Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Tragedy

2  

Rasmi Rekha Tripathy

Tragedy

ସୁଧ

ସୁଧ

1 min
7.2K



       ମୋ ଝିଅ ବାହାଘର ପାଇଁ ଆଉ ଲକ୍ଷେ ଟଙ୍କା ଆବଶ୍ୟକ ହେଉଥିଲା l ଏମିତିରେ ମୁଁ ମୋର ଭବିଷ୍ୟନିଧି ପାଣ୍ଠିରୁ ଆଉ କିଛି ଉଠେଇବା ପରିସ୍ଥିତିରେ ନ ଥିଲି l ବ୍ୟାଙ୍କ୍ ଋଣ ବି ସାଙ୍ଗେ ସାଙ୍ଗେ ମିଳିବାର ଆଶା ନ ଥିଲା l ଝିଅ ବାହାଘର ହଠାତ୍ ଠିକ୍ ହୋଇଗଲା l ମୁଁ ବି ମାନସିକ ଭାବରେ ପ୍ରସ୍ତୁତ ନ ଥିଲି ଏତେ ଜଲଦି ବାହାଘର କରିବା ପାଇଁ l କିନ୍ତୁ ପ୍ରସ୍ତାବଟି ବି ବେଶ୍ ଭଲ ଥିଲା l ଏଣୁ ମନା ବି କରି ପାରି ନ ଥିଲି l ଭଣଞ୍ଜା ପାଖକୁ ଗଲି ସାହାଯ୍ୟ ଆଶାରେ l ଭଣଞ୍ଜା ମୋର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ l ଲକ୍ଷେ ଟଙ୍କା ତାର ହାତର ମଳି କହିଲେ ଭୁଲ ହେବ ନାହିଁ l କିନ୍ତୁ ଭଣଞ୍ଜା କିଛି କହିବା ପୂର୍ବରୁ ଭଣଞ୍ଜାବୋହୁ ତାକୁ ଇଶାରାରେ ଡାକିନେଲେ ଭିତରକୁ l କିଛି ସମୟ ପରେ ଫେରି ଆସିଲେ ଦୁହେଁ l ଭଣଞ୍ଜା କିଛି କହିବା ପୂର୍ବରୁ ଭାଣିଞ୍ଜୀବୋହୁ କହଲେ ସେ 3 ଟଙ୍କା ସୁଧରେ ହିଁ ଲକ୍ଷେ ଟଙ୍କା ଦେଇପାରିବେ l ମୁଁ କିଛି ନ କହି ଚୁପ୍ ଚାପ୍ ସେଠାରୁ ଚାଲି ଆସିଲି l ତାଙ୍କୁ କହିପାରିଲି ନାହିଁ ଯେ, ଏହି ଭଣଞ୍ଜା ମୋର ଭଲ ପାଠ ପଢୁ ନଥିଲା l ତାକୁ ବ୍ୟବସାୟରେ ଲଗେଇବା ପାଇଁ ମୁଁ ମୋ ସ୍ତ୍ରୀଙ୍କର ସମସ୍ତ ଗହଣା ବନ୍ଧା ପକେଇ ବ୍ୟାଙ୍କରୁ ଋଣ ଆଣି ତାକୁ ଦେଇଥିଲି ଓ ତା ଠାରୁ ମୂଳ ବ୍ୟତୀତ ଆଉ କିଛି ବି ନେଇ ନ ଥିଲି l 


Rate this content
Log in

Similar oriya story from Tragedy