅର୍ଜନ କଲା ।


Rate this content
Log in

Similar oriya story from Classics