Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SASMITA ACHARJYA

Others

2  

SASMITA ACHARJYA

Others

ଭକ୍ତର ଭଗବାନ

ଭକ୍ତର ଭଗବାନ

2 mins
7.7K


ଆଜକୁ ପ୍ରାୟ ଦୁଇ ବର୍ଷ ତଳର କଥା ସେଦିନ ଥିଲା ଅଳା ନବମୀ ମୁଁ, ବାବା,ମାମା,ଆମ ସହିତ ଥିଲେ ଆଉ ସାତ ଜଣ। ଆମେ ସମସ୍ତେ ମିଶି ପୁରୀ ଯିବାପାଇଁ ବାହାରିଲୁ।କିଛି ଖୁଚୁରା ଟିକେଟ ନେଇକି ରେଳ ଷ୍ଟେସନରେ ଆସି ପହଁଞ୍ଚିଲୁ ପୁରୀ ଛକରେ ଖରା ଭୀଷଣ ଅଟୋ ବାଲାକୁ ମନ୍ଦିର ଯିବାକୁ କହିଲୁ ସେ କହିଲା ଖୁଚୁରା ଟଙ୍କା ଅଛିତ? ଆମେ କହିଲୁ ନାହି ୫୦୦ ପୁରୁଣା ଟଙ୍କା ଅଛି ସେ କହିଲେ ଚଳିବ ନାହିଁ, କାରଣ କଣ ଆମେ କେହି ଜାଣି ନଥିିଲୁ । ଆଉ ୨ଜଣ ଅଟୋ ପଚାରିଲୁ ସେ ବି ମନା କଲେ. ତା ପରେ ଆମେ ଚାଲି ଚାଲି ଗଲୁ ବଡଦାଣ୍ଡକୁ ଗହଳି ଭିଡ ଭିତରେ ଯାଇ ପହଞ୍ଚିଲୁ ଜଗା ପାଖରେ।

ନିଳାଦ୍ରିନାଥ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଦେଖିି ମନର ଦୁଃଖ ସବୁ ଭୁଲିଗଲୁ।ଦର୍ଶନ ସରିବା ପରେ ବାହାରକୁ ବାହାରିଲୁ ଭୋକରେ ଆଉଟୁ ପାଉଟୁ ହୋଇ ଜଳୁଛି ପେଟ,

ମହା ଆନନ୍ଦରେ ଆନନ୍ଦ ବଜାରରେ ପହଁଞ୍ଚିଲୁ ସମସ୍ତେ।ଦୁର୍ଭାଗ୍ୟ ବଶତଃ (ଅଭଡା) ମହାପ୍ରସାଦ ଆମେ ସେଇଠି ପାଇପାରିଲୁ ନାହିଁ । ନିରାସରେ ଫେରିଗଲୁ ସମସ୍ତେ । କାରଣ ଟଙ୍କା ଥାଇ ମଧ୍ୟ ଅଚଳ.୫୦୦ ଟଙ୍କା ଚଳୁନାହିଁ ସେତେବେଳେ। ତାପରେ ମନ୍ଦିରରୁ ବାହାରକୁ ଚାଲି ଆସିଲୁ। ଆମ ସହିତ ଯେତେ ଜଣ ଥିଲେ ସେମାନେ ସମସ୍ତେ ପୁରୀରେ ରହିଗଲେ।

ମୁ ଆଉ ବାବା ଫେରିଲୁ ଭୁବନେଶ୍ବର ଆସିବା ପାଇଁ କିନ୍ତୁ ଆଉ କିଛି ଖୁଚୁରା ନଥିିଲା ଅମ ପାଖେ। କେବଳ ପାଞ୍ଚ ସହ ଟଙ୍କା ଥିଲା ମୋତେ ଭାରିଭୋକ ଲାଗୁଥିିଲା ମୁଁ ଜଗନ୍ନାଥ ଦେଖେଇ ଶିଖେଇ କହିଲି ତୁ ଖାଉଚୁ ଖିୀରି ଖେଚଡ଼ି ଷାଠିଏ ପଉଟି ଭୋଗ.ତୋରି ଦୁଆରୁ ଉପାସ ଜାଉଛି କେମିତି ଦେଖୁଛୁ ବଡ ଠାକୁର?କହିବାର କିଛି ସମୟ ପରେ ୫ ମିନିଟ୍ ଜାଇଛୁ ସେଠି କଟକର ଗୁଜୁରାଟ ପରିବା ଭୋଗରେ ଉପମା ଚଣା ତରକାରୀକୁ ଦଉଥିିଲେ ଆମକୁ ବି ଦେଲେ ସେମାନେ ଖାଇବାକୁ ସେଠି କିଛି ଖାଇଲା ପରେ ଭାବିଲି ସତରେ କଣ ଜଗାର କି ଲୀଳା ଅନୁଭବ କଲି ଠାକୁର ନିଜେ ନ ଆସି ବି କାମ କରିଦେଲେ .

.. ତାପରେ ବାବା ଆଉ ମୁ ଆସିଲା ବେଳେ ଜଣେ ଲୋକ ପଚାରିଲା କୁଆଡେ ଯିବ ବାବା କହିଲେ ଆମେ ରେଳ ଷ୍ଟେସନ୍ ଯିବୁ ସେ କହିଲା ମୁଁ ସେଇଆଡ଼େ ଯାଉଛି ଆସ କିନ୍ତୁ ବାବା କହିଲେ ମୋ ପାଖରେ ଖୁଛୁରା ନାହିଁ! ନା ଥାଉ କାଲି ଦେଇଦେବ ଦେଖିିବାକୁ କଳା ଯେପରି ଠିକ୍ ଜଗା କାଳିଆ ପରି ୨

ସେଠାରୁ ଆସି ପହଞ୍ଚିଲୁ ରେଳ ଷ୍ଟେସନ୍ ରେ ଶୁଣିଲୁ ୫୦୦ ଟଙ୍କା ପରିବର୍ତ୍ତନ ହଉଚି କିନ୍ତୁ ଆମେ ଗଲା ବେଳେ ସରିଗଲାଣି .ଆମେ କଣ କରିବୁ କିଛି ଭାବି ପାରୁନଥିିଲୁ.ବାବା କହିଲେ ମୁଁ ଯାଉଛି ଟିଟିକୁ କହିବି ଅନୁରୋଧ କରିବି ,କିଛି ଉପଯୋଗ ହେଲା ନାହି . ଜଗନ୍ନାଥଙ୍କ ଉପରେ ଭରସା କରିବା ଯାହା ହେବ .ଠିକ୍ ସେ ସମୟରେ ବାବାଙ୍କର ଜଣେ ଦୂର ପରିଚିତ ଲୋକ ଆସୁଥିିଲେ ଦେଖା ହେଲା ସେଇଠି ତାଙ୍କ ଦେହ ଖରାପ ଥିିବା ହେତୁ ସେ ୧୦୦ ଟଙ୍କା ଦେଇ କହିଲେ ୪ଜଣଙ୍କ ପାଇଁ ଟିକଟ ନେଇଆସ .ଆମେ କିଛି କହିବା ଆଗରୁ ସେ ଆମ ଟିକେଟ ପଇସା ଦେଇଦେଲେ ।ଜଗନ୍ନାଥ ଠାକୁର ଆମକୁ ଦୟା କରିଛନ୍ତି.ତାଙ୍କ ଯୋଗୁଁ ଆମେ ସୁରକ୍ଷିତରେ ପହଞ୍ଚି ଗଲୁ ଭୁବନେଶ୍ବର .ଭଗବାନ ଅଛନ୍ତି ସବୁଠି କେବଳ ମନ ରଖି ଭକ୍ତି ଭାବ ପାଇବ ସବୁ କିଛି ।ପ୍ରେମ

ଦୁଃଖରେଓସୁଖରେ ସବୁଠି ଡାକିଲେ ଶୁଣିବେ ସବବେଳେ ସେ ଭାବକୁ ନିକଟ ଭକ୍ତର ଭଗବାନ ପାଇ ଆସିଛନ୍ତି ଦୁନିଆକୁ ।


Rate this content
Log in