Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ଯ ରଞ୍ଜନ ମହାପାତ୍ର

Thriller

5.0  

ସୌମ୍ଯ ରଞ୍ଜନ ମହାପାତ୍ର

Thriller

ଅଲୋଡ଼ା ଘଡ଼ି

ଅଲୋଡ଼ା ଘଡ଼ି

1 min
311


ବଜାରକୁ ବାହରିଲା ବେଳେ ସତ୍ୟମ୍ କୁ ବାପା କହିଲେ, ଆରେ ! ବଜାରରୁ ଆସିଲାବେଳେ ଗୋଟେ ପେନ୍ ସିଲ୍ ବ୍ୟାଟେରୀ ଆଣିଥିବୁ କାନ୍ଥ ଘଣ୍ଟା ସକାଶେ। ଏତକ ଶୁଣିବା ମାତ୍ରକେ ରାଗରେ ରକ୍ତ ଚାଉଳ ଚୋବାଇ ସେ ଫେରାଦ ଜଣାଇଲା ଯାଇ ବୋଉ ଆଗରେ, "ଦେଖିଲୁ ବୋଉ ! ବାପା କଉ ଅସିଆ କାଳର ମସିଆ ୱାଚ୍ ଟା ପାଇଁ ବ୍ୟାଟେରୀ ଆଣିବାକୁ କହୁଛନ୍ତି। ମୋ' ଫ୍ରେଣ୍ଡ ମାନଙ୍କ ଘର କାନ୍ଥରେ କେତେ ଭେରାଇଟ୍ ର ଫରେନ୍ ଡଗ୍ ମାନଙ୍କର ଫଟୋ ଲାଗିଛି ଆଉ ଆମ ଘରେ କଉ ମାନ୍ଧାତା ଅମଳର ଛିଃ ଛିଃ ମୋ' ମୁଣ୍ଡ ଲାଜରେ ନଇଁ ଯାଉଛି ।

ବୋଉ କହିଲେ, " ହଇରେ ସତିଆ ! ଏମିତି କଅଣ କହୁଛୁ, ତୁ ଜାଣିଛୁ, ଏଇ ଘଡ଼ିଟା ତୋ ବାପା ଆଉ ମୋର ବାହାଘର ବେଳର ସନ୍ତକ, ତୋ' ଅଜା ଯଉତୁକରେ ଏଇଟା ଦେଇଥିଲେ ।" ସେପଟୁ ବାପାଙ୍କର ପାଟି ଶୁଭିଲା, କ'ଣ କହୁଛି ସେ ଟୋକା । ଏତିକି ଶୁଣୁଶୁଣୁ ସତ୍ୟମ୍ "ଛ"ରେ ହ୍ରସ୍ବ ଉ"ଛୁ" ।


କିଛିଦିନ ଉତ୍ତାରୁ ଭୟଙ୍କର ଝଡ଼ ବତାସ ଆସିଲା । ବାତ୍ୟା ସିନା ଥମିଗଲା, ହେଲେ ସାଙ୍ଗରେ ପାଞ୍ଚ ଛଅ ଦିନ ଯାଏଁ କରେଣ୍ଟ ନେଇଗଲା । ସମସ୍ତଙ୍କ ମୋବଇଲ୍ ସ୍ଵିଚ୍ ଅଫ୍ । କଲ୍ କରିବା ତ ଦୂରେ ଥାଉ, ଟାଇମ୍ ଦେଖିବାଟା ଏଇ ଖଣ୍ଡକ ଚିଜ ଦ୍ଵାରା ହେଇ ଯାଉଥିଲା, ସେତକ ବି ବନ୍ଦ । ଜରୁରୀ କାମ ପାଇଁ ସମୟ ଜାଣିବାଟା ନିହାତି ଦରକାର ହେଇ ପଡୁଥାଏ ।


ସତ୍ୟମ୍ ହର ଘର ଆଗରେ ହୋହାଲ୍ଲା ଶୁଭିଲା, ସେ ଆସି ଦେଖେ ତ କଲୋନୀ ସାରା ଲୋକ ତାଙ୍କ ବାରଣ୍ଡା ପାଖରେ ଟାଇମ୍ ଦେଖିବା ଲାଗି ଟଣାଓଟରା । ତାକୁ ଲାଗୁଥାଏ ତାଙ୍କ ଘରଟା ଯେମିତି ପ୍ରଦର୍ଶନୀ ପଡ଼ିଆ ଆଉ ଘଣ୍ଟାଟା ଗୋଟାଏ ଦୁର୍ମୂଲ୍ୟ ଜିନିଷ । ଖୁସିରେ କୁରୁଳି ଉଠି ଦୌଡ଼ି ଦୌଡ଼ି ଯାଇ ସେ ବାପାଙ୍କୁ କହୁଥିଲା, ବାପା! ତମେ ଠିକ୍ କହୁଥିଲ ଓଲ୍ଡ ଇଜ୍ ଗୋଲ୍ଡ ।


Rate this content
Log in

Similar oriya story from Thriller