Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ମଦୁଆ

ମଦୁଆ

2 mins
518


ରାମୁ ପୁରା ଗାଁ ରେ ମଦୁଆ ହିସାବରେ ଚିର ପରିଚିତ । ତାର ବୟଷ ପଞ୍ଚାଵନ ହେବ । ଝିଅ ବାହା ହୋଇ ଗଲାଣି ଓ ପୁଅ ପାଖ ଶରରେ ଚାକିରୀ କରେ ।

ଘରେ ବୁଢା ବୁଢ଼ୀ ଦିଟା । ରାମୁ ଛୋଟ ମୋଟ କାମ କରେ , ଯାହା ପାଏ ବୁଢୀକୁ ଦିଏ ।ସନ୍ଧ୍ୟାବେଳେ ସେଥିରୁ କିଛି ଟଙ୍କା ମାଗି ନେଇ ମଦ ପିଇ ଶୋଇଯାଏ ।ବେଳେ ବେଳେ

ତା ସାଙ୍ଗ ଶାମୁ ତା ଘରକୁ ଆସେ , ଦି ଜଣ ମିଶି ପିଅନ୍ତି ଓ ଅନେକ ରାତି ଯାଏଁ ଏକାଠି ବସି ଗପ କରନ୍ତି । ବେଶୀ ରାଗିଲେ ସେ ବଢୀକୁ ବାଡ଼ାଏ ,ବୁଢ଼ୀ ବି ତାକୁ ଦିଟା ଦିଏ ।ପୁଅ ତାକୁ ଗାଳିଦିଏ ।

ଦିନେ ସକାଳୁ ତାଙ୍କ ଘରକୁ ପୋଲିସ ଆସିଲା । ରାମୁ କୁ କିଏ ମରିଛ ବୋଲି ପଚାରିଲା । ରାମୁ ତା ପୁଅ ଓ ସ୍ତ୍ରୀ ତାକୁ ମାରିଛନ୍ତି ବୋଲି ଥାନାରେ ଏଫ ଆଇ ଆର ଦେଇଥିଲା । ପୋଲିସ ସମସ୍ତଙ୍କୁ ଧରି ଥାନା କୁ ନେଇ ଆସିଲା । ରାମୁର ପୁଅ କହିଲା କଲି ରାତିରେ ସେ ପିଇ ବହୁତ ହଲ୍ଲା କରୁଥିଲେ ,ମାଆ କୁ ବି ମାରିଲେ ତେଣୁ ତାଙ୍କୁ ଘରେ ବନ୍ଦ କରି ଦେଇଥିଲୁ । ବୁଢ଼ୀ କହିଲା ମତେ ମରିଲାରୁ ମୁଁ ତାକୁ ଲୁହ ଖଡି଼କାରେ ଦି ପାହାର ଦେଇଛି । ଶାମୁ କହିଲା ତାର ପିଇ ପିଇ ମୁଣ୍ଡ ଖରାପ ହୋଇ ଗଲାଣି , ଯାହା କୁ ଦେଖିଲେ ଗାଳି ଦେଉଛି । ଶାମୁ ର ପୁଅ କହିଲା ବାପା ସବୁବେଳେ ରାମୁ ଘରକୁ ଯାଆନ୍ତି ,ସଞ୍ଜରେ କଳି ଲାଗିଲେବି ସକାଳୁ ଫୁଣି ସାଙ୍ଗ ହୋଇ କାମ କରନ୍ତି ଓ ଏକାଠି ପିଅନ୍ତି । ଯେତେ ମନ କଲେ ଜମା ମାନନ୍ତିନି ।

ରାମୁ ସମସ୍ତଙ୍କ ଗୋଡ଼ ଧରି ଥାନାରେ କ୍ଷମା ମାଗିଲା । ଘରେ ମଦ ପିଇ ଆଉ ଝଗଡା କରିବ ନାହିଁ ବୋଲି କହିଲା ।ଥାନାରେ ଗୋଟେ କାଗଜ ରେ ଲେଖା ହେଲା ସମସ୍ତେ ଦସ୍ତଖତ କଲେ ଓ ନଜାଣିବା ଲୋକ ଟିପଦେଲେ । ତା ପରେ ବଡ଼ ପୋଲିସ ଅଫିସର ସମସ୍ତଙ୍କୁ ଡାକି ବିଝାଇଲେ ,ବୁଢା ଲୋକ କୁ ଆଉ ମାରିବ ନାହିଁ । ସେ ମରିଗଲେ ମର୍ଡର କେଶ ହେବ ତୁମ ସମସ୍ତଙ୍କ ନାଆଁ ରେ । ଏବେ ପୋଲିସ ରେକଡ଼ରେ ତୁମ ସମସ୍ତ କଂ ନାମ ରହିଲା । ସମସ୍ତେ ରାମୁକୁ ମାରିବେ ନାହିଁ ବୋଲି ଲେଖି ଦସ୍ତଖତ କଲେ । ତା ପରେ ଥାନାରୁ ବାହାରିଲେ ପ୍ରାୟ 2ତା ପରେ ।|


Rate this content
Log in