ଗୋପୁ ମଉସା
ଗୋପୁ ମଉସା
ଦିନ କର କଥା । ସମୟ ହେବ ଅପରାହ୍ନ ୧ଟା ଧୂ ଧୂ ଖରାବେଳ । ମୁଁ କଲେଜରୁ ଘରକୁ ଫେରୁଥାଏ ସାଙ୍ଗସାଥି ସହ ବସ୍ ରେ ।ସେ ଦିନ ହଠାତ୍ ମୋ ପାଦ ସେ ବସ୍ ଷ୍ଟାଣ୍ଡରେ ଅଟକିଗଲା ।ଦେଖିଲି ମୋ ଚିହ୍ନା ପରିଚୟ ମଉସା ଜଣକୁ ।ଯିଏ କି ମୁଁ ଶିଶୁ ବିଦ୍ୟାମନ୍ଦିରରେ ପଢୁଥିବା ସମୟର ବସ୍ ଡ୍ରାଇଭର ଗୋପୁ ମଉସା ।ଦେଖିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା ।ପାଖକୁ ଦୌଡିଯାଇ ଦେଖିଲି ସେ ପିନ୍ଧିଥିଲେ ମଇଲା ଧୋତି, ଚିରାଫଟା ସାର୍ଟ ଟିଏ ଓ ଚିରା ମଇଲା ଗାମୁଛା ଖଣ୍ଡେ କାନ୍ଧରେ ପକାଇଥିଲେ ।ହାତରେ ଥାଏ ଅସନା ମଇଲା ବ୍ୟାଗ୍ ଟିଏ । ତାଙ୍କର ମୁଣ୍ଡର ବାଳ ଗୁଡିକ କାନ୍ଧରେ ପଡୁଥାଏ ଓ ତାଙ୍କ ନିଶ ଛାତିରେ ପଡୁଥାଏ ।ନଖ ଗୁଡିକ ଲମ୍ବି ଥାଏ ମଇଲା ଅସନା ହୋଇ ।ବସିଥାନ୍ତି ଗୋଟିଏ ପଥର ଉପରେ ।ପଛରୁ ଯାଇ କି ଡାକିଲି ମଉସା ମଉସା ।ସେ ଲେଉଟି ଦେଖି କିଏ ମାଁ ଚିହ୍ନି ପାରିଲି ନାହିଁ ତୁମକୁ ?ମୁଁ ରୀତୁ ଜାଣିପାରିଲ ମଉସା । ସେ କହିଲେ ହଁ ହଁ ମନେପଡିଲା ତୁ ସେଇ ଝିଅ ନା ଯିଏ କି ସ୍କୁଲ ଗଲାବେଳେ ମୋ ପାଖରେ ବସିବାକୁ ଜିଦ୍ କରୁଥିଲୁ,ମୋତେ ଗାଡି ଚଳେଇବା ଶିଖେଇବାକୁ ଅନୁରୋଧ କରୁଥିଲୁ ତୁ ସେଇ ରିତୁ ଟି ।ମୁଁ କହିଲି ହଁ ମଉସା ମୁଁ ସିଏ ।ମୋତେ ଚାହିଁ ଆଖି ଛଳଛଳ ସ୍ନେହଭରା କଣ୍ଠରେ କହିଲେ ତୁ ଏତେ ବଡ ହେଇଗଲୁଣି ।ମୁଁ କହିଲି ହଁ ମଉସା ।ତାଙ୍କ ଅବସ୍ଥା ଦେଖି କି ମନେ ବହୁତ ପ୍ରଶ୍ନ ଆସୁଥାଏ ।ପଚାରିଲି ମଉସା କିଛି ଖାଇଛ, ସେ କହିଲେ ତିନି ଦିନ ହେବ ଝିଅ କିଛି ଖାଇନି ।ଭୋକ ଉପାସରେ ଦିନ କଟେଇଛି ।ମୁଁ ପାଖରେ ଥିବା କିରାଣା ଦୋକାନକୁ ଯାଇ ତାଙ୍କ ପାଇଁ କିଛି ଖାଇବା ଓ ପାଣି ନେଇକି ଆସିଲି।ଯେତେବେଳ ଖାଇବା ତାଙ୍କ ହାତକୁ ବଢେଇ ଦେଲି ସେତେବେଳେ ତାଙ୍କ ମୁହରୁ ଲୁପ୍ତ ହସର ଆଭାସ୍ ବାରି ପଡୁଥାଏ ।ଦେଖିକି ନିଜ ଆତ୍ମାକୁ ଟିକେ ଶାନ୍ତି ମିଳିଲା ।ତା’ପରେ ମୁଁ ତାଙ୍କୁ ଏପରି ଅବସ୍ଥା କିପରି ହେଲା ବୋଲି ପଚାରିଲି ।ସେ ତାଙ୍କ କୋହଭରା କଣ୍ଠରେ କହି ଚାଲିଲେ ତାଙ୍କର ଦୁଃଖଦ ଘଟଣା ସବୁ ।ମୋର ଦୁଇ ପୁଅ ବାହା ସାହା ହେଲେଣି ।ମୋ ପତ୍ନୀ ଚଳିଯିବା ଦିନଠାରୁ ମୋ ଭଲମନ୍ଦ ବୁଝିବାକୁ ପାଖରେ କେହି ବି ନଥିଲେ ।ତଥାପି ପୁଅମାନଙ୍କ ଠାରୁ ଆଶା ରଖିଥିଲି ଟିକେ ଖୁସିରେ ବଞ୍ଚିବାକୁ ।ମୋ ବଡ ପୁଅ ଆକାଶ ପୋଲିସ୍ କର୍ମଚାରୀ ।ତା’ର ମୋ ପାଇଁ ଟିକେ ହେଲେ ଚିନ୍ତା କଲା ନାହିଁ ।ମୋତେ ତା’ ସଂସାର ଠାରୁ ଅଳଗା କରିଦେଲା ।ମୋତେ କହେ ତୁମେ ଆମର ଗୋଟିଏ ବଡ ବୋଝ ।ଆମେ ତୁମର ସେବା କରିପାରିବୁ ନାହିଁ ।ଦୟାକରି ତୁମେ ତୁମର ନିଜ ବ୍ୟବସ୍ଥା କର । ସାନ ପୁଅ ବିକାଶ ସେ ଇନ୍ଞିନିୟର ।ସେ ମଧ୍ୟ ତା ସଂସାରକୁ ନେଇ ମୋତେ ଅଲଗା କରିଦେଲା ।ସବୁବେଳେ ନିଜ ସ୍ତ୍ରିରୀ କଥାରେ ଉଠ୍ ବସ୍ ହୁଏ ।ସ୍ତ୍ରିରୀ ଯାହା କହେ ସେ ତାହା କରେ। ସାନ ବୋହୂ ମାଁ କଥା କଥାରେ ମୋ ଉପରେ ଦୋଷ ଲଦି ଦିଅନ୍ତି ।ମୋତେ ଗାଲି କରିବାକୁ ବହାନା ଖୋଜନ୍ତି ।ଆଉ ମୋ ବିରୁଦ୍ଧରେ ମୋ ପୁଅ ପାଖରେ ମିଛକୁ ସତ ସତକୁ ମିଛ କରି ବଢେଇ ଚଢେଇ କହନ୍ତି ।ମୋ ସାନ ପୁଅ ମଧ୍ୟ ସବୁବେଳେ ମୋ ଉପରେ ରାଗେ ଓ ଚିଡେ ।ସ୍ତ୍ରିରୀ ଚାଲିଗଲା ପରେ ପୁଅମାନେ ମତେ ଦାଣ୍ଡର ଭୀକାରୀ କରିଦେଇ ସବୁକିଛି ମୋ ଠାରୁ ଛଡେଇ ନେଲେ ।ଧମକ୍ ମଧ୍ୟ ଦେଉଥିଲେ ଘର ଛାଡିବାକୁ ।ଘର ମୋତେ ନା ନା ପ୍ରକାର ଦୁଃଖ କଷ୍ଟ ଭୋଗିବାକୁ ପଡୁଥିଲା ।ନା ଭଲରେ ଗଣ୍ଡେ ଖାଇବାକୁ ଦେଉଥିଲେ ନା କନା ଖଣ୍ଡିଏ ପନ୍ଧିବାକୁ ଦେଉଥିଲେ ।ବହୁତ୍ କଷ୍ଟରେ ଦିନ ବିତୁଥିଲା । ଦିନଥିଲା ମୁଁ ଛୁଆମାନଙ୍କ ସହ ଖେଲିବାକୁ ନିଜେ ଡ୍ରାଇଭର ସାଜି ଥିଲି ।ଛୁଆମାନଙ୍କୁ ସ୍କୁଲ୍ ନେବା ଆଣିବା କରୁଥିଲି । କିନ୍ତୁ ସେତେବେଳେ ମୋର ଖାଇବା , ପିଇବା ଓ ପିନ୍ଧିବାରେ ଅଭାବ ନଥିଲା ତଥାପି ଟିକେ ଭଲପାଇବା ,ସୁଖଶାନ୍ତି ପାଇବା ପାଇଁ ମୁଁ ଛୁଆମାନଙ୍କ ଗହଣରେ ସମୟ ଅତିବାହିତ କରୁଥିଲି ।ଛୁଆମାନଙ୍କ ସହ ଖେଲିବାକୁ, ବୁଲିବାକୁ ରହିବାକୁ ମୋତେ ବହୁତ ଖୁସି ଲାଗୁଥିଲା ।କିନ୍ତୁ ଆଜି ମୋ ପାଖରେ ମୋ ନାତି ନାତୁଣି ମାନେ ମଧ୍ୟ ଅଛନ୍ତି ଖେଳିବା ତ ଦୂରର କଥା ଛୁଇଁଦେଲେ ତାଙ୍କର ମାଁ ମାନେ ମତେ ଗାଲି କରୁଥିଲେ ।କଥା ଦି,ପଦ ହେଲେ ନାତି ନାତୁଣୀମାନଙ୍କ ସହ କହୁଥିଲେ ମୁର୍ଖ, ଅଭଦ୍ର କୋଉଠିକାର ଭଲମନ୍ଦ କିଛି ଜଣା ନାହିଁ ଚାଲିଆସିଲେ ଛୁଆମାନ ସହ କଥା ହେବାକୁ, ଖେଲିବାକୁ ।ଏମିତି ଅପବାଦ,ଅସମ୍ମାନଜନକ କଥାବାର୍ତ୍ତା ଶୁଣି ଶୁଣି ମୁଁ ଆଉ ସେ ଘରେ ରହିପାରିଲିନି ।କାହାକୁ ନେଇ ଅବା ମୁଁ ରହିଥାନ୍ତି ।ପୁଅମାନେ ବି କହୁଥିଲେ କାମଧନ୍ଦା କିଛି ନାହିଁ ଖାଲି ଟାରେ ପଡି ରହିଛ ତା ବି ମାହାଲିଆ ଖାଇବା ରହିବା ଆମେ ତୁମ ସେବା କରି ପାରିବୁନି।ଏମିତି ଶୁଣି ଶୁଣି ମତେ ଆଉ ସେ ଘରେ ରହିବାକୁ ଇଛା ହେଲାଣି ।ସେଇଥିପାଇଁ ଚାଲିଆସିଲି ରାସ୍ତାକଡକୁ ।ଆଜି ମୋ ପାଖରେ ସବୁକିଛି ଥାଇ ମଧ୍ୟ ମୁଁ ଅସହାୟ, ସର୍ବହରା ।ମୁଁ ହିଁ ଦୁନିଆର ସବୁଠାରୁ ହତଭାଗ୍ୟ ।ସୁଖଶାନ୍ତି ଭୋଗ କରିବା ମୋ ଭାଗ୍ୟ ରେ ନାହିଁ ।ଏମିତି କହୁ କହୁ ଆଖିର ଲୁହ ଗଦ୍ ଗଦ୍ ହୋଇ ଝରି ପଡୁଛଥା ।ମୁଁ ତାଙ୍କ ଆଖି ଲୁହ ପୋଛି ସମବେଦନା ଦେଇ କହିଲି- ଗୋପୁ ମଉସା ଭଗବାନଙ୍କ ଉପରେ ଭରଷା ରଖ ।ସବୁ ଠିକ୍ ହେଇଯିବ।ସେ ତୁମକୁ ସହାୟ ହେବେ ।ସେ ସବୁ ଠିକ୍ କରିଦେବେ ।ନିଜ ପର୍ସ ରୁ ୧୦୦ଟଙ୍କିଆ ନୋଟ୍ ଟି ବାହାର କରି ତାଙ୍କ ଆଡକୁ ବଢେଇ ଦେଇ କହିଲି ମଉସା ରଖ କିଛି କିଣି ଖାଇବ ।ସେ ଆଖି ଛଳଛଳ ହସକାନ୍ଦ ମୁହଁରେ ଚାହିଁଥାନ୍ତି ମୋତେ ।ନୋଟ ଟିକୁ ଧରି କହି ଚାଲିଥାନ୍ତି ଭଗବାନ ତୋର୍ ମଂଗଲ କରନ୍ତୁ, ତୋ ଜୀବନ ସୁଖମୟ ହେଉ,ଏମିତି ଅନେକ ମଂଗଲ କାମନା କରୁଥାନ୍ତି ମୋତେ। ସେଦିନ ମୋ ଆଖିରୁ ଲୋତକ ଧାରା ଝରି ପଡିଥିଲା ଗୋପୁ ମଉସାଙ୍କ ଦୁଃଖଦ ଘଟଣା ଶୁଣି ।ସତରେ ଏହି ଘଟଣା ସ୍ମୃତି ହୋଇ ରହିଥିବ ସାରା ଜୀବନ ମୋ ଦୃଶ୍ୟପଟ୍ଟରେ ।