Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ରୁଷିବାର ବେଳ

ରୁଷିବାର ବେଳ

2 mins
14.2K


✿ ରୁଷିବାର ବେଳ ✿

[୧]

- ଏଇ ଟିକେନାକୁ ଜିନିଷକୁ ମନାକରୁଛୁ, ତ' ଜନ୍ମ କରୁଥିଲୁ କାଇଁ ? ( ଜାଣିଛି, ଏୟା କହିଲେ ହିଁ ମା'କୁ ବେଶି ବାଧିବ ) - ଆରେ ! ଏମିତି କିଏ କୁହେ ମା' କୁ ? - କହିବିନି? ଭାଇ ବେଳକୁ ତୋ ନା' ନା' ଟା କୁଆଡ଼େ ଯାଏ ? ଅଭାବ ସବୁ ମୋ' ବେଳେ ଦେଖାଯାଏ ତୋତେ । - ଆରେ ବୁଉଝୁ ଟିକେ ! ନାନୀ ବା'ଘର ଟା ଏଇଏଇ ଯାଇଛି । ବାପା ଉଧାରୀ ରେ ବୁଡିଛନ୍ତି । ଯାଉ ଦି'ଚାରି ମାସ । ତୋ'ର ତ ମୋବାଇଲ୍ ଟେ ଅଛି । କାମ ଚଳଉଥା । - ବୁଝାନା ବେଶି । ସାନବୋଲି ମୋତେ ସବୁଥିରେ ନା ! - ଅଝଟ ହେଏନା । ମୋ' ଧନଟା ପରା । ମା' ହାତଟାକୁ ଛାଟିଦେଇ ମୁଁ ହଷ୍ଟେଲ୍ ଯିବାକୁ ବ୍ୟାଗ୍ ପ୍ୟାକ୍ କଲି । ଖାଇଦେଇ ଯା' କହିଲାରୁ , କଟମଟ କରି ବଡ 'ନା' ଟେ କରି ଘରୁ ବାହାରି ଆସିଲି । - ଶୁଉଣୁ ! ଶୁଉଣୁ ଟିକେ ! କହିକହି ମା' ଧାଇଁଥିଲା ପଛେପଛେ ସାଇମୁଣ୍ଡ ଯାଏଁ !

[୨]

ସମସ୍ତିଙ୍କ ପାଖରେ ଟଚ୍-ସ୍କ୍ରିନ୍ । ଏଠି ,ମୋରନାହିଁ ର କଥା ପଡିନି,ସଭିଙ୍କୁ ବୋଧହେବ ଯେ' "ଆମର ନାହିଁ "। କମ୍ପ୍ଲେକ୍ସ ହେବାଟା ତ କମନ୍ ! ଘରେ କ'ଣ ସେକଥା ବୁଝୁଛନ୍ତି ? ଚିଡା ଲାଗୁଥିଲା ଭାରି ।

[୩]

ପହଞ୍ଚୁପହଞ୍ଚୁ ରାତି ଦଶ୍ ! ଟେନସନ୍ ରେ , ମେସ୍ କୁ ଆଗତୁରା ଖାଇବା କଥା ଜଣାଇ ନ'ଥିଲି । ଭୋକରେ ଅନ୍ତନାଡି ଶୁଖିସାରିଲାଣି । ଅଣ୍ଡାଳିଲି । ଛତୁଆ ଡବା ବି ଖାଲି । ଆରପଟ ରୁମ୍ କୁ ଯାଇ ରାତିଅଧରେ ହାତପତାଇବାକୁ ହେବ ! କି ଭାଗ୍ୟ ! ଛି ! ଭାରି ରାଗରେ ବ୍ୟାଗ୍ ଟା'କୁ ଗୋଇଠା ଟାଏ ପକାଇଲି । ଜରି ଖଡ଼ଖାଡ଼ ର ଶବ୍ଦ ଶୁଭିଲା ମୋତେ ! ଖୋଲିଦେଲାରୁ ପଲିଥିନିଏଁ ଗୁଡ୍-ଡ଼େ ବିସ୍କୁଟ୍ !!!!

[୪]

ପେଟ ଭରୁଥିଲା । ଆଖି ଝରୁଥିଲା । ସାମ୍ନାରେ ମା' ବି ଛିଡ଼ା ହୋଇଥିଲା ଆଖିଏ ଲୁହ ଆଉ ମୁହଁରେ ଚେନାଏଁ ହସ ଧରି । ମୁହଁ ଉଠାଇ , ମା' ଡାକିଲାରୁ, ମିଳେଇ ଗଲା ଅଂଧାର ରେ । ( ମା'ର ଛାଇ ଥିଲା ପରା ? ରହୁଥିଲା ଖାଲି ପଛେପଛେ )

 

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in