Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୫୧
ଜହ୍ନମାମୁଁ -୫୧
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

3 Minutes   7.0K    11


Content Ranking

ଠକ ସହିତ ଠକାମୀ

ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, “ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।”

ରଘୁ ବଡ କଞ୍ଜୁସ୍ ଥିଲା । ପୁଣି ସେ ଏହା ବି ଜାଣିଥିଲା ଯେ ରାମପ୍ରସାଦର ଅବସ୍ଥା ସେପରି ସ୍ୱଚ୍ଛଳ ନୁହେଁ । ସେ ସୁଧ କ’ଣ ଦେବ, ମୂଳ ମଧ୍ୟ ବୁଡିଯିବାର ଯଥେଷ୍ଟ ସମ୍ଭାବନା ଅଛି । ତେଣୁ ସେ ଦୋଦୋପାଞ୍ଚ ହୋଇ କହିଲା, “ତମେ ତ ଏଠାକୁ ପ୍ରଥମଥର ପାଇଁ ଆସିଛ! ଆଜି ମୋ ହାତରେ ପଇସାଟାଏ ସୁଦ୍ଧା ନାହିଁ । ନହେଲେ ତୁମକୁ ଖାଲି ହାତରେ ମୁଁ କେବେବି ଏଠାରୁ ଏମିତି ଫେରାଇ ଦେଇ ନଥା’ନ୍ତି ।”

ଏହା ଭାବି ରାମର ମନ ଖୁବ୍ ଦୁଃଖ ହେଲା ଯେ ରଘୁ ମାତ୍ର ପଚିଶଟି ଟଙ୍କା ପାଇଁ ତା’ ଉପରେ ବିଶ୍ୱାସ ରଖି ପାରିଲା ନାହିଁ! କ୍ରମେ ତା’ର ଦୁଃଖ କ୍ରୋଧରେ ପରିଣତ ହେଲା ଓ ସେ ତା’ ମନେ ମନେ ସ୍ଥିର କଲା ଯେ କୌଣସି ମତେ ସେ ରଘୁ ସାହୁଠାରୁ ଟଙ୍କା ନେବ । ଶେଷକୁ ସେ ତା’ ମନେ ମନେ ଏକ ଉପାୟ ସ୍ଥିର କଲା ।

ଦିନେ ରଘୁ ସାହୁ ନିଜ ଦୋକାନରେ ଏକା ବସିଥିଲା । ରାମପ୍ରସାଦ ଦୌଡି ଦୌଡି ଯାଇ ସେଠି ପହଁଚି କହିଲା, “ରଘୁଭାଇ, ଟିକିଏ କୁହତ ପାଞ୍ଚରେ ଦଶ ଗୁଣିଲେ କେତେ ହେଉଛି?” ରଘୁ ଭାବିଲା ରାମ ବୋଧହୁଏ ଅଙ୍କ ଗୁଣନ ଜାଣେ ନାହିଁ ବୋଲି ତାକୁ ପଚାରୁଛି । ତେଣୁ ସେ ହିସାବ କରି କହିଲା, “ପଚାଶ ।”

ରାମ ଉଚ୍ଚ ସ୍ୱରରେ କହିଲା “ତୁମର ବୁଦ୍ଧି ଘାସଖିଆ ବୁଦ୍ଧି ନା କ’ଣ? ପଚାଶ ନୁହେଁ ଷାଠିଏ ହେବ ।”

ରଘୁ ମଧ୍ୟ ଉଚ୍ଚ ସ୍ୱରରେ କହିଲା “ତୁଟା ନିହାତି ମୂର୍ଖ । ମୁଁ କହୁଛି ଷାଠିଏ ନୁହେଁ ପଚାଶ ।”

ତା’ପରେ ସେ ଦୁହେଁ “ପଚାଶ, ଷାଠିଏ” କହି କହି ପରସ୍ପରକୁ ଦବାଇବାକୁ ଚେଷ୍ଟା କଲେ । ଲୋକ ଜମିଗଲେ ।

ବହୁତ ଲୋକ ଦେଖି ରାମ ଲୋକମାନଙ୍କୁ ସମ୍ବୋଧନ କରି କହିଲା, “ଭାଇମାନେ, ମୋର ନ୍ୟାୟ କରିଦିଅନ୍ତୁ । ଏ କଞ୍ଜୁସ୍ ରଘୁ ସାହୁ ମୋର ଦଶଟଙ୍କା ଠକି ନେବାକୁ ଚାହେଁ । ମୁଁ ତା ପାଖରେ ଷାଠିଏ ଟଙ୍କା ଜମା ରଖିଥିଲି ଏବେ କହୁଛି କ’ଣ ନା ପଚାଶ ଟଙ୍କା । ଆପଣମାନେ ଏ କଥା ଟିକେ ବିଚାର କରି ମୋର ଷାଠିଏ ଟଙ୍କା ଦିଆଇ ଦିଅନ୍ତୁ ।”

ରାମପ୍ରସାଦର ଏଭଳି ଆକ୍ଷେପ ଶୁଣି ରଘୁ ସାହୁର ମୁହଁ ହଠାତ୍ ଫିକା ପଡିଗଲା । ସେ ଚିତ୍କାର କରି କହିଲା, “କି ବଦମାସ୍ ଏ ରାମ । ତୁ କେବେ ମୋ ପାଖରେ ପଇସା ଜମା କରିଛୁ?” ପୁଣି ସେ ଲୋକମାନଙ୍କୁ ଚାହିଁ କହିଲା, “ଭାଇମାନେ, ଇଏ ଖାଲି ଡାହା ମିଛ କଥା ଗୁଡାଏ କହି ଠକୁଛି । ମୋଠାରେ ତା’ର କୌଣସି ଟଙ୍କା ଜମା ହିଁ ନାହିଁ ।”

ରାମପ୍ରସାଦ ମଧ୍ୟ ରଘୁର କଥା କାଟିବାକୁ ଯାଇ କହିଲା, “ତୁମର ନାଟକୀୟ କଥା ବନ୍ଦ କର ରଘୁଜୀ; ଏ ଗାଁରେ କିଏ ଜାଣେନାହିଁ ଯେ ତମେ ଅନ୍ୟମାନଙ୍କ ପଇସା ମାରି ବଡଲୋକ ହୋଇଛ? ଟିକିଏ ଆଗରୁ ପଚାଶ ବୋଲି ତ କହୁଥିଲ; ପୁଣି ଏବେ ସେତକ ବି ମାନୁ ନାହଁ? ତମେ ମତେ ବେଶ୍ ଶିକ୍ଷା ଦେଇଛ । ମୁଁ ଏବେ ଭୁଲରେ ସୁଦ୍ଧା ତୁମ ପାଖରେ ପଇସା ଜମା ଦେବି ନାହିଁ ।”

ରାମପ୍ରସାଦ ଏପରି କୌଶଳର ସହିତ କହିଲା ଯେପରି ଜଣାଯିବ ଯେ ସେ ସତରେ ସେଠାରେ ପଇସା ଜମା କରିଥିଲା । ସମସ୍ତେ ତା’ କଥା ବିଶ୍ୱାସ କଲେ । ତେଣୁ ସମସ୍ତେ ଏକାଠି ହୋଇ ରଘୁ ସାହୁକୁ ଯାଛାତା ଗାଳିଦେଇ କହିଲେ, “ପ୍ରଥମେ ତ ତମେ ପଚାଶ ଦେବାକୁ ପ୍ରସ୍ତୁତ ଥିଲ । ଏକଥା ତ ଆମେ ନିଜ କାନରେ ଶୁଣିଛୁ । ଆଉ ସେତକ ମଧ୍ୟ ତମେ ଆମମାନଙ୍କ ସାମନାରେ ପୁଣି ସମ୍ପୂର୍ଣ୍ଣ ଉଡେଇ ଦେବାକୁ ବସିଛ? ତମେ ଏପରି ଅବିଶ୍ୱାସୀ କାମ କରୁଛ କିପରି? ଏବେ ତ ରାମପ୍ରସାଦ ପଚାଶ ପାଇଁ ମଧ୍ୟ ରାଜି । ତେଣୁ ତାକୁ ଅନ୍ତତଃ ସେତକ ତ ଦେଇଦିଅ ।”

କିଛି ସମୟ ଏପରି ବିବାଦ ଲାଗିଲେ ହୁଏତ ଷାଠିଏ ଟଙ୍କା ମଧ୍ୟ ଦେବାକୁ ପଡିବ ଏକଥା ଭାବି ରଘୁ ଶୀଘ୍ର ପଚାଶ ଟଙ୍କା କାଢି ରାମକୁ ତାହା ଦେଇଦେଲା ।

ହାତରେ ଟଙ୍କା ପାଇବାମାତ୍ରେହିଁ ରାମ ଜୋର୍ରେ ହସି ଉଠିଲା । ତା’ପରେ ଲୋକମାନଙ୍କୁ ଅନାଇ ସେ କହିଲା, “ପ୍ରକୃତରେ ମୁଁ ତାକୁ ଶିକ୍ଷା ଦେବାକୁ ଏପରି କରୁଛି ।” ତା’ପରେ ପଚିଶ ଟଙ୍କା ରଘୁକୁ ଫେରାଇ ଦେଇ ସେ କହିଲା, “ନିଅ ତୁମ ପଚିଶ ଟଙ୍କା । ବଳକା ପଚିଶ୍ ମୁଁ ପରେ ଦେବି କାରଣ ମୋର ଏହି ଟଙ୍କାର ବହୁତ ଦରକାର ଅଛି । ମୁଁ ତ ତୁମକୁ ଏହା କହିବାକୁ ଚାହୁଁଥିଲି ଯେ ଟଙ୍କା ଯାହାର ଥାଏ ସେ ଯଦି ଅନ୍ୟକୁ ସାହାଯ୍ୟ ନକରେ ତେବେ ତା’ର ଏ ଟଙ୍କା ରଖିବାର ମାନେ କ’ଣ? ମୁଁ ଚାହିଁଥିଲେ ସବୁ ଟଙ୍କା ରଖି ପାରିଥା’ନ୍ତି । କିନ୍ତୁ ମୁଁ ଗରୀବ ହେଲେ ମଧ୍ୟ ଠକ ନୁହେଁ । ମୁଁ ଠିକ୍ ସମୟରେ ସୁଧ ସହ ତୁମ ଟଙ୍କା ତୁମକୁ ଫେରାଇ ଦେବି ।”

ଏସବୁ କଥା ଶୁଣି ରଘୁ ସାହୁ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ କଲେ । ଲୋକମାନେ ସବୁକଥା ଶୁଣି ହସି ହସି ସେଠାରୁ ପ୍ରସ୍ଥାନ କଲେ ।

ଗୋବିନ୍ଦପୁର ରଘୁ ବଣିଆ

Rate the content


Originality
Flow
Language
Cover design

Comments

Post

Some text some message..