Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Seetaram Dash

Others

3  

Seetaram Dash

Others

ଅବୁଝା କଥା

ଅବୁଝା କଥା

1 min
544



ରୋଜାଲିନ, ଡାକ ନାଁ' ରୋଜି। ରୂପ ଯେମିତି ଗୁଣ ବି ସେମିତି। ସେ ଖୁବ ସୁନ୍ଦର ରୋଷେଇବାସ କରେ। ଯିଏ ବି ଖାଏ ପ୍ରଶଂସା ନ କରି ରହି ପାରେନି। କିନ୍ତୁ ସ୍ୱାମୀ ପ୍ରକାଶ ବାବୁ ରୋଜିର ରୋଷେଇବାସ କୁ କେବେ ପସନ୍ଦ କରନ୍ତି ନି। ହଁ ନୂଆ ନୂଆ ବିବାହ ବେଳେ ଭଲ କହୁଥିଲେ, କିନ୍ତୁ ଏବେ ସେ ସବୁ ନାହିଁ।


ଆଜି ରୋଜିର ସାନ ଭଉଣୀ ବୈଶାଳୀ ଆସିଛି। ଘରେ ଖୁସିର ମାହୋଲ। ରାତିରେ ଅନେକ ପ୍ରକାର ଖାଦ୍ୟ ରୋଜି ଆଗ୍ରହରେ ରାନ୍ଧିଛି। ଡାଇନିଂରେ ପ୍ରକାଶ ବାବୁ ପୁଅ ଏବଂ ବୈଶାଳୀ ବସିଲେ ଖାଇବା ପାଇଁ। ରୋଜିକୁ ବି ଡାକିଲେ ଆସ ସାଙ୍ଗ ହୋଇ ଖାଇବା। କିନ୍ତୁ ରୋଜି କହିଲା ତୁମେମାନେ ଖାଇସାର ମୁଁ ଖାଇବି, ନ ହେଲେ ଶାନ୍ତି ଲାଗିବନି। ପ୍ରକାଶ ବାବୁ ଠିକ ଜାଣିଛନ୍ତି ରୋଜିକୁ, ତେଣୁ ବାଧ୍ୟ କାଲେ ନାହିଁ।


ଏମାନେ ଖାଇ ସାରି ଉଠିବା ବେଳକୁ ରୋଜି ପୁଣି ବାଧ୍ୟ କଲା ଆଉ ଦୁଇ ପିସ୍ ମାଛ ଖାଇବା ପାଇଁ। ପ୍ରକାଶ ବାବୁ ବିରକ୍ତ ହୋଇ କହିଲେ, "କିଛି ଭଲ ଲାଗୁନି, କଣ ଖାଇବୁ"। ରୋଜି ମନ ଦୁଃଖରେ ଫେରିଲା ରୋଷେଇ ଘରକୁ। ଏସବୁ ଶୁଣି ବୈଶାଳୀ ନିଜକୁ ରୋକି ପାରିଲାନି, କହିଲା, "ଭାଇନା ସତରେ କଣ ଖାଇବା ଭଲ ହୋଇ ନ ଥିଲା। ନାନୀର ମନକୁ କେତେ କଷ୍ଟ ହୋଇଥିବ। ବିଚାରୀ କେତେ କଷ୍ଟରେ ରାନ୍ଧିଥିଲା"। ପ୍ରକାଶ ବାବୁ କହିଲେ, "ରୋଜି ଯଦି ମୋ ପାଟିରୁ ଶୁଣିବ ତରକାରି ଭଲ ହୋଇଛି, ସବୁତକ ମୋ ଥାଳିରେ ଢାଳି ପିଆଜ ଲୁଣ ଲଗେଇ ଖାଇବ"।


ଆର ପଟ ଘରେ ରୋଜି ଏ କଥା ଶୁଣି ଖୁସିରେ ଆତ୍ମହରା ହୋଇଗଲା। ବିନା ଖାଇବାରେ ତା ପେଟ ଭରିଯାଇ ଥିଲା। ମନେ ମନେ ଭାବୁଥିଲା, "ସେ ପିଆଜ ଲୁଣର ସ୍ୱାଦ ତୁମେ ବୁଝି ପାରିବନି"।




Rate this content
Log in